ଶିବ ରୁଦ୍ରାଷ୍ଟକର କ'ଣ ରହିଛି ମାହାତ୍ମ୍ୟ ?

ଶିବ ରୁଦ୍ରାଷ୍ଟକର କ'ଣ ରହିଛି ମାହାତ୍ମ୍ୟ ?

ଏମିତିରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ସନାତନ ଗ୍ରନ୍ଥରେ, ପୁରାଣରେ ଅନେକ ମନ୍ତ୍ର ଉଲ୍ଲେଖ କରାଯାଇଛି, ଅନେକ ସ୍ତୁତି ବା ସ୍ତୋତ୍ର ମଧ୍ୟ ଅଛି,ଯାହାକୁ ଅନେକ ଋଷି ଏବଂ ଆଚାର୍ଯ୍ୟ ମାନେ କହିଛନ୍ତି। ଯାହାଙ୍କୁ ଜପ ବା ଗାନ କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୁଅନ୍ତି।

କିନ୍ତୁ ଶ୍ରୀଶିବ ରୁଦ୍ରାଷ୍ଟକ ସ୍ତୋତ୍ରର ମହତ୍ଵ ଏବଂ ପ୍ରଭାବ ଅତୁଳନୀୟ ଅଟେ। ପ୍ରତିଦିନ ଶିବ ରୁଦ୍ରାଷ୍ଟକ ପାଠ କଲେ ଜୀବନର ସବୁ ପ୍ରକାର ସମସ୍ୟା ସ୍ଵତଃ ଭାବେ ଦୂର ହୋଇଥାଏ। ତା ସହିତ ଭଗବାନ ଶିବଙ୍କ କୃପା ବି ପ୍ରାପ୍ତ ହେଇଥାଏ। ଶିବ ରୁଦ୍ରାଷ୍ଟକ ମନ୍ତ୍ରକୁ ମହା ଶିବରାତ୍ରୀ, ଶ୍ରାବଣ ମାସ ଅଥବା ଚତୁର୍ଦ୍ଦଶୀ ତିଥିରେ ଜପ କଲେ ବହୁତ ଭଲ ଫଳ ମିଳିବା ସହିତ ଧନ, ଜନ,ଗୋପ ଲକ୍ଷ୍ମୀ ବୃଦ୍ଧି ହୁଏ।

ଧାର୍ମିକ ଶାସ୍ତ୍ର ଅନୁସାରେ ଶିବଙ୍କ ଆରାଧନା କହିବାକୁ ଗଲେ କୌଣସି ସମୟରେ ମଧ୍ୟ କରାଯାଇ ପାରିବ। କିନ୍ତୁ ସନ୍ଧ୍ୟା ସମୟରେ କରାଯାଇଥିବା ପୂଜା ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଭଗବାନ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ପୂଜା ସନ୍ଧ୍ୟା ସମୟରେ କରନ୍ତୁ ଏବଂ ଏହି ସମ୍ବନ୍ଧୀୟ ସ୍ତୋତ୍ର ମଧ୍ୟ ପଢନ୍ତୁ। ସ୍ତୋତ୍ର ପଢ଼ିବା ଦ୍ଵାରା ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ।

ରୁଦ୍ରାଷ୍ଟକ ସ୍ତୋତ୍ରର ଶ୍ରଧାପୂର୍ବକ ପାଠ କରିବା ଦ୍ୱାରା ମହାଦେବ ଆପଣଙ୍କ ଜୀବନରେ ସବୁ ଦୁଃଖ ଦୂର କରି ଦେଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସ୍ତୋତ୍ର ପଢ଼ି କୌଣସି ବ୍ୟକ୍ତି ଶିବଙ୍କୁ ପ୍ରସନ୍ନ କରି ପାରିବେ।

ରୁଦ୍ରାଷ୍ଟକ ସ୍ତୋତ୍ର ପଢ଼ିବାର ନିୟମ

  1. ସର୍ବଦା ସ୍ନାନ କରିସାରି ରୁଦ୍ରାଷ୍ଟକ ସ୍ତୋତ୍ରର ପାଠ କରନ୍ତୁ।
  2. ଏହି ପାଠ ପଢ଼ିବା ଦ୍ଵାରା ପ୍ରଥମେ ଶିବଙ୍କ ପୂଜା କରନ୍ତୁ ଏବଂ ଏହାପରେ ଏହି ପାଠକୁ ପଢ଼ିବା ଆରମ୍ଭ କରନ୍ତୁ।
  3. ଏହି ପାଠକୁ କେବଳ ସନ୍ଧ୍ୟା ସମୟରେ ପଢାଯାଏ। ଏଥିପାଇଁ ଆପଣ ଏହି ପାଠକୁ ସନ୍ଧ୍ୟା ୫ ଘଟିକା ପରେ ପଢନ୍ତୁ।
  4. ଆପଣ ଏହି ପାଠକୁ ମନ୍ଦିର ବା ଘରେ ରହି ପଢ଼ି ପାରିବେ।
  5. ଏହି ପାଠକୁ ପଢ଼ିବା ସମୟରେ ସାମ୍ନାରେ ଶିବଙ୍କ ଫୋଟଚିତ୍ର ଚୌକିରେ ରଖି ଦିଅନ୍ତୁ ଓ ଦୀପ ପ୍ରଜ୍ବଳନ କରନ୍ତୁ। ଏହାପରେ ଏହି ପାଠକୁ ପଢ଼ିବା ଆରମ୍ଭ କରନ୍ତୁ।
  6. ପାଠ କରିବା ସମୟରେ ଏହି କଥାର ଧ୍ୟାନ ରଖନ୍ତୁ କି ପ୍ରତ୍ୟେକ ଶବ୍ଦର ଉଚ୍ଚାରଣ ସଠିକ ଢଙ୍ଗରେ ହେବ। ଯଦି ଆପଣ ଭୁଲ ଉଚ୍ଚାରଣ ସହିତ ଏହି ପାଠ କରିବେ, ତାହେଲେ ଆପଣଙ୍କୁ ଏହି ପାଠ କରିବାର କୌଣସି ଲାଭ ମିଳିବ ନାହିଁ।
  7. ଏହି ପାଠ କରିବାପରେ ମନରେ ନିଜର କାମନାକୁ କୁହନ୍ତୁ ଏବଂ ଶିବଙ୍କ ନାମ ନିଅନ୍ତୁ।

ରୁଦ୍ରାଷ୍ଟକ ସ୍ତୋତ୍ର ପାଠ

ନମାମୀସମିସାନ ନିର୍ବାଣ ରୂପଂ, ବିଭୁଂ ବ୍ୟାପକଂ ବ୍ରହ୍ମ ବେଦଃ ସ୍ଵରୁପମ୍।
                    ନିଜଂ ନିର୍ଗୁଣଂ ନିର୍ବିକଳ୍ପଂ ନିରିହଂ, ଚିଦାକାଶ ମାକାଶବାସଂ ଭଜେହମ୍ ।।୧।।

ନିରାକାର ମୋଙ୍କାର ମୂଲଂ ତୁରୀୟଂ, ଗୀରା ଜ୍ଞାନ ଗୋତିତମିସଂ ଗିରିସମ୍ ।
                କରାଳଂ ମହାକାଳ କାଳଂ କୃପାଲୁଂ, ଗୁଣାଗାର ସଂସାର ପାରଂ ନତୋହମ୍ ।।୨।।

ତୁଷାରାଦ୍ରି ସଂକାଶ ଗୌରଂ ଗମ୍ଭୀର, ମନୋଭୂତ କୋଟିପ୍ରଭା ଶ୍ରୀ ଶରୀରମ୍।
                       ଷ୍ଫୃମୌଳି କଲ୍ଲୋଳିନୀ ଚାରୁ ଗଙ୍ଗା ଲସଭଦ୍ରାଲ ଵାଳେନ୍ଦୁ କଣ୍ଠେ ଭୂଜଙ୍ଗା ।।୩।।

ତକୁଣ୍ଡଳଂ ଶୁଭ୍ର ନେତ୍ରଂ ବିଶାଲଂ, ପ୍ରସନ୍ନାନନଂ ନୀଳକଣ୍ଠଂ ଦୟାଲମ୍।
                     ମୃଗାଧୀଶ ଚର୍ମାମ୍ବରଂ ମୁଣ୍ଡମାଳଂ, ପ୍ରିୟ ଶଙ୍କରଂ ସର୍ବନାଥଂ ଭଜାମୀ ।।୪।।


ପ୍ରଚଣ୍ଡ ପ୍ରକଷ୍ଟଂ ପ୍ରଗଲଭଂ ପରେଶଂ, ଅଖଣ୍ଡଂ ଅଯଂ ଭାନୁକୋଟି ପ୍ରକାଶମ୍।
                          ତ୍ରୟଃ ଶୂଳ ନିର୍ମୂଳନଂ ଶୂଳପାଣିଂ ଭଜେହଂ ଭବାନିପତିଂ ଭାବ ଗମ୍ୟମ୍ ।।୫।।

କଳାତୀତ କଲ୍ୟାଣ କଳ୍ପାନ୍ତକାରୀ ସଦା ସଚ୍ଚିନାନ୍ଦ ଦାତା ପୁରାରୀ।
                         ଚିଦାନନ୍ଦ ସନ୍ଦୋହ ମୋହାପହାରୀ ପ୍ରସୀଦ ପ୍ରସୀଦ ପ୍ରଭୋ ମନ୍ମଥାରୀ ।।୬।।

ନ ଯାବତ୍ ଉମାନାଥ ପାଦାରବିନ୍ଦଂ ଭଜତ୍ନିହ ଲୋକେ ପରେ ବା ନରାଣାମ୍।
                   ନ ତାବତ୍ ସୁଖଂ ଶାନ୍ତି ସନ୍ତାପନାଶଂ, ପ୍ରସୀଦ ପ୍ରଭୋ ସର୍ବ ଭୂତାଦ୍ଧି ବାସମ୍ ।।୭।।

ନ ଯାନାମୀ ଯୋଗଂ ଜପଂ ନୈବ ପୂଜା, ନ ତୋହମ୍ ସଦା ସର୍ବଦା ଶମ୍ଭୁ ତୁଭ୍ୟମ୍।
                  ଜରା ଜନ୍ମ ଦୁଃଖୌଘ ତାତବ୍ୟମାନଂ ପ୍ରଭୋ ପାହି ଆପନ୍ନମାମୀଶ ଶମ୍ଭୋ ।।୮।।

ରୂଦ୍ରାଷ୍ଟକମିଦଂ ପ୍ରୋକ୍ତଂ ବିପ୍ରେଣ ହରତୋଷୟେ। ୟେ ପଠନ୍ତି ନରା ଭକ୍ତ୍ୟା ତେଷାଂ ଶମ୍ଭୁଃ ପ୍ରସୀଦତି।
 ।। ଇତି ଶ୍ରୀ ଗୋସ୍ୱାମୀତୁଳସୀଦାସ କୃତଂ ଶ୍ରୀ ରୁଦ୍ରାଷ୍ଟକଂ ସମ୍ପୂର୍ଣ୍ଣମ୍।।

Post a Comment

0 Comments