ଶିଶୁମାନଙ୍କ ପାଇଁ କମ୍ ମୂଲ୍ୟରେ ଭଲ ଖାଦ୍ୟ ଖୁଆଇବାର ଉପାୟ

ଶିଶୁ ମାନଙ୍କ ପାଇଁ କମ୍ ମୂଲ୍ୟରେ ଭଲ ଖାଦ୍ୟ ଖୁଆଇବାର ଉପାୟ

ଆମ୍ଭେ ଶିଶୁ ମାନଙ୍କର ଦରକାର କରୁଥିବା ଶକ୍ତିଦାୟକ ନଦେଇ ପ୍ରତିଦିନ ଗୋଟିଏ ଶିଶୁ ଯଥେଷ୍ଟ ମୁଖ୍ୟ ଖାଦ୍ୟ ଖାଉଥିଲେ ସେ ପତଳା ଓ ଦୁର୍ବଳ ଅନୁଭବ କରେ। ଏହାର କାରଣ ମୁଖ୍ୟ ଖାଦ୍ୟରେ ଅଧିକ ପାଣି ଓ ତନ୍ତୁ ଥାଏ। ବଢିବାରେ ସାହାଯ୍ୟ କରୁଥିବା ଯଥେଷ୍ଟ ଶକ୍ତିଦାୟକ ଖାଦ୍ୟ ପାଇବା ପୂର୍ବରୁ ତାହା ଶିଶୁର ପେଟ ପୂର୍ଣ୍ଣ କରିଦିଏ ।

ଶିଶୁ ମାନଙ୍କ ପାଇଁ କମ୍ ମୂଲ୍ୟରେ ଭଲ ଖାଦ୍ୟ ଖୁଆଇବାର ଉପାୟ 

ଆମ ଦେହ ସୁସ୍ଥ ଓ ଶକ୍ତ ରହିବା ପାଇଁ ପ୍ରତିଦିନ ବିଭିନ୍ନ ପ୍ରକାରର ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ ହୋଇଥାଏ । ଆମେ ଯେଉଁ ଖାଦ୍ୟ ଖାଉ ତାହା ଶରୀରର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିଥାଏ । ଶକ୍ତିଦାୟକ ଖାଦ୍ୟ ଖାଇବାଦ୍ଵାରା ଆମେ ସତେଜ ଓ ବଳୁଆ ହେଉ । ଏଥି ସହିତ ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିବା ପାଇଁ ଆମେ ସମର୍ଥ ହୋଇଥାଉ ।

  1. ଶିଶୁକୁ ଅଧିକ ଖୁଆଇବା, ଛୋଟ,ପତଳା ବା ଭଲଭାବେ ବଢୁ ନଥିବା ଶିଶୁକୁ ଦିନରେ ୫ ଥର ଖୁଆଇବା ଆଉ ମଧ୍ୟ ସେମାନଙ୍କୁ ଖାଦ୍ୟ ମଝିରେ ମଝିରେ ଜଳଖିଆ ଦେବା।
  2. ଅନେକ କ୍ଷେତ୍ରରେ ଅଣ୍ଡା ଏକ ଶସ୍ତା ଓ ଭଲ ଖାଦ୍ୟସାର ବିଶିଷ୍ଟ ଖାଦ୍ୟ । ଯେଉଁ ପିଲାମାନେ ମାଆ କ୍ଷୀର ପାଆନ୍ତି ନାହିଁ, ତାଙ୍କ ଖାଦ୍ୟରେ ଏହା ମିଶାଯାଇପାରେ ।
  3. ଯେଉଁ ଗର୍ଭବତୀ ମହିଳାମାନଙ୍କର କ୍ୟାଲସିୟମ ଅଭାବ ଯୋଗୁଁ ଯାହାର ଦନ୍ତକ୍ଷୟ ଓ ମାଂସପେଶୀ ଲୋଚାକୋଚା ହୋଇଯାଏ, ତାଙ୍କୁ ଅଣ୍ଡାର ଖୋଳପାକୁ ଭଲକରି ଚୂର୍ଣ୍ଣକରି ଖାଦ୍ୟପଦାର୍ଥରେ ମିଶାଇ ଖାଇବାକୁ ଦେଲେ ଆବଶ୍ୟକୀୟ କ୍ୟାଲସିୟମ ମିଳେ ।
  4. ଶିମ୍ବକୁ ଚୋପାଛଡାଇ ଭଲଭାବରେ ସିଝାଇ ପିଲାଙ୍କ ପାଇଁ ଉତ୍ତମ ଖାଦ୍ୟ ତିଆରି କରାଯାଇପାରିବ । 
  5. କନ୍ଦମୂଳ, ଶିମ୍ବ, ମଟର ଓ ଲାଉର ପତ୍ରରେ ଅଧିକ ପରିମାଣର ଭିଟାମିନ ‘କ’ ଅଛି ଲୌହାଶ ଓ ପ୍ରୋଟିନ ଥାଏ । ସବୁ ପତ୍ରକୁ ଶୁଖାଇ ଗୁଣ୍ଡକରି ପିଲାର ଖାଦ୍ୟ (କାଞ୍ଜି)ରେ ମିଶାଇଲେ ଏହା ଅଧିକ ପୌଷ୍ଟିକ ହୋଇପାରିବ ।
  6. ଆଉ ମଧ୍ୟ ମୁଖ୍ୟ ଖାଦ୍ୟ ସହିତ ତୈଳ ଓ ଚିନି ବା ମହୁ ପରି ସହଯୋଗୀ ଖାଦ୍ୟ ମିଶାଇ ଦେବା ଉଚିତ୍। ଖାଦ୍ୟରେ ତୈଳ ଜାତୀୟ ଖାଦ୍ୟ ଯଥା – ବାଦାମ,ବିଭିନ୍ନ ମଞ୍ଜି ଇତ୍ୟାଦି ଦେବା ଉଚିତ୍ । ପିଲା ଶରୀରର ଶକ୍ତି ଚାହିଦା ପୂରଣ ହେବା ପୂର୍ବରୁ ଯଦି ପିଲାର ପେଟ ପୂରଣ ହୋଇଯାଏ ତେବେ ପିଲା ଦୁର୍ବଳ ଓ କ୍ଷୀଣ ହୋଇଯାଏ।
  7. ମା’ ପ୍ରଚୁର ପରିମାଣରେ ପନିପରିବା ଖାଇବା ଦରକାର ଯାହାକି ଶିଶୁର ପରିପୂର୍ଣ୍ଣ ଖାଦ୍ୟ, ସ୍ତନକ୍ଷୀରରେ ପରିଣତ ହୋଇଥାଏ ସ୍ତନକ୍ଷୀର ପିଲାଙ୍କ ପାଇଁ ସବୁଠାରୁ ଭଲ ଓ ଏହା ଅଯଥା ଖର୍ଚ୍ଚରୁ ମଧ୍ୟ ରକ୍ଷା କରିଥାଏ ।
  8. ଶକ୍ତିର ଆବଶ୍ୟକତା ପୂରଣ କରିବାକୁ ପିଲାକୁ ସିଝା ଭାତ ଖାଇବାକୁ ଦିଅନ୍ତୁ ।
  9. କିନ୍ତୁ ପିଲା ପରିବା ତେଲ ମିଶ୍ରିତ ଭାତ ଅଳ୍ପ ଆବଶ୍ୟକ କରିଥାଏ।
  10. କିନ୍ତୁ ଭାତ ସହିତ କିଛି ପାରିବା ମିଶାଇ ଖାଇବା ଅଧିକ ଉପଯୋଗୀ ଅଟେ । ମୁଖ୍ୟ ଖାଦ୍ୟ ସହିତ ଶକ୍ତିଦାୟକ ଖାଦ୍ୟ ଖାଇବାଦ୍ଵାରା ଅଧିକ ଶକ୍ତି ମିଳିଥାଏ । 
  11. ଯେତେବେଳେ ସମ୍ଭବ ହେଉଛି ଛୁଇଁ, କ୍ଷୀର, ବାଦାମ, ଅଣ୍ଡା, ମାଛ, ମାଂସ ପରି ଶରୀର ଗଠନକାରୀ ଖାଦ୍ୟ ଖାଇବା ଉଚିତ୍ । 
  12. ଏଥି ସହିତ ଶରୀର ରକ୍ଷାକାରୀ ଖାଦ୍ୟ ଖାଇବା ଉଚିତ୍ । ଯଥା କମଳା, ହଳଦିଆ ଫଳ, ପାରିବା, ସବୁଜ ଶାଗ ଇତ୍ୟାଦି । ଏହାଦ୍ୱାରା ଶରୀରକୁ ଭିଟାମିନ ଓ ଖଣିଜ ପଦାର୍ଥ ମିଳିଥାଏ । 

Post a Comment

0 Comments