ପୂଜା କରୁଥିବା ସମୟରେ ଆଖିରେ ଲୁହ,ନିଦ,ହାଇ ଆସିବାର କାରଣ
ପୂଜା କରୁଥିବା ସମୟରେ ଆଖିରେ ଲୁହ,ନିଦ,ହାଇ ଆସିବାର କାରଣ
ଧ୍ୟାନ ବା ପୂଜା ବା ଆରାଧନା କରିବା ଦ୍ୱାରା ଆମ ମନରେ ଏକ ଅଲଗା ପ୍ରକାରର ଶାନ୍ତି ଆସିଥାଏ। ଏମିତିରେ ଧ୍ୟାନ ବା ପୂଜା ମନରେ ଥିବା ଅଶାନ୍ତକୁ ଦୂର କରିବା ପାଇଁ କରାଯାଏ। ଯେମିତି ଆମ ମନକୁ ଶାନ୍ତି ମିଳୁ ଓ ଆମ ମନରେ କୌଣସି ପ୍ରକାର ଚିନ୍ତା ନ ଆସୁ। ମନରେ ପବିତ୍ର ଭାବନା ଓ ଶାନ୍ତି ପାଇଁ ଆମେ ଆରାଧନା ମଧ୍ଯ କରିଥାଉ।
କୁହନ୍ତିକି ପୂଜାପାଠ ଈଶ୍ୱରଙ୍କ ସହ ଯୋଡି ହେବାର ମାର୍ଗ ହୋଇଥାଏ। ଏବଂ ଇଶ୍ୱରଙ୍କ ସହ କିଛି ଭାବପୁର୍ଣ୍ଣ ସମୟ କଟାଇବାର ବାଟ ହୋଇଥାଏ। ଆଜିର ଏହି ବ୍ୟସ୍ତ ଜୀବନରେ ଏହି କିଛି ମୁହୂର୍ତ୍ତ ହୋଇଥାଏ ଯେବେ ଆମେ ଶାନ୍ତ ମନରେ ଈଶ୍ୱରଙ୍କ ଭକ୍ତିରେ ଲୀନ ହୋଇଯାଉ। କିନ୍ତୁ ଏହାମଧ୍ୟ ସତ ଅଟେ କିଛି ଲୋକ ହୃଦୟରୁ ଓ ବହୁତ ଆଗ୍ରହରେ ପୂଜାପାଠ କରନ୍ତି।
ସେହିପରି କିଛି ଲୋକ ଗୁରୁଜନଙ୍କ କହିବାରୁ ଈଶ୍ୱରଙ୍କ ଡରରେ କେବଳ ପୂଜାପାଠ କରିବାର ଦେଖେଇଥାନ୍ତି। ଆପଣ ପ୍ରାୟ ଦେଖିଥିବେ କିମ୍ବା ଅନୁଭବ କରିଥିବେକି ପୂଜା ଓ ଭଗବାନଙ୍କ ନାମ ସ୍ମରଣ କରିବା ସମୟରେ କେତେଥର ଆଖିରେ ଲୁହ ଆସିଯାଏ, ହାଇ ଓ ନିଦ କିମ୍ବା କାଶ ଓ ଛିଙ୍କ ଆସେ, ଆଳସ୍ୟ ଆସେ।
କଣ ଆପଣ ମଧ୍ୟ କେବେ ଭାବିଛନ୍ତି କି ଏପରି କାହିଁକି ହୋଇଥାଏ। ଏହା ପଛର କାରଣ କଣ ? କି ପୂଜା କିମ୍ବା ଭଗବାନଙ୍କ ନାମ କରିବା ସମୟରେ ଏପରି ହେବ ଅଶୁଭ ଅଟେ କି ନାହିଁ। ତେବେ ଆସନ୍ତୁ ଏହାର ଉତ୍ତର ଶାସ୍ତ୍ର ଅନୁସାରେ ଜାଣିବା।
ଏମିତି ଆପଣଙ୍କୁ ଜାଣିବା ନିହାତି ଆବଶ୍ୟକ ହୋଇଥାଏ କି ପୂଜାପାଠ କରିବା ସମୟରେ ଯଦି ଆପଣଙ୍କ ଆଖିରେ ଲୁହ ଆସୁଛି, ତେବେ ଆପଣଙ୍କୁ ଇଶ୍ଵରଙ୍କ ଦିବ୍ୟ ଶକ୍ତି କିଛି ସଂକେତ ଦେଉଅଛି। ଅର୍ଥାତ ଆପଣ ଯେଉଁ ଭଗବାନଙ୍କ ଧ୍ୟାନ ପୂଜା କରୁଛନ୍ତି, ତାଙ୍କ ସହ ଆପଣଙ୍କର ଭକ୍ତି ଯୋଡ଼ି ହୋଇଯାଇଛି ଓ ଆପଣଙ୍କ ପୂଜା ମଧ୍ଯ ସଫଳ ହୋଇଛି। ଯେମିତି ଭୋକ ଲାଗିବା ଦ୍ବାରା ଖାଇବାକୁ ମନ କରିଥାଏ। ଠିକ୍ ସେହି ପ୍ରକାରରେ ଯେବେ ଆପଣ ପୂଜା କରିଥାନ୍ତି, ସେତେବେଳେ ଆପଣ ଇଶ୍ଵରଙ୍କ ସହିତ ଯୋଡ଼ି ଯାଆନ୍ତି।
- କେବେକେବେ ଲୋକ ପୂଜା କରିବା ସମୟରେ ଏପରି ଭକ୍ତିରେ ଲୀନ ହୋଇଯାନ୍ତିକି ତାଙ୍କ ଆଖିରୁ ଆପେ ଆପେ ଲୁହ ବାହାରିଯାଏ। ଏହା ସଂକେତ ଦିଏକି ସେହି ବ୍ୟକ୍ତି ପୁରାପୁରି ଭାବରେ ଈଶ୍ୱରଙ୍କ ଭକ୍ତିରେ ଲୀନ ଅଛି। ଆମ ଅନ୍ତରର ସବୁ ଭାବନା ଲୁହ ରୂପରେ ଆଖିରୁ ପ୍ରକଟ ହୋଇଯାଏ। ତେବେ ଏହାକୁ ଏକ ଭଲ ସଂକେତ ବୋଲି ଧରାଯାଇଛି ।
- ଯଦି ଆପଣଙ୍କ ଆଖିରୁ ପୂଜା କରିବା ସମୟରେ ଲୁହ ଆସିଯାଏ ତେବେ ଜାଣିନିଅନ୍ତୁ କି ଆପଣଙ୍କ ଆତ୍ମାର ଈଶ୍ୱରଙ୍କ ସହ ମିଳନ ହୋଇସାରିଛି।
- ଭାରତରେ ବହୁତ ମନ୍ଦିର, ଦେବୀ ଦେବତା ରହିଛନ୍ତି। ଏଥି ଦ୍ୱାରା ଭକ୍ତକୁ କିପରି ଜଣା ପଡ଼ିବ ଯେ ସେ କେଉଁ ପୂଜାସ୍ଥଳକୁ ଯିବା ଆବଶ୍ୟକ। ମନୁଷ୍ୟକୁ କେଉଁ ତୀର୍ଥସ୍ଥଳ ବା ଭଗବାନଙ୍କୁ ପୂଜା କରୁଥିବା ସମୟରେ ଆଖୁରୁ ଲୁହ ଆସେ, ତେବେ ସେହି ତୀର୍ଥସ୍ଥଳ ବା ଭଗବାନ ଆପଣଙ୍କ ପାଇଁ ଉପଯୁକ୍ତ ଅଟନ୍ତି ଓ ଆପଣଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି। ଅର୍ଥାତ୍
- ଆପଣ ଯେକୌଣସି ଭଗବାନଙ୍କ ପୂଜାପାଠ କରନ୍ତୁ ନା କାହିଁକି ଯଦି କୌଣସି ଭଗବାନଙ୍କ ପୂଜା କରୁଥିବା ସମୟରେ ଆଖିରୁ ଲୁହ ଆସିଯାଏ, ତେବେ ଆପଣ ବୁଝି ନିଅନ୍ତୁ ଆପଣଙ୍କ ପୂଜା ସଫଳ ହୋଇଛି ଏବଂ ଭଗବାନ ଆପଣଙ୍କ ପୂଜାରେ ପ୍ରସନ୍ନ ହୋଇଅଛନ୍ତି। ଆପଣଙ୍କ ସମସ୍ତ ମନସ୍କାମନା ନିକଟ ଭବିଷ୍ୟତରେ ପୂରଣ ହେବାକୁ ଯାଉଛି।
କେତେଥର ଆମେ ପୂଜାପାଠ ସମୟରେ ଅନ୍ୟମନସ୍କ ରହିଥାଉ ଏବଂ ଆମ ମନ ଈଶ୍ୱର ଭକ୍ତି ଓ ପୂଜାପାଠରେ ଲାଗିନଥାଏ ଯଦିବି ଆମେ କୌଣସି ପୂଜାପାଠରେ ସାମିଲ ହୋଇଯାଉଛେ ତେବେ ମଧ୍ୟ ପୁରା ସମୟ ବହୁତ ହିଁ ଅନ୍ୟମନସ୍କ ଢଙ୍ଗରେ ରହିଥାଉ। ଆମ ସହିତ ଏପରି କଣପାଇଁ ହୋଇଥାଏ। ଏହାତ ସବୁଠାରୁ ପୁଣ୍ୟର କାମ ହୋଇଥାଏ ତଥାପି ଏପରି କାହିଁକି ହୋଇଥାଏ ? କେତେଥର ଆମ ମନ ଈଶ୍ୱର ଭକ୍ତି କରିବାକୁ ଚାହେଁ କିନ୍ତୁ ଆମ ଶରୀର ଓ ମସ୍ତିଷ୍କ ଆମକୁ ଏପରି କରିବାରୁ ରୋକିଥାଏ। ପୁଣି ମନ ଓ ମସ୍ତିଷ୍କର ମଧ୍ୟରେ ସାମଞ୍ଜସ୍ୟ କରିବାପାଇଁ ଯୁଦ୍ଧ ଲାଗିଯାଏ। ପରେ ଏହି ଯୁଦ୍ଧରେ ଆମେ ଅସଫଳ ହୋଇଯାଉ।
- ଆମ ଶରୀରରେ ଦୁଇ ପ୍ରକାରର ଉର୍ଜା ଥାଏ ସକରାତ୍ମକ ଓ ନକାରାତ୍ମକ।
- ସକରାତ୍ମକ ଉର୍ଜା ଆମକୁ ଭଲ କାମ କରିବାରେ ପ୍ରୋତ୍ସାହିତ କରେ ଓ ନକାରାତ୍ମକ ଉର୍ଜା ଏହାର ବିପରୀତ କାମ କରିଥାଏ।
- ଏହା କୌଣସି ମଣିଷ ଉପରେ ଭାରି ହୋଇଯାଏ। ସେ ଖରାପ କାମ କରିବାକୁ ଲାଗେ।
- ଅନ୍ୟର ନିନ୍ଦା କରିବାକୁ ଲାଗେ। ଅନ୍ୟକୁ ଅଭିଶାପ ଦିଏ, ଚୋରି କରେ, କପଟ କରେ, ମିଛ କୁହେ ଏପରି କେତେ ପ୍ରକାରର କାମ ନକାରାତ୍ମକ ଉର୍ଜା ପାଇଁ ହୋଇଥାଏ।ଏଥିପାଇଁ ଏହି ଉର୍ଜାକୁ କମ କରିବାକୁ ପ୍ରୟାସ କରିବା ଉଚିତ।
- ଆମ ଶରୀର ଏହି ଦୁଇଟି ଯାକ ଶକ୍ତିରେ ତିଆରି ହୋଇଥାଏ। ଆମ ଚାରିପାଖରେ ମଧ୍ୟ ଏହି ଶକ୍ତି ଥାଏ।
- ଏହି ନକରାତ୍ମକ ଶକ୍ତି ଆମକୁ ଈଶ୍ୱରଙ୍କ ଭକ୍ତି କରିବାକୁ ଦିଏନାହିଁ ଓ ଏହା କରିବାକୁ ରୋକିଥାଏ। ପୂଜାପାଠ କରିବାରେ ବାଧା ଉତ୍ପନ୍ନ କରେ।ଏହା ଶୁଭ ନୁହେଁ।
- ଆମକୁ ଚାରିପାଖରେ ଥିବା ସବୁ ନକରାତ୍ମକ ଶକ୍ତିକୁ ଦୂର କରିବାକୁ ହେବ ଯାହା ଆମକୁ ଈଶ୍ୱରଙ୍କ ପାଖକୁ ଯିବାକୁ ରୋକିଥାଏ। ମନରେ ଈଶ୍ୱରଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧା ଅଛି ତେବେ ଆମେ ଅବଶ୍ୟ ଆମ ଆଚରଣରୁ ଖରାପଶକ୍ତିକୁ ହରାଇପାରିବା।
- ଯଦି ଆପଣ ବ୍ରହ୍ମମୁହୂର୍ତ୍ତରେ ଉଠୁଛନ୍ତି, ସକାଳେ ଜଲଦି ସ୍ନାନ କରୁଛନ୍ତି, ନିଜ ହାତର ଦର୍ଶନ କରୁଛନ୍ତି ତେବେ ଏସବୁ ନକରାତ୍ମକ ଶକ୍ତି ଆପଣଙ୍କ ପାଖକୁ ଆସିବେନାହିଁ।
0 Comments
Do you have any doubts or suggestions? Ask them here in the comments!