କମ୍ ମୂଲ୍ୟରେ ଭଲ ଖାଦ୍ୟ ଖାଇବାର ଉପାୟ

କମ୍ ମୂଲ୍ୟରେ ଭଲ ଖାଦ୍ୟ ଖାଇବାର ଉପାୟ

ପୃଥିବୀର ଅଧିକାଂଶ ଲୋକ ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରଚୁର ଖାଇଥାଆନ୍ତି । ଏହାର କାରଣ “ଉତ୍ତମ” ଖାଦ୍ୟର ଦାମ୍ ଅଧିକ । ପ୍ରାଣୀଜ ଖାଦ୍ୟ ଯଥା, କ୍ଷୀର ଓ ମାଂସ ବହୁତ ପୁଷ୍ଟିକର ମାତ୍ର ଏଗୁଡିକ ଖର୍ଚ୍ଚ ସାପେକ୍ଷ । ଅଧିକାଂଶ ଲୋକ ପ୍ରାଣୀଜ ଖାଦ୍ୟ କିଣିପାରନ୍ତି ନାହିଁ । ତା ପରିବର୍ତ୍ତେ ସବୁଜ ପନିପରିବା, ଶିମ୍ବ, ମଟର, ଚିନାବାଦାମ ଓ ମସୁର ଆଦି ଉତ୍ପାଦନ କରି ବା କିଣି ଗରିବ ପରିବାରଟିଏ ଉପଯୁକ୍ତ ଖାଦ୍ୟସାର ପାଇପାରିବ ଓ ତଦ୍ୱାରା ତା’ର ଠିକ୍ ପୃଷ୍ଟି ସାଧନ ହୋଇପାରିବ । 

ସବୁବେଳେ ଏକା ପ୍ରକାର ଖାଦ୍ୟ ଖାଇବା ଅପେକ୍ଷା ବିଭିନ୍ନ ପ୍ରକାରର ଉଦ୍ଭିଦ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ଭିନ୍ନ ଭିନ୍ନ ଉଦ୍ଭିଦ ଭିନ୍ନ ଭିନ୍ନ ପ୍ରକାରର ଭିଟାମିନ, ପ୍ରଦାନ କରିଥାନ୍ତି ।

ଉଦାହରଣ ସ୍ୱରୂପ 

  1. ମକା କିମ୍ବା ଶିମ୍ବକୁ ଅଲଗା ଅଲଗା ଖାଇବା ଅପେକ୍ଷା ଏକାଠି ମିଶାଇ ଖାଇଲେ ଏହା ଶରୀରର ଆବଶ୍ୟକତା ଅଧିକତର ମେଣ୍ଟାଇଥାଏ। 
  2. ଅନ୍ୟାନ୍ୟ ପାରିବା ଓ ଫଳ ମିଶାଇ ଖାଇଲେ ଅଧିକ ଭଲ । ଯଦି ସମ୍ଭବ ପ୍ରତିଦିନ ଭିନ୍ନ ପ୍ରକାରର ପନିପରିବା ଖାଆନ୍ତୁ ।
  3. ଅନେକ କ୍ଷେତ୍ରରେ ଅଣ୍ଡା ଏକ ଶସ୍ତା ଓ ଭଲ ଖାଦ୍ୟସାର ବିଶିଷ୍ଟ ଖାଦ୍ୟ । ଖାଦ୍ୟରେ ଏହା ମିଶାଯାଇପାରେ ।
  4. ଘରେ କୁକୁଡା ପାଳନ କଲେ ଅନ୍ୟ ପ୍ରାଣୀଜ ଖାଦ୍ୟସାର ଅପେକ୍ଷା ଏହା ଶସ୍ତାରେ ମିଳିଥାଏ।
  5. କଲିଜା, ଯକୃତ, ମୂତ୍ରାଶୟ ଏ ସବୁ ଜିନିଷରେ ଭିଟାମିନ ଅଧିକ ଥାଏ ଓ ଏଗୁଡିକ ମାଂସ ଅପେକ୍ଷା ଶସ୍ତା ହୋଇଥାଏ |
  6. ମାଛ ମଧ୍ୟ ମାଂସ ଅପେକ୍ଷା ଶସ୍ତା ଓ ଶୁଖୁଆ ବହୁତ ଶସ୍ତାରେ ମିଳିଥାଏ,ବହୁତ ଉପକାରୀ ।
  7. ବଗଡା ଶସ୍ୟଦାନା ଅଧିକ ପୁଷ୍ଟିଦାୟକ । ପୁରା ପରିଷ୍କାର ଥିବା ଚାଉଳ ଅପେକ୍ଷା ଢିଙ୍କିକୁଟା ଉଷୁନା ଚାଉଳ ଭଲ ।
  8. ଦ୍ରଷ୍ଟବ୍ୟ ଗହମ, ଚାଉଳ ଓ ମକାରେ ଥିବା ପ୍ରୋଟିନ ଅଧିକ କାର୍ଯ୍ୟକାରୀ ହୁଏ,ଯଦି ଏହା ସହିତ ଶିମ୍ବ କିମ୍ବା ଲେନଟିଲ୍ ଖିଆଯାଏ ।
  9. ରାନ୍ଧିବା ପୂର୍ବରୁ ଯଦି କିଛି ଶୁଖିଲା ମକା ଚୂନାରେ ବୁଡାଯାଏ, ତେବେ ସେଥିରେ ଭିଟାମିନ ଓ ଖାଦ୍ୟସାର ବଢିଯାଏ ।
  10. ମାଣ୍ଡିଆ ଓ ଯଅଚାଉଳ ଓ ଗହମ ଅପେକ୍ଷା ଶସ୍ତା ଓ ପୁଷ୍ଟିକର ମଧ୍ୟ ।
  11. ଗୋଟିଏ ଶସ୍ୟଦାନାର ଭୋଜନ ଅପେକ୍ଷା ମିଳିତ ଶସ୍ୟଦାନାର ଭୋଜନ ବହୁତ ଭଲ । ଭିନ୍ନ ଭିନ୍ନ ଶସ୍ୟଦାନା ଶରୀରକୁ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟସାର ଯୋଗାଇଥାଏ । 
  12. ଶିମ୍ବ ,ମଟର, ମସୁର ପୁଷ୍ଟିସାରର ଶସ୍ତା ଉପାଦାନ ଅଟନ୍ତି | ରୋଷେଇ ପୂର୍ବରୁ ଗଜା ହେବାକୁ ଦିଆଯାଏ ତେବେ ଏଗୁଡ଼ିକରେ ଖାଦ୍ୟସାର ବଢିଯାଏ |
  13. କନ୍ଦମୂଳ, ଶିମ୍ବ, ମଟର ଓ ଲାଉର ପତ୍ରରେ ଅଧିକ ପରିମାଣର ଭିଟାମିନ ‘କ’ ଅଛି ଲୌହାଶ ଓ ପ୍ରୋଟିନ ଥାଏ । ସବୁ ପତ୍ରକୁ ଶୁଖାଇ ଗୁଣ୍ଡକରି  (କାଞ୍ଜି)ରେ ମିଶାଇଲେ ଏହା ଅଧିକ ପୌଷ୍ଟିକ ହୋଇପାରିବ ।
  14. ମୂଳା, ଗାଜର ଇତ୍ୟାଦିର ପତ୍ରରେ ମୂଳ ଅପେକ୍ଷା ୭ ଗୁଣ ଅଧିକା ପ୍ରୋଟିନ ଓ ଭିଟାମିନ ଥାଏ । ବିନା ଖର୍ଚ୍ଚରେ ପୌଷ୍ଟିକତା ବଢିଯାଇଥାଏ । ନୂଆ ଓ ଛୋଟ ପତ୍ର ସବୁଠାରୁ ଭଲ ।
  15. ତଟକା ପରିବା ବାସୀ ପରିବା ଅପେକ୍ଷା ଅଧିକ ପୁଷ୍ଟିକର ଅଟେ ।
  16. ଅନେକ ଜଙ୍ଗଲୀ ଫଳ ଓ କୋଳିରେ ଭିଟାମିନ ‘ଗ’ ଓ ପ୍ରାକୃତିକ ଶର୍କରା ଅଧିକ ଥାଏ । (ବିଷାକ୍ତ ଫଳ ଖାଆନ୍ତୁ ନାହିଁ) 
  17. ଲୁହା କଡେଇରେ ରୋଷେଇ କରିବା ବା ରାନ୍ଧିବା ସମୟରେ ଖଣ୍ଡେପୁରୁଣା ଲୁହା ଖାଦ୍ୟ ସହିତ ପକାଇଦେବା ଦ୍ଵାରା ଖାଦ୍ୟର ଲୌହ ଅଂଶ ବୃଦ୍ଧି ପ୍ରାପ୍ତ ହୋଇଥାଏ । ଫଳରେ ରକ୍ତହୀନତା ବା ଆମୋନିଆ ରୋଗର ପ୍ରତିରୋଧ ହୋଇଥାଏ ।
  18. ଗୁଡ, ଲୁହା କଡେଇରେ ତିଆରି ହେଉଥିବା ଯୋଗୁଁ ଏଥିରେ ପ୍ରଚୁର ପରିମାଣରେ ଲୌହ ଅଂଶ ଥାଏ । ଧଳା ଚିନି ପରିବର୍ତ୍ତେ ଗୁଡ ବ୍ୟବହାର କରନ୍ତୁ

Post a Comment

0 Comments