ହୋଲିରେ ରାଶି ଅନୁଯାୟୀ ରଙ୍ଗର ପ୍ରୟୋଗ

ହୋଲିରେ ରାଶି ଅନୁଯାୟୀ ରଙ୍ଗର ପ୍ରୟୋଗ

ଗ୍ରହଙ୍କ ପ୍ରଭାବ ସବୁବେଳେ ଜୀବନରେ ଉପରେ ପଡିଥାଏ ଏବଂ ଜ୍ୟୋତିଷଙ୍କର ଅନୁସାରେ ଗ୍ରହଙ୍କ ସ୍ଥିତି ଅନୁସାରେ ଲୋକଙ୍କ ଜୀବନରେ ଶୁଭତା ଏବଂ ଅଶୁଭତାର ପ୍ରକୋପ ବି ପଡିଥାଏ ତ ହୋଲିର ଖାସ ଅବସର ଉପରେ ଯଦି ଆମେ ଜ୍ୟୋତିଷଙ୍କ କଥା ହେବା ତେବେ କିଛି ରାଶିଙ୍କ ଜୀବନରେ ହେବ ବହୁତ ବଡ଼ ପରିବର୍ତ୍ତନ। ତେବେ ହୋଲି ଦିନ ରାଶି ଅନୁଯାୟୀ, ରଙ୍ଗ ଚୟନ କରି ଖେଳିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।

ମେଷ ରାଶି

ଏହି ରାଶିର ବ୍ୟକ୍ତି ଓ ମହିଳା ଲାଲ ଓ ହଳଦିଆ ରଙ୍ଗ ଖେଳି ହୋଲି ପର୍ବକୁ ପାଳନ କରନ୍ତୁ। ଏହି ରଙ୍ଗରେ ହୋଲି ଖେଳିବା ଦ୍ୱାରା ଆପଣଙ୍କ ଜୀବନରେ ପ୍ରେମ ଓ ସକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ।

ହୋଲିରେ ଯଦି ଆପଣ ଖେଳରେ ନାରଙ୍ଗୀ ରଙ୍ଗର ବ୍ୟବହାର କରିବେ କିମ୍ବା ନାରଙ୍ଗୀ ରଙ୍ଗର କପଡ଼ା ବି ପିନ୍ଧି ପାରିବେ ନାରଙ୍ଗୀ ରଙ୍ଗର ଗୋଲାପ ବି ବ୍ୟବହାର କରି ପାରିବେ କିମ୍ବା ନାରଙ୍ଗୀ ରଙ୍ଗର ମିଠା ବି ଖାଇ ପାରିବେ। ପ୍ରଗତି ନିଶ୍ଚୟ କରିବେ।

ବୃଷ ରାଶି

ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଧଳା ରଙ୍ଗର ବସ୍ତ୍ର ପିନ୍ଧି ନାରଙ୍ଗୀ ଓ ବାଇଗଣୀ ରଙ୍ଗରେ ହୋଲି ଖେଳିବା ଉଚିତ। ଏପରି କରିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।

ହୋଲି ଦିନ ଗୋଲାପୀ ରଙ୍ଗର ବହୁତ ବ୍ୟବହାର କରିବେ। ଦାମ୍ଫତ୍ୟ ଜୀବନରେ ଯେଉଁ ଅଳ୍ପ ଟେନସନ ଚାଲିଛି ତାହା ଶେଷ ହେବ। ସୁଖ ବଢିବ। 

ମିଥୁନ ରାଶି

ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ସବୁଜ ରଙ୍ଗରେ ହୋଲି ଖେଳିବା ଉଚିତ। ଏପରି କରିବା ଦ୍ୱାରା ସମ୍ପର୍କରେ ମଧୁରତା ଆସିବା ସହ ମାନସମ୍ମାନ ବୃଦ୍ଧି ହୋଇଥାଏ।

ହୋଲିର ଯଦି ଆପଣ ସବୁଜ ରଙ୍ଗର ବସ୍ତ୍ର ପରିଧାନ କରିବେ ସବୁଜ ରଙ୍ଗର ମିଠା ଯଦି ଆପଣ ବ୍ୟବହାର କରିବେ ତ ଆପଣଙ୍କ ପାଇଁ ଭଲ ରହିବ। କାରଣ ସବୁଜ ରଙ୍ଗ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଆପଣଙ୍କ ମନସ୍କାମନା ପୂରଣ ହେବ। ଖୁସି ଆସିବ।

କର୍କଟ ରାଶି

ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଧଳା ପୋଷାକ ପିନ୍ଧି ହୋଲି ଖେଳିବା ଉଚିତ। ଏପରି କରିବା ଦ୍ୱାରା ଧନ,ଯଶ ଓ ଶାନ୍ତି ପ୍ରାପ୍ତି ହୋଇଥାଏ।

ଧଳା ରଙ୍ଗର ଅଭିର ବ୍ୟବହାର କରିବେ। କିମ୍ବା ଲାଇଟ ହଳଦିଆ ବି ବ୍ୟବହାର କରିପାରିବେ ମାନସିକ ଚାପ ଯେଉଁ ଅଛି ଚିନ୍ତା ଅଛି ଯାହା ଅଳ୍ପ ଟିକେ ଆପଣଙ୍କ ମନ ବହୁତ ଅଧିକ ପ୍ରେସର ଭରା ଅଛି ତ ଆପଣ ସେଥିରୁ ମୁକ୍ତି ପାଇବେ। ଆଉ ଆପଣଙ୍କ ମନ ବି ଭଲ ରହିବ।

ସିଂହ ରାଶି

ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ସୁନେଲି, ହଳଦିଆ, ଲାଲ, ନାରଙ୍ଗୀ ରଙ୍ଗରେ ହୋଲି ଖେଳିବା ଉଚିତ। ଏପରି କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହେବା ସହ ଅନ୍ୟମାନଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ ହୋଇଥାଏ।

ହୋଲି ସମୟରେ ଆପଣ ଚାହୁଁଛନ୍ତି କି ଆପଣଙ୍କ ଧନ ମାନ ସମ୍ମାନ ବଢ଼ିଯାଉ ତ ଲାଲ ରଙ୍ଗର ବ୍ୟବହାର କରନ୍ତୁ। ଲାଲ ବସ୍ତ୍ର ଲାଲ ମିଠା ଲାଲ ଅଭିର ବ୍ୟବହାର କରନ୍ତୁ। ଆପଣଙ୍କ ପାଇଁ ଭଲ ରହିବ।

କନ୍ୟା ରାଶି

ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ସବୁଜ, ନାରଙ୍ଗୀ ରଙ୍ଗରେ ହୋଲି ଖେଳିବା ଉଚିତ। ଏହି ରଙ୍ଗରେ ହୋଲି ଖେଳିବା ଦ୍ୱାରା ଆର୍ଥିକ ସଙ୍କଟ ଦୂର ହୋଇଥାଏ।

ଯଦି ଆପଣ ଷ୍ଟକ ମାର୍କେଟ ସହିତ ଜଡ଼ିତ ତେବେ ଆପଣଙ୍କ କାର୍ଯ୍ୟରେ ଲାଭ ମିଳିବ ଏବଂ ଏହା ସହିତ ଆପଣଙ୍କୁ ହଠାତ ଧନ ଲାଭ ମିଳିବାର ଯୋଗ ବି ବନୁଅଛି। ଆକାଶୀ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଆକାଶି ରଙ୍ଗର ଅଭିର ବ୍ୟବହାର କରନ୍ତୁ ଆପଣଙ୍କ ପାଇଁ ଭଲ ରହିବ।

ତୁଳା ରାଶି

ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଧଳା ଓ ହାଲକା ଗୋଲାପି ରଙ୍ଗର ପୋଷାକ ପିନ୍ଧି ହୋଲି ଖେଳିବା ଉଚିତ।

ସ୍ବାସ୍ଥ୍ୟର ବି ଧ୍ୟାନ ରଖନ୍ତୁ କିନ୍ତୁ ନିଜ ଜୀବନରେ ସୁଖ ଶାନ୍ତି ପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହୁ ତ ଆପଣ କ୍ରିମ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ହୋଲିରେ। ଏହା ଦ୍ବାରା ଜୀବନରେ ଶୁଭତ୍ୱ ବଢିଥାଏ ଭାଗ୍ୟ ଉଦୟ ହେବ।

ବିଛା ରାଶି

ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଲାଲ , ମେରୁନ, ହଳଦିଆ ରଙ୍ଗରେ ହୋଲି ଖେଳିବା ଉଚିତ। ଏପରି କରିବା ଦ୍ୱାରା ଆର୍ଥିକ ସଙ୍କଟ ଦୂର ହୋଇଥାଏ। 

ଆଉ ହୋଲିରେ ଆପଣ ଉନ୍ନତି ଚାହାନ୍ତି ତ କେଶର ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ତ ଆପଣଙ୍କର ପାଇଁ ଭଲ ରହିବ ଏବଂ କେଶର ରଙ୍ଗର ବ୍ୟବହାରରେ ଆପଣଙ୍କର ଭାଗ୍ୟ ଉଦୟ ବି ହେବ।

ଧନୁ ରାଶି

ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଲାଲ , ହଳଦିଆ ରଙ୍ଗର ବ୍ୟବହାର କରିବା ଉଚିତ। ଏପରି କରିବା ଦ୍ୱାରା ଆପଣଙ୍କ ସମ୍ପର୍କୀୟଙ୍କ ସହ ସୁସମ୍ପର୍କ ରହିବା ସହ ଜୀବନର ବିଭିନ୍ନ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଏହି ବର୍ଷ ହୋଲିରେ ଲାଲ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଲାଲ ରଙ୍ଗର ମିଠା ଲାଲ ରଙ୍ଗର ଅଭିର ବ୍ୟବହାର କରନ୍ତୁ। ଆପଣଙ୍କ ପାଇଁ ଭଲ ରହିବ। ଆପଣଙ୍କ ଜୀବନରେ ଖୁସି ଆସିବ।

ମକର ରାଶି

ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ନୀଳ, କଳା ରଙ୍ଗର ବ୍ୟବହାର କରିବା ଉଚିତ। ଏପରି କରିବା ଦ୍ୱାରା ଖୁବ ଶୀଘ୍ର ଆପଣ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ।

ହୋଲିରେ ନୀଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଆପଣଙ୍କ ପାଇଁ ଭଲ ରହିବ।

କୁମ୍ଭ ରାଶି

ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ କଳା, ବାଇଗଣୀ, ଲାଲ ରଙ୍ଗରେ ହୋଲି ଖେଳିବା ଉଚିତ। ଏପରି କରିବା ଦ୍ୱାରା କଠିନ ସମସ୍ୟାରୁ ମଧ୍ୟ ଆପଣ ସହଜରେ ମୁକ୍ତି ପାଇପାରିବେ।

ଥଣ୍ଡା ମାନସିକ ସମସ୍ୟା ଯଦି ଆପଣଙ୍କୁ ଚିନ୍ତିତ କରିବ ତ ହୋଲିରେ ଅଶୁଭତାକୁ ଦୂର କରିବା ପାଇଁ ବାଇଗଣି ରଙ୍ଗର ବ୍ୟବହାର କରନ୍ତୁ। ବାଇଗଣୀ ରଙ୍ଗର ବସ୍ତ୍ର ମିଠା ରଙ୍ଗ ବ୍ୟବହାର କରନ୍ତୁ। ଏହା ଆପଣଙ୍କ ପାଇଁ ଭଲ ରହିବ।

ମୀନ ରାଶି

ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ହଳଦିଆ ରଙ୍ଗରେ ହୋଲି ଖେଳିବା ଉଚିତ। ଏହି ରାଶିର ବ୍ୟକ୍ତି ଶିବଲିଙ୍ଗରେ ହଳଦିଆ ରଙ୍ଗ ଅର୍ପଣ କରିବା ପରେ ହୋଲି ଖେଳିବା ଶୁଭ ଦାୟକ। ଏପରି କରିବା ଦ୍ୱାରା ଧନ ଓଐଶ୍ୱର୍ୟ୍ୟ ପ୍ରାପ୍ତି ହୋଇଥାଏ।

ହୋଲିରେ ଆପଣ ହଳିଦିଆ ରଙ୍ଗର ବ୍ୟବହାର କରିପାରିବେ। ଏମିତି କରିଲେ ଭାଗ୍ୟ ମଜବୁତ ହେବ। ଭାଗ୍ୟ ବଳବାନ ହେବ। ହୋଲିର ଭସ୍ମକୁ ଯଦି ଆପଣ ନିଜ ମଥାରେ ଲଗାନ୍ତି ପ୍ରତିଦିନ ତ ଏମିତି କରିଲେ ଆପଣଙ୍କ ଜୀବନରେ ସୁଖ ଶାନ୍ତି ବଢିବ। ଧନ ବଢିବ। ଖୁସି ଅଧିକ ବଢିବ।

Post a Comment

0 Comments