ସୁନ୍ଦରତା ପାଇଁ ଘିକୁଆଁରୀ କେତେ ଉପକାରୀ ?
ସୁନ୍ଦରତା ପାଇଁ ଘିକୁଆଁରୀ କେତେ ଉପକାରୀ ?
ମୁହଁଠୁ ଆରମ୍ଭ କରି କେଶ ପର୍ଯ୍ୟନ୍ତ ସମସ୍ତ ସମସ୍ୟାର ସମାଧାନ କରିବାରେ ଘିକୁଆଁରୀ ସାହାଯ୍ୟ କରିଥାଏ । ଏହାର ଟିସୁ ମୋଟାଳିଆ ହୋଇଥିବାରୁ ଏଥିରେ ପାଣି ଭାଗ ବେଶି ଥାଏ । ଏଥିରେ ପାଣି ବ୍ୟତୀତ ଆମିନୋ ଏସିଡ, ମିନେରାଲ ଏବଂ ଆଣ୍ଟି ଅକ୍ସିଡେଣ୍ଟ୍ ଆଦି ଭରପୂର ପରିମାଣରେ ରହିଛି । ଆଲୋଭେରାକୁ ଆର୍ୟୁବେଦରେ ସଞ୍ଜିବନୀ କୁହାଯାଇଥାଏ । ଏଥିରେ ଆମିନୋ ଏସିଡ଼ର ମାତ୍ରା ପ୍ରଚୁର ପରିମାଣରେ ରହିଥାଏ ଏହାକୁ ସେଭିଂ ଜେଲ୍ ଭାବେ ବି ବ୍ୟବହାର କରାଯାଇପାରେ । ଏହାକୁ ବ୍ୟବହାର କରି ସେଭିଂ ହେଲେ ତ୍ୱଚା ନରମ ଓ ଉଜ୍ଜ୍ୱଳ ହୋଇଥାଏ ।
1. ମୁହଁରୁ ବ୍ରଣ ଦୂର କରିଥାଏ
- ମୁହଁରୁ ବ୍ରଣ ଦୂର କରିବା ପାଇଁ ଏଲୋବେରା ଅଧିକ ଲାଭଦାୟକ ଅଟେ। ଘିଁକୁଆରୀରେ ଭିଟାମିନ୍ ସି ଏବଂ ଇ ର ମାତ୍ରା ପ୍ରଚୁର ପରିମାଣରେ ଥାଏ । ଏହା ଦ୍ବାରା ତ୍ବଚାରେ ଚମକ ଆସିଥାଏ ।
- 1- ଗୋଟେ ଏଲୋବେରା ପତ୍ର ନେଇ ତାକୁ ମଝିରୁ ଦୁଇ ଭାଗ କରନ୍ତୁ। ଏହି ଜେଲକୁ ବ୍ରଣ ହୋଇଥିବା ସ୍ଥାନରେ ୧୦ ମିନିଟ ପର୍ଯ୍ୟନ୍ତ ଘଷନ୍ତୁ। ଏହାପରେ ତାକୁ ୨୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ୨୦ ମିନିଟ ପରେ ମୁହଁ କୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
- ଏଲୋବେରା ରେ ଆଣ୍ଟି ବ୍ୟାକ୍ଟେରିୟାଲ ଗୁଣ ରହିଥାଏ। ତେଣୁ ଏହା ବ୍ରଣ ଉପରେ କୌଣସି ପ୍ରକାରର ବ୍ୟାକ୍ଟେରିଆକୁ ବଢ଼ିବାକୁ ଦେଇ ନଥାଏ। ତେଣୁ ବ୍ରଣ ଅଧିକ ବିସ୍ତାରିତ ନହୋଇ ଶୁଖିବାକୁ ଲାଗେ।
- ଏମିତି ଲଗାତାର ୧୫ ଦିନ ପର୍ଯ୍ୟନ୍ତ କଲେ ମୁହଁରୁ ସମସ୍ତ ପ୍ରକାରର ବ୍ରଣ ଦୂର ହୋଇଥାଏ।
- 2- ପ୍ରତ୍ୟେକ ଦିନ ୧୦ ରୁ ୧୫ ମିଲିଗ୍ରାମ ଏଲୋବେରା ରସ ସେବନ କଲେ ତ୍ଵଚା ଆକର୍ଷଣୀୟ ରହିଥାଏ। ଏହା ରକ୍ତକୁ ସଫା ରଖିଥାଏ। ତେଣୁ ତ୍ଵଚାରୁ ବ୍ରଣ ଦୂର ହୋଇଥାଏ।
2. ମୁହଁରୁ ବୟସ ଜନିତ ଲକ୍ଷଣ ଦୂର କରେ
- ଯଦି ଆପଣଙ୍କ ଚେହେରାରେ ବୟସ ଜନିତ ଲକ୍ଷଣ ଦେଖିବାକୁ ମିଳୁଛି ତାହେଲେ ଏଲୋବେରାର ଫେସ ପ୍ୟାକ ବନେଇ ମୁହଁରେ ଲଗାଇଲେ ଏକ ମାସ ମଧ୍ୟରେ ମୁହଁରୁ ସମସ୍ତ କୁଞ୍ଚ ଦୂର ହୋଇଥାଏ ଏବଂ ମୁହଁର ସୌନ୍ଦର୍ଯ୍ୟତା ବଢ଼ିଥାଏ।
- 1- ଏହି ଫେସ ପ୍ୟାକ ବନେଇବା ପାଇଁ ଚାରି ଚାମୋଚ ଏଲୋବେରା ଜେଲ ଏବଂ ଦୁଇ ଚାମୋଚ ବେସନ ମିଶେଇ ଏହାର ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ।
- ଏହି ପ୍ୟାକକୁ ମୁହଁରେ ଲଗାନ୍ତୁ।ଏହାକୁ ୩୦ ମିନିଟ ପର୍ଯ୍ୟନ୍ତ ମୁହଁରେ ରହିବାକୁ ଦିଅନ୍ତୁ। ତାପରେ ଉଷୁମ ପାଣିରେ ମୁହଁକୁ ଧୋଇ ନିଅନ୍ତୁ।
- ପୁଣି ଥଣ୍ଡା ପାଣିରେ ମୁହଁକୁ ଧୋଇ ନିଅନ୍ତୁ। ଏପରି ଏକ ମାସ କଲେ ମୁହଁରୁ ବୟସ ଜନିତ କୁଞ୍ଚ ଦୂର ହୋଇଥାଏ।
- 2- ଏହା ଚର୍ମରେ ବୟସ ଜନିତ ଲକ୍ଷଣ ପ୍ରକାଶିତ ହେବାକୁ ଦେଇ ନଥାଏ। ଏଲୋବେରା ରସ ସେବନ କଲେ ଏହା ଚର୍ମରେ କୋଲାଜିନ ସୃଷ୍ଟିକୁ ତ୍ୱରାନ୍ୱିତ କରିଥାଏ। ତେଣୁ ଚର୍ମରେ ନମନୀୟତା ବଜାୟ ରହିଥାଏ।
- ଏଥିରେ ଆଣ୍ଟି ଏଜିଙ୍ଗ ତତ୍ୱ ରହିଥାଏ | ଯାହା କି ତ୍ୱଚା ସମସ୍ୟାର ସମାଧାନ କରିଥାଏ | ଏବଂ ଏହା ଦୀର୍ଘ ସମୟ ଆପଣ ଙ୍କ ର ଚେହେରା ର ଯୁବା ପିଢ଼ିର ସତେଜତାକୁ ବଜାୟ ରଖିଥାଏ |
3. ତ୍ୱଚାର ବିଭିନ୍ନ ସମସ୍ୟା
- ଶରୀର ରେ ତ୍ୱଚା ରେ ରହିଥିବା ଦାଗ ଆଦି ଏହି ଏଲୋବେରା ଜେଲ କାରଣ ରୁ ହିଁ ଭଲ ହେଇଥାଏ | ଏହା ଚୋପାକୁ ଛେଲି ଆପଣ ଏହାର ରସକୁ ମୁହଁରେ ଲଗେଇ ପାରିବେ | ଏହା ଟିକେ ଅଠାଳିଆ ହୋଇଥିବାରୁ ଅନେକ ଲୋକେ ଶରୀରରେ ଘିକୁଆଁରି ଲଗାଇବାକୁ ପସନ୍ଦ କରିନଥାନ୍ତି। ମାତ୍ର ଘିକୁଆଁରି ଲଗାଇବା ଦ୍ୱାରା ଶହେ ପ୍ରତିଶତ ଦାଗ କମିଥାଏ।
- 1- ଘିକୁଆଁରି ରସରେ ଆପଣ ଲେମ୍ବୁ ରସ ପକାଇ ଭଲ ଭାବରେ ଏହାକୁ ମିଶାଇ ଏକ ମିଶ୍ରଣ ତିଆରି କରିବେ । ଏହି ମିଶ୍ରଣକୁ ନିଜର ମୁହଁରେ ଲଗାଇ ଦେବେ ଏବଂ ଯେବେ ଏହା ଭଲ ଭାବରେ ଶୁଖିଯିବ, ଆପଣ ଏହାକୁ ଧୋଇ ଦେବେ । ଏହାର ବ୍ୟବହାର ଫଳରେ ଆପଣଙ୍କ ତ୍ୱଚାର କଳାପଣ ଚାଲିଯିବ ଏବଂ ଆପଣଙ୍କ ତ୍ୱଚା କୋମଳ ରହିବ ।
- 2- ହଳଦୀ ଆଉ ଘିକୁଆଁରୀ ତ୍ୱଚାର ସବୁ ସମସ୍ୟାକୁ ଦୂର କରିଥାଏ । ଘି କୁଆଁରୀ ରେ ଔଷଧୀୟ ଗୁଣ ରହିଥିବାରୁ ଏହା ବେଶ୍ ଉପକାରୀ ହୋଇଥାଏ । ତେବେ ହଳଦୀ ଏବଂ ଘିକୁଆଁରି ର ମିଶ୍ରଣ ପ୍ରସ୍ତୁତ କରିବାକୁ ହେଲେ ଅଧା ଚାମଚ ହଳଦୀ, ଦୁଇ ଚାମଚ ଘିକୁଆଁରି ରସ କୁ ଭଲ ଭାବେ ମିଶାନ୍ତୁ ତା’ ପରେ ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ମୁହଁ ରେ ଲଗାଇ ୧୦ ମିନିଟ୍ ରଖନ୍ତୁ । ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।
- 3- ଆଇବ୍ରୋରେ ବି ଆଲୋବେରା ଜେଲ୍ ବ୍ୟବହାର କରିପାରନ୍ତି । ଏହାକୁ ଆଇବ୍ରୋରେ ଲଗାଇଲେ ଆଇବ୍ରୋରେ ଥିବା କେଶ କଳା ମୁଚୁମୁଚୁ ହେବା ସହ ନରମ ହୋଇଥାଏ ।
- ୪- ସେହିପରି ତ୍ୱଚାରୁ ଡେଡ ସ୍କିନ ସଫା କରିବାକୁ ଚାହୁଁଥିଲେ, ଫେଶୱାସରେ ମୁହଁ ଧୋଇବା ପରେ ଅଳ୍ପ ଏଲୋବେରା ଜେଲ ଲଗାନ୍ତୁ। ଏହାପରେ ଏକ ଓଦା କପଡ଼ାରେ ମୁହଁକୁ ସ୍କ୍ରବ କରି ପୋଛନ୍ତୁ।
- 5- ମେକଅପ ଛଡ଼ାଇବା ପାଇଁ କଟନରେ ଅଳ୍ପ ଆଲୋ ଭେରା ଜେଲ ନେଇ ମେକଅପକୁ ସଫା କରନ୍ତୁ। ଏପରି କଲେ ଜଲଦି ମେକଅପ ସଫା ହେବା ସହ ଆପଣଙ୍କ ତ୍ୱଚା କୋମଳ ରହିବ।
- 6- ଆଲୋଭେରା ଜେଲ୍ ବା ଘିକୁଆଁରି ରସ ବାହାର କରି ଆଲୁଅ ହୋଇଥିବା ସ୍ଥାନରେ ଲଗାଇ ୨୦ ମିନିଟ ପରେ ଧୋଇ ଦିଅନ୍ତୁ। ଆରାମ ଲାଗିବ। ଏହା ବ୍ୟାକ୍ଟେରିଆ ମାରିବା ସହ ଇନଫେକ୍ସନ୍ ହେବାକୁ ଦେଇନଥାଏ ।
4. ସୂର୍ଯ୍ୟଙ୍କର ଅତ୍ୟଧିକ କିରଣ ରୁ ରକ୍ଷ୍ୟା ପାଇବା ପାଇଁ
- ସୂର୍ଯ୍ୟଙ୍କର ଅତ୍ୟଧିକ କିରଣରୁ ରକ୍ଷ୍ୟା ପାଇବାକୁ ଏହି ଏଲୋବେରା ଜେଲର ବିଶେଷ ମହତ୍ୱ ରହିଛି | ସୂର୍ଯ୍ୟଙ୍କ କିରଣ ଆମ ଚେହେରାକୁ କଳା ପକାଇ ଦେଇଥାଏ | ଏହି ଜେଲ ମାରିବା ଦ୍ୱାରା ଆପଣଙ୍କ ଚେହେରା ଗୋରା ଓ ଗ୍ଲୋ କରିବ |
- ଏକ ପାତ୍ରରେ ଗୋଟିଏ ଚାମଚ ବେକିଙ୍ଗ ସୋଡ଼ା ସହିତ ଦୁଇ ଚାମଚ ଲେମ୍ବୁ ରସକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି ନିଅନ୍ତୁ।
- ସେହି ମିଶ୍ରଣକୁ ହାତରେ ଲଗାଇ ସ୍କ୍ରବ ବା ମସାଜ ୫ ମିନିଟ୍ ସମୟ ପର୍ଯ୍ୟନ୍ତ କରନ୍ତୁ।
- ମସାଜ କରି ପୂର୍ବରୁ ହାତ ବୁଡ଼ାଇ ରଖିଥିବା ଉଷୁମ ପାଣିରେ ପୁଣି ଥରେ ହାତକୁ ବୁଡ଼ାଇ ଭଲ ଭାବେ ଧୋଇ ହାଲୁକା ଭାବେ ହାତକୁ ପୋଛି ନିଅନ୍ତୁ।
- ଏବଂ ପରେ ଗୋଟିଏ ଘିକୁଆଁରି ପତ୍ରର ରସକୁ ଏକ ପାତ୍ରରେ ବାହାର କରି ସେଥିରେ କୌଣସି ବି ମସାଜ କ୍ରିମ ମିଶାଇ ହାତରେ ଲଗାଇବା ଦ୍ୱାରା ଏହା ହାତର ତ୍ୱଚାର ଚମକ ଆଣିଥାଏ।
- ଏହା ସହିତ ଖରାରେ ଘରୁ ବାହାରିବା ବେଳେ ହାତରେ ଗ୍ଲୋବ୍ସ ପିନ୍ଧିବା ଅଭ୍ୟାସ ରଖିବା ବି ଉଚିତ।
- ଏହି ଜେଲକୁ ସନବର୍ଣ୍ଣ ପାଇଁ ବ୍ୟବହାର କରିବାକୁ ଚାହୁଁଥିଲେ କିଛି ସମୟ ଫ୍ରିଜରେ ରଖନ୍ତୁ। ପରେ ସେଥିରେ ହାଲକା ଗୋଲାପ ଜଳ ମିଶାଇ ମୁହଁରେ ଲଗାଇ ଦିଅନ୍ତୁ। ଏହିପରି ପ୍ରତିଦିନ ରାତିରେ ଲଗାଇ ଶୁଅନ୍ତୁ।
5. ଡେଣ୍ଡରଫକୁ ଦୂର କରିଥାଏ
- ଯଦି ଆପଣଙ୍କର କେଶରେ ଡେଣ୍ଡରଫ ହୋଇଛି ତାହେଲେ ଏଲୋବେରା ଆପଣଙ୍କର ଏହି ସମସ୍ୟାକୁ ଦୂର କରିପାରେ।
- 1- ଗୋଟେ ପାତ୍ରରେ ୪ ଚାମୋଚ ଏଲୋବେରା ଜେଲ ନିଅନ୍ତୁ। ସେଥିରେ ଗୋଟେ ଚାମୋଚ ଲେମ୍ବୁ ରସ ଏବଂ ଗୋଟେ ଚାମୋଚ ଦହି ମିଶେଇ ଏହାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ।
- ମୁଣ୍ଡକୁ ସେମ୍ପୋ କରିବାର ୨ ଘଣ୍ଟା ପୂର୍ବରୁ ଏହି ମିଶ୍ରଣକୁ ବ୍ରଶ ଦ୍ୱାରା କେଶର ମୂଳରେ ଅର୍ଥାତ ଖପୁରୀରେ ଲଗାନ୍ତୁ।
- ୨ ଘଣ୍ଟା ପରେ ସେମ୍ପୋ କରି ମୁଣ୍ଡ ଧୋଇ ନିଅନ୍ତୁ। ଗୋଟିଏ ସପ୍ତାହ ଏପରି କଲେ ମୁଣ୍ଡରୁ ସବୁ ଡେଣ୍ଡରଫ ଦୂର ହୋଇଯିବ।
- ରୁପି ସମସ୍ୟା ସହ ଜଡ଼ିତ ବ୍ୟକ୍ତିମାନେ ଦୁଇ ଚାମଚ ଏଲୋବେରା ଜେଲ୍କୁ କଣ୍ଡିସନର୍ ସହ ମିଶାଇ କେଶରେ ଲଗାନ୍ତୁ। ଏହାଦ୍ଵାରା ରୁପି ସମସ୍ୟା ଦୂର ହେବା ସହ କେଶ ମଜବୁତ୍ ହୋଇଥାଏ।
- ଯଦି ଆପଣ ସିଲ୍କି କେଶ ଚାହୁଁଛନ୍ତି ତାହେଲେ ଏଲୋବେରା ଜେଲ ନେଇ ସମ୍ପୂର୍ଣ୍ଣ କେଶର ଲଗାନ୍ତୁ ଏବଂ ୩୦ ମିନିଟ ପର୍ଯ୍ୟନ୍ତ ରଖି ଏହାକୁ ସେମ୍ପୋ କରି ମୁଣ୍ଡ ଧୋଇ ଦିଅନ୍ତୁ। ଏହାଦ୍ବାରା କେଶ ସିଲ୍କି ଏବଂ ସୁଦୃଢ ରହିଥାଏ।
- ଏହା ଝଡ଼ୁଥିବା ବାଳ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଘିଁକୁଆରୀରେ ପ୍ରୋଟେୟଲିକ୍ ଏନଜାଇମର ମାତ୍ରା ପ୍ରଚୁର ପରିମାଣରେ ଥାଏ ଯାହା ଆପଣଙ୍କ ମୁଣ୍ଡରେ ଥିବା ମୃତ କୋଷକୁ ସଜାଡ଼ିଥାଏ ।
- ଚନ୍ଦାମୁଣ୍ଡରେ କେଶ ଉଠିବାପାଇଁ - ଦୈନିକ ଗାଧୁଆ ଶେଷରେ ଘିକୁଆଁରି ରସ ଚନ୍ଦା ଜାଗାରେ ମାଲିସ କରନ୍ତୁ |
6. ଅନ୍ୟାନ୍ୟ ସମସ୍ୟା
- ଶୁଷ୍କ ତ୍ୱଚା- ଆପଣଙ୍କ ତ୍ୱଚା ଶୁଷ୍କ ରହୁଥିଲେ ଘିକୁଆଁରୀରେ କିଛି ହଳଦୀ, ମହୁ ଓ କିଛି ଗୋଲାପ ଜଳ ମିଶାଇ ପେଷ୍ଟ କରିଦିଅନ୍ତୁ । ପରେ ଏହାକୁ ମୁହଁରେ ଲଗାଇ କିଛି ସମୟ ଛାଡିଦିଅନ୍ତୁ । ପେଷ୍ଟ ଶୁଖିଗଲା ପରେ ଭଲଭାବେ ଘଷିକି ଧୋଇଦିଅନ୍ତୁ ।
- ସେନସିଟିଭ ସ୍କିନ- ସେନସିଟିଭ ସ୍କିନ ପାଇଁ କିଛି ଘିକୁଆଁରୀ ଜେଲ, କାକୁଡି ଜୁସ୍, ଦହି ଓ କିଛି ଗୋଲାପ ଜଳ ମିଶାଇ ତାକୁ ଭଲଭାବେ ପେଷ୍ଟ କରିଦିଅନ୍ତୁ । ପରେ ଏହାକୁ ମୁହଁରେ ଲଗାଇ ପାଖାପାଖି ୨୦ମି. ଯାଏଁ ଶୁଖିବାକୁ ଛାଡି ଦିଅନ୍ତୁ । ପେଷ୍ଟ ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।
- ଦାନ୍ତ ସମସ୍ୟା-ଏଲୋବେରା ଜେଲ୍ ଦାନ୍ତ ମୂଳରେ ଲଗାଇବା ଦ୍ଵାରା ଦାନ୍ତ ମଜବୁତ ହୋଇଥାଏ। ଦାନ୍ତ ପୋକ କାଟିବା ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ।
- ମସ୍ତକଭ୍ରମ-ମଥାରେ ଘିକୁଆଁରି ରସ ମାଲିସ କଲେ ମସ୍ତିଷ୍କ ସ୍ଥିର ହୋଇ ଭ୍ରମ ଦୂର ହୁଏ |
- ଭାତୁଡି- ଦେହରେ ଥିବା ଭାତୁଡି ଉପରେ ଏହି ପତ୍ରର ରସ ଦେଇ ପଟିରେ ବାନ୍ଧିବ । କିଛି ଦିନ ପରେ ଭାତୁଡି ମିଳେଇ ଯିବ । ଘିକୁଆଁରି ରସକୁ ନିୟମିତ ବାନ୍ଧିଲେ 3/4 ଦିନ ଭିତରେ ଭାତୁଡ଼ି ଗଳିଯିବ |
- ଚର୍ମ ରୋଗ- ଘିକୁଆଁରି ପତ୍ରର ରସରେ ହଳଦିର ଗୁଣ୍ଡକୁ ଏକ ଘଣ୍ଟା ପର୍ଯ୍ୟନ୍ତ ବତୁରାଇ ରଖିବ । ଭଲ ରୂପେ ଫେଣ୍ଟି ଦେହରେ ବୋଳି କିଛି ସମୟ ସେମିତି ରଖିବ । ପାଣି ଶୁଖିଗଲେ ଭଲ କରି ଘସି ଦେହରୁ ମଳକୁଟି ବାହାର କରିବ । ପରେ ଗରମ ପାଣିରେ ଗାଧୋଇବ । ଏହିପରେ କଲେ ୮-୧୦ ଦିନରେ ଚର୍ମରୋଗ ଉପସମ ହୋଇଥାଏ ।
- ମୁଣ୍ଡ ବ୍ୟଥା- ଏହି ପତ୍ରରେ ଥିବା ରସକୁ ମୁଣ୍ଡରେ ଘସିଲେ ମୁଣ୍ଡ ଗରମ,ମୁଣ୍ଡରୁ ହୁଳା ବାହାରିବା,ମୁଣ୍ଡ ବୁଲାଇ ହେବା ସମସ୍ତ ବିକାର ଅବସାନ ହୁଏ ।
0 Comments
Do you have any doubts or suggestions? Ask them here in the comments!