ଓଜନ କମାଇବା ପାଇଁ ଘିକୁଆଁରିକୁ କିପରି କରିବେ ପ୍ରୟୋଗ

ଓଜନ କମାଇବା ପାଇଁ ଘିକୁଆଁରିକୁ କିପରି କରିବେ ପ୍ରୟୋଗ

ଘିକୁଆଁରି ରସରେ ଏଲୋଇନ ନାମକ ଗୁଳ୍କୋସାଇଡସର ମିଶ୍ରଣ ତତ୍ଵ ମିଳିଥାଏ  । ଏହି ଏଲୋଇନର ମାତ୍ରା ବିଭିନ୍ନ ପ୍ରଜାତିର ଘିକୁଆଁରି ଗଛରେ ଭିନ୍ନଭିନ୍ନ ପରିମାଣରେ ମିଳିଥାଏ  । ସର୍ବାଧିକ ୩୦% (କ୍ୟୁରାକାଓ ବା ବାର୍ବଡୋସଏଲୋ ) ପ୍ରଜାତିର ଘିକୁଆଁରି ଗଛରୁ ମିଳିଥାଏ  ।

ତଥାପି କିଛି ଲୋକ ମୋଟା ହୋଇଯାଉଥିବା ଦେଖିବାକୁ ମିଳେ। ଯେତେ ଚେଷ୍ଟା କଲେ ବି ସେମାଶରୀରକୁ ସୁସ୍ଥ ରଖିବାକୁ ସମସ୍ତେ ଚାହାନ୍ତି । ଏଣୁ ବ୍ୟାୟାମ ଠାରୁ ଆରମ୍ଭ କରି ଯୋଗ, ପ୍ରାଣାୟାମ, ଖାଦ୍ୟପେୟ ଉପରେ ସମସ୍ତେ ଧ୍ୟାନ ଦେଇଥାନ୍ତି । ନେ ପତଳା ହୋଇପାରନ୍ତି ନାହିଁ। କିନ୍ତୁ ଆୟୁର୍ବେଦରେ କିଛି ଏଭଳି ଜିନିଷ ଅଛି ଯାହାକୁ ନିୟମିତ ସେବନ କଲେ ଆପଣ ପତଳା ହୋଇଯିବେ। ସେଭଳି ଏକ ଜିନିଷ ହେଉଛି ଘିକୁଆଁରି ବା ଆଲୋଭେରା। ଏହାକୁ ସେବନ କଲେ ଆପଣଙ୍କ ମୋଟାପଣ କମିବ।

ଓଜନ ହ୍ରାସ

  1. ଯଦି ଆପଣ ନିଜର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତାହେଲେ ୧୦ ମିଲି ଏଲୋବେରା ରସରେ ୧୦ ମିଲି ଅଁଳା ରସ ମିଶାଇ ଏହାର ସେବନ କରନ୍ତୁ। 
  2. ଓଜନ କମିବାରେ ସହାୟକ ହେଉଥିବା ଘିଁକୁଆରୀ ରସ ଆପଣଙ୍କ ଶରୀରରୁ ଅନାବଶ୍ୟକ ଚର୍ବିକୁ କମ୍ କରିବାର କାମ କରିଥାଏ ଏହା ଦ୍ବାରା ଆପଣଙ୍କ ଓଜନ କମିଥାଏ । ଏମିତି ତିନିମାସ କଲେ ଏହା ଓଜନ ହ୍ରାସ କରିଥାଏ।
  3. ଘିଁକୁଆରୀର ଜୁସ୍ ମେଟାବଲିଜିମ୍ ପ୍ରକ୍ରିୟା ସହ ଶରୀରକୁ ବିଷାକ୍ତରହିତ କରି ଓଜନ କମାଇବାର ପ୍ରକ୍ରିୟାକୁ ବଢ଼ାଇଥାଏ।

ଘିକୁଆଁରିରେ କେତେକ ଜିନିଷ ମିଶାଇ ଖାଇଲେ ଆପଣଙ୍କ ମୋଟାପଣ ଶୀଘ୍ର କମିବ। 

  1. ୨ ଚାମଚ ଘିକୁଆଁରି ରସ ସହିତ ୧ ଚାମଚ ଜିରା ଗୁଣ୍ଡକୁ ଗୋଟିଏ ଗ୍ଲାସ ପାଣିରେ ମିଶାନ୍ତୁ | ସକାଳୁ ଏହି ମିଶ୍ରଣକୁ ଖାଲି ପେଟରେ ପିଅନ୍ତୁ | ଏକ ଘଣ୍ଟା ପରେ କିଛି ଖାଇ ନିଅନ୍ତୁ |
  2. ଘିକୁଆଁରିରେ ଲେମ୍ବୁ ଓ ମହୁ ମିଶାଇ ଖାଇବା ଦ୍ୱାରା ଆପଣ ପତଳା ହେବ। ଆସନ୍ତୁ ଜାଣିବା ମୋଟାପଣ କମାଇବାକୁ ଆଲୋଭେରାକୁ କିଭଳି ଖାଇବେ | ୨ ଚାମଚ ଘିକୁଆଁରିରେ ୧ ଚାମଚ ଲେମ୍ବୁ ରସ, ୧ ଚାମଚ ମହୁ ଓ କିଛି ପୁଦିନା ପତ୍ର ପକାଇ ଭଲ ଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାକୁ ପ୍ରତିଦିନ ସେବନ କଲେ ମୋଟାପଣ କମିବ। 
  3. ଆପଣ ଚାହିଁଲେ ଘିକୁଆଁରିରେ ଗିଲୋୟ, ଅଁଳା ଓ ତୁଳସୀ ମିଶାଇ ବି ଖାଇପାରିବେ। ମୋଟାପଣ କମାଇବାରେ ଏହା ବିଶେଷ ସହାୟକ ହୋଇଥାଏ।  ସକାଳେ ଖାଲିପେଟରେ ଏହାକୁ ସେବନ କରିବା ଉଚିତ। 

Post a Comment

0 Comments