ଦିଗ ଅନୁସାରେ ତାଲା ଲଗାନ୍ତୁ, ଘରକୁ ସୁରକ୍ଷା ଦେଇଥାଏ
ଘରେ ତାଲା ଲଗାଇବା ଦ୍ୱାରା ଆମ ଭିତରେ ସୁରକ୍ଷା ଭାବନା ଜାତ ହୋଇଥାଏ । ସାଧାରଣତଃ ବାହାରକୁ ଗଲା ବେଳେ ଘରର ସୁରକ୍ଷା ଦୃଷ୍ଟିରୁ ଆମେ ତାଲା ପକାଇଥାଉ । ତାଲା ବିନା କୌଣସି ଦୋକାନ କିମ୍ବା ଘର ପୂର୍ଣ୍ଣ ହୋଇନଥାଏ । ନିଜର ଅର୍ଜିତ ଧନକୁ ସୁରକ୍ଷିତ କରିବା ପାଇଁ ଲୋକମାନେ ସେମାନଙ୍କ ଘରର ଫାଟକ, ଟ୍ରେଜେରି, ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ତାଲା ପକାଇଥାନ୍ତି ।
ତେବେ ଅନେକ ସମୟରେ ଘରେ ବର୍ବାଦି ଭୁଲ ସ୍ଥାନରେ ତାଲା ଚାବି ପକେଇବା କାରଣରୁ ଆସିଥାଏ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଏ । ତେବେ ନିଜ ଘରର ସମସ୍ୟା ପାଇଁ ଭାଗ୍ୟକୁ ଦୋଷ ନଦେଇ । ବାସ୍ତୁଶାସ୍ତ୍ର ଅନୁସାରେ ତାଲା ଲଗାଇବାର କିଛି ନିୟମ ରହିଛି ଯାହାଦ୍ୱାରା ଆମ ଘରର ସୁରକ୍ଷା ବଢିଥାଏ । ଏହି କିଛିଟା ଦିଗ ପ୍ରତି ଧ୍ୟାନ ଦେଲେ ସୁଫଳ ପାଇବେ…
ସର୍ବଦା ଘରର ଦିଗ ପ୍ରତି ଧ୍ୟାନ ଦେଇ ତାଲା ଲଗାଇବା ଉଚିତ
ପୂର୍ବ ଦିଗ
- ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବ ଦିଗକୁ ସୂର୍ଯ୍ୟଙ୍କର ସ୍ଥାନ ବୋଲି କୁହାଯାଇଛି ଏବଂ ଏହି ଦିଗରେ ତମ୍ବା ତାଲା ବ୍ୟବହାର କରିବା ଉଚିତ୍।
- ଏହା ଦ୍ବାରା ଚୋରିର ଭୟ କମ୍ ରହିଥାଏ ଏବଂ ଘରର ସୁରକ୍ଷା ବଢ଼ିଯାଇଥାଏ।
- ଏହାସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଲାଭ ମିଳିବ।
ପଶ୍ଚିମ ଦିଗ
- ସେହିଭଳି ପଶ୍ଚିମ ଦିଗକୁ ଶନିଙ୍କର ସ୍ଥାନ ବୋଲି କୁହାଯାଇଛି। ଏଠାରେ ଲୁହାରେ ତିଆରି କଳା ରଙ୍ଗର ତାଲା ବ୍ୟବହାର କରନ୍ତୁ।
- ଏହା ଦ୍ବାରା ଆପଣଙ୍କ ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିବ ଏବଂ ଘରର ସୁରକ୍ଷା ବଢ଼ିବ। ଏପରି କରିବା ଦ୍ୱାରା ଘରେ ଚୋରର ଦୃଷ୍ଟି ଆପଣଙ୍କ ଘର ଉପରେ ପଡିବାର ସମ୍ଭାବନା କମ୍ ହୋଇଥାଏ।
- କେବଳ ଏତିକି ନୁହେଁ ଏହା ସହିତ ଏହି ଦିଗରେ ଭୁଲରେ ବି ତମ୍ବା ତାଲା ଲଗାନ୍ତୁ ନାହିଁ ନଚେତ୍ ଆପଣଙ୍କ ଘରର ସୁରକ୍ଷା ପ୍ରତି ବିପଦ ବଢିପାରେ।
ଉତ୍ତର ଦିଗ
- ଉତ୍ତର ଦିଗରେ ପିତ୍ତଳ ତାଲା ଲଗାଇଲେ ସୁରକ୍ଷା ଭଲ ହୋଇଥାଏ |
- ଯଦି ଏହି ଦିଗରେ ଧାତୁର ତାଲା ଲଗାଇବାକୁ ଚାହୁଁଛନ୍ତି ତେବେ, ଧ୍ୟାନ ରଖନ୍ତୁ ଯେ ଏହାର ରଙ୍ଗ ହାଲୁକା ସୁନେଲି ରଙ୍ଗ ହେବା ଆବଶ୍ୟକ।
ଦକ୍ଷିଣ ଦିଗ
- ଦକ୍ଷିଣ ଦିଗରେ ପାଞ୍ଚଟି ଧାତୁ ବିଶିଷ୍ଟ ତାଲା ଲଗାଇବା ଦ୍ୱାରା ସୁରକ୍ଷା ବଢିଥାଏ।
- ଯଦି ପାଞ୍ଚଟି ଧାତୁ ବିଶିଷ୍ଟ ନ ଥିବ ତେବେ ତାଲାରେ ନାଲୀ ଓ ହଳଦିଆ ରଙ୍ଗ ଲଗାଇ ବ୍ୟବହାର କରିପାରିବେ।
ଦୋକାନ
- ଦୋକାନ କିମ୍ବା ଅଫିସରେ ପଞ୍ଚ ଧାତୁର ଭାରି ତାଲା ଲଗାନ୍ତୁ। ତାଲା ଭାରି ହେବା ଦ୍ବାରା ଘରର ସୁରକ୍ଷା ବଢ଼ିଥାଏ।
- ଯଦି ପଞ୍ଚ ଧାତୁର ତାଲା ମିଳିବ ନାହିଁ ତେବେ ତାଲାରେ ଲାଲ କିମ୍ବା ଚେରି ରଙ୍ଗ ଚଢାଇକରି ଲଗାଇପାରିବେ ।
- ଏହାଦ୍ୱାରା ଚୋରି, କ୍ଷତିର ସମ୍ଭାବନା କମ୍ ହୋଇଥାଏ।


0 Comments
Do you have any doubts or suggestions? Ask them here in the comments!