କାବୁଲି ବୁଟ ପାଣି ଫୋପାଡ଼ନ୍ତୁ ନାହିଁ

କାବୁଲି ବୁଟ ପାଣି ଫୋପାଡ଼ନ୍ତୁ ନାହିଁ

ରୋଷେଇ ଘରେ ଏମିତି କିଛି ଜିନିଷ ଥାଏ ଯାହା କେବଳ ଖାଦ୍ୟର ସ୍ୱାଦ ବଢାଇ ନଥାଏ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ । ସେହିଭଳି ଏକ ଖାଦ୍ୟ ହେଉଛି କାବୁଲି ବୁଟ । ତେବେ କେବଳ ଦେଶୀ ବୁଟ ନୁହେଁ କାବୁଲି ବୁଟ ଏବଂ ଏହାର ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ  । 

ସମସ୍ତେ ଜାଣନ୍ତି କାବୁଲି ବୁଟ ସ୍ୱାସ୍ଥ୍ୟ ପକ୍ଷେ ହିତକାରକ । କିନ୍ତୁ କାବୁଲି ବୁଟର ପାଣି ଯେ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ତାହା ଖୁବ୍ କମ୍ ଲୋକ ଜାଣନ୍ତି । ଯାହାକୁ ଜାଣିଲେ ଆପଣ ମଧ୍ୟ ଭିଜା ହୋଇଥିବା କାବୁଲି ବୁଟର ପାଣିକୁ ନଫିଙ୍ଗି ପ୍ରତିଦିନ ଏହାକୁ ପିଇବା ଆରମ୍ଭ କରିଦେବେ ।

ତାପମାତ୍ରା ନିୟନ୍ତ୍ରିତ ରହିଥାଏ

କାବୁଲିବୁଟ ଖାଇଲେ ଶରୀରର ତାପମାତ୍ରା ସନ୍ତୁଳି ରହିଥାଏ |

ଦୁର୍ବଳ ଲାଗି ନଥାଏ

  1. କାବୁଲି ବୁଟ ପାଣିରେ ପ୍ରଚୁର ପରିମାଣର ଆଇରନ୍ ଥାଏ । ଏହାକୁ ପ୍ରତିଦିନ ପିଇଲେ ଶାରୀରିକ ଦୁର୍ବଳତା ଦୂର ହୋଇଥାଏ । 
  2. ଏବଂ ଏମୋନିଅ ହେବାର ଆଶଙ୍କା କମ ଥାଏ | 

କୋଲେଷ୍ଟ୍ରଲ୍ ସ୍ତର କମ୍ ହୋଇଥାଏ

  1. କାବୁଲି ବୁଟ ପାଣି ହୃଦ ଜନିତ ଅନେକ ସମସ୍ୟା ଦୂର କରିଥାଏ । କେବଳ ସେତିକି ନୁହେଁ ଏହି ପାଣି ପିଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ୍ ମାତ୍ରା ମଧ୍ୟ କମିଥାଏ ।
  2. ଏଥିରେ ପୋଟାସିୟମ ଏବଂ ମ୍ୟାଗନେସିୟମ ଥିବା ଯୋଗୁଁ ଉଚ୍ଚ ରକ୍ତଚାପ ରୋଗୀପାଇଁ ଅତ୍ୟନ୍ତ ଲାଭଦାୟକ |

ମାଂସପେଶୀ ମଜଭୂତ ହୋଇଥାଏ 

ଏହି ପାଣି ପିଇଲେ ସାଂସପେଶୀ ମଜଭୂତ ହୋଇଥାଏ । ତେଣୁ ଭିଜା ହୋଇଥିବା କାବୁଲି ବୁଟର ପାଣି ନଫିଙ୍ଗି ପ୍ରତିଦିନ ଏହାକୁ ପିଅନ୍ତୁ ।

ଓଜନ ନିୟନ୍ତ୍ରିତ ରହିଥାଏ

  1. ଏହି ପାଣିରେ ପ୍ରଚୁର ପରିମାଣର ଫାଇବର୍ ରହିଥାଏ । ତେଣୁ ପ୍ରତିଦିନ ଏହି ପାଣି ପିଇଲେ ଭୋକକୁ ନିୟନ୍ତ୍ରିତ ରଖିଥାଏ ଏବଂ ଓଜନ ନିୟନ୍ତ୍ରିତ ରହିଥାଏ ।
  2. କାବୁଲି ବୁଟ ହଜମ ପକ୍ରିୟାକୁ ମଜବୁତ କରିଥାଏ |

ଚୁଟି ଝଡିବା କମିଥାଏ

ଏହି ପାଣିରେ ଜିଙ୍କ୍ ଏବଂ କପର୍ ରହିଥାଏ । ଯାହା ଚୁଟି ଝଡିବା କମ୍ କରିବା ସହ ଚେହେରାରେ ମଧ୍ୟ ଚମକ ଆଣିଥାଏ ।

କାଡ଼ନୀକୁ ସୁରକ୍ଷା ଦେଇଥାଏ 

ଏଥିରେ 28% ଫସ୍‌ଫରସ୍ ରହିଛି | ତେଣୁ କାଡ଼ନୀ ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ |

ହରମୋନ ସନ୍ତୁଳିତ ରହିଥାଏ 

  1. କାବୁଲି ବୁଟ ଖାଇଲେ ମହିଳା ମାନଙ୍କ ହରମୋନ ଅସନ୍ତୁଳନ ର ସମସ୍ୟା ରହିନଥାଏ |
  2. ଏହାର ସେବନରେ ସ୍ତନ କର୍କଟର ଆଶଙ୍କା କମିଥାଏ |

Post a Comment

0 Comments