ପ୍ରତିଦିନ ଡାଲି ଖାଉଥିଲେ ଏହା ନିଶ୍ଚୟ ପଢ଼ନ୍ତୁ ?
ପ୍ରତିଦିନ ଡାଲି ଖାଉଥିଲେ ଏହା ନିଶ୍ଚୟ ପଢ଼ନ୍ତୁ ?
ଡାଲି ଖାଇବାର ଅନେକ ଲାଭ ମଧ୍ୟ ଅଛି। ମୁଗ ଡାଲି ଓ ମଶୁରି ଡାଲି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ। ମୁଗ ଓ ମଶୁରି ଡାଲି ମିଶାଇ ଖାଇବା ଅତ୍ୟନ୍ତ ହିତକର। 'କୋଳଥ ଡାଲି' ବି ହେଉଛି ଶରୀର ପାଇଁ ଖୁବ ହିତକର |
ଋତୁ ଅନୁଯାୟୀ ଡ଼ାଲି ଚୟନ
- ବିଶେଷ କରି ବର୍ଷା ଋତୁରେ ମୁଗ ଓ ମଶୁରି ଡାଲି ବହୁତ ଲାଭଦାୟକ।
- କାରଣ ବର୍ଷା ଋତୁରେ ପାଚନ ପ୍ରକ୍ରିୟା ବହୁତ ଦୁର୍ବଳ ହୋଇଯାଇଥାଏ। କୌଣସି ଜିନିଷ ଶୀଘ୍ର ହଜମ ହୋଇନଥାଏ।
- ଏହିଭଳି ସ୍ଥିତିରେ ମୁଗ ଓ ମଶୁରି ଡାଲି ଶୀଘ୍ର ହଜମ ହୋଇଥାଏ।
- ସେହିଭଳି ଶୀତ ଦିନରେ ଗରମ ଜାତୀୟ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥାଏ। କିନ୍ତୁ ମଶୁରି ଡାଲି ଶରୀରକୁ ଗରମ କରିଥାଏ।
- 'କୋଳଥ ଡାଲି' ହେଉଛି ଶରୀର ପାଇଁ ଓ ଶୀତଋତୁରେ ଖୁବ ହିତକର |
- ଗ୍ରୀଷ୍ମ ଋତୁରେ ଥଣ୍ଡା ଜାତୀୟ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଏ ଯାହା ପେଟକୁ ଥଣ୍ଡା ରଖିଥାଏ। ମୁଗ ପେଟକୁ ଥଣ୍ଡା ରଖିଥାଏ।
- ଆପଣ ଚାହିଁଲେ ମୁଗ ଓ ମଶୁରିକୁ ଅଲଗା ଅଲଗା ମଧ୍ୟ ପ୍ରସ୍ତୁତ କରିପାରିବେ।
- ସେଥିପାଇଁ ମୌସୁମୀ ଋତୁରେ ଏହି ଦୁଇ ଡାଲିକୁ ମିଶାଇ ଖାଇଲେ ଲାଭଦାୟକ ପ୍ରମାଣିତ ହୋଇଥାଏ।
ପ୍ରତିଦିନ ଡାଲି ଖାଉଥିଲେ
ଡାଲି ଖାଇବାକୁ ଭଲା କାହାକୁ ଭଲା ଲାଗେନି। ଭାତ ସହିତ ଡାଲି ନ ଥିଲେ ଖାଇବା ଅଧା ଭଳି ଲାଗେ। ଡାଲିରେ ପ୍ରୋଟିନ ଭରପୂର ମାତ୍ରାରେ ରହିଥାଏ। ଡାଲିରୁ ଆମ ଶରୀରକୁ ଏନର୍ଜି ମିଳିଥାଏ। ମୁଗ ଓ ମସୁର ଡାଲିକୁ ମିକ୍ସ କରି ଖାଇଲେ ସ୍ୱାସ୍ଥ୍ୟ ଏବଂ ପେଟ ସବୁବେଳେ ସୁସ୍ଥ ରହିଥାଏ। କିନ୍ତୁ ଆପଣ ଜାଣନ୍ତୁ ଯେ ଡାଲି ବି ଶରୀର ପାଇଁ ହାନିକାରକ ହୋଇପାରେ। ବୋଧହୁଏ ଆପଣଙ୍କୁ ବିଶ୍ୱାସ ହେବନି କିନ୍ତୁ ଏହା ସତ। ଡାଲି ଖାଇବା ଦ୍ୱାରା କ'ଣ କ'ଣ ସମସ୍ୟା ହୋଇଥାଏ ଜାଣନ୍ତୁ।
- ଡାଲିର ମାତ୍ରାଧିକ ସେବନ ଶରୀରର ଭିତରକୁ ଅନେକ କ୍ଷତି ପହଞ୍ଚାଇଥାଏ। ଡିହାଇଡ୍ରେସନ, ଥକ୍କାପଣ, ଚିଡ୍ ଚିଡାପଣ ଅନୁଭବ କରିବା, ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଦେଇପାରେ।
- ଡାଲିରେ ଭରପୁର ମାତ୍ରାରେ ପ୍ରୋଟିନ୍ (Protein) ଅଛି । ଯଦି ଆପଣ ନିଜ ଡାଏଟରେ ବହୁତ ପ୍ରୋଟିନ ସେବନ କରନ୍ତି ତେବେ ଏହା ଶରୀରେ ମୋଟାପଣକୁ ଖୁବ ଶୀଘ୍ର ବୃଦ୍ଧି କରାଇଥାଏ। ତେବେ ଶରୀରରେ ମୋଟାପଣ ଦେଖାଦେଲେ ଧିରେ ଧିରେ ଅନେକ ଗମ୍ଭୀର ରୋଗର ସମ୍ମୁଖୀନ ହେବାକୁ ପଡ଼ିଥାଏ।
- ଯଦି ପୁରୁଣା ରୋଗ ଯେମିତିକି ମାଂସପେଶୀ ବଢିବା ଭଳି ରୋଗ ଥାଏ ତେବେ ଡାକ୍ତରଙ୍କ ବିନା ପରାମର୍ଶରେ ଡାଲିର ସେବନ କରନ୍ତୁ ନାହିଁ। କାରଣ ଡାଲିରେ ପ୍ୟୁରିନର ମାତ୍ରା ଅତ୍ୟଧିକ ଥାଏ। ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।
- ଯେକୌଣସି ଜିନିଷ ଅଧିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଠିକ ସେହିଭଳି ଅଧିକ ଡାଲି ଖାଇବା ମଧ୍ୟ ହାନିକାରକ। ଅଧିକ ଡାଲି ଖାଇବା ଦ୍ୱାରା ତାର ପ୍ରଭାବ ସିଧା ସଳଖ ଲିଭର ଉପରେ ପଡିଥାଏ। ଏପରିକି ଲିଭରରେ ଷ୍ଟୋନ ହେବାର ମଧ୍ୟ ସମ୍ଭାବନା ରହିଛି।
- ଯଦି ଆପଣ ଡାଲି ଅଧିକ ଖାଉଛନ୍ତି, ତା’ହେଲେ ଏହାର ସିଧା ପ୍ରଭାବ ଆପଣଙ୍କ କିଡ୍ନୀ ଉପରେ ପଡ଼ିଥାଏ। ଏହାଦ୍ୱାରା କିଡ୍ନୀରେ ଷ୍ଟୋନ୍ ହେବାର ଆଶଙ୍କା ରହିଥାଏ।
- ଡାଲି ଖାଇବା ଦ୍ୱାରା ଗ୍ୟାସ ସମସ୍ୟା ମଧ୍ୟ ହୋଇଥାଏ। ଅଧିକ ଡାଲି ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ହୋଇଥାଏ।
- ଡାଲି ଅଧିକ ଖାଇଲେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ପାରି ନ ଥାଏ, ଯାହାକି ପରବର୍ତ୍ତୀ ସମୟରେ ବହୁତ କ୍ଷତି ପହଞ୍ଚାଇଥାଏ।
0 Comments
Do you have any doubts or suggestions? Ask them here in the comments!