ଖାଦ୍ୟ ବିଷୟରେ କେତେକ ଭୁଲ ଧାରଣା

 ଖାଦ୍ୟ ବିଷୟରେ କେତେକ ଭୁଲ ଧାରଣା

ସ୍ୱାସ୍ଥ୍ୟ ସଚେତନ ଯୁବପୀଢି ହେଲ୍‌ଦି ଇଟିଙ୍ଗ ବିଷୟରେ ଜାଣିବା ପାଇଁ ସବୁବେଳେ ବିଭିନ୍ନ ସାଇଟ୍‌ ଉପରେ ନଜର ରଖିଥାନ୍ତି ଯେଉଁଥିରେ କିଛି ନା କିଛି ରିସର୍ଚ୍ଚର ଫଳାଫଳ ଆସେ। ବେଳେବେଳେ ଏହି ଫଳାଫଳ ଏବଂ ଆମେ ପୂର୍ବରୁ ଶୁଣି ଆସିଥିବା କଥା ମଧ୍ୟରେ ଭିନ୍ନତା ଦେଖାଯାଏ। ଆଉ ସେଇଠି ସୃଷ୍ଟି ହୁଏ ଦ୍ୱନ୍ଦ୍ୱ।  କଣ ଠିକ୍‌ ଆଉ କଣ ଭୁଲ୍‌ ତାହା ସ୍ଥିର କରିବା କଷ୍ଟକର ହୋଇ ପଡ଼େ। ହେଲେ ଏ ସମ୍ପର୍କରେ କିଛି ନିଷ୍ପତ୍ତି ନେବା ପୂର୍ବରୁ ଏହା କେତେ ଠିକ୍‌ ଆଉ କେତେ ଭୁଲ ସେ ବିଷୟରେ ତର୍ଜମା ଆବଶ୍ୟକ।

ଖାଦ୍ୟ ବିଷୟରେ କେତେକ ଭୁଲ ଧାରଣା

  1. କେତେକ ସ୍ଥାନରେ ଏକ ବିପଦଜନକ ବିଶ୍ଵାସ ଅଛି ଯେ, ଶିଶୁକୁ ଜନ୍ମ ଦେଲା ପରେ ପରେ ମା’ କେତେକ ପ୍ରକାରର ଖାଦ୍ୟ ଖାଇବା ଉଚିତ୍ ନୁହେଁ ଏହି ବିଶ୍ଵାସ ଫଳରେ ମାଆମାନେ କେତେକ ପୁଷ୍ଟିକର ଖାଦ୍ୟ ଖାଇବାରୁ ବଞ୍ଚିତ ହୋଇଥାନ୍ତି ଓ କେବଳ ପାଣିଆ ଡାଲି, ଭାତ ତଥା ରୁଟି ଖାଇ ଦୁର୍ବଳ ଓ ରକ୍ତହୀନ ହୋଇଯାଆନ୍ତି ଓ ସଂକ୍ରାମକ ରୋଗରୁ ରକ୍ଷା ପାଇବା ପାଇଁ ପ୍ରତିରୋଧ କ୍ଷମତା କମିଯାଏ ଓ ସେ ମୃତ୍ୟୁବରଣ ମଧ୍ୟ କରିପାରନ୍ତି ।
  2. ରକ୍ତପାତ କିମ୍ବା ସଂକ୍ରାମକ ରୋଗ ସହିତ ଲଢିବା ବା ପିଲାକୁ ଅଧିକ କ୍ଷୀର ଦେବାପାଇଁ ଗୋଟିଏ ନବଜାତ ଶିଶୁର ମାଆଙ୍କୁ ଅତ୍ୟଧିକ ପରିମାଣରେ ଶରୀର ଗଠନରେ ସହାୟକାରୀ ଖାଦ୍ୟ ଯଥା – ଶିମ୍ବ, କୁକୁଡାମାଂସ, ଅଣ୍ଡା, ଦୁଗ୍ଧଜାତ ଦ୍ରବ୍ୟ, ମାଛ, ମାଂସ, ଫଳ ଓ ପନିପରିବା ଖାଇବା ଉଚିତ୍ । ଏସବୁ ଖାଦ୍ୟ ତା’ର କିଛି କ୍ଷତି କରି ନ ଥାଏ, ବରଂ ଏହା ତା’ର ସ୍ୱାସ୍ଥ୍ୟ ଭଲ ରଖିଥାଏ ।
  3. ଶର୍ଦ୍ଦି, କାଶ ବା ଥଣ୍ଡାରେ ପୀଡିତ ବ୍ୟକ୍ତି କମଳା, ପିଜୁଳୀ ଓ ଅନ୍ୟାନ୍ୟ ଫଳ ଖାଇଲେ କିଛି କ୍ଷତି ହୁଏ ନାହିଁ । ଅପର ପକ୍ଷରେ, କମଳା ଓ ବିଲାତି ବାଇଗଣ ଭଳି ଫଳରେ ଭିଟାମିନ୍ ‘ଗ’ ପ୍ରଚୁର ପରିମାଣରେ ଥାଏ ଓ ଏହା ଥଣ୍ଡା ଓ ଅନ୍ୟାନ୍ୟ ସଂକ୍ରାମକ ରୋଗ କବଳରୁ ରକ୍ଷା କରିଥାଏ ।
  4. କୁହାଯାଏ ଅର୍ଗାନିକ୍ ଫୁଡ ସ୍ୱାସ୍ଥ୍ୟପ୍ରଦ। ହେଲେ ଏହା ଆମର ଭୁଲ ଧାରଣା।  ଆବଶ୍ୟକତାଠାରୁ ଅଧିକ ଅର୍ଗାନିକ ଖାଦ୍ୟ ସ୍ୱାସ୍ଥ୍ୟ ପ୍ରତି ହାନୀକାରକ ହୋଇଥାଏ ବୋଲି ଆୟୁର୍ବେଦ ଶାସ୍ତ୍ରରେ ଲେଖା ଅଛି।
  5. ଏହା ଠିକ୍ ନୁହେଁ ଯେ ଔଷଧ ଖାଇବା ସମୟରେ ଚର୍ବି ଓ ମସଲା ଖିଆଯିବା କଥା ନୁହେଁ । ଔଷଧ ଖାଉଥାନ୍ତୁ ବା ନ ଖାଉଥାନ୍ତୁ ପେଟ ବା ହଜମ ସମ୍ବନ୍ଧୀୟ ସମସ୍ୟା ଥିଲେ ଚର୍ବି ଓ ମସଲା ଜାତୀୟ ଖାଦ୍ୟ ଖାଇବା କ୍ଷତିକାରକ ।
  6. ନିଜକୁ ଫିଟ୍‌ ରଖିବାକୁ ରେସ୍ତୋରାଁରେ ଖାଉଥିବା ବେଳେ ଆମେ ସ୍ପାଇସି ଖାଦ୍ୟ ଅପେକ୍ଷା ସାଲାଡକୁ ବେଶି ପସନ୍ଦ କରିଥାଉ।  ଏହି ସାଲାଡ ଯେ ଆମ ପାଇଁ ବେଶି ଲାଭପ୍ରଦ ନୁହେଁ ଏକଥା ଯୁବପୀଢି ମାନିବାକୁ ନାରାଜ । ହେଲେ ଜାଣିରଖନ୍ତୁ, ଏଥିରୁ ବ୍ୟବହାର ହେଉଥିବା ମିୟୋନିଜ୍‌ ଏବଂ ଟଫିଙ୍ଗ୍ସରେ ପ୍ରବଳ କ୍ୟାଲୋରି ଥାଏ |
  7. କ୍ଷୀର ସହ ଲୁଣ ଖାଇବା ମନା। ମାଛ ଓ ମାଂସ ସହିତ କ୍ଷୀର ଖାଇବା ଉଚିତ୍ ନୁହେଁ, ମଧ୍ୟ ସତ୍ୟ ନୁହେଁ ।
  8. ଆମର ଧାରଣା ସବୁଜ ପନିପରିବା ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ। ହେଲେ ଆମର ଏପରି ଧାରଣା ଠିକ ନୁହେଁ। ଏପରି 

    କେତେକ ପରିବା ଅଛି ଯାହା ଖାଇଲେ ଆମର ଓଜନ ବୃଦ୍ଧି ପାଇଥାଏ

     

  9. ମାଇକ୍ରୋୱେଭରେ ଖାଦ୍ୟ ଗରମ କଲେ ଶରୀର ଅସୁସ୍ଥ ହୁଏ ବୋଲି ଆମର ଧାରଣା ରହିଛି। ହେଲେ ଖାଦ୍ୟ ଉପରେ ପାଣି ଛିଞ୍ଚି ତା ଉପରେ ଢାଙ୍କୁଣି ଘୋଡ଼ାଇ ଗରମ କଲେ କିଛି କ୍ଷତି ହୁଏ ନାହିଁ ବୋଲି ରିସର୍ଚ୍ଚରୁ ଜଣାପଡିଛି। ଏହାଦ୍ୱାରା ପନିପରିବାରେ ଥିବା ଭିଟାମିନ୍ସ ଓ ମିନେରାଲ୍ସ ଠିକ୍‌ ପୂର୍ବ ପରି ରହିଥାଏ।

ତେଣୁ କୌଣସି ଖାଦ୍ୟକୁ ନେଇ ଯଦି ଦ୍ୱନ୍ଦ୍ୱ ଉପୁଜେ ତେବେ  ପ୍ରଥମେ ଏହାକୁ  ଯାଞ୍ଚ କରି ପରେ ବିଶ୍ୱାସ କରିବା ଦରକାର।

Post a Comment

0 Comments