ହୋଲି ଦିନ କ'ଣ କରିବା ଉଚିତ ଏବଂ କ'ଣ କରିବା ଉଚିତ ନୁହଁ

ହୋଲି ଦିନ କ'ଣ କରିବା ଉଚିତ ଏବଂ କ'ଣ କରିବା ଉଚିତ ନୁହଁ



ପ୍ରତିବର୍ଷ ଫାଲଗୁନ୍‌ ମାସର ପୂର୍ଣ୍ଣିମା ତିଥିରେ ଦୋଳ ପର୍ବ ପାଳିତ ହୁଏ। ଏହାର ପରଦିନ ପଡ଼େ ରଙ୍ଗର ପର୍ବ ହୋଲି। ହୋଲି ଦିନ କ'ଣ କରିବା ଉଚିତ ଏବଂ କ'ଣ କରିବା ଉଚିତ ନୁହଁ ଜାଣନ୍ତୁ ...

ହୋଲି ଦିନ କ'ଣ କରିବା ଉଚିତ

  1. -ଧନ ଲାଭ ପାଇଁ ଚନ୍ଦନର କାଠ ପକାନ୍ତୁ।
  2. -ରୋଜଗାର ପ୍ରାପ୍ତି ପାଇଁ ସୋରିଷ ପକାନ୍ତୁ। 
  3. -ଯଦି ଆପଣ ନିଜର ଚାକିରି, ବ୍ୟବସାୟ କିମ୍ବା କ୍ୟାରିୟକୁ ନେଇ ସନ୍ତୁଷ୍ଟ ନାହାନ୍ତି। କଠିନ ପରିଶ୍ରମ ପରେ ବି ସଫଳତା ହାସଲ କରିପାରୁ ନାହାନ୍ତି, ତେବେ ହୋଲିକା ଦହନ ପୂଜା ବେଳେ ନଡିଆକୁ ନିଆଁରେ ପକାନ୍ତୁ। ଏହାପରେ ୭ଥର ହୋଲିକାର ପରିକ୍ରମା କରନ୍ତୁ।
  4. -ହୋଲି ଉତ୍ସବ ହୋଲିକା ଦହନରୁ ଆରମ୍ଭ ହୋଇଥାଏ। ଏଭଳି ସ୍ଥିତିରେ ଯଦି ଆପଣ ଆର୍ଥିକ ସ୍ଥିତିକୁ ସୁଧାରିବାକୁ ଚାହାନ୍ତି ଓ ଘରେ ସୁଖ ଶାନ୍ତି ଚାହାନ୍ତି ତେବେ ହୋଲିକା ଦହନ ପୂଜା ବେଳେ ପ୍ରସାଦ ଭାବରେ ମିଠା ଭୋଗ କରନ୍ତୁ।
  5. -ଭଲ ସ୍ୱାସ୍ଥ୍ୟ ପାଇଁ ଅଗ୍ନିରେ କଳା ତିଳ ପକାନ୍ତୁ।
  6. -ଯଦି ମନରେ ଖରାପ ଚିନ୍ତା ଓ ଅଜଣା ଭୟ ରହିଛି ତେବେ ହୋଲିକା ଦହନ ପୂଜା ବେଳେ ଏକ ଶୁଖିଲା ନଡିଆ, କଳା ରାଶି ଓ ସୋରିଷ ତେଲକୁ ନେଇ ନିଜ ମୁଣ୍ଡ ଉପରେ ୭ ଥର ଛୁଆଁଇ ନିଆଁରେ ପକାଇ ଦିଅନ୍ତୁ।
  7. -ରୋଗରୁ ମୁକ୍ତି ପାଇବା ପାଇଁ ସବୁଜ ଗୁଜୁରାତି ଏବଂ କର୍ପୁର ପକାନ୍ତୁ।
  8. -ଘରେ ଦୀର୍ଘ ସମୟ ଧରି ଖରାପ ସମୟ ଚାଲୁଥିଲେ, ଏଥିରୁ ମୁକ୍ତି ପାଇବାକୁ ହୋଲିର ପାଉଁଶକୁ ଘରକୁ ଆଣି ସେଥିରେ ସୋରିଷ ଓ ଗୋଟା ଲୁଣ ପକାନ୍ତୁ। ଏହାପରେ ସବୁଠାରୁ ଶୁଦ୍ଧ ସ୍ଥାନରେ ରଖନ୍ତୁ। ଏହାଫଳରେ ଘରର ନକାରତ୍ମକ ଶକ୍ତି ଦୂର ହୋଇଯିବ।
  9. -ବିବାହ ଶୀଘ୍ର ହେବା ପାଇଁ ବୈବାହିକ ଜୀବନରେ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯଜ୍ଞ ସାମଗ୍ରୀ ପକାନ୍ତୁ ଏବଂ ନକରାତ୍ମକ ଉର୍ଜାରୁ ମୁକ୍ତି ପାଇବା ପାଇଁ କଳା ସୋରିଷ ପକାନ୍ତୁ।
  10. -ହୋଲି ଦିନ ଗରିବ ଓ ଦରକାରୀ ଲୋକଙ୍କୁ ଦାନ କରିବା ଖୁବ୍ ଭଲ ବୋଲି କୁହଯାଏ। ଏଭଳି କରିବା ଦ୍ବାରା ଆପଣଙ୍କ ଦେହ ଭଲ ରହିବା ସହ ସମ୍ପତ୍ତି ବୃଦ୍ଧି ହୋଇଥାଏ ଏବଂ ସକରାତ୍ମକ ପ୍ରଭାବ ପଡିଥାଏ। କେବଳ ସେତିକି ନୁହେଁ ମାନସିକ ଶାନ୍ତି ମଧ୍ୟ ମିଳିଥାଏ। ଏଭଳି ସ୍ଥିତିରେ ହୋଲି ଦିନ ଦାନ ନିଶ୍ଚୟ କରନ୍ତୁ। 
  11. -ଏହି ଦିନ କଳା ଚଣାର ଦାନ କଲେ ବ୍ୟକ୍ତିର ଦୁଃଖ ଦାରିଦ୍ର୍ୟତା ଏବଂ ନକରାତ୍ମକତା ଦୂର ହୋଇଥାଏ ଏବଂ ତାର ଅଟକି ରହିଥିବା କାମ ବି ହେବାକୁ ଲାଗିଥାର।
  12. -ହୋଲିର ଦାହନ ଦିନ ଗାଈକୁ ସବୁଜ ଘାସ ଖାଇବାକୁ ଦେବା ଶୁଭ ହୋଇଥାଏ।
  13. -ଏହି ଦିନ ଘରକୁ ମାଟିର କଳସ ନିଶ୍ଚୟ ଆଣିବାକୁ ହେବ। ହୋଲିରୁ ହିଁ ମୌସୁମୀ ବଦଳିବାକୁ ଲାଗିଥାଏ। ଏମିତିରେ ଯଦି ଆପଣ ଏହି ଦିନ ଘରକୁ ମାଟିର କଳସ ଗରମ ପାଇଁ ଆଣିବାକୁ ଚିନ୍ତା କରୁଛନ୍ତି ତ ହୋଲି ଦିନ ବହୁତ ଶୁଭ ହୋଇଥାଏ।

ହୋଲି ଦିନ କ'ଣ କରିବା ଉଚିତ ନୁହେଁ

ଗୋଟେ ପୁତ୍ରର ମା କୁ ହୋଲିର ଅଗ୍ନି ଜଳେଇବା ଉଚିତ ନୁହେଁ। ଶାସ୍ତ୍ର ଅନୁସାରେ ଯେଉଁ ମାଙ୍କର ଗୋଟେ ପୁତ୍ର ଥିବ ତାଙ୍କୁ ହୋଲିର ଦାହନର ଅଗ୍ନି ଜଳେଇବା ଉଚିତ ନୁହେଁ। ହୋଲି ଦିନ ଆପଣଙ୍କୁ ଉପବାସ କରିବା ଉଚିତ। ଏହା ଦ୍ବାରା ଆପଣଙ୍କ ପୁତ୍ର ଏବଂ ସ୍ୱାମୀଙ୍କ ପାଇଁ ଅଧିକ ଲାଭଦାୟକ ମାନାଯାଏ।

ଯେଉଁ ମା ଦୁଇଟି ପୁତ୍ରର ମା ସେମାନେ ହୋଲିର ଦାହନ ଜଳେଇ ପାରିବେ। ହୋଲି ଦିନ ନିଜ ମଥାକୁ ଯେତେ ସମ୍ଭବ ଢାଙ୍କି କରି ରଖିବା ଉଚିତ। କାରଣ ଏହି ଦିନ ଅଧିକ ମାତ୍ରାରେ କଳା ଯାଦୁ କରାଯାଇ ଥାଏ ସେଥିପାଇଁ ଏହି ଦିନ ମୁଣ୍ଡ ଖୋଲା କରି ରଖିଲେ ଅଧିକ ନକରାତ୍ମକ ଉର୍ଜା ଆପଣଙ୍କ ଉପରେ ପ୍ରବେଶ କରିଥାଏ। ଏଥିପାଇଁ ହୋଲି ଦିନ ମହିଳା ମାନଙ୍କୁ ନିଜ କେଶକୁ ବାନ୍ଧି କରି କିମ୍ବା ମଥାକୁ ଢାଙ୍କି କରି ରଖିବା ଉଚିତ। ରାତିରେ ଶୋଇବା ସମୟରେ ବି ମହିଳା ମାନଙ୍କୁ ନିଜ କେଶକୁ ଖୋଲା କରି ଶୋଇବା ଉଚିତ ନୁହେଁ।

ହୋଲି ଦିନ କାହାରିକୁ ଟଙ୍କା ଋଣ ଦିଅନ୍ତୁ ନାହିଁ। ନଚେତ ଆପଣଙ୍କ ଘରର ଧନର ହାନି ହୋଇଥାଏ ଏବଂ ମା ଲକ୍ଷ୍ମୀ ଆପଣଙ୍କ ଘରୁ ଚାଲିଯିବେ। ମାନାଯାଏ ଯେ ଏହି ଦିନ କରଜ ଦିଆଯାଇଥିବା ଟଙ୍କା ଫେରସ୍ତ ମିଳିନଥାଏ। ଯଦି ଟଙ୍କା ଋଣରେ ଦିଆଯାଏ ତ ଏହା ସହିତ ୧ ଟଙ୍କାର କଏନ ନିଶ୍ଚୟ ଦିଅନ୍ତୁ। ଏହା ଦ୍ବାରା ଅଶୁଭତ୍ୱ ନଷ୍ଟ ହୋଇଯାଇଥାଏ।

ହୋଲିର ଦହନ ଦିନ କ'ଣ ଖାଇବା ଉଚିତ ହୋଇଥାଏ

  1. ଗହମ ଏବଂ ଗୁଡ଼ରେ ପ୍ରସ୍ତୁତ ମିଠା ରୋଟି। ଏହାକୁ ହୋଲିର ଦାହନର ଅଗ୍ନିରେ ସେକି ନେବେ ତ ଏହା ଦ୍ବାରା ଶୁଭ ଫଳ ମିଳିଥାଏ କାହିଁକିନା ଏମିତି ମାନ୍ୟତା ଅଛି ଯେ ହୋଲିର ଦହନରେ ମିଠା ରୋଟିର ପ୍ରସାଦ ଆନନ୍ଦରେ ଗ୍ରହଣ କରିବା ଉଚିତ। ଏଥିପାଇଁ ଆପଣ ଏହି ରୋଟିକୁ ଅଗ୍ନିରେ ନିଶ୍ଚୟ ଅର୍ପଣ କରନ୍ତୁ। ଏହା ଆଶୀର୍ବାଦ ସ୍ୱରୂପ ଘରର ସମସ୍ତ ସଦସ୍ୟଙ୍କୁ ସୁଖ ସମୃଦ୍ଧି ମିଳିଥାଏ। ଏଥିପାଇଁ ହୋଲିର ଦହନ ଦିନ ଅଗ୍ନିରେ ମିଠା ରୋଟିର ପ୍ରସାଦ ଅର୍ପଣ କରି ପୁରା ଘରର ସଦସ୍ୟଙ୍କୁ ରୋଟିର ପ୍ରସାଦକୁ ଖାଇବାକୁ ଦିଅନ୍ତୁ। 
  2. -ଯେବେ ଆପଣ ଅଗ୍ନିରେ ମିଠା ରୋଟି ଅର୍ପଣ କରିବେ ତ ସେହି ସମୟରେ ନିଜର ପାଦରେ ଚପଲ ରହିବା ଉଚିତ ନୁହେଁ। ନଚେତ ଏହା ଦ୍ବାରା ଅଗ୍ନିର ଅପମାନ ହୋଇଥାଏ।
  3. -ମିଠା ରୋଟି ଏବଂ ମାଖନ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିବା ଦ୍ୱାରା ଘରେ ଐଶ୍ୱର୍ଯ୍ୟର ପ୍ରାପ୍ତ ହୋଇଥାଏ ଏବଂ ସମସ୍ତ ପ୍ରକାରର ଦୁଃଖ ଦୂର ହୋଇଥାଏ।
  4. -କଳା ଚଣାର ସେବନ ନିଶ୍ଚୟ କରନ୍ତୁ। ଏହି ଦିନ ଚଣା ଖାଇଲେ ଆପଣ ଶନିଦେବଙ୍କ କୁଦୃଷ୍ଟିର ପ୍ରଭାବ ଧୀରେ ଧୀରେ ସମାପ୍ତ ହେବାକୁ ଲାଗିଥାଏ। 
  5. -ଭଗବାନ ଶ୍ରୀକୃଷ୍ଣଙ୍କୁ ସବୁଠାରୁ ଅଧିକ ପ୍ରିୟ ହୋଇଥାଏ କ୍ଷୀର ଦହି ଘିଅ ଏବଂ ମହୁରେ ପ୍ରସ୍ତୁତ ପଞ୍ଚାମୃତ। ହୋଲିର ଦାହନରେ ଦ୍ୱିତୀୟ ଦିନ ଅର୍ଥାତ ଯେଉଁ ଦିନ ରଙ୍ଗର ହୋଲି ଖେଳାଯାଏ ସେହି ଦିନ ପ୍ରାତଃ କାଳରେ ସ୍ନାନ ଆଦି ସାରି ଭଗବାନ ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାଇ ଘରର ସମସ୍ତ ସଦସ୍ୟଙ୍କୁ ସେହି ପଞ୍ଚାମୃତର ସେବନ କରାଇବା ଉଚିତ। ଏହା ଦ୍ବାରା ଆପଣଙ୍କ ଜୀବନରେ ବହୁତ ଉନ୍ନତି ହେବ ଆଉ ଘରର ସମସ୍ତ ସଦସ୍ୟଙ୍କୁ ବୈଭବ ଶାନ୍ତି ମୋକ୍ଷ ଏବଂ ଉନ୍ନତି ଏବଂ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

ହୋଲିର ଦହନ ଦିନ କେଉଁ ଜିନିଷ ଖାଇବା ଉଚିତ ନୁହେଁ

-ହୋଲିର ଦାହନ ଦିନ ଖାଇବାରେ ଧଳା ଜିନିଷର ସେବନ ଭୁଲରେ ବି କରନ୍ତୁ ନାହିଁ। କାରଣ ହୋଲିର ଦହନ ଦିନ ନକରାତ୍ମକ ଉର୍ଜାର ପ୍ରଭାବ ଅଧିକ ହୋଇଥାଏ। ଆଉ ଧଳା ଜିନିଷ ନକରାତ୍ମକ ଶକ୍ତିକୁ ଶୀଘ୍ର ଆକର୍ଷିତ କରିଥାନ୍ତି। ଏଥିପାଇଁ ଶାସ୍ତ୍ର ଅନୁସାରେ ହୋଲିର ଦହନ ଦିନ ଧଳା ରଙ୍ଗର ଜିନିଷର ଅଧିକ ସେବନ କରିବା ଉଚିତ ନୁହେଁ। ଏଥିପାଇଁ ଆପଣ ଏହିଦିନ କ୍ଷୀର ଦହି କଦଳୀ ଚାଉଳ ଏହିଭଳି ଜିନିଷର ସେବନ କରିବେ ନାହିଁ।

Post a Comment

0 Comments