ପାଦରୁ ଜାଣିପାରିବା ଆମର ବାର୍ଦ୍ଧକ୍ୟ ଅବସ୍ଥା
ବାର୍ଦ୍ଧକ୍ୟ ଅବସ୍ଥା ଆସିବାର ଲକ୍ଷଣ ମଧ୍ୟରେ ମୁଣ୍ଡବାଳ ଧଳା ହେବା,ମାଂସପେଶୀ ଧୁଡ଼ୁଧୁଡ଼ୁ ହେବା, ମୁହଁରେ ଦାଗ ସୃଷ୍ଟି ହେବା, ଚାଲିବା ଶକ୍ତି କମିବା, ଆଣ୍ଠୁ ଗଣ୍ଠି ଦରଳ ହେବା, ବଳ କମିଯିବା, ମନ ଅବସାଦ ରହିବା, ଭୁଲିଯିବା ଇତ୍ୟାଦିକୁ କେବଳ ବୁଝାଏ ନାହିଁ । ଆମେରିକା 'ପ୍ରିଭେନ୍ସନ୍' ନାମକ ମାଗାଜିନ ଅନୁଯାୟୀ ଶରୀରରେ ପାଦରୁ ସର୍ବ ପ୍ରଥମେ ବାର୍ଦ୍ଧକ୍ୟ ଆରମ୍ଭ ହୁଏ, ଯାହା କ୍ରମଶଃ ଉପର ଅଂଶକୁ ବ୍ୟାପିଥାଏ ।
ସେଥିଲାଗି ଜୀବନର ଆରମ୍ଭରୁ ଆମ ଶରୀରର ଭାର ବହନ କରୁଥିବା ଗୋଡ଼ ଓ ପାଦର ଯତ୍ନ ପ୍ରତି ସଚେତନ ହେବା ଆବଶ୍ୟକ । ପାଦ ହେଉଛି ଚଳନଶକ୍ତିର କେନ୍ଦ୍ରସ୍ଥଳୀ । ଶରୀରର ନିମ୍ନଭାଗ ହେଲା ଦୁଇ ଗୋଡ଼ ଯାହାର ମାଂସପେଶୀର ଚଳନ ଯୋଗୁଁ ଚାଲିବା, ଦୌଡ଼ିବା, ଡେଇଁବା ସମ୍ଭବ ହୋଇଥାଏ ।
ଗୋଡ଼ ଓ ପାଦର କାମ
- ଆମ ଶରୀରର ଦୁଇ ଗୋଡ଼ରେ ଶତକଡ଼ା ପ୍ରାୟ ୫୦ ଭାଗ ହାଡ଼, ଶକ୍ତ ଗଣ୍ଠି, ମାଂସପେଶୀ, ଶିରା, ରକ୍ତନଳୀ ରହିଥାଏ । ହାଡ଼ ମାଂସପେଶୀ ଓ ଗଣ୍ଠି ଲୁହା ତ୍ରିଭୁଜ ଭଳି କାମ କରେ ଯାହା ଶରୀରର ଓଜନ ସମ୍ଭାଳି ଥାଏ ।
- ମଣିଷ ଗୋଡ଼ରେ 2ଲକ୍ଷ ଶିରାର ଅଗ୍ରଭାଗ, ୨୬ ପ୍ରକାର ହାଡ଼, ୩୩ଟି ଗଣ୍ଡି, ୧୦୦ଟି ମାଂସପେଶୀ, ଟେଣ୍ଡସ ଲିଗାମେଣ୍ଟ ୨.୫ ଲକ୍ଷ ଝାଳଗ୍ରନ୍ଥି ରହିଛି ।
- ଗୋଡ଼ ହେଉଛି ଶରୀରର ପ୍ରଶସ୍ତ ବୃତ୍ତାକାର ଜାଲ ଯାହା ଶରୀର ସହ ସଂଯୋଗ କରେ ।
- ଗୋଡ଼ ସିଧା ହେଲେ 'କ୍ଵାଡ଼' ମାଂସପେଶୀ ସଂକୁଚିତ ଓ 'ହାମ୍ ଷ୍ଟ୍ରାଙ୍ଗ୍' ମାଂସପେଶୀ କୋହଳ ହୁଏ ।
- ଗୋଡ଼ ବଙ୍କା ହେଲେ 'ହାମଷ୍ଟ୍ରାଙ୍ଗ' ସଂକୁଚିତ ଓ 'କ୍ଵାଡ଼' ମାଂସପେଶୀ କୋହଳ ହୋଇଥାଏ ।
- ଗୋଡ଼ର ନିମ୍ନ ଅଂଶରେ ଟାଇଲୋଆଲିସ୍ ଓ ଗାଷ୍ଟ୍ରୋନେଶି ଏକାଠି କାର୍ଯ୍ୟଶୀଳ ହୋଇ ପାଦର ଗଣ୍ଠି ଚଳନ କରେ ।
- ପିଚାରୁ ଆଣ୍ଠୁ ମଧ୍ୟରେ ତିନି ପ୍ରକାର ମାଂସପେଶୀ ଅଛି; ଯଥା- ସେମିଟେଣ୍ଡିନେସସ୍, ସେମିମେ ମ୍ବ୍ରେନସ୍ ଓ ବାଇସେପ୍ସ ।
- ଦୃଢ଼ ଗୋଡ଼ ଶରୀରର ଅନୁପାତିକ ସାମଞ୍ଜସ୍ୟ,ଅସ୍ଥିର ସୁସ୍ଥତା ବଜାୟ ରଖେ; ମଧୁମେହ, ଯକୃତରେ ରକ୍ତ ସଂଚାଳନ ଓ ଅଷ୍ଟିଓପୋରେସିସ୍ ରୋଗ ନିବାରଣ କରିଥାଏ ।
- ୭୦ ପ୍ରତିଶତ ମାନବୀୟ କାର୍ଯ୍ୟକଳାପ ଏବଂ ଶକ୍ତିର ଦହନ ଆମ ପାଦ ଦ୍ଵାରା ସଂପୂର୍ଣ୍ଣ ହୁଏ । ବାର୍ଦ୍ଧକ୍ୟ ଅବସ୍ଥା ପ୍ରାରମ୍ଭରେ ମସ୍ତିଷ୍କରୁ ଗୋଡ଼ ପର୍ଯ୍ୟନ୍ତ ସ୍ନାୟୁ ପ୍ରବାହ ପ୍ରେରଣ ଗତି ହ୍ରାସ ପାଏ । ହାଡ଼ ବା ଅସ୍ଥିର ଉର୍ବରତାରେ ସହାୟକ କାଲସିଅମ୍ ପରିମାଣ କମିଗଲେ ହାଡ଼ ଭାଙ୍ଗିବାର ଆଶଙ୍କା ଥାଏ। ଫଳତଃ ମସ୍ତିଷ୍କ ଥମୋସିସ୍ ହେବାର ଆଶଙ୍କା ଅଛି ।
ଖାଲି ପାଦରେ ଚାଲିବା କେତେ ଜରୁରୀ
ବାଲ୍ୟ ଅବସ୍ଥାରୁ ଜୀବନର ଶେଷ ପର୍ଯ୍ୟନ୍ତ ମାଟି ସହ ଆମର ସମ୍ପର୍କ ନିବିଡ଼ । ଖାଲି ପାଦରେ ଉପାସନା ଓ ମାଟି ଗୁମ୍ଫା ମଧ୍ୟରେ ମୁନିରଷିମାନେ ସାଧନା କରିଥାଆନ୍ତି । ମାଟିକୁ ଆମେ ମା' ବୋଲି ସମ୍ବୋଧନ କରୁ | ମାଟି ହେଉଛି ସକଳ ଶକ୍ତି ତଥା ଜୀବନର ଆଧାର । ଶସ୍ୟ, ପନିପରିବା, ଫଳ, ଜଳ ସବୁ ପଦାର୍ଥ ଆମେ ମାଟିରୁ ଉତ୍ପନ କରୁ ।
- ସେଥିଲାଗି ପାଦର ସୁସ୍ଥତା ପାଇଁ ପ୍ରତ୍ୟହ ଚାଲିବା ଆବଶ୍ୟକ । ଦୁଇ ସପ୍ତାହ ନ ଚାଲିଲେ ଆମ ଗୋଡ଼ର ବଳ ୧୦ ବର୍ଷ ହ୍ରାସ ପାଏ ।
- ଡେନମାର୍କ କୋପେନହେଗେନର ଗବେଷଣା ଅନୁସାରେ, ନ ଚାଲିଲେ ମାଂସପେଶୀର ଏକ ତୃତୀୟାଂଶ ଶକ୍ତି କମିଯାଏ ।
- ମନ ଓ ଶରୀରର ସୁସ୍ଥତା ତଥା ଶାରୀରିକ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ପ୍ରତ୍ୟହ ୧୦ ହଜାର ପାହୁଣ୍ଡ ଚାଲିବା ଆବଶ୍ୟକ ।
- ପାଦର ଦ୍ଵିତୀୟ ଓ ତୃତୀୟ ପାଦ ଆଙ୍ଗୁଳିରେ ବେଶୀ ପରିମାଣର ସ୍ନାୟୁ ଅଗ୍ରଭାଗ ରହିଅଛି । ଅବଶ୍ୟ ବୟସ, ବ୍ୟାଧିଗ୍ରସ୍ତ ବ୍ୟକ୍ତିଙ୍କ ନିମନ୍ତେ ଚିକିତ୍ସକଙ୍କ ପରାମଶରେ ଏହାର ମାତ୍ରା କମ୍ କରାଯାଇପାରେ ।
- ପ୍ରତ୍ୟେକ ଦିନ ଚାଲିବା ଦ୍ଵାରା ହୃତ୍ପିଣ୍ଡ ସୁସ୍ଥ ରହିବ, ନିଦ୍ରାହୀନତା ନିବାରଣ ହେବ, ପ୍ରାତଃ ଭ୍ରମଣରେ ସୂଯ୍ୟାଲୋକରୁ ଭିଟାମିନ୍-ଡି |
- ମିଳିଥାଏ ,ଦୃଷ୍ଟିଶକ୍ତି ସୁସ୍ତ ରହେ, 'ପିଟୁଟାରୀ' ଗ୍ରନ୍ଥିର କିୟାଶକ୍ତି ବଢ଼େ, ମାନସିକ ଅବସାଦ ଦୂର ହୁଏ । ରକ୍ତଚାପ ଠିକ୍ ରହେ ।
- ଚୀନରେ ଏହାକୁ 'ଟ୍ରାପ୍ ସେକ୍' କହନ୍ତି ଏବଂ ସେଥିପାଇଁ ପାଦଚଲା ବାଲିଗରଡ଼ା ରାସ୍ତା ପ୍ରସ୍ତୁତ କରାଯାଏ।
- ଅଷ୍ଟ୍ରେଲିଆରେ ମଧ୍ୟ ଖାଲି ପାଦରେ ପ୍ରାତଃ ଭ୍ରମଣକୁ ପ୍ରାଧାନ୍ୟ ଦିଆଯାଏ ।
- ଭାରତରେ ବିଭିନ୍ନ ଧର୍ମ ଧାରା ସଂଲଗ୍ନିତ ଉକ୍ତିରେ ସୂର୍ଯ୍ୟୋଦୟ ସମୟରେ ଖାଲି ପାଦରେ ଭ୍ରମଣକୁ ଅଭ୍ୟାସରେ ପରିଣତ କରିବାକୁ ପରାମର୍ଶ ଦିଆଯାଇଛି।
- ବାଲିରେ ଚାଲିଲେ ଗଣ୍ଠି ଗୋଡ଼ର ମାଂସପେଶୀ ବାଲି ଭିତରେ ପଶି ବାହାର କରିବାରେ ବେଶୀ ଶକ୍ତି ବିନିଯୋଗ ହୁଏ, ଯାହା ସ୍ନେହସାର ଦହନରେ ସାହାଯ୍ୟ କରିଥାଏ ।
- ଘାସ ଉପରେ ଚାଲିଲେ ଫୁଲିବା ପ୍ରବାହ କମିଯାଏ । ଅମ୍ଳଜାନ ମିଶ୍ରିତ ରକ୍ତ ପ୍ରବାହ ଶରୀରରେ ସଞ୍ଚାଳିତ ହୁଏ ।
- ବୈଜ୍ଞାନିକ ଜେ କାପ୍ଲାନ୍ଙ୍କ ମତାନୁସାରେ ଖାଲିପାଦରେ ଚାଲିଲେ ମାଟିର୍ ଆୟନ୍ ଶୋଷିତ ହୋଇ ଇଲୋକ୍ଟ୍ରୋନ୍ସର ବିସ୍ତୀର୍ଣ୍ଣ ସରବରାହ ହୋଇଥାଏ ।
- ମୋଟାମୋଟି ଖାଲିପାଦରେ ଚାଲିବା ହେଉଛି ବିଜ୍ଞାନ ଭିତ୍ତିକ । ଏହାକୁ ଦୈନନ୍ଦିନ ଜୀବନଶୈଳୀରେ ଅନ୍ତର୍ଭୁକ୍ତ କରି ଅକାଳ ବାର୍ଦ୍ଧକ୍ୟକୁ ବିଳମ୍ବ କରାଯାଇପାରିବ ।

0 Comments
Do you have any doubts or suggestions? Ask them here in the comments!