ପିଲାଙ୍କ ପାଠ ପଢାରେ ଏକାଗ୍ରତା ବଢ଼ାଇବା ପାଇଁ କିଛି ଉପାୟ

ପିଲାଙ୍କ ପାଠ ପଢାରେ ଏକାଗ୍ରତା ବଢ଼ାଇବା ପାଇଁ କିଛି ଉପାୟ

ଶିକ୍ଷା ହାସଲ କରିବା ସମସ୍ତଙ୍କ ଜୀବନର ପ୍ରଥମ ପ୍ରାଥମିକତା ହୋଇଥାଏ । ସମସ୍ତେ ନିଜ ଜୀବନରେ ଭଲ ଶିକ୍ଷା ହାସଲ କରିବା ପାଇଁ ବହୁତ ପରିଶ୍ରମ କରିଥାନ୍ତି । କିଛି ଜଣ ଶୀଘ୍ର ସଫଳତା ହାସଲ କରିଥାନ୍ତି ତ ଅନ୍ୟ କିଛି ଜଣ ପାଇଁ ସଫଳତା ସ୍ୱପ୍ନ ପାଲଟି ଯାଇଥାଏ | ତେଣୁ ସେହି ମାନଙ୍କ ପାଇଁ କିଛି ବାସ୍ତୁ ଉପାୟ ... 

ପିଲାଙ୍କ ପାଠ ପଢାରେ ଏକାଗ୍ରତା ବଢ଼ାଇବା ପାଇଁ କିଛି ଉପାୟ

1. କିଛି ଦିଗ ପ୍ରତି ଧ୍ଯାନ ଦେବା ଉଚିତ

ପିଲାଙ୍କ ପଢ଼ାଘର ଉତ୍ତର କିମ୍ବା ପୂର୍ବ ଦିଗରେ ହେବ ଦରକାର | ଏହି 2ଦିଗକୁ ମୁହଁ କରି ପଢ଼ିବା ଦ୍ୱାରା ଏକାଗ୍ରତା ବଢିଥାଏ ଏବଂ ପାଠ ଶୀଘ୍ର ବୁଝିଥାନ୍ତି | 

2. ମା ସରସ୍ବତୀଙ୍କ ଜପ ପାଠ

ମା ସରସ୍ବତୀଙ୍କର ପୂଜା କରିବା ଦ୍ବାରା ବିଦ୍ୟାର୍ଥୀଙ୍କ ଉପରେ ମାତା ସରସ୍ବତୀଙ୍କର କୃପା ରହିଥାଏ । ସବୁଦିନ ସକାଳେ ଉଠି ମନ୍ତ୍ରର ଜପ କରିବା ଦ୍ବାରା ନିଜ ପଢା ଉପରେ ଭଲ ପ୍ରଭାବ ପଡିଥାଏ ଏବଂ ସଫଳତା ମିଳିଥାଏ | ଏହି ମନ୍ତ୍ରକୁ ଜପ କରିବାର ଶୁଭ ସମୟ ସକାଳ 7ଟା ଅଟେ |

  1. -“ଐଂ ହ୍ରୀଂ ଶ୍ରୀଂ ବାଗ୍ଦେବୈ ସରସ୍ବତୈ ନମଃ" 
  2. -ସରସ୍ୱତୀ ନମସ୍ତୁଭ୍ୟଂ ବରଦେ କାମ ରୂପିଣୀ, ବିଦ୍ୟାରମ୍ଭ କରିଶ୍ୟାମୀ ସିଧିର ଭବତୁମେ ସଦା 
  3. -“ଗୁରୁ ଗୃହନ ଗୟ ପଢନ ରଘୁରାଈ,ଅଳ୍ପ‌ କାଳ ବିଦ୍ୟା ସବ ଆଇ”
  4. -ଓଁ ଶାରଦା ମାତା ଇଶ୍ଵରୀ,ମେଁ ନିତ ସୁମରି ତୋୟ,ହାଥ ଜୋଡ ଅରଜି କରୁଁ ବିଦ୍ୟା ବର ଦେ ମୋୟ |
  5. -ଶାରଦୀୟ ନମସ୍ତୁଭ୍ୟଂ,ମମ ହୃଦୟେ ପ୍ରବେଶିନୀ 

3. ଗାଈକୁ ଦିଅନ୍ତୁ ରୁଟି

ଗାଈକୁ ଗୁରୁବାର ଦିନ ରୁଟି ଖୁଆଇବା ଦ୍ବାରା ବିଦ୍ୟାର୍ଥୀଙ୍କର ମନ ପଢାରେ ଲାଗିଥାଏ | ଯଦି ବିଦ୍ୟାର୍ଥୀଙ୍କ ପାଖରେ ଗାଈକୁ ରୁଟି ଖୁଆଇବାର ସମୟ ନଥିବ ତେବେ ସେ ଗାଈକୁ ରୁଟି ଖୁଆଉଥିବା ରୁଟିରେ ହାତ ଲଗାଇ ଦେଇକରି ଚାଲିଆସନ୍ତୁ , ଓ ସେହି ବିଦ୍ୟାର୍ଥୀଙ୍କ ସ୍ଥାନରେ ଅନ୍ୟ କେହି ଗାଈକୁ ରୁଟି ଖୁଆଇପାରିବେ ।

4. ଭଗବାନ ଗଣେଶଙ୍କୁ ଲଗାନ୍ତୁ ଭୋଗ

ବିଦ୍ୟାର୍ଥୀଙ୍କୁ ସବୁ ଦିନ ଭଗବାନ ଗଣେଶଙ୍କର ପୂଜା ଅର୍ଚ୍ଚନା କରି ତାଙ୍କୁ ବେସନର ଲଡୁ ଭୋଗ ଲଗାନ୍ତୁ ।

5. ହଳଦିଆ ସୋରିଷକୁ ପକାନ୍ତୁ

କୌଣସି ବି ପରୀକ୍ଷାରେ ଯିବା ପୂର୍ବରୁ ବିଦ୍ଯାର୍ଥୀ ନିଜ ଘରର ମୁଖ୍ୟ କବାଟରେ ଛିଡା ହୋଇ ନିଜ ମୁଣ୍ତ ଉପରୁ ଅଳ୍ପ ହଳଦିଆ ସୋରିଷ ପକାନ୍ତୁ ।

6. ସୂର୍ଯ୍ୟଙ୍କୁ କରନ୍ତୁ ଜଳ ଅର୍ପଣ

ବିଦ୍ୟାର୍ଥୀମାନଙ୍କୁ ସବୁଦିନ ଭଗବାନ ସୂର୍ଯ୍ୟଙ୍କୁ ଦେଖି ତାଙ୍କୁ ଜଳ ଅର୍ପଣ କରିବା ଉଚିତ । ବିଦ୍ୟା ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ସର୍ବଦା ପ୍ରତିଦିନ ସକାଳୁ ସୂର୍ଯ୍ୟଙ୍କୁ ଅର୍ଘ ଅର୍ପଣ କରନ୍ତୁ, ଯାହା ଦ୍ୱାରା ବିଦ୍ୟାର୍ଥୀମାନେ ପରୀକ୍ଷାରେ ଭଗବାନଙ୍କ ପ୍ରତକ୍ଷ ସହଯୋଗ ମିଳିଥାଏ, ଏବଂ ପଢିବା ପାଇଁ ମନରେ ସକରାତ୍ମକ ଉର୍ଜା ମିଳିଥାଏ ।

ଆଜି ଆମେ ଆପଣଙ୍କୁ ଏମିତ କିଛି ଜିନଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଘରେ ରଖିବା ଦ୍ୱାରା ଆପଣଙ୍କ ପିଲାମାନଙ୍କର ପାଠ ପଢାରେ କୌଣସି ଅସୁବିଧା ହେବ ନାହିଁ |

1. ସରସ୍ବତୀଙ୍କ ମୂର୍ତ୍ତି  ଏବଂ ବୀଣା

  1. ମାତା ସରସ୍ବତୀ ବିଦ୍ୟାର ଦେବୀ ଅଟନ୍ତି । ତେଣୁ ପିଲାଙ୍କ ପଢା ଘରେ ମାତା ସରସ୍ବତୀଙ୍କର ଫଟୋ ରଖିବା ଦ୍ବାରା ସେମାନଙ୍କର ନଜର ସରସ୍ବତୀଙ୍କ ଫଟୋ ଉପରେ ପଡିଲେ ସେମାନଙ୍କର ମନ ଶାନ୍ତ ରହିଥାଏ ଓ ପଢାରେ ମନ ଲାଗିଥାଏ |
  2. ଯଦି ଆପଣ ନିଜ ଘରେ ମାତା ସରସ୍ଵତୀଙ୍କ ଫଟୋ କିମ୍ବା ମୂର୍ତ୍ତି ପାଖରେ ବୀଣା ରଖୁଛନ୍ତି ତେବେ ଆପଣ ସୁଖ ଶାନ୍ତି ଲାଭ କରିବା ସହିତ ଆପଣଙ୍କର ପିଲା ଯାହା ବି ପଢିବ ତାହା ସବୁ ମନେ ରହିଯିବ ।

2. ବଂଶୀ

ପିଲାମାନଙ୍କର ପାଠ ପଢ଼ାରେ ମନ ଲଗାଇ ରଖିବା ପାଇଁ ତାଙ୍କ କକ୍ଷରେ ଧଳା ରଙ୍ଗର ବଇଁଶି ରଖନ୍ତୁ। ଏପରି କରିବା ଦ୍ଵାରା ପିଲାମାନଙ୍କର ପାଠ ପଢାରେ ମନ ଲାଗିଥାଏ।

3. ହଂସ

ହଂସର ଫଟୋ କିମ୍ବା ମୂର୍ତ୍ତି ଘରର ଦ୍ବାର ମୁଖରେ ରଖିଲେ ପିଲାମାନେ ଅନ୍ୟମନସ୍କ ହେବେ ନାହିଁ । ପାଠ ପଢାରେ ମନ ଲାଗିଥାଏ ଓ ବାସ୍ତୁ ଅନୁସାରେ ଏହା ଶୁଭ ମଧ୍ଯ ହୋଇଥାଏ ।

4. ମୟୁର ପର

  1. ଏହାକୁ ଘରେ ରଖିବା ଦ୍ବାରା ଏହା ଘରେ ନାକାରାମ୍ବକ ଶକ୍ତିକୁ ପ୍ରବେଶ କରିବାକୁ ଦିଏ ନାହିଁ । ପିଲାମାନଙ୍କର ମନରେ ଶାନ୍ତି ରହିଥାଏ ଓ ସେମାନଙ୍କ ମନରେ ଅନ୍ୟ କୌଣସି ଚିନ୍ତା ପଶେ ନାହିଁ । ପିଲାମାନଙ୍କର ସ୍ବାସ୍ଥ୍ୟ ମଧ୍ଯ ଭଲ ରହିଥାଏ ।
  2. ବାସ୍ତୁ ଅନୁସାରେ ପିଲାଙ୍କ ପଢା ଘରେ ମୟୁର ପୂଛ ରଖିବା ଉଚିତ। ଏହାଦ୍ୱାରା ପାଠ ପଢାରେ ପିଲାଙ୍କ ମନ ଲାଗିଥାଏ। ଏହାସହ ବୁଦ୍ଧି ବିକାଶ ମଧ୍ୟ ହୋଇଥାଏ।

5. ପଦ୍ମ ଫୁଲ 

ପୂଜା ସମୟରେ ଅନ୍ୟ ଫୁଲ ସହିତ ପଦ୍ମ ଫୁଲ ବ୍ୟବହାର କରିବା ଦ୍ବାରା ଏହା ପିଲାଙ୍କ ପାଠ ପଢାରେ ବହୁତ ପ୍ରଭାବ ପକାଇଥାଏ ଓ ପିଲାମାନଙ୍କର ସବୁ କିଛି ମନେ ରହିଥାଏ ।

6. କ୍ରିଷ୍ଟାଲ୍‌ ବଲ୍‌

ସେହିଭଳି ଯଦି ଆପଣଙ୍କ ଘରେ ପିଲାମାନଙ୍କର ପାଠ ପଢାରେ ମନ ଲାଗୁନଥାଏ ତେବେ କ୍ରିଷ୍ଟାଲ୍‌ ବଲ୍‌ କୁ ପିଲାମାନଙ୍କ ପାଠ ପଢା ଘରେ ଲଗାଇପାରିବେ। ଏପରି କରିବା ଦ୍ୱାରା ପିଲାମାନଙ୍କର ପାଠ ପଢା ପ୍ରତି ଆଗ୍ରହ ବଢିଥାଏ।

7. ପିତ୍ତଳ ଘଣ୍ଟି

ଯଦି ଆପଣଙ୍କର ପିଲା ପାଠ ପଢାରେ ଦୁର୍ବଳ ହୋଇଥାଏ ତେବେ ଆପଣ ପିଲା ପଢ଼ିବା ସମୟରେ ଏକ ମିନିଟ ପର୍ଯ୍ୟନ୍ତ ପିତ୍ତଳ ଘଣ୍ଟି ତାର ଟେବୁଲ ପାଖରେ ବଜାନ୍ତୁ । ସେଥିରେ ସେହି ସ୍ଥାନରେ ଏକ ବାତାବରଣ ସୃଷ୍ଟି ହେବ ଓ ପିଲାମାନଙ୍କର ମନ ଏକାଗ୍ର ହୋଇ ପଢାରେ ମନ ଲାଗିବ ।

Post a Comment

0 Comments