ଆପଣାନ୍ତୁ ପଣସ ମଞ୍ଜିର ଅଟା ଏହି ରୋଗୀଙ୍କ ପାଇଁ ସଞ୍ଜୀବନୀ ଅଟେ

ଆପଣାନ୍ତୁ ପଣସ ମଞ୍ଜିର ଅଟା ଏହି ରୋଗୀଙ୍କ ପାଇଁ ସଞ୍ଜୀବନୀ ଅଟେ

ଆଜିକାଲି ଲୋକମାନେ ବିଭିନ୍ନପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି। ଖରାପ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା ଏବଂ ସ୍ୱାସ୍ଥ୍ୟ ପ୍ରତି ଅସାବଧାନତା କାରଣରୁ ଲୋକେ ଅନେକ ମାରାତ୍ମକ ରୋଗର ଶୀକାର ହେଉଛନ୍ତି । ଅସ୍ୱାସ୍ଥ୍ୟକର ଖାଦ୍ୟ ଶରୀରରେ ରକ୍ତ ଶର୍କରା ସ୍ତରକୁ ମଧ୍ୟ ପ୍ରଭାବିତ କରିଥାଏ | ଅନିୟନ୍ତ୍ରିତ ରକ୍ତ ଶର୍କରା ମଧୁମେହ ପରି ଗୁରୁତର ରୋଗର କାରଣ ହୋଇପାରେ | 

ପଣସ ମଞ୍ଜିରୁ ପ୍ରସ୍ତୁତ ହେଉଛି ଅଟା ଯାହା ମଧୁମେହକୁ କଣ୍ଟ୍ରୋଲ କରୁଛି। ଏହି ଅଟା ମଧୁମେହ ରୋଗୀଙ୍କ ପାଇଁ ସଞ୍ଜୀବନୀ ଭଳି କାମ କରୁଛି । ଯଦି ଜଣେ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନରେ ଏକ ଚାମଚ ପଣସ ପାଉଡର ଖାଦ୍ୟ ଭାବେ ଗ୍ରହଣ କରନ୍ତି କିମ୍ବା ଅଟା ଭଳି ଏହାକୁ ବ୍ୟବହାର କରନ୍ତି ତେବେ ତିନିମାସ ମଧ୍ୟରେ ଏହା ବ୍ଲଡ ସୁଗାର ବା ରକ୍ତ ଶର୍କରାକୁ ନିୟନ୍ତ୍ରଣକୁ ଆଣିଥାଏ । ଏହି ପଣସ ଅଟା ମଧୁମେହ ରୋଗୀଙ୍କ ପାଇଁ ବେଶ ଉପାଦେୟ ହୋଇପାରିବ ବୋଲି ବିଶେଷଜ୍ଞ କହିଛନ୍ତି ।  ପଣସ ମଞ୍ଜିରୁ ପ୍ରସ୍ତୁତ ହେଉଥିବା ଅଟା ଉତ୍ତମ ଖାଦ୍ୟ ବୋଲି ଡାକ୍ତର ମଧ୍ୟ କହିଛନ୍ତି । 

ଖାଲି ସେତିକି ନୁହେଁ ପଣସରୁ ପ୍ରସ୍ତୁତ ଅଟା ମାତ୍ର ୭ ଦିନ ଭିତରେ ବ୍ଲଡରେ ଗ୍ଲୁକୋଜର ମାତ୍ରାକୁ କମେଇ ଦେଇଥାଏ | ଏକ ସମ୍ବାଦ ପତ୍ରକୁ ସାକ୍ଷାତକାର ଦେବା ସମୟରେ କହିଛନ୍ତିକି ଟାଇପ-2 ଡାଇବେଟିସରେ ଆକ୍ରାନ୍ତ ୪୦ ଜଣ ରୋଗୀଙ୍କୁ ନେଇ ଏକ ସର୍ଭେ କରିଥିଲେ । ଏନେଇ କିଛି ଦିନ ପାଇଁ ସେମାନଙ୍କ ଖାଦ୍ୟରେ ଚାଉଳ କିମ୍ବା ଗହମ ଅଟା ବଦଳରେ ପଣସ ଅଟା ମାତ୍ରା ବଢ଼ାଇ ଦିଆଯାଇଥିଲା ।

ତିନି ମାସ ଯାଏଁ ପ୍ରତିଦିନ ୩୦ ଗ୍ରାମ ଲେଖାଏଁ ପଣସ ଅଟା ସେମାନଙ୍କୁ ବିଭିନ୍ନ ଖାଦ୍ୟରେ ମିଶାଇ ଦିଆଯାଇଥିଲା । ଆଉ ତିନି ମାସ ପୁରା ହେବା ପରେ ସେମାନଙ୍କ ଫାଷ୍ଟିଙ୍ଗ ବ୍ଲଡ଼ ସୁଗାର, ପୋଷ୍ଟଫୁଡ ବ୍ଲଡ଼ ଗ୍ଲୁକୋଜ ସମେତ ଅନ୍ୟାନ କ୍ଷେତ୍ରରେ ଗ୍ଲୁକୋଜ ଲେବଲ କମିଥିବା ନେଇ ଲକ୍ଷ କରାଯାଇଛି । ଏହାସହ ଏମାନଙ୍କ ଓଜନ ବି ହ୍ରାସ ହୋଇଥିବା ନେଇ ରେକର୍ଡ ହୋଇଛି । ଅନ୍ୟପକ୍ଷରେ ପଶ୍ଚିମୀ ଦେଶ ତୁଳନାରେ ଭାରତୀୟଙ୍କ ମଧୁମେହର କିଛିଟା ଭିନ୍ନତା ଦେଖିବାକୁ ମିଳିଥାଏ ।

  1. ପଣସରେ ଫାଇବର ପ୍ରଚୁର ମାତ୍ରାରେ ରହିଥାଏ। ଏଥିସହ ଏଥିରେ ଭିଟାମିନ୍ ଏ,, ଭିଟାମିନ ସି, ପୋଟାସିୟମ୍, ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ରହିଛି | ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।
  2. ମଧୁମେହ ରୋଗୀମାନେ ପଣସ ଅଟା ବ୍ୟବହାର କରି ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ଅଣାଯାଇପାରେ । ପଣସ ଅଟାରେ ଫାଇବର ଏବଂ ପ୍ରୋଟିନ୍ ପ୍ରଚୁର ପରିମାଣରେ ଥାଏ | ଆଣ୍ଟି-ଅକ୍ସିଡାଣ୍ଟ ଯେପରିକି କେରୋଟିନଏଡସ୍ ମିଳିଥାଏ | ଏହା ଶରୀରରେ ପ୍ରଦାହ, ହୃଦ ରୋଗ ଏବଂ ଅନ୍ୟାନ୍ୟ ଗୁରୁତର ରୋଗର ଆଶଙ୍କା ହ୍ରାସ କରିଥାଏ ।
  3. ଏହା ବ୍ୟତୀତ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ପଣସରେ ଥିବା ଉପାଦାନ ଅନ୍ୟାନ୍ୟ ରୋଗ ସମ୍ଭାବନାକୁ ହ୍ରାସ କରିଥାଏ ।
  4. ଖାଦ୍ୟରେ କିପରି ଡାଏଟରେ ବ୍ୟବହାର କରିବେ: କଞ୍ଚା ପଣସର ମଞ୍ଜି ଅଲଗା କରି ଶୁଖାନ୍ତୁ, ତା’ପରେ ଏହି ମଞ୍ଜିଗୁଡିକର ଉପର ଚୋପାକୁ ବାହାର କରି କାଟି ଶୁଖାନ୍ତୁ । ବର୍ତ୍ତମାନ ସେଗୁଡିକୁ ଭଲ ଭାବରେ ଗ୍ରାଇଣ୍ଡ୍ କରି ଅଟା ପ୍ରସ୍ତୁତ କରନ୍ତୁ | ବିଶେଷଜ୍ଞଙ୍କ ମତରେ, ଦୈନିକ ୩୦ ଗ୍ରାମ ଅଟା ଖାଇବାରେ ସାମମିଲ କଲେ ସ୍ବାସ୍ଥ୍ୟ ଭଲ ରହିବ। | ଏହା ବ୍ୟତୀତ, ଆପଣ ଏଥିରୁ ଇଟଲି କିମ୍ବା ଦୋସା ତିଆରି କରି ଖାଇପାରିବେ |

Post a Comment

0 Comments