ବାସ୍ତୁ ଅନୁସାରେ ଘି-କୁଆଁରୀ ଗଛ ବାଲକୋନିରେ ରଖିବା ଖୁବ୍ ଲାଭପ୍ରଦ
ଆଜିକାଲି ବାୟୁମଣ୍ଡଳ ପ୍ରଦୂଷଣକୁ ରୋକିବା ନିମନ୍ତେ ବଜାରରେ ଏୟାର ପ୍ୟୁରିଫାୟର୍'ର ବିକ୍ରି ଜୋର୍ସୋର୍ରେ ବଢ଼ିବାରେ ଲାଗିଛି । ବିଦେଶୀ ରାଷ୍ଟ୍ର ବେଜିଂ, କାନାଡା, ଲଣ୍ଡନରେ ଏହି ପ୍ୟୁରିଫାୟାର୍ ବହୁଳ ସଂଖ୍ୟାରେ ବିକ୍ରି ହେଉଛି । ଆଜିକାଲି ମହାନଗରୀ ଦିଲ୍ଲୀ, ମୁମ୍ବାଇରେ ମଧ୍ଯ ଏହି ଯନ୍ତ୍ରଟି ଧନି ଲୋକେ ବ୍ୟବହାର କଲେଣି ।
ବିଶେଷଜ୍ଞ ଦଳଙ୍କ ମତରେ ଲୋକେ ଯଦି ପ୍ରାକୃତିକ ଜୀବନଶୈଳୀ ପ୍ରତି ସାମାନ୍ୟ ଗୁରୁତ୍ୱ ହେବେ, ଏଇ ଅତ୍ୟାଧୁନିକ ଉପକରଣ ଆବଶ୍ୟକତା ଦରକାର ପଡ଼ିବ ନାହିଁ। ନ୍ୟୁୟର୍କର ଗବେଷକ ଇନେମ୍ ଷ୍ଟେଇ କହିଛନ୍ତି ନିଜ ବଗିଚାରେ/ବାଲକୋନିରେ ଯଦି ଔଷଧୀୟ ଚାରାରୋପଣ କରିବେ, ଦିନ କେଇଟାରେ ଆପଣଙ୍କ ଘରୁ ବିଷାକ୍ତ ଗ୍ୟାସ୍ ବାହାରିଯିବ । ଏହିଭଳି ଏକ ମହୌଷଧି ଗଛ ହେଉଛି “ଘି - କୁଆଁରୀ' । ଏୟାର ପ୍ୟୁରିଫାୟର୍ଠାରୁ ଏହି ଗଛ ଶତଗୁଣରେ ଅଧିକ ଉପଯୋଗୀ ବୋଲି ଗବେଷଣାରୁ ଜଣାପଡ଼ିଛି । ଏସୀୟ ରାଷ୍ଟ୍ରର ଜଳବାୟୁରେ ଭଲଭାବେ ବଢ଼ିପରୁଥିବା ଘି-କୁଆଁରୀ ଗଛ ବାଲକୋନିରେ ରଖିବା ଖୁବ୍ ଲାଭପ୍ରଦ ।
- ମୋଟା ରସ ଯୁକ୍ତ ପତ୍ର ଥିବା ଏହି ଗଛ କୁ ଆପଣ ଯେ କୌଣସି ସ୍ଥାନ ରେ ଲଗାଇପାରିବେ । ହାଲ୍କା ବାଲିଆ ମାଟିରେ ଏହା ଭଲ ଭାବେ ବଢିଥାଏ ।
- ଆପଣ ନିଜ ଘର ଭିତରେ ଶୋଇବା ଖଟ ପାଖରେ ଏକ ଛୋଟ କୁଣ୍ଡରେ ଘି କୁଆଁରୀ ଗଛ ମଧ୍ୟ ଲଗାଇ ପାରିବେ ଏହା ଆପଣଙ୍କ ରୁମ ରେ ଅକ୍ସଇଜେନ ର ସ୍ତର ବଢ଼ାଇଥାଏ ଏବଂ ରାତିରେ ଭଲ ନିଦ ମଧ୍ୟ ହୁଏ ।
- ଘିକୁଆଁରୀ ଗଛର ମଲାଙ୍ଗ ଚିତ୍ରା ନକ୍ଷତ୍ରରେ ସଂଗ୍ରହ କରି ଘରେ ରଖିଲେ ଗୃହରେ ଶାନ୍ତି ବିରାଜମାନ କରେ।
- ଘିକୁଆଁରୀ ଗଛର ଚେର କୁ ଭାଙ୍ଗ ସହ ବାଟି କପାଳରେ ନିୟମିତ ତିଲକ ଭଳି ଲଗାଇଲେ ଅନ୍ୟ ଲକୋଙ୍କୁ ଆକର୍ଷଣ କରିବା ଶକ୍ତି ସୃଷ୍ଟି ହୁଏ।
- ଦିଜ୍ୱା ନକ୍ଷତ୍ରରେ ଘିକୁଆଁରୀ ଚେର ସଂଗ୍ରହ କରି ପାଖରେ ରଖିଲେ ଶସ୍ତ୍ରା ଘାତ ହୁଏନାହିଁ।
- ଶନିବାର ଦିନ ଘିକୁଆଁରୀ ଗଛର ସୁଖିଲାପତ୍ର ସଂଗ୍ରହକରି ଅଣ୍ଟାରେ ବାନ୍ଧିଲେ ନାରୀ କାଳପୁରୁଷ ସପ୍ନ ଦେଖେ ନାହିଁ।
- ବନ୍ଧ୍ୟା କିମ୍ବା ମୃତବସା ନାରୀ ଘିକୁଆଁରୀ ଗଛ ଲଗାଇ ପ୍ରତିଦିନ ପାଣି ଦେଲେ ଓ ସନ୍ଧ୍ୟାରେ ଦୀପ ଦେଲେ ଦୀର୍ଘଜୀବି ପୁତ୍ର ଲାଭ କରେ |

0 Comments
Do you have any doubts or suggestions? Ask them here in the comments!