ଏହି ରୋଗୀମାନେ ପଣସ ଖାଇଲେ ହୋଇପାରେ କ୍ଷତିକାରକ

ଏହି ରୋଗୀମାନେ ପଣସ ଖାଇଲେ ହୋଇପାରେ କ୍ଷତିକାରକ

ପଣସ ଖାଇବା ସ୍ବାସ୍ଥ୍ୟ ପକ୍ଷେ ଲାଭଦାୟକ, କାରଣ ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ୍ସ, ଆଣ୍ଟିଅକ୍ସିଡାଣ୍ଟସ୍‌ ଏବଂ ମିନେରାଲ ରହିଛି। ମାତ୍ର ଅଧିକ ମାତ୍ରାରେ ପଣସ ଖାଇବା ସ୍ବାସ୍ଥ୍ୟପକ୍ଷେ କ୍ଷତିକର ହୋଇପାରେ। ଚାଲନ୍ତୁ ଜାଣିବା ଅଧିକ ପଣସ ଖାଇଲେ କ’ଣ ସବୁ କ୍ଷତି ପହଞ୍ଚିପାରେ। ଏମିତି କିଛି ରୋଗ ରହିଛି, ଯେଉଁଥିରେ ପଣସ ଖାଇବା କ୍ଷତିକାରକ ହୋଇଥାଏ ଜାଣିବା କେଉଁ ରୋଗୀଙ୍କୁ ପଣସ ଖାଇବା ବାରଣ ଅଛି ...

ପଣସର ସତର୍କତା

  1. ଏହା ଏକ ଗରିଷ୍ଟ ଫଳ ଅଟେ l ତେଣୁ ଯେଉଁମାନଙ୍କର ହଜମ ଶକ୍ତି ଦୁର୍ବଳ ଅଛି ସେମାନେ ଅଧିକ ଖାଇବା ଅନୁଚିତ l
  2. ପଣସକୁ ରାତିରେ ଖାଇବା ଅନୁଚିତ l
  3. ପାଚିଲା ପଣସ ଖାଇବା ପରେ ପାଣି ପିଇବା ଅନୁଚିତ l ଯଦି ପିଇବେ 2 ଘଣ୍ଟା ପରେ ପାଣି ପିଇପାରିବେ l
  4. ପାଚିଲା ପଣସ ଖାଇବା ପରେ 2 ଘଣ୍ଟା ପର୍ଯ୍ୟନ୍ତ କୌଣସି ଖାଦ୍ୟ ଖାଇଵା କଥା ନୁହେଁ ।

ପେଟ ଖରାପ

  1. ପଣସରେ ଅଧିକ ମାତ୍ରାରେ ଫାଇବର ରହିଛି। ସାଧାରଣତଃ ଫାଇବର ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ। ଏହାକୁ ସେବନ କରିବା ଦ୍ବାରା ପାଚନ କ୍ରିୟା ଠିକ୍‌ ରହିଥାଏ। ଏହାବ୍ୟତୀତ ଫାଇବର ସେବନ କରିବା ଦ୍ବାରା ଅନ୍ତନଳୀର ଆବର୍ଜନା ସଫା ହୋଇଯାଏ। 
  2. ମାତ୍ର ଅଧିକ ମାତ୍ରାରେ ଫାଇବର ସେବନ ଠିକ୍‌ ନୁହେଁ, କାରଣ ଏଥିରେ ପାଚନ କ୍ରିୟା ଉପରେ ଓଲଟା ପ୍ରଭାବ ମଧ୍ୟ ପଡ଼ିପାରେ ଏବଂ ପେଟ ଖରାପ ମଧ୍ୟ ହୋଇପାରେ।
  3. ଖାଦ୍ୟ ଠିକ୍‌ ଭାବେ ହଜମ ନ ହେବା ସହିତ କୋଷ୍ଠକାଠିନ୍ୟ, ଏସିଡିଟି ପରି ଅନେକ ସମସ୍ୟା ହେବାର ଆଶଙ୍କା ବଢ଼ି ଯାଇଥାଏ। 

କ୍ଷୀର ପିଇବା ପରେ ଖାଆନ୍ତୁନି ପଣସ

  1. ଯଦି କ୍ଷୀର ପିଇଛନ୍ତି, ତେବେ ଘଣ୍ଟାଏ ପର୍ଯ୍ୟନ୍ତ ପଣସ ଖାଆନ୍ତୁ ନାହିଁ। କ୍ଷୀର ଏବଂ ପଣସ ମିଶି ରିଆକ୍ସନ ହୋଇପାରେ। ଏହାଦ୍ବାରା ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇପାରେ। 
  2. ପଣସ ଅଧିକ ସେବନ କରିବା ଦ୍ବାରା ଯାଦୁ, କାଛୁ, କୁଣ୍ଡିଆ, ଏଗ୍‌ଜିମା, ସେରାଆସିସ ଭଳି ଚର୍ମରୋଗ ହେବାର ଆଶଙ୍କା ରହିଛି।

ପାଚିଲା ପଣସଠାରୁ ଦୂରେଇ ରହନ୍ତୁ

  1. ପାଚିଲା ପଣସ ଖାଇବାକୁ ସ୍ବାଦିଷ୍ଟ ହୋଇଥାଏ। ମାତ୍ର ଏହାକୁ ଅଧିକ ଖାଇବା ଦ୍ବାରା ଥଣ୍ଡା, କାଶ ଭଳି ସମସ୍ୟା ସୃଷ୍ଟି ହୋଇପାରେ।
  2. କାରଣ ପଣସ କଫବର୍ଦ୍ଧକ ଅଟେ। ଏହାବ୍ୟତୀତ ପାଚିଲା ପଣସ ଖାଇବା ଦ୍ବାରା ପେଟ ଫୁଲିଯାଇ ପାରେ।

ପଣସ ଖାଇବା ପରେ ଖାଆନ୍ତୁନି ପାନ

  1. ପଣସ ଖାଇବା ପରେ ପାନ ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। 
  2. ଏହାବ୍ୟତୀତ ଯେଉଁ ବ୍ୟକ୍ତିଙ୍କ ପିତ୍ତ ଅଧିକ ରହିଛି, ସେମାନେ ପଣସ ଖାଇବା ଉଚିତ ନୁହେଁ।

ଗର୍ଭଧାରଣ ସମୟରେ ପଣସ ଖାଆନ୍ତୁନି

  1. ଗର୍ଭାବସ୍ଥାରେ ପଣସ ଖାଇବା ଗର୍ଭସ୍ଥ ଶିଶୁ ପାଇଁ କ୍ଷତିକାରକ ହୋଇପାରେ। ଏହା ଦ୍ୱାରା ଗର୍ଭପାତ ହେବାର ମଧ୍ଯ ସମ୍ଭାବନା ରହିଥାଏ।
  2. ଏଥିସହିତ ସ୍ତନପାନ କରାଉଥିବା ମହିଳାମାନେ ମଧ୍ୟ ପଣସ ଖାଇବା ଉଚିତ ନୁହେଁ। 
  3. ଏହି ସମୟରେ ମା’ ଓ ଶିଶୁଙ୍କୁ ସଲ୍ୟୁବଲ ଫାଇବରର ଆବଶ୍ୟକତା ରହିଛି। ମାତ୍ର ପଣସରେ ଥିବା ଫାଇବର ଇନ୍‌ସଲ୍ୟୁବଲ ହୋଇଥାଏ। ଏହା ପେଟରେ ଭଲ ଭାବେ ମିଶି ନ ଥାଏ।

ବ୍ଲଡ଼ ସମ୍ବନ୍ଧୀୟ ସମସ୍ୟା

 ବ୍ଲଡ଼ ସମ୍ବନ୍ଧୀୟ ସମସ୍ୟା ରହିଥିବା ବ୍ୟକ୍ତିମାନଙ୍କ ପାଇଁ ପଣସ କ୍ଷତିକାରକ।

ମଧୁମେହ

ପଣସ ଖାଇବା ଦ୍ୱାରା ରକ୍ତରେ ଗ୍ଲୁକୋଜର ସ୍ତର ପ୍ରଭାବିତ ହୋଇଥାଏ। ଏଣୁ ମଧୁମେହ ରୋଗୀଙ୍କ ପାଇଁ ହାନିକାରକ ।

ଅପରେସନ୍‌

ଶରୀରରେ କୌଣସି ଅପରେସନ୍‌ କିମ୍ବା ସର୍ଜରୀ କରାଇବା ପରେ ପଣସ ଖାଆନ୍ତୁ ନାହିଁ। ବିଶେଷ୍‌ କରି ପେଟଜନିତ ରୋଗ ପାଇଁ ଅପରେସନ୍‌ କରାଇଥିଲେ ପଣସ ଆଦୌ ଖାଆନ୍ତୁ ନାହିଁ।

Post a Comment

0 Comments