ବର୍ଷା ଦିନେ ପାଦର ଯତ୍ନ କିପରି ନେବେ
ସୁସ୍ଥ ଏବଂ ସୁନ୍ଦର ରହିବା ସମସ୍ତଙ୍କ ପସନ୍ଦ । ଶରୀରରେ ଅନ୍ୟ ଅଙ୍ଗ ଭଳି ପାଦ ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥାଏ । କିନ୍ତୁ ଅନେକ ଏହା ପ୍ରତି ଯତ୍ନ ଦେବାକୁ ଭୁଲି ଯାଆନ୍ତି । । ଘରେ ଯେତିକି ଧ୍ୟାନ ଦିଆଯାଏ ବାହାରକୁ ବାହାରିଲେ ମଧ୍ୟ ସେତିକି ପ୍ରସ୍ତୁତ ହୋଇ ଯିବାକୁ ପଡେ । ବର୍ଷା ସମୟରେ ଏହା ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ |
ବର୍ଷାଦିନରେ ପାଣିରେ ସବୁଠୁ ଅଧିକ ଭିଜିଥାଏ ପାଦ। ଏହି ଦିନରେ ପାଦକୁ ଦରକାର ପଡ଼ିଥାଏ କିଛି ସ୍ୱତନ୍ତ୍ର ଯତ୍ନ। ପାଦର ଯତ୍ନ ନନେଲେ ପାଦ ଅସୁନ୍ଦର ଦେଖାଯାଇ ଥାଏ। ଓଦା ଯୋଗୁଁ ପାଦୁ କୁଣ୍ଡାଇ ମଧ୍ୟ ହୋଇଥାଏ। ତେଣୁ ଆପଣ ଯଦି କିଛି ଟିପ୍ସ ଆପଣେଇବେ ତେବେ ପାଦକୁ ବର୍ଷାଦିନରେ ମଧ୍ୟ ସୁନ୍ଦର ରଖିପାରିବେ।
- ବର୍ଷାରେ କୁଆଡ଼େ ଯାଇଥିଲେ ପ୍ରଥମେ ଆସି ରିମୋଭରରେ ପାଦର ନେଲପଲିସ ସଫା କରନ୍ତୁ। ତା ପରେ ଉଷୁମ ପାଣିରେ କିଛି ସମୟ ପାଦକୁ ବୁଡ଼ାଇ ରଖନ୍ତୁ। ଏମିତି କରିବା ଦ୍ୱାରା ପାଦର ମଲାଚମ ବାହାରି ଯାଇଥାଏ।
- ନଖକୁ ସର୍ବଦା ସଫା ରଖନ୍ତୁ । ଏହାକୁ ପ୍ରତିଦିନ କରିବା ସମ୍ଭବ ହୋଇନଥାଏ । ତେଣୁ ଯେତେବେଳେ ସମୟ ପାଉଛନ୍ତି ଏହାଳ ପ୍ରତି ଧ୍ୟାନ ଦିଅନ୍ତୁ ।
- ତା’ ପରେ ପାଦରେ ଚିନି ମହୁରେ ସ୍କ୍ରବ କରନ୍ତୁ। ସ୍କ୍ରବ କରି ସାରିବା ପରେ ନଖ ସାଇଜ କରି କାଟନ୍ତୁ।
- ଆପଣ ପାଦରେ ନଡ଼ିଆ ତେଲ ବି ଲଗାଇ ପାରିବେ। ଅଫିସ କିମ୍ବା ବାହାରକୁ ଯିବା ବେଳେ ଯଦି ପାଦ ଓଦା ହୋଇଯାଏ ତାହେଲେ ଭଲ ପାଣିରେ ପାଦ ଧୋଇ ଦିଅନ୍ତୁ।
- ବର୍ଷା ଦିନେ ଚମଡ଼ା, ଭେଲଭେଟ କିମ୍ବା ଫୋମ୍ରେ ତିଆରି ଜୋତା ପିନ୍ଧନ୍ତୁ ନାହିଁ । ଢ଼ିଲା ଜୋତା ପିନ୍ଧନ୍ତୁ । ଏହା ଦ୍ୱାରା ଓଦା ପାଦ ଶୀଘ୍ର ଶୁଖେ । ପାଦ ସଂକ୍ରମଣରୁ ରକ୍ଷା ମିଳେ । ଜଳନିରୋଧୀ ଜୋତା ମଧ୍ୟ ବ୍ୟବହାର କରିପାରିବେ ।
- ପେଡିକିଅର କରନ୍ତୁ । ପାଦର ସୌନ୍ଦର୍ଯ୍ୟ ମଳିନ ପଡ଼ିବ ନାହିଁ । ଗରମ ପାଣିରେ ଲୁଣ ପକାଇ କିଛି ସମୟ ବୁଡ଼ାଇ ରଖନ୍ତୁ । ଏହା ଦ୍ୱାରା ପାଦ ନରମ ରହେ, ଫାଟେ ନାହିଁ ।
- ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ଦଶ ବାର ବୁନ୍ଦା ମହୁ ଓ ଲେମ୍ବୁ ରସ ପକାଇ ପାଦକୁ କିଛି ସମୟ ବୁଡାଇ ରଖନ୍ତୁ । ଏହା ଦ୍ୱାରା ପାଦକୁ ଆରାମ ଲାଗେ, ଦୁର୍ଗନ୍ଧ ଦୂର ହୁଏ । ପାଦ ଫାଟିବା କମେ ।
- ପାଞ୍ଚ କପ ଉଷୁମ ପାଣିରେ ଏକ କପ କ୍ଷୀର ପକାଇ ପାଞ୍ଚ, ଦଶ ମିନିଟ ଯାଏ ବୁଡ଼ାଇ ରଖନ୍ତୁ । ଶୁଷ୍କ ଓ ମୃତ କୋଷ ବାହାରିଯିବା ସହିତ ପାନ ନରମ ହେବ । ପାଦରେ ଜୀବାଣୁ ପ୍ରତିରୋଧ କ୍ରିମ ମଧ୍ୟ ଲଗାଇପାରିବେ ।
- ରାତିରେ ଶୋଇବା ସମୟରେ ପାଦରେ ମୈଶ୍ଚରାଇଜର ଲାଗାଇବା ପାଇଁ ଭୁଲନ୍ତୁ ନାହିଁ । ଏହା ସ୍କିନକୁ କୋମଳ ବା ନରମ ରଖିବାରେ ସାହାଯ୍ୟ କରିବ । ତେଣୁ ଫୁଟ କ୍ରିମ ବ୍ୟବହାର ପାଇଁ ଭୁଲନ୍ତୁ ନାହିଁ ।
- ପାଦକୁ କମ୍ପଫର୍ଟ ଦିଅନ୍ତୁ । ହାଇ ହିଲ ସର୍ବଦା ପିନ୍ଧନ୍ତୁ ନାହିଁ । ଏହାସହ ଫ୍ଲାଟ ଚପଲ ପିନ୍ଧିବା ପାଇଁ ଅଭ୍ୟାସ ରଖନ୍ତୁ ।

0 Comments
Do you have any doubts or suggestions? Ask them here in the comments!