କେମିତି ଦୂର ହେବ କୁଣ୍ଡଳୀର ମଙ୍ଗଳ ଦୋଷ
ମଙ୍ଗଳ ଖରାପ ହେଲେ କି ସମସ୍ୟା ହୋଇଥାଏ ଓ ଏହାର ସମାଧାନର ସୂତ୍ର କ’ଣ । ମାଙ୍ଗଳିକ ଦୋଷ ସମାପ୍ତ କରିହେବନି କିନ୍ତୁ କିଛି ଉପାୟରେ ଏହାର ପ୍ରଭାବ ନିଶ୍ଚୟ କମ କରାଯାଇ ପାରିବ |
କୁଣ୍ଡଳୀରେ ମାଙ୍ଗଳିକ ଦୋଷ ଥିଲେ ଏହି ଉପାୟ କରିପାରିବେ
- ମାଙ୍ଗଳିକ ଦୋଷ ଥିଲେ ଜାତକ ମାଙ୍ଗଳିକ ଦୋଷ ଥିବା ଜାତକ ସହିତ ବିବାହ କରିବା ଉଚିତ୍ । ଏଥିରେ ବୈବାହିକ ଜୀବନରେ ମାଙ୍ଗଳିକ ଦୋଷର ପ୍ରଭାବ କମ୍ ହୋଇଯାଏ ।
- ଯଦି ମାଙ୍ଗଳିକ ଜାତକ ଅନ୍ୟ ମାଙ୍ଗଳିକ ଦୋଷ ନଥିବା ଜାତକ ସହିତ ବିବାହ କରିବାକୁ ଇଛା କରେ ତେବେ ମାଙ୍ଗଳିକ ଜାତକକୁ ଅଶ୍ଵସ୍ଥବୃକ୍ଷ ବିବାହ, କୁମ୍ଭ ବିବାହ, ସାଳଗ୍ରାମ ବିବାହ, ମଙ୍ଗଳ ଯନ୍ତ୍ର ପୂଜା କରିବା କିମ୍ବା ବଗଳାମୁଖୀଯନ୍ତ୍ର ପୂଜା କରିବା ଉଚିତ୍ । ଏହି ଉପାୟରେ ମାଙ୍ଗଳିକ ଦୋଷର ପ୍ରଭାବ ଦୂର ହୋଇଯାଏ ।
- ଏହାବ୍ୟତୀତ ଅନେକଥର ମାଙ୍ଗଳିକ ବ୍ୟକ୍ତିଙ୍କ ବିବାହ ସ୍ଥିର ହେବା ଦ୍ୱାରା ପ୍ରଥମ ତାଙ୍କ ବିବାହ ମାଠିଆ , ଗଛ କିମ୍ବା ମୂର୍ତ୍ତି ସହ କରାଯାଏ। ଏଭଳି କରିବା ଦ୍ୱାରା ଦମ୍ପତ୍ତିଙ୍କ ଉପରେ ମାଙ୍ଗଳିକ ଦୋଷର କୌଣସି ପ୍ରଭାବ ପଡେ ନାହିଁ ବୋଲି ବିଶ୍ଵାସ କରାଯାଏ।
- ଏଥିସହିତ , ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ମଙ୍ଗଳ ଦୋଷ ରହିଥାଏ , ତାଙ୍କୁ ବିଦ୍ୱାନ ମାନେ ମୁଣ୍ଡ ପାଖରେ ରୂପାର ବାସନରେ ପାଣି ରଖି ଶୋଇବାକୁ ପରାମର୍ଶ ଦେଇଥାନ୍ତି। ଏଭଳି କରିବା ଦ୍ୱାରା ସେମାନଙ୍କ ମଧ୍ୟରେ ମତଭେଦ ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
- ଯଦି ମାଙ୍ଗଳିକ ଦୋଷଥିବା କନ୍ୟାର ବିବାହ ମାଙ୍ଗଳିକ ଦୋଷ ନଥିବା ବ୍ୟକ୍ତି ସହିତ ହୁଏ, ତେବେ ଏହି ଦୋଷ ନିବାରଣ ହେତୁ ମଙ୍ଗଳା ଗୌରୀ ଓ ବଟସାବିତ୍ରୀ ବ୍ରତ କରିଲେ ସୌଭାଗ୍ୟ ପ୍ରଦାନ କରିଥାନ୍ତି ।
- ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଲେ ସବୁ କଷ୍ଟ ନିବାରଣ ହୋଇଥାଏ ।
- ପ୍ରତ୍ୟେକ ମଙ୍ଗଳବାର ଦିନ ବ୍ରତ ରଖିବା ସହ ପ୍ରତ୍ୟେକ ମାସରେ ଥରେ ମଙ୍ଗଳା ମନ୍ଦିରକୁ ଯାଇ ମାଆଙ୍କୁ ଦର୍ଶନ କରି କିଛି ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିଦେବା ଉଚିତ୍ । ଏହା କରିବା ଦ୍ଵାରା ମଙ୍ଗଳଙ୍କ ପ୍ରଭାବ କମ୍ ହୋଇଯାଏ ।
ମଙ୍ଗଳ ଦୋଷ ଦୂର ପାଇଁ ମଙ୍ଗଳବାର ଦିନ କରନ୍ତୁ ଏହି ଉପାୟ
- ମଙ୍ଗଳବାର ଦିନ ଦୁଈମୁଠା ମସୁର ଡାଲି, ଲାଲ ରଙ୍ଗର କପଡାରେ ବାନ୍ଧି ଭିକାରୀଙ୍କୁ ଦେଲେ ଏହି ଦୋଷର ପ୍ରଭାବ କମ୍ ହୋଇଥାଏ ଓ ବିବାହ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
- ଏହି ଦିନ ଗହମ, ମସୁର ଡାଲି, ତମ୍ବା, ସୁନା, ନାଲିଫୁଲ, ନାଲି ବସ୍ତ୍ର, ଲାଲ ଚନ୍ଦନ, କସ୍ତୁରୀ, ଲାଲ ବଳଦ ଓ ଭୂମି ଆଦି ଦାନ କରିବା ଉଚିତ୍ । ଏହାଦ୍ୱାରା ମଙ୍ଗଳଙ୍କ ପ୍ରଭାବ କମ୍ ହୋଇଥାଏ ।
- ପ୍ରତି ମଙ୍ଗଳବାର ଦିନ ଲାଲ ମସୁର ଡାଲି ଦାନ କରନ୍ତୁ, ଗୁଡ ମଧ୍ୟ ଦାନ କରିପାରିବେ |
- ମଙ୍ଗଳବାର ଦିନ ଗରିବ କିମ୍ବା ଶ୍ରମିକଙ୍କୁ ଖାଇବାକୁ ଦିଅନ୍ତୁ |
- ଦିନକୁ ଥରେ ବିନା ଲୁଣର ଭୋଜନ କରିବା ଉଚିତ।
- ଏହାଛଡା ମାଛମାଂସ ଠାରୁ ଦୂରେଇ ରହିବା ଆବଶ୍ୟକ ।
ହନୁମାନ ଭଗବାନଙ୍କ ପୂଜା କରନ୍ତୁ
- ପ୍ରତ୍ୟେକ ମଙ୍ଗଳବାର ଦିନ ବ୍ରତ ରଖିବା ସହ ଶ୍ରୀ ହନୁମାନ ମନ୍ଦିରକୁ ଯିବା ଉଚିତ୍ । ହନୁମାନ ଭଗବାନଙ୍କୁ ପୂଜା କରି ମଙ୍ଗଳଙ୍କ ପ୍ରଭାବ କମ୍ କରିପାରିବା ।
- ଏଥିପାଇଁ ଆପଣଙ୍କୁ ମଙ୍ଗଳବାର ଦିନ ହନୁମାନ ଭଗବାନଙ୍କ ମନ୍ଦିରକୁ ଯାଇ ଭଗବାନଙ୍କ ପାଦ ପାଖରେ ଲାଲ ରଙ୍ଗର ଗୋଟିଏ ଫୁଲ ଅର୍ପଣ କରନ୍ତୁ ଓ ୧୧ ଥର ପ୍ରଭୁ ହନୁମାନଙ୍କ ନାମକୁ ଜପ କରନ୍ତୁ । ହନୁମାନଙ୍କ ପାଦରୁ ସିନ୍ଦୁର ନେଇ କପାଳରେ ଲଗାଇବା ଆବଶ୍ୟକ ।ଏଭଳି କରିଲେ ଆପଣଙ୍କୁ ଏହି ଦୋଷରୁ ମୁକ୍ତି ମିଳିଯିବ ।
- ପ୍ରତି ମଙ୍ଗଳବାର ଦିନ ହନୁମାନଙ୍କ ଚରଣରେ ତୁଳସୀ ପତ୍ରରେ ସିନ୍ଦୁରରେ ଶ୍ରୀରାମ ଲେଖି ଅର୍ପଣ କରନ୍ତୁ
- ମାଙ୍ଗଳିକ ଦୋଷ ଜାତକ ପ୍ରତିଦିନ ଶ୍ରୀ ହନୁମାନ ଚାଳିଶା ପାଠ ଏବଂ ସୁନ୍ଦରକାଣ୍ଡ ପାଠ କରନ୍ତୁ, ଶ୍ରୀ ଗଣେଶଙ୍କୁ ପୂଜା କରିବା ଓ ମଙ୍ଗଳ ଯନ୍ତ୍ର ପୂଜା କରିଲେ ଲାଭ ମିଳିଥାଏ । ଯଦି ପ୍ରତିଦିନ ସମ୍ଭବ ନୁହେଁ ତେବେ ପ୍ରତି ମଙ୍ଗଳବାର ପାଠ କରନ୍ତୁ |
ଭଗବାନ କୃଷ୍ଣଙ୍କୁ ପୂଜା କରନ୍ତୁ
ମଙ୍ଗଳବାର ଦିନ ଭଗବାନ କୃଷ୍ଣଙ୍କୁ ପୂଜା କରିଲେ ଆପଣଙ୍କୁ ବିଶେଷ ଫଳ ମିଳିଥାଏ ଓ ଯଦି ଏହି ଦିନ ଅର୍ଥାତ ମଙ୍ଗଳବାର ଦିନ ଭଗବାନ କୃଷ୍ଣଙ୍କୁ ପୂଜା ଭକ୍ତିପୂତ ଭାବରେ ଓ ନିର୍ମଳ ହୃଦୟରେ କରିଥାଅ, ତେବେ ମଙ୍ଗଳ ଦୋଷ ଆପଣଙ୍କ କୁଣ୍ଡଳୀ ଠାରୁ ଦୁରେଇ ଯାଏ । ଏହି ଦିନ ପ୍ରଥମେ ଭଗବାନ କୃଷ୍ଣଙ୍କ ଏକ ଫୋଟକୁ ତୁଳସୀ ଗଛ ପାଖରେ ରଖି ତୁଳସୀ ଗଛ ଓ କୃଷ୍ଣ ଭଗବାନଙ୍କୁ ଏକାଥରେ ଆରାଧନା କରନ୍ତୁ ।
ଗୁଡ଼ ଓ ଚଣା ଖାଇବାକୁ ଦିଅନ୍ତୁ
- ଯେଉଁ ଲୋକଙ୍କ କୁଣ୍ଡଳୀରେ ମଙ୍ଗଳ ଦୋଷ ଥାଏ, ସେହି ଲୋକ ମଙ୍ଗଳବାର ଦିନ ମାଙ୍କଡ଼କୁ ଚଣା ଓ ଗୁଡ଼ ଖାଇବାକୁ ଦିଅନ୍ତୁ ।
- ଏହା ସହ ଆପଣ ଏହି ଦିନ ଗାଈକୁ ରୋଟି ସହ ଗୁଡ଼ ଖାଇବାକୁ ଦିଅନ୍ତୁ ।
- ଏହି ଉପାୟ କରିବା ଦ୍ୱାରା ଆପଣଙ୍କ କୁଣ୍ଡଳୀରେ ଥିବା ମଙ୍ଗଳ ଦୋଷ ଧୀରେ-ଧୀରେ ସମାପ୍ତ ହେବାକୁ ଲାଗିଥାଏ ।
ଶିବ ଲିଙ୍ଗର ପୂଜା କରନ୍ତୁ
- ଭଗବାନ ଶିବଙ୍କୁ ଭକ୍ତିପୂତ ଭାବରେ ଆରାଧନା କରି ଯେକୌଣସି ବି ଦୋଷରୁ ମଧ୍ୟ ମୁକ୍ତି ପାଇପାରିବ ।
- ଏଥିପାଇଁ ମଙ୍ଗଳବାର ଦିନ ଶିବ ଲିଙ୍ଗକୁ ପୂଜା କରନ୍ତୁ ଓ ଶିବ ଲିଙ୍ଗ ଉପରେ ଲାଲ ମସୁର ଡାଲି ଓ ନାଲି ରଙ୍ଗର ଫୁଲ ବା ଲାଲ ଗୋଲାପ ଫୁଲ ଅର୍ପଣ କରନ୍ତୁ ।
- ପୂଜା ହେବା ପରେ ଶିବ ଲିଙ୍ଗ ପାଖରେ ଗୋଟିଏ ଘିଅ ଦୀପ ଜଳାନ୍ତୁ । ଏଭଳି କରିଲେ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ଓ ମଙ୍ଗଳ ଦୋଷର ପ୍ରଖରତା କମିଯାଏ ।
ନଦୀରେ ଏହି ଜିନିଷ ଗୁଡ଼ିକୁ ପ୍ରବାହିତ କରନ୍ତୁ
ଯେଉଁ ଲୋକଙ୍କ କୁଣ୍ଡଳୀରେ ମଙ୍ଗଳ ଦୋଷ ଅଛି; ସେହି ଲୋକ ମଙ୍ଗଳବାର ଦିନ ଗୋଟିଏ ଲାଲ ରଙ୍ଗର କପଡ଼ାରେ ଅଳ୍ପ କୁମକୁମ୍, ମସୁର ଡାଲି, ଗୋଟିଏ ଲାଲ ଫୁଲ ଓ ଯେକୋୖଣସି ବି ମିଠା ଗୋଟିଏ କପଡ଼ାକୁ ବାନ୍ଧି ନଦୀରେ ପ୍ରବାହିତ କରି ଦିଅନ୍ତୁ । ଏହି ଉପାୟ କରିବା ତୁରନ୍ତ ଆପଣଙ୍କ ମଙ୍ଗଳ ଦୋଷ ଦୁରେଇ ଯିବ ।
ତୁଲସୀ ଗଛର ପୂଜା କରନ୍ତୁ
- ମଙ୍ଗଳବାର ଦିନ ସନ୍ଧ୍ୟାରେ ଆପଣ ତୁଳସୀ ଗଛର ପୂଜା କରନ୍ତୁ । ଏହାଛଡା ଆପଣ ଲାଲ ରଙ୍ଗ ଫୁଲର ଗଛ ଲଗାନ୍ତୁ ଓ ଭଲ ଭାବରେ ଲଗାଇଥିବା ଗଛର ଯତ୍ନରେ ରଖନ୍ତୁ ।
- ଏହି ଗଛରୁ ଯେଉଁ ଫୁଲ ବାହାରି ଥାଏ, ତାହାକୁ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ଅର୍ପଣ କରନ୍ତୁ । ଏହି ଉପାୟ କରିଲେ, ମଙ୍ଗଳ ଦୋଷର ଖରାପ ପ୍ରଭାବ ଜୀବନ ଉପରେ ପଡ଼ିବ ନାହିଁ ।
ସବୁପରେ ଉପୋରକ୍ତ ବିଧାନ କରିବାକୁ ଅକ୍ଷମ ହେଲେ ପ୍ରାଣ ପ୍ରତିଷ୍ଠିତ ସଂପୂର୍ଣ୍ଣ ବଗଳାମୁଖୀ ଯନ୍ତ୍ର ସାରାଜୀବନ ପୂଜା କରିଚାଲିଲେ ମଙ୍ଗଳଦୋଷ ଖଣ୍ଡନ ହୋଇ ଦାମ୍ପତ୍ୟ ଜୀବନ ସୁଖମୟ ହେବାସହ ଭବିଷ୍ୟତ ବଂଶଧର ମାନଙ୍କର ଉନ୍ନତି ହେବ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ ।


0 Comments
Do you have any doubts or suggestions? Ask them here in the comments!