ପୂଜାପାଠ କରୁଥିବା ଲୋକ ସବୁଠୁ ଅଧିକ ଦୁଃଖୀ କାହିଁକି

ପୂଜାପାଠ କରୁଥିବା ଲୋକ ସବୁଠୁ ଅଧିକ ଦୁଃଖୀ କାହିଁକି

ଏହା ଆମ ମନକୁ ପ୍ରଶ୍ନ ଆସିଥାଏ ପୂଜା ପାଠ କରୁଥିବା ବ୍ୟକ୍ତି ଦୁଃଖୀ ରହିଥାନ୍ତି କାହିଁକି। ସବୁବେଳେ ଆମେ ପୂଜା ପାଠ କରିଥାଉ। ପ୍ରଭୁଙ୍କର ଭକ୍ତିରେ ଲୀନ ହୋଇଯାଉ। ହେଲେ ବି ଆମର ଦୁଃଖ ଅସୁବିଧା ସମାପ୍ତ ହୁଏ ନାହିଁ। ଏବଂ ଏହାର ବିପରୀତରେ ଯଦି ଆମେ ଦେଖିବା ଆମ ଠାରୁ ଅଧିକ ସୁଖୀ ସେମାନେ ହୋଇଥାନ୍ତି ଯେଉଁମାନେ ପୂଜା ପାଠ କରନ୍ତି ନାହିଁ। ଧର୍ମ କର୍ମ କରନ୍ତି ନାହିଁ। 

ଏହିଭଳି ପ୍ରଶ୍ନ ସବୁବେଳେ ଧାର୍ମିକ ବ୍ୟକ୍ତିଙ୍କ ମନକୁ ଆସିଥାଏ। ସେଥିପାଇଁ ଆପଣ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। 

ଆମେ ପାଇଥିବା ସୁଖ କିମ୍ବା ଦୁଃଖର କାରଣ ଭଗବାନ ନୁହଁନ୍ତି ନିଜେ ଆମେ | ଆମର କାର୍ଯ୍ୟ ଆମକୁ ସୁଖ ଏବଂ ଦୁଃଖ ଦେଇଥାଏ | ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ହେ ମନୁଷ୍ୟ ତୁମେ କର୍ମ କରିଚାଲ। ଫଳର ଚିନ୍ତା ତୁମେ ମୋ ଉପରେ ଛାଡି ଦିଅ। ଏବଂ ମୁଁ ଠିକ ସମୟରେ ତୁମ ଦ୍ୱାରା କରାଯାଇଥିବା କର୍ମର ଉଚିତ ଫଳ ପ୍ରଦାନ କରିବି। 

ବନ୍ଧୁଗଣ ଏହା ପଛରେ ଗୋଟେ କାରଣ ଅଛି। ଧ୍ୟାନ ଦେଇ ପଢ଼ନ୍ତୁ ଏହି କଥା।

ଜଣେ ଗୁରୁଜୀଙ୍କର ତାଙ୍କର ଦୁଇଟି ସନ୍ତାନ ଥିଲେ। ଦୁଇ ଜଣ ସନ୍ତାନ ଉଚ୍ଚ ଶିକ୍ଷାଗ୍ରହଣ କରିଥିଲେ। ପ୍ରଥମ ସନ୍ତାନଟି ପ୍ରତିଦିନ ସତସଙ୍ଗ କରୁଥାନ୍ତି। ପୂଜା ପାଠ କରି ଭଗବାନଙ୍କ ଭକ୍ତିରେ ରହୁଥାନ୍ତି ଏବଂ ଅନ୍ୟ ସନ୍ତାନଟି ଖରାପ ଅଭ୍ୟାସ ରଖିଥିବା ଯୋଗୁଁ ସେ ସବୁବେଳେ ଦେହଜୀବୀର ଘରକୁ ଯାଇଥାଏ। 

  • ଆପଣ ବି ଦେଖିଥିବେ ଆଜି ବି ଗାଁରେ ସହରରେ ଭଗବତ, ପାଲା,ଦାସକାଠିଆ କିମ୍ବା ସାମାଜିକ ନାଟକ କିମ୍ବା ପୌରାଣିକ ନାଟକ ଦେଖିବା ପାଇଁ କମ ପରିମାଣର ଭିଡ଼ ହୋଇଥାଏ। କିନ୍ତୁ ଯଦି ଆଗରୁ ହିଁ ଜଣା ପଡ଼ିଯାଏ କୌଣସି ଲେଡିସଷ୍ଟେଜକୁ ଆସିଛି ତ ସେଠାରେ ସବୁଠୁ ଅଧିକ ଭିଡ଼ ଲାଗିଥାଏ। ବହୁତ ଗମ୍ଭୀରତାର ସହ ବୁଝନ୍ତୁ। 
  • ଏହି ଯେଉଁ ଆଖି ଆପଣଙ୍କର, ଶରୀର ଆପଣଙ୍କର ଧୀରେ ଧୀରେ ନଷ୍ଟ ହେବାକୁ ଯାଉଛି। ହେଲେ ମଧ୍ୟ ଆଖି ଦେଖିବାର ଇଛା ପୂରଣ ହେଉନାହିଁ। ଆଜିବି ଝିଅ ମାନଙ୍କର ନାଚ ଦେଖିବାକୁ ମନ ବଳୁଛି। ଆଜିବି ସୁନ୍ଦରତା ପ୍ରତି ଆକର୍ଷିତ ହେଉଛନ୍ତି। 
  • ଜଣେ ଭକ୍ତ ଏହା ଶୁଣି କହିଲେ ଆରେ ପାଗଳ ତୁମେ ଏହି ସୁନ୍ଦରତାର ପଛରେ ପଡିଛ। ଆଜି ପର୍ଯ୍ୟନ୍ତ ତୁମେ ସୁନ୍ଦରତା ଦେଖିନ ଯେଉଁ ଦିନ ସୁନ୍ଦରତା ଦେଖିବ ପାଗଳ ହୋଇଯିବ। ଏହି ଦୁନିଆ ଆମକୁ ସେ ପର୍ଯ୍ୟନ୍ତ ଭଲ ଲାଗିଥାଏ ଯେପର୍ଯ୍ୟନ୍ତ ଆମକୁ ଭଗବାନଙ୍କ ସ୍ୱାଦ ମିଳିନଥାଏ। ହଁ ମିଳିବା ଡେରି ହୋଇପାରେ।

  1. ଦିନେ ପ୍ରଥମ ସନ୍ତାନ ଯାଇଥାଏ ଭଗବାନଙ୍କ ପୂଜାର୍ଚ୍ଚନା କରିବା ପାଇଁ ଏବଂ ଅନ୍ୟ ସନ୍ତାନ ଯାଇଥାଏ ବେଶ୍ୟାର ନାଚ ଦେଖିବା ପାଇଁ। ଦିନେ ଦ୍ୱିତୀୟ ସନ୍ତାନଟି ବେଶ୍ୟାର ଘରୁ ବାହାରିବା ସମୟରେ ରାସ୍ତାରେ ସୁନାର ଭରିଥିବା ଏକ ଛୋଟ ପର୍ସ ମିଳିଲା। ସୁନାର ପର୍ସ ମିଳିଲା ପରେ ସେ ଭାରି ଖୁସି ମନରେ ଘରକୁ ଫେରୁଥିଲା। ଏବଂ ପ୍ରଥମ ସନ୍ତାନଟି ସତସଙ୍ଗ ସାରି ଘରକୁ ଫେରିବା ସମୟରେ ରାସ୍ତାରେ ଗୋଟେ ଲୁହା କଣ୍ଟାଟି ପାଦରେ ପଶିଗଲା। ସେ ଛୁଟେଇ ଛୁଟେଇ ଗୁରୁଜୀଙ୍କ ପାଖକୁ ଗଲା। ସେ ଗୁରୁଜୀଙ୍କୁ ପଚାରିଲେ ଭଗବାନଙ୍କ ନ୍ୟାୟ କେମିତି। ମୁ ସତସଙ୍ଗ କରିବାକୁ ଯାଇଥିଲି ଲୁହା କଣ୍ଟା ପାଦରେ ଫୋଡି ହୋଇଗଲା। ଆଉ ସେ ବେଶ୍ୟାର ମୁଜୁରା ଦେଖିବାକୁ ଯାଇଥିଲା ସେ ସୁନାର ପର୍ସ ମିଳିଗଲା। ଏହା ଭଗବାନଙ୍କ ନ୍ୟାୟ କେମିତି। ସେ ଭୁଲ କାମ କରୁଥିଲା ତା ପାଦରେ କଣ୍ଟା ପସିବାର ଥିଲା ମତେ କାହିଁକି ଏତେ କଷ୍ଟ ଦେଲେ। ସବୁ କଥା ଶୁଣି ସାରିବା ପରେ ଗୁରୁଜି କହିଲେ ତୁମେ କେବଳ ବର୍ତ୍ତମାନ ଦେଖୁଛ, ତୁମେ କେବଳ ବର୍ତ୍ତମାନ ଭାବୁଛ।
  2. କିନ୍ତୁ ଇଶ୍ଵର ବର୍ତ୍ତମାନ ଏବଂ ଭବିଷ୍ୟ ଦେଖିପାରିଥାନ୍ତି। ଆମକୁ ଜଣା ନଥାଏକି କାଲି କଣ ହେବାକୁ ଯାଉଛି। କିନ୍ତୁ ଭଗବାନଙ୍କୁ ଜଣା ଥାଏ। କାଲି କଣ ହେବାକୁ ଯାଉଛି। ଗୁରୁଜୀ କହିଲେ ଯାହାକୁ ସୁନା ମିଳିଲା ତାକୁ ଆଜିର ଦିନରେ ବହୁତ ବଡ଼ ସୁନା, ଗହଣା,ହୀରା, ମୋତି ଭରା ପେଡି ମିଳିବାର ଥିଲା। ଆଜିର ଦିନରେ ତାଙ୍କୁ ରାଜା ହେବାର ଥିଲା। କିନ୍ତୁ ସେ ବେଶ୍ୟାର ସଙ୍ଗ କରିବା କାରଣରୁ ସମୟର ଦୁବ୍ୟବହାର କରିବା କାରଣରୁ ତାର ପୁଣ୍ୟ ସବୁ କ୍ଷ-ୟ ହୋଇଗଲା। ଆଜିର ଦିନରେ ଏହି ବ୍ୟକ୍ତିକୁ ରାଜା ହେବାର ଥିଲା। କାରଣ ପୂର୍ବ ଜନ୍ମର ଏହି ବ୍ୟକ୍ତିର ପୁଣ୍ୟ ଅଧିକ ଥିଲା କିନ୍ତୁ କୁ-କ-ର୍ମ କରି ସବୁ ପୁଣ୍ୟକୁ ନଷ୍ଟ କରିଦେଲା। ଏଥିପାଇଁ ଛୋଟ ପର୍ସରେ ଥିବା ସୁନାରେ ହିଁ ତାକୁ ସନ୍ତୁଷ୍ଟ ହେବାକୁ ପଡିବ। 
  3. ଆଉ ତୁମକୁ ଆଜିର ଦିନରେ ମୃ-ତ୍ୟୁ ଆସିବାର ଥିଲା। ଆଜି ତୁମ ଜୀବନର ଶେଷ ଦିନ ଥିଲା କିନ୍ତୁ ତୁମେ ଭଗବାନଙ୍କ ସହ ସବୁବେଳେ ଯୋଡି ରହୁଥିଲ, ଭଗବାନଙ୍କ ପୂଜାପାଠ କରୁଥିଲ, ଧର୍ମ କର୍ମ କରୁଥିଲ, ନାମ କୀର୍ତ୍ତନରେ ଯୋଡି ହୋଇ ରହୁଥିଲ ଏଥିପାଇଁ ଭଗବାନ ତୁମର ମୃ-ତ୍ୟୁକୁ ଏକ ଲୁହାର କଣ୍ଟାରେ ପରିବର୍ତ୍ତନ କରିଦେଲେ। ଏହା ପରମାତ୍ମାଙ୍କ ନିର୍ଣ୍ଣୟ ଅଟେ ଯାହାକୁ ସମସ୍ତେ ବୁଝି ପାରନ୍ତି ନାହିଁ।
ଜୀବନରେ ଯେତେ ଦୁଃଖ ଆସିଲେ କଷ୍ଟ ଆସିଲେ ଯଦି ଆପଣ ଇଶ୍ଵରଙ୍କ ସହ ଯୋଡି ହୋଇ ରହିଛନ୍ତି ତାହେଲେ ବୁଝିଯିବେ କି ଆପଣଙ୍କର ବହୁତ ବଡ଼ ସଂକଟ ଭଗବାନ ଛୋଟରୁ ଛୋଟ କରି ବାହାର କରିଦେଉଛନ୍ତି। ସେଥିପାଇଁ ଆମକୁ ସଦାସର୍ଵଦା ଇଶ୍ଵରଙ୍କ ସହ ଯୋଡି ହୋଇ ରହିବା ଉଚିତ। ପୂଜା ପାଠ କରିବା ଉଚିତ। ଯଦି ଏହିପରି ସଂ-କ-ଟ ଆପଣଙ୍କର ଛୋଟ ଦୁ-ର୍ଘଟ-ଣା କିମ୍ବା କଷ୍ଟ ଚାଲିଯାଏ ତେବେ ତୁରନ୍ତ ଭଗବାନଙ୍କୁ ପାର୍ଥନା କରି ଧନ୍ୟବାଦ ଜଣାଇବା ଉଚିତ।

  1. ତେଣୁକରି ଆପଣଙ୍କୁ ଯାହା ମିଳି ଯାଉଛି ଆପଣଙ୍କ ଜୀବନରେ ତାକୁ ନେଇକି ଖୁସି ହୁଅନ୍ତୁ ଏବଂ ଯାହା ନ ମିଳୁଛି ଭଗବାନଙ୍କ ଉପରେ ଛାଡି ଦେଇ ଖୁସିରେ ରୁହନ୍ତୁ ।
  2. ତେବେ ଆପଣ ସେମିତି ସମସ୍ତଙ୍କ ଆଗରେ କାନ୍ଦିବା ଅପେକ୍ଷା ପରମାତ୍ମାଙ୍କ ପାଖରେ କାନ୍ଦି ଦିଅନ୍ତୁ । ଆପଣ ମାନେ ପରମାତ୍ମାଙ୍କ ପାଖରେ କାନ୍ଦନ୍ତି ନାହିଁ କିନ୍ତୁ ଯାଇ ସଂସାରର ସବୁ ଗୋଟେ ଗୋଟେ ଲୋକ ପାଖରେ କାନ୍ଦନ୍ତି ସେଥିପାଇଁ କିଛି ଠିକ ହୋଇନଥାଏ । ତେଣୁ ଆପଣ ପରମାତ୍ମାଙ୍କ ପାଖରେ କାନ୍ଦି ଦିଅନ୍ତୁ ଆଉ କାହା ପାଖରେ କାନ୍ଦିବାକୁ ପଡିବନି । ଏବେ ଆପଣ ଭାବନ୍ତୁ କାହା ପାଖରେ କଣ କରିବେ |

ଏଣୁ ଭଗବାନ କେବେ ମଧ୍ୟ କାହାର ଅନିଷ୍ଟ କରନ୍ତି ନାହିଁ ମନରେ ବିଶ୍ଵାସ ଈଶ୍ବରଙ୍କ ଆରାଧନା ସହିତ ଆଗକୁ ବଢନ୍ତୁ ।

Post a Comment

0 Comments