ହୋଲି ଖେଳିବା ପୂର୍ବରୁ ଆପଣମାନଙ୍କ ପାଇଁ ଏହି ଟିପ୍ସ

ହୋଲି ଖେଳିବା ପୂର୍ବରୁ ଆପଣମାନଙ୍କ ପାଇଁ ଏହି ଟିପ୍ସ

ବର୍ଷକୁ ଥରେ ଆସେ ହୋଲି ପର୍ବ ଆମ ଦେଶବାସୀଙ୍କ ପାଇଁ ଏହା ଏକ ହର୍ଷଉଲ୍ଲାସର ଦିବସ | ହେଲେ ସଠିକ ଭାବରେ ଏହି ପର୍ବ ପାଳନ ନ କଲେ ଏହା ବେଳେ ବେଳେ ଡାକିଆଣିଥାଏ ଅନେକ ଅସୁବିଧା ଓ ବିପଦ | ଏହି ଭଳି ଏକ ଦିଗ ହେଲା ହୋଲିର ବ୍ୟବହାର କରାଯାଉଥିବା ରଙ୍ଗ | ତେଣୁ ହୋଲି ଖେଳିଲେ ବି ଅନେକ ଲୋକେ ତାକୁ ନିଜ ପରିବାର ଭିତରେ ସୀମିତ ରଖିଛନ୍ତି।

ଆସନ୍ତୁ ନଜର ପକାଇବା, ହୋଲି ଖେଳୁଥିଲେ ଆପଣ କେଉଁ କେଉଁ ଦିଗ ପ୍ରତି ନଜର ଦେବେ।

ରଙ୍ଗ କ'ଣ ବାଛିବେ  ?

  1. ଆଜିକାଲି ବଜାରରେ ଭଳିକି ଭଳି ରଂଗ ମିଳୁଛି। ତେବେ ଏସବୁ ରସାୟନିକ ପଦାର୍ଥରେ ତିଆରି ହୋଇଥିବାରୁ ତାହା ଶରୀର ପ୍ରତି ମାରାତ୍ମକ ସାବ୍ୟସ୍ତ ହୋଇଥାଏ। ତେଣୁ ଏଭଳି କୃତ୍ରିମ ରଂଗ ବ୍ୟବହାର ନକରି ପ୍ରାକୃତିକ ରଂଗରେ ହୋଲି ଖେଳିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
  2. ହୋଲି ରଂଗ ତିଆରିରେ ମାଲାକାଇଟ୍‌ ଗ୍ରୀନ୍‌, ରୋଢ଼ାମିନ୍‌, ଜେନ୍‌ସିଆନ୍‌ ଭାଓଲେଟ୍‌, ଲେଡ୍‌ ଅକ୍ସାଇଡ୍‌ (କଳାରଙ୍ଗ), କପର ସଲ୍‌ଫେଟ୍‌ (ଶାଗୁଆ ରଙ୍ଗ), ଆଲୁମିନିୟମ୍‌ (ସିଲଭର ରଙ୍ଗ) ମର୍କ୍ୟୁରି ସଲ୍‌ଫେଟ୍‌ (ଲାଲ ରଙ୍ଗ) ଆଦି ରସାୟନିକ ପଦାର୍ଥ ବ୍ୟବହାର ହୁଏ, ଯାହା ଆଖି ପାଇଁ ବିପଦ ସୃଷ୍ଟି କରିପାରେ।
  3. ଏହା ଚର୍ମକୁ ହାନି ପହଞ୍ଚାଇ ପାରେ। ରାସାୟନିକ ରଙ୍ଗ ପରିବର୍ତ୍ତେ ପ୍ରାକୃତିକ ରଙ୍ଗ / ନ୍ୟାଚୁରାଲ କଲର ବ୍ୟବହାର କରିପାରିବେ | ଏହା ଜୈବିକ ପଦାର୍ଥରେ ତିଆରି ହେବା ଯୋଗୁଁ ଚର୍ମକୁ କିଛି ହାନି କରିପାରେ ନାହିଁ | 
  4. ମୁଖ୍ୟତଃ ଛୋଟ ଶିଶୁ ଓ ବୃଦ୍ଧ ଲୋକଙ୍କ କ୍ଷେତ୍ରରେ ରାସାୟନିକ ରଙ୍ଗ ବାରଣ କରିବେ |
  5. ହୋଲି ଖେଳିବାକୁ ଚାହୁଁଥିଲେ ପ୍ରାକୃତିକ ରଙ୍ଗ, ଅର୍ଗାନିକ୍‌ ଅବିର, ଫଗୁ ଆଦି ବ୍ୟବହାର କରନ୍ତୁ।

ହୋଲି ଖେଳିବା ପୂର୍ବରୁ କ'ଣ କରିବେ ?

  1. ଯଦି ଆପଣ ହୋଲି ଖେଳୁଛନ୍ତି, ତେବେ ମୁହଁରେ ରଂଗ ଲଗାନ୍ତୁ ନାହିଁ।
  2. ଥଣ୍ଡା, ଛିଙ୍କ ବା କାଶ ହେଉଥିଲେ ହୋଲି ଆଦୌ ଖେଳନ୍ତୁ ନାହିଁ।
  3. ଦେହକୁ ଯଥା ସମ୍ଭବ ସମ୍ପୂର୍ଣ୍ଣ  ରୂପେ ଘୋଡ଼ାଇବାକୁ ଚେଷ୍ଟା କରନ୍ତୁ। 
  4. ହୋଲି ଖେଳିବା ପୂର୍ବରୁ ଦେହରେ ତେଲ ମାଲିସ କରିବାକୁ ମଧ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଦେହରେ ନଡ଼ିଆ ତେଲ ବୋଳି ଖେଳିବାକୁ ବାହାରନ୍ତୁ, ଯେପରି ରଙ୍ଗ ଚର୍ମରେ ସହଜରେ ଲାଗି ପାରିବ ନାହିଁ ଓ ହୋଲି ଖେଳିବା ପରେ ସହଜରେ ସଫା କରାଯାଇପାରିବ | 
  5. ଅଧିକ ସୁରକ୍ଷା ନିମନ୍ତେ ନଡ଼ିଆ ତେଲ ସହ ମଶ୍ଚରାଇଜର ମିଶାଇ ଲଗାଇ ପାରିବେ।

  • କେଶ ସୁରକ୍ଷା ନିମନ୍ତେ ପୁରୁଷମାନେ କେଶ ଛୋଟ କରିପାରିବେ ଓ ମୁଣ୍ତରେ ଟୋପି ପିନ୍ଧି ହୋଲି ଖେଳି ପାରିବେ। 
  • ମହିଳାମାନେ ମଧ୍ଯ ମୁଣ୍ତରେ ସାୱାର କ୍ୟାପ୍‌ ମୁଣ୍ଡରେ ଲଗାଇ ହୋଲି ଖେଳି ପାରିବେ। ମୁଣ୍ତରେ ନଡ଼ିଆ ତେଲ ଲଗାଇବାକୁ ଭୁଲିବେ ନାହିଁ।
  • ହୋଲି ଖେଳିବା ବେଳେ କାନରେ ତୁଳା ଦେଇ ହୋଲି ଖେଳିବେ ଯେପରି ରଙ୍ଗ କାନରେ ପଶିବ ନାହିଁ |

  1. ରଙ୍ଗ ସଂସ୍ପର୍ଶରେ ଆସିଲେ ଆଖି କୁଣ୍ଡେଇ ହୁଏ ଓ ଫୁଲିଯାଏ।
  2. ତେଣୁ ହୋଲି ରଙ୍ଗରୁ ଆଖିକୁ ରକ୍ଷା କରିବାକୁ ମୁହଁରେ ମାସ୍କ କିମ୍ବା ଚଷମା ବ୍ୟବହାର କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
  3. ଆଖିର ସୁରକ୍ଷା ପାଇଁ କଳା ଚଷମା ପିଛି ହୋଲି ଖେଳନ୍ତୁ | ଯଦି ଆଖିରେ ରଙ୍ଗ ପଶିଯାଉଛି, ତେବେ ଆଖିରେ ୧୦ରୁ ୧୫ ମିନିଟ ଧରି ସଫା ପାଣି ଛାଟନ୍ତୁ | ଯଦି ତଥାପି ଆଖିରେ କିଛି ଅସୁବିଧା ଲାଗେ, ନିକଟସ୍ଥ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ନ୍ତୁ।
  4. ମାସ୍କ ବା ଚଷମା ବ୍ୟବହାର ପରେ ବି ଆଖିରେ ଯନ୍ତ୍ରଣା ହେଲେ ତାକୁ ବିଶୁଦ୍ଧ ପାଣିରେ ଧୋଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
  5. ଯଦି ଆପଣ କଂଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି, ତେବେ ରଙ୍ଗ ଖେଳିବା ବେଳେ ଏହାକୁ କାଢ଼ି ରଖିଦିଅନ୍ତୁ।

  • ନଖ ସୁରକ୍ଷା ପାଇଁ ନଖ କଡ଼ରେ ଭ୍ୟାସେଲିନ୍‌ ଜେଲି ଲଗାଇ ହୋଲି ଖେଳନ୍ତୁ। ଏହାଦ୍ବାରା ନଖରେ ରଙ୍ଗ ରହିବ ନାହିଁ।
  • ସୂର୍ଯ୍ୟକିରଣରୁ ରକ୍ଷା ପାଇବା ପାଇଁ କିମ୍ବା ଅଧିକ ସମୟ ଖରାରେ ବୁଲି ଯଦି ହୋଲି ଖେଳୁଛନ୍ତି ତା'ହେଲେ ଦେହରେ SPF ୩୦ ଥିବା ସନ୍‌ସ୍କ୍ରି ନ ଲଗାଇ ପାରିବେ ଓ ଏହାକୁ ପ୍ରତି ୨ରୁ ୩ ଘଣ୍ଟାକୁ ଥରେ ପୁନର୍ବାର ଲଗାଇବେ।
  • କୌଣସି ନିଶାଦ୍ରବ୍ୟ ସେବନ କରି ହୋଲି ଝେଳନ୍ତୁ ନାହିଁ। ପ୍ରତିବର୍ଷ ଅନେକ ଲୋକ ନିଶାଦ୍ରବ୍ୟ ସେବନ କରି ହୋଲି ଖେଳିଥାଆନ୍ତି, ଫଳରେ ଦୁର୍ଘଟଣାର ଶିକାର ହୋଇଥାଆନ୍ତି।

ପୂର୍ବରୁ ଚର୍ମ ରୋଗ ଥିଲେ କ'ଣ କରିବେ ?

  1. ଯଦି ଆପଣ ଜଣେ ଚର୍ମ ରୋଗୀ, ତା' ହେଲେ ରଙ୍ଗଠାରୁ ଦୂରେଇ ରହନ୍ତୁ, କାରଣ ଏହା ଚର୍ମ ରୋଗକୁ ବଢ଼ାଇ ଦେଇପାରେ | ଯଦି ଏହା ସତ୍ୱେ ଆପଣ ହୋଲି ଖେଳୁଛନ୍ତି ତେବେ କୌଣସି ଅସୁବିଧା ହେଲେ ନିଜ ଚର୍ମ ବିଶେଷଜ୍ଞଙ୍କୁ ଦେଖା କରନ୍ତୁ |
  2. ହୋଲି ଖେଳିବା ସମୟରେ ରଙ୍ଗ ଓ ସୂର୍ଯ୍ୟକିରଣର ମିଳିତ ପ୍ରକ୍ରିୟାରେ ବେଳେବେଳେ ଚର୍ମରେ ଆର୍ଲଜି ହୋଇପାରେ, ଯାହା ଚର୍ମ ଲାଲ ପଡ଼ିବା, ଜଳିବା, ପୋଡ଼ିବା ଓ ଫୋଟକା ହେବା ଭଳି ଲକ୍ଷଣ ଦେଖାଇଥାଏ | ଯଦି ଆପଣଙ୍କ ଏହିଭଳି କିଛି ଲକ୍ଷଣ ଦେଖାଦିଏ, ତୁରନ୍ତ ଚର୍ମକୁ ସାବୁନରେ ଧୋଇବେ ଓ ନିକଟସ୍ଥ ଚର୍ମରୋଗ ବିଶେଷଜ୍ଞ ସହ ପରାମର୍ଶ କରିବେ |

ହୋଲି ଖେଳିବା ପରେ କ'ଣ କରିବ ?

  1. ନଖ ଉଷୁମ ପାଣିରେ ଗାଧୋଇବେ |
  2. ହାଲ୍‌କା ମାଲିସ୍‌ କରି ପ୍ରଥମେ ରଙ୍ଗ ଧୋଇବାକୁ ଚେଷ୍ଟା କରିବେ।
  3. ରଙ୍ଗ ଛଡ଼ାଇବାକୁ ଡ଼ିଟରଜେଣ୍ଟ କିମ୍ବା କିରୋସିନ / ପେଟ୍ରୋଲ ଭଳି ଦ୍ରବ୍ୟ ବ୍ୟବହାର କରିବେ ନାହିଁ | ଏହା ଚର୍ମକୁ ନଷ୍ଟ କରିପାରେ |
  4. pH  ବାଲାନ୍ସ ସାବୁନ / କ୍ଲିନଜର ବ୍ୟବହାର କରିପାରିବେ |
  5. ବଳକା ରଙ୍ଗକୁ ଛଡ଼ାଇବାକୁ ଅତ୍ୟଧିକ ମାତ୍ରାରେ ଚର୍ମକୁ ଘସିବେ ନାହିଁ |
  6. ଗାଧୋଇବା ପରେ ଚର୍ମ ସାଧାରଣତଃ ଶୁଷ୍କ ହୋଇଯାଏ। ତେଣୁ ଓଦା ଚର୍ମରେ ନଡ଼ିଆ ତେଲ ଓ ମଇଶ୍ଚରାଇଜର ଲଗାଇବୋ।
  7. ଧୈର୍ଯ୍ୟ ଧରି ୨ରୁ ୩ ଦିନ ଭିତରେ ରଙ୍ଗ ଦେହରୁ ଯିବାକୁ ଦେବେ |
  8. ହୋଲି ଖେଳୁଥିବା ସାଙ୍ଗସାଥୀ ଖେଳ ପରେ ଏକା ସାଙ୍ଗରେ ଜଳାଶୟରେ ଗାଧେଇବା ସ୍ବାଭାବିକ କଥା। ଏକା ସାଂଗରେ ଗାଧୋଇବାକୁ ବାରଣ କରାଯାଇଛି।
  9. ସେହିପରି ଆନନ୍ଦର ପର୍ବ ହୋଲିରେ ଆଲିଙ୍ଗନ ଓ କରମର୍ଦ୍ଦନ ନ କରିବାକୁ କୁହାଯାଇଛି।
  10. ଏକାଠି ହୋଇ ଭିଡ଼ରେ ହୋଲି ଖେଳିବା ପରିବର୍ତ୍ତେ ନିଜ ଘର ଭିତରେ ସୀମିତ ପରିବେଶରେ ହୋଲି ଖେଳିବାକୁ କୁହାଯାଇଛି।
  11. ସେହିପରି ହୋଲିରୁ ଦୂରେଇ ରହିବାକୁ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଉପରୋକ୍ତ ସାବଧାନତା ଅବଲମ୍ବନ କଲେ ହୋଲିକୁ ଆମେ ସୁଖ ଶାନ୍ତିରେ ଉପଭୋଗ କରିପାରିବା

Post a Comment

0 Comments