ଖଟ ତଳେ ଏହି ଜିନିଷ ରଖିଲେ ଦୂର ହେବ ଗ୍ରହ ଦୋଷ
ଖଟ ତଳେ ଏହି ଜିନିଷ ରଖିଲେ ଦୂର ହେବ ଗ୍ରହ ଦୋଷ
ଜନ୍ମ କୁଣ୍ଡଳୀରେ ଗ୍ରହ ଭଲ ସ୍ଥିତିରେ ଥିଲେ ଜୀବନରେ ସୁଖ ଶାନ୍ତି ବଜାୟ ରହେ। ସେହିପରି ଗ୍ରହ ଖରାପ ସ୍ଥିତିରେ ରହିଲେ ଦୁର୍ଭାଗ୍ୟ ମାଡିଆସେ। ଗ୍ରହ ଦୋଷ କାରଣରୁ ଜୀବନରେ ନାନା ସମସ୍ୟା ଦେଖାଯିବା ସହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଖଟ ବା ବିଛଣା ତଳେ ଗ୍ରହ ସହ ଜଡିତ ଜିନିଷକୁ ରଖିଦେଲେ ଗ୍ରହ ଶାନ୍ତ ରହେ । ଯଦି ଆପଣ ମଧ୍ୟ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଗ୍ରହ ସହ ଜଡିତ ଉପାୟକୁ ଆପଣେଇ ସମସ୍ୟା ଦୂର କରିପାରିବେ ।
ଗ୍ରହ ସହ ଜଡିତ ଉପାୟ
- କୁଣ୍ଡଳୀରେ ସୂର୍ଯ୍ୟ ଦୋଷ ଥିଲେ ଖଟ ତଳେ ତମ୍ବା ପାତ୍ରରେ ପାଣି ଭରିକରି ରଖନ୍ତୁ। ତକିଆ ତଳେ ଲାଲ ଚନ୍ଦନର ଛୋଟ ଖଣ୍ଡ ରଖିଦିଅନ୍ତୁ। କୁଣ୍ଡଳୀରେ ସୂର୍ଯ୍ୟ ଦୋଷର ପ୍ରଭାବ ଦୂର ହୋଇଯିବ ।
- କୁଣ୍ଡଳୀରେ ଚନ୍ଦ୍ର ଦୋଷ ଥିଲେ ଖଟ ତଳେ ରୂପା ପାତ୍ରରେ ପାଣି ଭରି କରି ରଖନ୍ତୁ ଅବା ରୂପାର ଅଳଙ୍କାର ରଖିଦିଅନ୍ତୁ। ଚନ୍ଦ୍ରଙ୍କ କୋପଦୃଷ୍ଟି ଦୂର ହୋଇଯିବ ।
- କୁଣ୍ଡଳୀରେ ମଙ୍ଗଳ ଦୋଷ ଥିଲେ ଖଟ ତଳେ କଂସା ପାତ୍ରରେ ପାଣି ଭରି ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ମଙ୍ଗଳ ଦୋଷ ଦୂର ହୁଏ ।
- କୁଣ୍ଡଳୀରେ ଗୁରୁ ଦୋଷ ଭୋଗୁଥିଲେ ତକିଆ ତଳେ ଏକ କପଡାରେ ଗୋଟା ହଳଦୀକୁ ବାନ୍ଧି ରଖିଦିଅନ୍ତୁ। ହଳଦୀ ଗୁରୁଦୋଷ ପ୍ରଭାବ ଦୂର କରିବାରେ ସହାୟକ ହୋଇଥାଏ।
- ଅଖଣ୍ଡ ସୌଭାଗ୍ୟ: ଯଦି ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଆପଣ ନିଜର ଶେଯରେ ତକିଆ ତଳେ ରୁପାରେ ତିଆରି ଦୁଇଟି ମାଛ ରଖନ୍ତୁ । ଯଦି ଆପଣ ଏକ ରୁପା ପାତ୍ରରେ ମଧ୍ୟ ଯୁଗଳ ମାଛ ରଖିବେ ତେବେ ଅନୁରୂପ ଲାଭ ପାଇବେ ।
- ସାହସ ସଞ୍ଚାର ପାଇଁ: କୌଣସି ସମସ୍ୟାର ସାମ୍ନା କରିବା ପାଇଁ ନିଜ ଭିତରେ ସାହସ ସଞ୍ଚାର ପାଇଁ ଚାହାଁନ୍ତି ତେବେ ନିଜର ତକିଆ ତଳେ ସୁନା କିମ୍ବା ରୁପା ଅଳଙ୍କାର ରଖନ୍ତୁ । ଏହା ଦ୍ୱାରା ଜନ୍ମ କୁଣ୍ଡଳୀରେ ଥିବା ଦୋଷ ଦୂରେଇ ଯିବ ।
- ଇଚ୍ଛାଶକ୍ତିକୁ ଦୃଢିଭୂତ କରିବା ପାଇଁ: ଶୋଇବା ଖଟ ତଳେ ଏକ ରୁପା ପାତ୍ରରେ ପାଣି ଭର୍ତ୍ତି କରି ରଖିଲେ ବା ନିଜର ତ୍ୱଚାକୁ ସ୍ପର୍ଶ କରୁଥିବା ରୂପା ଅଳଙ୍କାର ପିନ୍ଧିଲେ ଇଚ୍ଛାଶକ୍ତି ଦୃଢ଼ିଭୂତ ହୋଇଥାଏ ।
- ସୁଖଦାୟକ କ୍ରୋଧ: ଖଟ ତଳେ ଅଥବା ପାଖରେ ତମ୍ବା ପାତ୍ରରେ ପାଣି ଭରି ରଖିଲେ କିମ୍ବା ତକିଆ ତଳେ ରକ୍ତ ଚନ୍ଦନ କାଠ ରଖିଲେ ସୁଖଦାୟକ କ୍ରୋଧ ମିଳିଥାଏ ।
- କୁଦୃଷ୍ଟିରୁ ରକ୍ଷା ପାଇବା ପାଇଁ: ନିଜ ଖଟ ତଳେ ୨୧ ଦିନ ଯାଏ ଏକ ଲୁହା ପାତ୍ରରେ ପାଣି ରଖିଲେ କିମ୍ବା ତକିଆ ତଳେ ନୀଲମ ରତ୍ନ ରଖିଲେ କୁଦୃଷ୍ଟିରୁ ରକ୍ଷା ପାଇପାରିବେ ।
ଖଟ ତଳେ ରଖିଲେ ସମସ୍ୟାରୁ ମୁକ୍ତି ପାଇବେ
ଅନେକ ସମୟରେ ଆମେ ବିଭିନ୍ନ ସମସ୍ୟାରେ ପଡିଥାଉ । ଯାହାକୁ ନେଇ ଚିନ୍ତିତ ଥାଉ । ଏଭଳି ସମସ୍ୟାରେ ଭାଗ୍ୟ ଆମର ସାଥ୍ ଦେଇ ନଥାଏ ବୋଲି ଆମେ ମନେ କରୁ । ତା’ଛଡା ସମସ୍ୟାର ସାମ୍ନା କରିବା ଲାଗି ସାହସ ମଧ୍ୟ ଜୁଟାଇ ପାରିନଥାଉ । ଏଭଳି ପରିସ୍ଥିତିରେ ଆପଣ ନିମ୍ନ ମତେ କେତୋଟି ଉପାୟ କରିଥିଲେ ନିଶ୍ଚିତ ସୌଭାଗ୍ୟ ପ୍ରାପ୍ତ କରିବେ ଓ ସମସ୍ୟାରୁ ମୁକ୍ତ ହେବେ ବୋଲି କୁହାଯାଇପାରେ । ଏହି ସବୁ ଜିନିଷ ନିଜ ଶେଯ ତଳେ ରଖିଲେ ଜାଣନ୍ତୁ ସମସ୍ୟାରୁ ମୁକ୍ତି ପାଇବେ ।
- ସୋରିଷ ଏବଂ ଲୁଣ:- ଗୋଟେ କାଗଜରେ ସୋରିଷ ଏବଂ କିଛି ଲୁଣ ପକାଇ ତାହାର ପୁଡ଼ିଆ ତିଆରି କରିନିଅନ୍ତୁ। ଏବେ ଏହି କାଗଜର ପୁଡ଼ିଆକୁ ନେଇ ନିଜ ବିଛଣା ଏବଂ ବେଡ଼ ତଳେ ରଖିଦିଅନ୍ତୁ। ଏପରି କଲେ ଆପଣଙ୍କର ବୈବାହିକ ଜୀବନରେ କେବେବି କାହାରି ନଜର ଲାଗିବ ନାହିଁ। ତା ସହିତ ଯେଉଁମାନେ ଅବିବାହିତ ଅଛନ୍ତି ଯଦି ଏହାକୁ ବେଡ଼ ତଳେ ରଖିବେ ତେବେ ବହୁତ ଶୀଘ୍ର ମନ ପସନ୍ଦର ଜୀବନସାଥୀ ମିଳିଯିବ।
- ଷ୍ଟିଲର ଛୁରୀ:- ଯେଉଁ ଲୋକଙ୍କୁ ରାତିରେ ଖରାପ ସ୍ୱପ୍ନ ଆସିଥାଏ ତାଙ୍କର ବେଡ଼ ବା ବିଛଣା ତଳେ ଷ୍ଟିଲର ଛୁରୀ ରଖିଲେ ଖରାପ ଶକ୍ତି ପାଖକୁ ଆସିପାରେ ନାହିଁ ଏବଂ ରାତିରେ ଖରାପ ସମୟ ଆସିବା ବନ୍ଦ ହୋଇଯିବ। ଏବଂ ଏହା କୌଣସି ପ୍ରକାରର ଯାଦୁ ତନ୍ତ୍ର ଏବଂ ମନ୍ତ୍ରକୁ କାଟୁ କରିବାକୁ ଦିଏ ନାହିଁ। ଅର୍ଥାତ ଯଦି ଆପଣଙ୍କୁ ସନ୍ଦେହ ଅଛି କି ଆପଣଙ୍କ ଉପରେ କିଏ ତନ୍ତ୍ର କରୁଛି ତେବେ ଏହି ଛୁରୀକୁ ତକିଆ ତଳେ ରଖିକରି ଶୁଅନ୍ତୁ। ଦେଖିବେ ତନ୍ତ୍ର ମନ୍ତ୍ରର କୌଣସି ଭୟ ରହିବ ନାହିଁ।
- ଗୋଲାପ ଫୁଲ:-ବୁଧବାର ଦିନ ପୂଜା ସ୍ଥାନରେ ଗଣେଶ ଭଗବାନଙ୍କୁ ଗୋଲାପ ଫୁଲ ଅର୍ପଣ କରନ୍ତୁ। ଏବଂ ଭଗବାନ ଗଣେଶଙ୍କର ଚାଳିସା ପାଠ କରନ୍ତୁ। ଏହା ପରେ ଗୋଲାପର ଫୁଲକୁ ନିଜ ବେଡ଼ରୁମ ମଧ୍ୟରେ ବିଛଣା ତଳେ ରଖିଦିଅନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କର ସବୁ ଦିନ ଭାଗ୍ୟଶାଳୀ ହେବାକୁ ଲାଗିବ ଏବଂ ଆସୁଥିବା ବିପଦ ସବୁ ଦୂରେଇ ଯିବ।
- ମୟୁର ପୁଚ୍ଛ:- ଯଦି ଆପଣଙ୍କ ଘରେ କଳି ଝଗଡା ଲାଗି ରହୁଛି ତେବେ ପ୍ରତ୍ୟକ ବ୍ୟକ୍ତିଙ୍କର ବେଡ଼ ବା ବିଛଣା ତଳେ ଗୋଟିଏ ମୟୁର ପୁଚ୍ଛ ରଖିଦିଅନ୍ତୁ। ମୟୁର ପୂଛରେ ସକାରାତ୍ମକ ଉର୍ଜା ଭରି ହୋଇ ରହିଥାଏ। ଯାହାକୁ ନେଇ ଘରର ପରିବେଶ ସକାରାତ୍ମକ ଉର୍ଜାରେ ଭରି ରହିବ ଏବଂ କିଛି କଳି ଝଗଡା ହେବ ନାହିଁ
- ଶୁଖିଲା ଲେମ୍ବୁ:- ଘରର ପୂଜା ସ୍ଥାନରେ ଏକ ଲେମ୍ବୁ ରଖିଦିଅନ୍ତୁ। ଏବଂ ସବୁଦିନ ତାକୁ ସିନ୍ଦୁର ଚାଉଳ ଦ୍ୱାରା ପୂଜା ମଧ୍ୟ କରନ୍ତୁ। ଯାହା ଦ୍ୱାରା ସେ ଶୁଖି ନଯାଉ। ଯେବେ ଲେମ୍ବୁ ଶୁଖି ଯିବ ସେହି ଶୁଖିଲା ଲେମ୍ବୁକୁ ବେଡ଼ କିମ୍ବା ବିଛଣା ତଳେ ରଖିଦିଅନ୍ତୁ। ଏଠାରେ ଶୁଖିଲା ଲେମ୍ବୁ ଏକ ସୁରକ୍ଷା କବଜ ଭଳି କାମ କରିଥାଏ। ଏହାକୁ ରଖିଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣଙ୍କ ସହିତ ଘଟିବାକି ଥିବା ସବୁ ଅଘଟଣ ସବୁ ଧୀରେ ଧୀରେ ଦୂରେଇ ଯିବ।
- ଶୋଇବା ଘରର ଖଟ ତଳେ ଗୋଟିଏ ଛୋଟ କାଚ ପାତ୍ରରେ ମହୁ ଲୁଚାଇ ରଖିବା ଉଚିତ । ଏହା ଶୁଭ ହୋଇଥାଏ ଓ ଦାଂପତ୍ଯ ଜୀବନ ମଧୁମୟ ହୋଇଥାଏ ।
0 Comments
Do you have any doubts or suggestions? Ask them here in the comments!