କେଉଁ ଦେବତାଙ୍କୁ ପୂଜା କଲେ କେଉଁ ଫଳ ମିଳେ
କେଉଁ ଦେବତାଙ୍କୁ ପୂଜା କଲେ କେଉଁ ଫଳ ମିଳେ
ମନ୍ଦିର ଗଲାବେଳେ କିମ୍ଵା ଠାକୁରଙ୍କୁ ପୂଜାକରିବା ସମୟରେ ପୂରା ଶାନ୍ତି ମନରେ କରିବା ଉଚିତ୍ । ବିଚଳିତମନରେ ପ୍ରଭୁଙ୍କ ଆରାଧନା କଲେ ପୂଜାର ଫଳ ମିଳେ ନାହିଁ । ଆମ ହିନ୍ଦୁ ସନାତନ ଧର୍ମରେ ବହୁତ ପ୍ରକାର ଦେବୀ ଦେବତାଙ୍କ ବିଷୟରେ କୁହାଯାଇଛି ଓ ସବୁ ଦେବତାଙ୍କ ନିଜର ଗୋଟେ ବିଶେଷ ବରଦାନ ହୋଇଥାଏ ତେବେ ଜାଣନ୍ତୁ କେଉଁ ଦେବତାଙ୍କୁ ପୂଜା କଲେ କ'ଣ ଫଳ ମିଳେ ।
- ମାତାପିତାଙ୍କୁ ପୂଜା କଲେ,ମାତା ସର୍ବ ତୀର୍ଥ ମୟୀ,ପିତା ସର୍ବ ସ୍ୱରୂପ ତେଣୁ ଯେଉଁ ସନ୍ତାନ ଭକ୍ତିର ସହ ମାତାପିତାଙ୍କ ପ୍ରଦିକ୍ଷଣ କରେ ସେ ସାତ ଦ୍ବୀପ ଯୁକ୍ତ ସମଗ୍ର ପୃଥିବୀକୁ ପରିକ୍ରମା କରିବା ସଫଳ ପାଏ | ମାତାପିତାଙ୍କୁପ୍ରଣାମ କରିବା ସମୟରେ ଯାହାର ଆଣ୍ଠୁ, ହାତ, ମସ୍ତକ ଭୂମିକୁ ସ୍ପର୍ଶ କରେ ସେ ଅକ୍ଷୟ ସ୍ୱର୍ଗ ସୁଖ ପାଏ |
- ମାତା ସରସ୍ଵତୀଙ୍କୁ ପୂଜା କଲେ ଆପଣଙ୍କୁ ଜ୍ଞାନ ଓ ବିଦ୍ୟା ପ୍ରାପ୍ତ ହୋଇଥାଏ |
- ଗଣେଶଙ୍କୁ ପୂଜା କଲେ ବୁଦ୍ଧି ଓ ଜ୍ଞାନ ଲାଭ ହୁଏ |
- ସୂର୍ଯ୍ୟଙ୍କୁ ପୂଜା କଲେ ଆପଣଙ୍କୁ ଜ୍ଯୋତି ମିଳିଥାଏ, ସୂର୍ଯ୍ୟଙ୍କୁ ପୂଜା କଲେ ଆଖିର ଆଲୋକ ବଢ଼ିବା ସହ, ନିରୋଗୀ ଶରୀର ଲାଭ ହୁଏ |
- ଚନ୍ଦ୍ରଙ୍କୁ ପୂଜା କଲେ ଆପଣଙ୍କୁ ଶାରୀରିକ ଜ୍ଯୋତି ବଢ଼ିବା ସହ ସ୍ୱାସ୍ଥ୍ୟ ମିଳିଥାଏ ।
- ବ୍ରହ୍ମାଙ୍କୁ ପୂଜା କଲେ କଳ୍ପବୃକ୍ଷ ସଦୃଶ ବର ଦେବେ, ଅଷ୍ଟ ଐଶ୍ଚର୍ଯ୍ୟ ଏବଂ ପରମାୟୁ ବୃଦ୍ଧି ହୁଏ |
- ଶିବଙ୍କୁ ପୂଜା କଲେ ବିପଦରୁ ଉଦ୍ଧାର,ଧନରତ୍ନ ଲାଭ, ଜ୍ଞାନ ଲାଭ,ସର୍ବ ମଙ୍ଗଳ ସାଧନା ଲାଭ, ଯୋଗ ସିଦ୍ଧି ପ୍ରାପ୍ତ ହୁଏ ।
- ଯମଙ୍କୁ ପୂଜା କଲେ ନର୍କରୁ ଉଦ୍ଧାର ଏବଂ ଆୟବୃଦ୍ଧି ହୁଏ |
- ଅଗ୍ନିଙ୍କୁ ପୂଜା କଲେ ନିରୋଗୀ ଶରୀର ଲାଭ ଏବଂ ତେଜ ବୃଦ୍ଧି ହୁଏ |
- ଇନ୍ଦ୍ରଙ୍କୁ ପୂଜା କଲେ ନେତୃତ୍ୱ ଓ ପ୍ରତିଷ୍ଠା ଲାଭ ହୁଏ |
- କୁବେରଙ୍କୁ ପୂଜା କଲେ ଧନ ବାନ ପରମ ସୁଖ ପ୍ରାପ୍ତ ହୁଏ |
- ବରୁଣଙ୍କୁ ପୂଜା କଲେ ପରମ ସୁଖ ଲାଭ ହୁଏ |
- ଭବାନୀଙ୍କୁ ପୂଜା କଲେ ଭୋଗ ବିଳାସରେ ବୁଡାଇ ରଖିବେ ।
- ଦୁର୍ଗାଙ୍କୁ ଦୁର୍ଗତି ନାଶ ଏବଂ ଭୟ ଦୂର ହୁଏ |
- ପାର୍ବତୀଙ୍କୁ ପୂଜା କଲେ ରାଜ ପ୍ରତିଷ୍ଠା ଲାଭ ଏବଂ ଶତୃ ନାଶ ହୁଏ |
- ଲକ୍ଷ୍ମୀଙ୍କୁ ପୂଜା କଲେ ଅଷ୍ଟ ଐଶ୍ଚର୍ଯ୍ୟ ଲାଭ ହୁଏ |
- ବିଶ୍ୱକର୍ମାଙ୍କୁ ପୂଜା କଲେ ପ୍ରତିଷ୍ଠା ଲାଭ ଏବଂ କୌଶଳ ବୃଦ୍ଧି ହୁଏ |
- ହନୁମାନ ବାହୁକ ପାଠ ଦ୍ୱାରା ଜୀବନରେ ସବୁ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ
- କାର୍ତ୍ତିକେୟଙ୍କୁ ପୂଜା କଲେ ପରକର୍ମ,ବଳ,ଶକ୍ତି ବୃଦ୍ଧି ହୁଏ |
- ବିଷ୍ଣୁଙ୍କୁ ପୂଜାକଲେ ବୈକୁଣ୍ଠ ଲାଭ ଏବଂ ପରମଗତି ଲାଭ ହୁଏ |
- ଏମିତି ସବୁ ଦେବୀ ଦେବତାଙ୍କ ନିଜର ଗୋଟେ ବିଶେଷତା ହୋଇଥାଏ ତେବେ କ'ଣ ଏହା ସମ୍ଭବ ଯେ ଆମେ ଏକାଥର ସବୁ ଦେବୀ ଦେବତାଙ୍କୁ ପୂଜା କରିପାରିବୁ ?
- ତେବେ ଏହା ପାଇଁ ଆଜି ଆମେ ଆପଣ ମାନଙ୍କୁ ଗୋଟେ ସତ ଘଟଣା ବିଷୟରେ କହିବାକୁ ଚାହୁଁଛୁ । ଯୁଧିଷ୍ଠିର ଧର୍ମାତ୍ମା ଥିଲେ ଓ ଦୁର୍ଯୋଧନ ପାପୀ ଥିଲା ଏହା ସମସ୍ତେ ଜାଣିଛନ୍ତି ।
- ତେବେ ଶେଷରେ ଦୁର୍ଯୋଧନ କହିଲେ ଦେବ ଯଦି ଏହି ଗୋଟେ ଜିନିଷ ଦିଅ ଯାହା ତମ ବ୍ଯତୀତ ଆଉ କେହି ଦେଇ ପାରିବେ ନାହିଁ ।
- କିନ୍ତୁ ସବୁ ଜିନିଷ ସମସ୍ତେ ଦେବେ ହେଲେ ଗୋବିନ୍ଦ ଛଡ଼ା ଗୋଟେ ଜିନିଷ କେହି ଦେଇ ପାରିବେ ନାହିଁ, ଗୋବିନ୍ଦ କହିଲେ କ'ଣ ? ଦୁର୍ଯୋଧନ କହିଲେ ମୁକ୍ତି । ଯଦି ଦେବ ତେବେ ମତେ ମୁକ୍ତି ଦିଅ ପ୍ରଭୁ ।
ପୂଜା ସମୟରେ ଏହି 5ଜଣଙ୍କ ପାଖରୁ ଦୂରେଇ ରହିବା ଉଚିତ
- ନାକାରାତ୍ମକ ବୃଦ୍ଧି କରୁଥିବା ଲୋକ ବା ନାସ୍ତିକ କିଛି ଲୋକ ଏମିତି ହୋଇଥାନ୍ତି ଯେଉଁମାନେ ଭଗବାନ କିମ୍ଵା ଧର୍ମରେ ଆସ୍ଥା ରଖନ୍ତି ନାହିଁ । ମିଛକହିବା ଏବଂ ଖରାପ ବ୍ୟବହାର କରିବା ଇତ୍ୟାଦି ସେମାନଙ୍କର ସ୍ୱଭାବର ହୋଇଥାଏ । ଏମାନଙ୍କ ସଂସ୍ପର୍ଶରେ ଆସିଲେ ଆମେ ମଧ୍ୟ ନିଜ କାମରେ ପୂରା ଧ୍ୟାନ ଦେଇପାରୁ ନାହୁଁ । ଏଭଳି ମନୁଷ୍ୟଠାରୁ ସବୁବେଳେ ଦୂରତା ବନେଇ ରଖିବା ଉଚିତ୍ ।
- କ୍ରୋଧ କରୁଥିବା ବ୍ୟକ୍ତି ବିନା କାରଣରେ ଏବଂ ଅଧିକ କ୍ରୋଧ କରୁଥିବା ବ୍ୟକ୍ତିର ବ୍ୟବହାର ହୀନ ସମାନ ମନାଯାଏ । କ୍ରୋଧ କରିବା ଦ୍ୱାରା ମନୁଷ୍ୟ ସବୁବେଳେ ନିଜର ହାନି କରିଥାଏ । କ୍ରୋଧ କରିଥିବା ସମୟରେ ସେ ନିନ୍ଦା ଓ ହାସ୍ୟର ପାତ୍ରର ହୋଇଥାଏ । ଏହି ବ୍ୟକ୍ତିର ମନ ସବୁବେଳେ ଅଶାନ୍ତ ରହିଥାଏ । ପୂଜା କରିବା ସମୟରେ ଏଭଳି ବ୍ୟକ୍ତିଙ୍କ ଠାରୁ ଦୂରେଇ ରଖିବା ଉଚିତ ।
- ଯେଉଁ ବ୍ୟକ୍ତି ଅନ୍ୟର ନିନ୍ଦା କରେ, ଖରାପ ଚିନ୍ତାଧାରା ରଖେ ଏପରି ବ୍ୟକ୍ତିକୁ ଖରାପ ବ୍ୟବହାର ବାଲା ବ୍ୟକ୍ତି କୁହାଯାଏ । ଏହି ବ୍ୟକ୍ତି ସବୁ ସମୟରେ କାହାକୁ ନା କାହାକୁ ନିନ୍ଦା କରିଥାଏ । ଏହି ବ୍ୟକ୍ତି ପାଖରେ ଥିଲେ ସକାରାତ୍ମକ ଭାବନା ନଷ୍ଟ ହୋଇଥାଏ ।
- ଯେଉଁ ବ୍ୟକ୍ତିଙ୍କ ମନରେ ଲୋଭଥାଏ ଏହି ବ୍ୟକ୍ତି ଚୋର ସଙ୍ଗେ ସମାନ ହୋଇଥାନ୍ତି । ଏହି ବ୍ୟକ୍ତି ସାହାଯ୍ୟ କରିବା ଦ୍ୱାରା ନିଜର ପୁଣ୍ୟ ନଷ୍ଟ ହୋଇଥାଏ। ତେଣୁ ପୂଜା କରିବା ସମୟରେ ସେମାନଙ୍କ ସହିତ କଥାବାର୍ତ୍ତ। କରିବା ଉଚିତ ନୁହେଁ।
- ଈର୍ଷାପରାୟଣ ମନୁଷ୍ୟର ମନ ସବୁବେଳେ ଅଶାନ୍ତ ରହିଥାଏ । ଏଭଳି ବ୍ୟକ୍ତିଙ୍କ ସହିତ ମିଶିବା ଦ୍ଵାରା ନିଜ ମନ ମଧ୍ୟ ଅଶାନ୍ତ ହୋଇଥାଏ । ଅଶାନ୍ତ ମନରେ କରାଯାଇଥିବା ପୂଜା ଆଳତୀ କଲେ କେବେ ଶୁଭ ମିଳେ ନାହିଁ। ତେଣୁ ପୂଜା ସମୟରେ ଏଭଳି ବ୍ୟକ୍ତି ଠାରୁ ଦୂରେଇ ରହିବା ଉଚିତ।
0 Comments
Do you have any doubts or suggestions? Ask them here in the comments!