ମାଘ ଶୁକ୍ଳ ଭୈମ୍ୟ (ଜୟା ) ବଡ଼ ଏକାଦଶୀ ପାଳନ ବିଧି

ମାଘ ଶୁକ୍ଳ ଭୈମ୍ୟ (ଜୟା ) ବଡ଼ ଏକାଦଶୀ ପାଳନ ବିଧି

ମାଘ ମାସ ଶୁକ୍ଳପକ୍ଷ ଏକାଦଶୀକୁ ଭୀଷ୍ମ ଏକାଦଶୀ ଭାବେ ପାଳନ କରାଯାଏ । ଏହା ଜୟା ଏକାଦଶୀ ବା ଭୈମୀ ଏକାଦଶୀ ଭାବରେ ମଧ୍ଯ ପରିଚିତ । ଭୀଷ୍ମ ଏକାଦଶୀ ତିଥିରେ ବିଷ୍ଣୁ ସହସ୍ରନାମ ସ୍ତ୍ରୋତର ଜନ୍ମ ହେଇଥିବା କଥିତ ଅଛି।ଏହି ଦିନ ଉପବାସ ରହି ଭୀଷ୍ମଙ୍କୁ ସ୍ମରଣ ଏବଂ ସାରାଦିନ ବିଷ୍ଣୁସହସ୍ର ନାମ ସ୍ତ୍ରୋତ୍ର ନାମ ଗାନ କଲେ ଭଗବାନଙ୍କ ଆଶିର୍ବାଦ ମିଳିଥାଏ ବୋଲି ବିଶ୍ବାସ ରହିଛି । ଏହିଦିନ ବିଷ୍ଣଙ୍କୁ ପୂଜା ଓ ବନ୍ଦନା କରାଯାଏ। 

ମକର ସଂକ୍ରାନ୍ତି, ମାଘ ପୂର୍ଣ୍ଣିମା ଏବଂ ମହାଶିବରାତ୍ରୀ ପରି ମହାକୁମ୍ଭର ଅନେକ ସ୍ନାନ ଦିବସ ମଧ୍ଯରେ ଭୀଷ୍ମ ଏକାଦଶୀ ଏକ ପବିତ୍ର ଦିନ ଯେଉଁଦିନ କୁମ୍ଭସ୍ନାନା କରାଯାଏ ।

କିମ୍ବଦନ୍ତୀ

ହିନ୍ଦୁ ବିଶ୍ବାସ ଅନୁଯାୟୀ ଏହି ଏକାଦଶୀର ନାମ ଜୟା ଓ ଏହି ଏକାଦଶୀ ବ୍ରତ କଲେ ପିଶାଚତ୍ବ ନାଶହୁଏ । ଅର୍ଥାତ ଏହିଦିନ ଶୁଦ୍ଧ, ପବିତ୍ର ଭାବରେ ଉପବାସ ଓ ବିଷ୍ଣୁ ପୂଜନ କଲେ ମଣିଷ ମନରେ ଥିବା ଦୁଷ୍ଟ ପ୍ରବୃତ୍ତି ବିଲୟ ଘଟେ ।

ପଦ୍ମପୁରାଣ ମତେ, ଏକଦା ସ୍ୱର୍ଗପୁରୀରେ ଇନ୍ଦ୍ରଙ୍କ ସମ୍ମୁଖରେ ଗନ୍ଧର୍ବ ଗାନ କରୁଥିଲେ ଏବଂ ଅପ୍ସରାମାନେ ନୃତ୍ୟ କରୁଥିଲେ । ଏହି ଆୟୋଜନରେ ପୁଷ୍ପବତୀ ନାମକ ଏକ ଗନ୍ଧର୍ବ କନ୍ୟା ଏବଂ ମାଲ୍ୟବାନ ନାମକ ଏକ ଯୁବକ ଥିଲେ । ସେ ଦୁହେଁ ପରସ୍ପରପ୍ରତି ମୋହମତ୍ତର ଥିଲେ। କାମ ବାଣ କାରଣରୁ ସେମାନେ ସ୍ଥାନ କାଳ ପାତ୍ର ପ୍ରତି ଅନ୍ଧ ଥିଲେ । ତାଙ୍କର ଟିକିଏ ସାଧାରଣ ବିଚାର ନଥିଲା ଯେ ସେମାନେ ଇନ୍ଦ୍ରଙ୍କ ସଭାରେ ନୃତ୍ୟ ଓ ସଂଗୀତ ପରିବେଷଣ କରୁଛନ୍ତି । ସଭାକଥା ଭୁଲି ଦୁହେଁ ଦୁହିଁଙ୍କ ପ୍ରତି ନିମନ୍ତ୍ରଣ ଦୃଷ୍ଣି ରଖୁଥିଲେ । ଏମିତିକି ମାଲ୍ୟବାନ ନିଜକୁ ଦିୱାନ ରୂପେ ସଜାଇ ଗାଉଥିବା ଗୀତକୁ ମଧ୍ଯ ଭୁଲିଯାଇଥିଲେ ଏବଂ ପୁଷ୍ପବତୀ ପ୍ରେମପାଗଳିନୀ ହେତୁ ନୃତ୍ୟର ତାଳମାନ ବି ଭୁଲି ଯାଉଥିଲେ |

ଦେବରାଜ ଇନ୍ଦ୍ର ଭରପୁର ସଭାରେ ସେମାନଙ୍କ ଆଚରଣ ଦେଖି କ୍ରୋଧ ହୋଇ ସେମାନଙ୍କୁ ଅଭିଶାପ ଦେଲେ ଯେ ସେ ଦୁହେଁ ପିଶାଚ ଯୋନି ପ୍ରାପ୍ତ କରନ୍ତୁ । ଏତିକି କହି ସେ ସେମାନଙ୍କୁ ସ୍ୱର୍ଗଚ୍ୟୁତ କଲେ । ସେ ଦୁହେଁ ସ୍ଵର୍ଗାରୋହଣ ଦ୍ୱାର ଦେଇ ହିମାଳୟର ବଦ୍ରୀନାଥରେ ପହଞ୍ଚି ସେହି ହିମାଳୟ ଧାମରେ ନିବାସ କଲେ । ସେଠି ଏତେ କଷ୍ଟ ପାଇଲେ ଯେ ଜୀବନଟା କେମିତି ଉଦାସ ମନେହେଲା |

ସୌଭାଗ୍ୟକୁ ଏହି ଏକାଦଶୀ ଦିନ ଦୁହେଁ ଜୀବହିଂସା କଲେ ନାହିଁ । ଖାଦ୍ୟ ଓ ଜଳ ସ୍ପର୍ଶ ବି କଲେ ନାହିଁ ଏବଂ ରାତ୍ରି ଉଜାଗର ରହିଲେ । ଫଳରେ ତାଙ୍କର ପାପ କ୍ଷୟ ହୋଇଗଲା । ସେମାନଙ୍କୁ ସୂଚାଇ ଦିଆଗଲା ଯେ ଯେଉଁଦିନଟି ସେମାନେ ଉପାସରେ ରହି ରାତ୍ରୀ ଉଜାଗର ଥିଲେ, ସେଦିନଟି ଥିଲା ଭୈମୀ ବା ଜୟା ଏକାଦଶୀ | ଏହି ଏକାଦଶୀ କାରଣରୁ ତାଙ୍କ ମୁକ୍ତିର ବାଟ ଫିଟିଗଲା | ଅଲକ୍ଷରେ ଏକାଦଶୀରେ ବ୍ରତ କରି ପୂଣ୍ୟ ଅର୍ଜନ କରିଥିଲେ ଏବଂ ପରଦିନ ନିଜ ଶରୀର ଫେରି ପାଇ ସ୍ବର୍ଗରେ ବାସ କଲେ |

ପୌରାଣିକ କାହାଣୀ

କୌରବ ବଂଶର ଶ୍ରେଷ୍ଠ ତଥା ଯୋଦ୍ଧା, ଜ୍ଞାନୀ, ରାଜଧର୍ମର ଶ୍ରେଷ୍ଠ ପଣ୍ତିତ ପିତାମହ ଭୀଷ୍ମ ପାଣ୍ତବମାନଙ୍କୁ ଏହିଦିନ ବିଷ୍ଣୁ ସହସ୍ରନାମ ସ୍ତ୍ରୋତ୍ର ଶିଖେଇଥିଲେ । କୌରବଙ୍କୁ ଯୁଦ୍ଧରେ ପରାସ୍ତ କରିବା ଲାଗି କିଛି କୌଶଳ ଶିକ୍ଷା ଦେବା ସକାଶେ ପାଣ୍ତବଙ୍କ ଜ୍ୟେଷ୍ଠ ଭ୍ରାତା ଯୁଧିଷ୍ଠିର ଶରଶର୍ଯ୍ୟାରେ ଥିବା ଭୀଷ୍ମଙ୍କୁ ନିବେଦନ କରିଥିଲେ । ବିଷ୍ଣୂ ସହସ୍ରନାମ ସ୍ତ୍ରୋତ୍ର ଜରିଆରେ ଭୀଷ୍ମ ଭଗବାନ ଶ୍ରୀକୃଷ୍ଣଙ୍କର ମହିମା ସମ୍ପର୍କରେ ଅବଗତ କରାଇଥିଲେ । ତା ପରଠୁ ଏହି  ସ୍ତ୍ରୋତ୍ର ଗାନ କରି ପାଣ୍ଡଵମାନେ ମହାଭାରତ ଯୁଦ୍ଧରେ ବିଜୟୀ ହୋଇଥିଲେ |

ମାଘ ଶୁକ୍ଳ ଏକାଦଶୀ :- ଭୌମ୍ୟ ବା ଭୈମୀ ଏକାଦଶୀ :- କିମ୍ବଦନ୍ତୀ ଅନୁସାରେ ପାଣ୍ଡବମାନଙ୍କ ବନବାସ ସମୟରେ ଏଠାରେ ଦ୍ରୌପଦୀ ଏହି ଏକାଦଶୀ ବ୍ରତ ରଖିଥିଲେ । ବ୍ରତରେ ବିଷ୍ଣୁଙ୍କ ଦର୍ଶନ ପରେ ଜଳଗ୍ରହଣ କରାଯାଏ, କିନ୍ତୁ ଭୌମ୍ୟାସୁର ବିଷ୍ଣୁଙ୍କୁ ପାତାଳପୁରରେ ଲୁଚାଇ ରଖିଥିବାରୁ ଦ୍ରୌପଦୀ ବିଷ୍ଣୁଙ୍କ ଦର୍ଶନ ପାଇନଥିଲେ । ପାଣ୍ଡବମାନେ ଧ୍ୟାନଯୋଗେ ଏକଥା ଜାଣିବା ପରେ ଭୌମ୍ୟାସୁରକୁ ବଦ୍ଧ କରି ବିଷ୍ଣୁଙ୍କୁ ଉଦ୍ଧାର କରିଥିଲେ ।

ଏହିଦିନ ନିଆଳି ସ୍ଥିତ ପୌରାଣିକ ମାଧବାନନ୍ଦଜୀଉ ପୀଠରେ ଶତାଧିକ ଶ୍ରଦ୍ଧାଳୁ ପୁଣ୍ୟତୋୟା ପ୍ରାଚୀନଦୀର ପାଣ୍ଡବ ତୀର୍ଥରେ ବୁଡ଼ ପକାଇଥାନ୍ତି ।

  1. ପବିତ୍ର ଭୈମ ଏକାଦଶୀ ।  ଭଦ୍ରକ ଜିଲ୍ଲାର ପୂର୍ଣ୍ଣ୍ୟକ୍ଷେତ୍ର କାଉପୁରର ଐତିହ ସାଳନ୍ଦି ନଦୀ ଗର୍ଭରେ ଅବସ୍ଥିତ ସୀତାକୁଣ୍ଡ । ପ୍ରତିବର୍ଷ  ସୀତାକୁଣ୍ଡଠାରେ ଶ୍ରଦ୍ଧାଳୁମାନଙ୍କ ଭିଡ ଦେଖିବାକୁ ମିଳିଛି । ପରେ ମାନସିକଧାରୀ ମାନେ ସୀତାକୁଣ୍ଡରେ ବୁଡ ପକାଇବାପରେ ପରେ ନଦୀକୂଳରେ ଥିବା ସ୍ଥାପିତ ଶିବଲିଙ୍ଗ ନିକଟରେ ପୂଜାର୍ଚ୍ଚନା କରିବା ସହ ଶ୍ରୀରାମ ଓ ବିରଂଚିନାରୟଣଙ୍କୁ ଦର୍ଶନ କରିଥିଲେ । 
  2. ପୌରାଣିକ ତଥ୍ୟ ଅନୁସାରେ ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ଚନ୍ଦ୍ର ବନବାସ ଯାଇଥିଲେ । ସେହି ସମୟରେ ସ୍ୱର୍ଗତ ପିତା ଦଶରଥଙ୍କର ଶ୍ରାଦ୍ଧ ନିମନ୍ତେ ଜଳର ଆବଶ୍ୟକ ପଡିଥିଲା । ସୀତା ଦେବୀଙ୍କ ନିର୍ଦ୍ଦେଶରେ ଲକ୍ଷ୍ମଣ ଗଙ୍ଗାମାତାଙ୍କୁ ଆବାହନ କରି ଏହି କୁଣ୍ଡ ଖୋଳିଥିଲେ । ଯେଉଁଥିପାଇଁ ଏହାକୁ ସୀତାକୁଣ୍ଡ କୁହାଯାଏ । ଅନ୍ୟପଟେ ଆଉ କେହି ଏହାକୁ ଦେବର କୁଣ୍ଡ ମଧ୍ୟ କୁହନ୍ତି । 
  3. ଭୀମ ଏକାଦଶୀ ଦିନ ଏହିଠାରେ ସ୍ନାନ କରି ଏକାଦଶୀ ପାଳନ କରୁଥିବାରୁ ଏହାକୁ ଭୈମ ଏକାଦଶୀ ନାମରେ ନାମିତ କରାଯାଇଛି । ତେବେ ଆଜିର ଦିନରେ ସୀତାକୁଣ୍ଡରେ ଏଠାରେ ଗଙ୍ଗାଜଳ ନିର୍ଗତ ହେଉଛି ବୋଲି ପୌରାଣିକ ତଥ୍ୟ ଅଛି । ତେବେ ନିଜର ପାପ ଧୋଇବା ପାଇଁ ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାନ୍ତି । ଏହି ପବିତ୍ର ସୀତାକୁଣ୍ଡରେ ବୁଡ ପକାଇଲେ ସର୍ବକାର୍ଯ୍ୟ ସିଦ୍ଧି ହୋଇଥାଏ ବୋଲି ଶ୍ରଦ୍ଧାଳୁମାନେ କହିଛନ୍ତି । 

ଉପବାସ ପଦ୍ଧତି

ଏକାଦଶୀ ବ୍ରତ ରଖିଲେ ପୁରା ସଂସାରରେ ମାନ ସମ୍ମାନ ପ୍ରାପ୍ତି ହୋଇଥାଏ ଏବଂ ପ୍ରାଣି ସବୁ ପ୍ରକାର ପାପ ଏବଂ କଷ୍ଟରୁ ମୁକ୍ତି ପାଇଥାଏ । ଯିଏ ଏହି ଏକାଦଶୀ ବ୍ରତ ବିଧି ବିଧାନ ସହ କରିଥାଏ ସେ ନିଜ ପାପ ଠାରୁ ମୁକ୍ତ ହୋଇ ବିଷ୍ଣୁଙ୍କ ସେବା ପାଇଁ ତାଙ୍କ ଲୋକରେ ସବୁ ଦିନ ପାଇଁ ଚାଲି ଯାଇଥାଏ, ଏହି ଦିନ ସଫା ଏବଂ ସୁଧ ମନରେ ବ୍ରତ କରିବା ଉଚିତ ଏବଂ ସଠିକ ଭାବରେ ପୂଜା କରିବା ଉଚିତ, ଏକାଦଶୀ ଦିନ ସକାଳେ ଶୀଘ୍ର ଉଠି ଘର ସଫା କରନ୍ତୁ ଏବଂ ଏହା ପରେ ସ୍ନାନ କରନ୍ତୁ, ସ୍ନାନ ଇତ୍ୟାଦି କଲା ପରେ ସ୍ଵଛ କପଡା ପିନ୍ଧିବା ଉଚିତ, ଭଗବାନ ବିଷ୍ଣୁକୁ ପୂଜା କରିବା ଆଗରୁ ବ୍ରତ ସଂକଲ୍ପ ନବା ଅତି ଆବଶ୍ୟକ ଅଟେ ।

ଓଡିଶାରେ ଏହି ଏକାଦଶୀ ଦିନ ସାକ୍ଷୀଗୋପାଳର ଶ୍ରୀଗୋପାଳଜୀଉଙ୍କ ଗଜଉଦ୍ଧାରଣ ବେଶ ହୋଇଥାଏ । ଯାଜପୁରରେ ବ୍ୟାସ ସରୋବର ମେଳା ଓ କଣ୍ଡିଲୋର ନୀଳମାଧବଙ୍କ ପୀଠରେ ଭୌମୀ ଏକାଦଶୀ ଯାତ୍ରା ଆରମ୍ଭ ହୁଏ ।

  1. ଏକାଦଶୀ ଉପବାସ ଦଶମୀ ତାରିଖରୁ ଆରମ୍ଭ ହୋଇ ଦ୍ୱାଦଶରେ ଶେଷ ହୁଏ । ଉପବାସ ଅର୍ଥାତ୍ ଦଶମୀ ରାତିରେ ସାତ୍ଵିକ ଖାଆନ୍ତୁ । ଗୋଟିଏ ବିଶ୍ୱାସ ଅନୁଯାୟୀ, ଏକାଦଶୀ ଉପବାସ ପାଳନ କରୁଥିବା ବ୍ୟକ୍ତି ଦଶମୀ ତିଥିରେ ସୂର୍ଯ୍ୟୋଦୟ ପରେ ଖାଦ୍ୟ ଖାଇବା ଉଚିତ୍ ନୁହେଁ । 
  2. ଏକାଦଶୀରେ ସକାଳୁ ଉଠି ଗଙ୍ଗା ପାଣିରେ ସ୍ନାନ କର ଏବଂ ଏକ ସଫା କପଡା ପିନ୍ଧ ଏବଂ ଉପବାସ କରିବାକୁ ସ୍ଥିର କର ।
  3. ଏହା ପରେ ପୂଜା ସ୍ଥାନକୁ ସଫା କର ଏବଂ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ଗଙ୍ଗା ପାଣିରେ ସ୍ନାନ କର । 
  4. ବର୍ତ୍ତମାନ ପୂର୍ବ ପାର୍ଶ୍ୱରେ ଏକ ପ୍ଲେଟରେ ହଳଦିଆ କପଡା ରଖି ଭଗବାନ ବିଷ୍ଣୁଙ୍କର ଏକ ଫଟୋ ସ୍ଥାପନା କରନ୍ତୁ । 
  5. ଏହା ପରେ, ଧୂପ ଦୀପ ଜାଳନ୍ତୁ ଏବଂ ଏକ ଝୁଣା ଲଗାନ୍ତୁ ଓ ଧ୍ୟାନ କରନ୍ତୁ ।
  6. ପୂଜା ସମୟରେ ଭଗବାନ ବିଷ୍ଣୁଙ୍କୁ ଫଳ, ଫୁଲ, ବିଟ ପତ୍ର, ବାଦାମ, ନଡିଆ, ଲବଙ୍ଗ ଇତ୍ୟାଦି ଅର୍ପଣ କରନ୍ତୁ ଏବଂ ହଳଦିଆ ଆସନରେ ବସନ୍ତୁ । 
  7. ତୁମର ଡାହାଣ ହାତରେ ପାଣି ସହିତ, ତୁମର ଇଚ୍ଛା ପୂରଣ ପାଇଁ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କର ।
  8.  ଦିନସାରା ଭଗବାନ ବିଷ୍ଣୁଙ୍କର ଧ୍ୟାନ କରନ୍ତୁ । ସନ୍ଧ୍ୟାରେ ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକ ଗାଈ ଘିଅର ଦୀପ ଜାଳି ପୂଜା କରନ୍ତୁ | 
  9. ପୂଜା ସମୟରେ ଉପବାସର କାହାଣୀ ଶୁଣନ୍ତୁ ଏବଂ ପରଦିନ ପ୍ରାତଃ ମୂହୁର୍ତ୍ତରେ ଉପବାସ ଖୋଲନ୍ତୁ । 

Post a Comment

0 Comments