ଖରାଦିନେ ପାଦର ନିଅନ୍ତୁ ଏପରି ଯତ୍ନ

ଖରାଦିନେ ପାଦର ନିଅନ୍ତୁ ଏପରି ଯତ୍ନ

ଖରାଦିନେ ଅଧିକ ଝାଳ ଓ ଧୁଳି ପାଇଁ ପାଦ ଅଧିକ ସଂକ୍ରମିତ ହୋଇଥାଏ । ୱାର୍କଆଉଟ୍ କରିବା ସମୟରେ, ଟାଇଟ୍ ବୁଟ୍ ପିନ୍ଧବା ଦ୍ୱାରା ପାଦରେ ଫୋଟକା ହେବା କିମ୍ବା ଲାଲ୍ ପଡ଼ିଯାଇ ଜଳାପୋଡ଼ା ହେବା ଭଳି ସମସ୍ୟା ଦେଖାଯାଏ । ଏହା ସହିତ ଅନେକ ସମୟରେ ଫୋଟକା ଆପେ ଫାଟିଯାଇ ଧୁଳି ଓ ଝାଳ ସଂସ୍ପର୍ଶରେ ଆସି ବିଭିନ୍ନ ପ୍ରକାର ସଂକ୍ରମଣର କାରଣ ହୋଇଥାଏ । ତେଣୁ ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଖରାଦିନେ ପାଦର ବିଶେଷ ଭାବେ ଯତ୍ନ ନେବା ଆବଶ୍ୟକ ।

ଗ୍ରୀଷ୍ମ ଋତୁରେ ପ୍ରାୟ ଲୋକଙ୍କ ପଦରୁ ଝାଳ ବାହାରିବା ସାଧାରଣ କଥା |

ଘରୋଇ ଉପଚାର

  • ଶୋଇବା ପୂର୍ବରୁ ପାଦକୁ ୧୫ -୨୦ ପର୍ଯ୍ୟନ୍ତ ଥଣ୍ଡା ପାଣିରେ ଡୁବାଇ ରଖନ୍ତୁ |
  • ତାପରେ କିଛି ନଡ଼ିଆ ତେଲ ମାଲିସ କରନ୍ତୁ |
  • ଶୋଇବାବେଳେ ପଦାକୁ କପଡା ଦ୍ଵାରା ଆବଦ୍ଧ କରି ସୋଆନ୍ତୁ |  

ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି ଟିପ୍ସ୍

  1. ଖରାଦିନେ ସ୍ନିକର୍ କିମ୍ବା ଅଧିକ ଟାଇଟ୍ ବୁଟ୍ ପିନ୍ଧନ୍ତୁ ନାହିଁ । ଅଫିସରେ ଥିବା ସମୟରେ କିଛି କିଛି ସମୟ ବ୍ୟବଧାନରେ ବୁଟ୍ କୁ  ଖୋଲି ଖାଲିପାଦ ରଖନ୍ତୁ ।
  2. ବାହାରକୁ ବୁଲିବା ପାଇଁ ଯାଉଥିଲେ, ଫ୍ଲାଟ୍ ଚପଲର ବ୍ୟବହାର କରନ୍ତୁ । ଆଜିକାଲି ଫ୍ଲାଟ୍ ଚପଲର ଅନେକ ସୁନ୍ଦର ଭେରାଇଟି ମାର୍କେଟ୍ରେ ଉପଲବ୍ଧ ।
  3. ଅଧିକ ପୁରୁଣା ଚପଲ ବ୍ୟବହାର କରନ୍ତୁ ନାହିଁ । କାରଣ ଏଥିରେ ଥିବା ବ୍ୟାକ୍ଟେରିଆ ଦ୍ୱାରା ଅଧିକ ସଂକ୍ରମିତ ହୋଇଥାଏ ।
  4. ଖରାଦିନେ ଅନ୍ୟ କାହାର ସ୍ଲିପର୍ କିମ୍ବା ଅନ୍ୟ ଯେ କୌଣସି ପ୍ରକାର ଜୋତା ବ୍ୟବହାରରୁ ଦୂରେଇ ରୁହନ୍ତୁ ।
  5. ଜୋତା ଦ୍ୱାରା ପାଦ ଲାଲ୍ ପଡ଼ିଯାଇ କୁଣ୍ଡେଇ ହେଉଥିଲେ, ସାଙ୍ଗେ ସାଙ୍ଗେ ପାଦକୁ ସଫା କରି ଏଲୋବେରା ଜେଲ୍ ଲଗାଇ ଦିଅନ୍ତୁ । ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ଯୋଗୁଁ ଏହା ତ୍ୱଚା ସଂକ୍ରମଣକୁ ରୋକିଥାଏ ।

ପାଦ ଫୋଟକା ସମସ୍ୟା ଦୂର କରିବାରେ ଗ୍ରୀନ୍ ଟି ଖୁବ୍ ସହାୟକ । ଗରମ ପାଣିରେ ଗ୍ରୀନ୍-ଟି ବ୍ୟାଗକୁ ୫ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ । ଥଣ୍ଡା ହେବା ପରେ ଗ୍ରୀନ୍-ଟି ବ୍ୟାଗକୁ ନେଇ କିଛି ସମୟ ଫୋଟକା ଉପରେ ରଖି ହାଲ୍କା ଦବାନ୍ତୁ । ଦିନରେ ୩-୪ଥର ଏଭଳି କରନ୍ତୁ ।

ଯଦି ଆପଣଙ୍କ ଗୋଡ ବହୁତ ଶୁଖିଲା ଏବଂ ଫାଟିଯାଇଛି, ପାଦରେ ଘରେ ତିଆରି ଚାଉଳ ମଇଦା ପେଷ୍ଟ ବ୍ୟବହାର କରି ଆପଣ ଏହାକୁ ଭଲ ମଧ୍ୟ କରିପାରିବେ ।ଏହା ସର୍ବୋତ୍ତମ ଏକ୍ସଫୋଲିଏଟିଙ୍ଗ ସ୍କ୍ରବ୍ ଭାବରେ ବିବେଚନା କରାଯାଏ ଯାହାକୁ ଆପଣ ଘରେ କରିପାରିବେ।ଏଥିପାଇଁ ଆପଣଙ୍କୁ କେବଳ ଦୁଇ ଚାମଚ ମହୁ ଏବଂ ଗୋଟିଏ ଚାମଚ ଲେମ୍ବୁ ରସ ମିଶାଇ ଗୋଟିଏ ଚାମଚ ଚାଉଳ ମଇଦା ମିଶାନ୍ତୁ। ତାପରେ ସମସ୍ତ ଜିନିଷକୁ ମିଶ୍ରଣ କରନ୍ତୁ ଏବଂ ତାପରେ ପାଦରେ ଧୀରେ ଧୀରେ ଘଷନ୍ତୁ ।

  1. ଅତ୍ୟନ୍ତ ଥକ୍କା ଅନୁଭବ କରୁଥିଲେ, ଅଧା ବାଲ୍‌ଟି ଉଷୁମ୍ ପାଣିରେ ପାଦକୁ ୧୦ ରୁ ୧୫ ମିନିଟ ଯାଏଁ ବୁଡାଇ ରଖିଲେ, ଏହା ଥକ୍କାପଣ ଦୂର କରି ଆରାମ ପ୍ରଦାନ କରିଥାଏ । 
  2. ଚାହିଁଲେ ଏହି ଉଷୁମ୍ ପାଣିରେ ଅଳ୍ପ ଲୁଣ ଓ ଲେମ୍ବୁ ରସ ପକାଇ ମଧ୍ୟ, ପାଦ ବୁଡାଇ ରଖି ପାରିବେ । ଫଳରେ ପାଦରୁ ନିର୍ଗତ ଦୁର୍ଗନ୍ଧକୁ ଏହା ଦୂର କରିଥାଏ । 
  3. ଏହା ସହିତ ଲେମ୍ବୁ ଚୋପାକୁ ନେଇ ନଖରେ ଘସିଲେ, ନଖ ହଳଦିଆ ପଡିଥିଲେ ସେହି ହଳଦିଆପଣ ଧିରେଧିରେ ଦୂର ହୋଇଥାଏ ।

ମୂଳାକୁ ସାଧାରଣତଃ ଆମେ ଖାଦ୍ୟରେ ବ୍ୟବହାର କରିଥାଉ, କିନ୍ତୁ ଆପଣ ଜାଣନ୍ତି କି ପାଦ ପାଇଁ ମଧ୍ୟ ମୂଳା ବହୁତ୍ ଲାଭଦାୟକ । ମୂଳାକୁ ଧୋଇ ଗ୍ରେଡ କରି, ଆପୁଲ ସିଡର୍ ଭିନେଗାର୍ ମିଶାଇ, ସେହି ମିଶ୍ରଣକୁ ଏକ କାଚ ଜାର୍‌ରେ ଭର୍ତ୍ତୀ କରି ଗୋଟେ ସପ୍ତାହ ଯାଏଁ ଏହାକୁ ଅଲଗା ରଖି ଦିଅନ୍ତୁ । ଏକ ସପ୍ତାହ ପରେ, ଏହାକୁ ନେଇ ପାଦରେ ଏବଂ ତ୍ୱଚାରେ ଦାଗ ହୋଇଥିବା ସ୍ଥାନରେ ଲଗାଇବେ । ୧୫ ରୁ ୨୦ ମିନିଟ୍ ରଖିବା ପରେ ତ୍ୱଚାକୁ ଧୋଇବେ । କିଛି ଦିନ ଏପରି କରିବା ପରେ, ଫଳାଫଳ ନିଜେ ଅନୁମାନ କରିପାରିବେ ।

Post a Comment

0 Comments