ଘିକୁଆଁରି ଶରୀରର ଅନେକ ରୋଗ ପାଇଁ ଉପଯୋଗୀ
ଏଲୋବେରାକୁ ଘିକୁଆଁରି ମଧ୍ୟ କୁହାଯାଏ । ଏହା ଭାରତର ଅଧିକାଂଶ ଅଞ୍ଚଳରେ ଦେଖିବାକୁ ମିଳିଥାଏ । ଆପଣ ଏହାକୁ ନିଜ ବଗିଚାରେ ଲଗାଇ ପାରିବେ । ଏଲୋବେରା ଔଷଧୀୟ ଗୁଣ ଭରପୁର ଥାଏ । ଏଲୋବେରାରେ ଆଣ୍ଟି-ଅକ୍ସିଡେଣ୍ଟ ଏବଂ ଆଣ୍ଟି-ବ୍ୟାକ୍ଟେରିୟାଲ ଗୁଣ ରହିଥାଏ ।
Aloe vera Juice ରେ ଅନେକ ପ୍ରକାର ପ୍ରୋଟିନ୍ ଏବଂ ଭିଟାମିନ୍ ରହିଥାଏ । ଯଦିଓ ଏହି ଜୁସ୍ ପାଟିକୁ ଭଲ ଲାଗିନଥାଏ, କିନ୍ତୁ ଏହା ଆମ ଶରୀର ପାଇଁ ଅନେକ ଉପକାରୀ ଅଟେ। ତେବେ ଚାଲନ୍ତୁ ଜାଣିବା ଏଲୋବେରାର ଉପକାରିତା ବିଷୟରେ ।
1. ରକ୍ତହୀନତା ଦୂର କରିଥାଏ
- ପ୍ରତିଦିନ ଆଲୋବେରା ଜୁସ୍ ପିଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ବା ଏନିମିଆ ଦୂର ହୋଇଥାଏ । ଏହା ରକ୍ତକୁ ସଫା କରି ସେଥିରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରି ଦେଇଥାଏ। ଏଲୋବେରା ରସର ସେବନ କଲେ ଶରୀରର ରକ୍ତ ସଞ୍ଚାଳନ ଭଲ ହୋଇଥାଏ ।
- ଏଲୋବେରା ରସ ବନେଇବା ପାଇଁ ପ୍ରଥମେ ଏହାର ଗୋଟେ ପତ୍ର ନେଇ ସେଥିରେ ଅଳ୍ପ ପାଣି ମିଶେଇ ଗୋଳେଇ ଦିଅନ୍ତୁ। ଏହି ରସରୁ ପ୍ରତ୍ୟେକ ଦିନ ୧୫ ମିଲି ଗ୍ରାମ ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ସେବନ କରିବେ ।
2. ପେଟ ସମସ୍ୟା ଦୂର କରିଥାଏ
- ଆମର ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ଏଲୋବେରା ବହୁତ ଲାଭଦାୟକ ହୋଇଥାଏ। ଏହାର ରସ ସେବନ କଲେ ପେଟ ଜନିତ ସମସ୍ୟା ଦୂର ହୋଇଥାଏ ।
- ଏଲୋବେରା ରସର ସେବନ କଲେ ଏସିଡ଼ିଟି,ଗ୍ୟାସ, କୋଷ୍ଠ କାଠିନ୍ୟ, ପାଇଲସ ଭଳି ସମସ୍ୟା ମୂଳରୁ ସମାପ୍ତ ହୋଇଯାଇଥାଏ ।
3. ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ
- ଏଲୋବେରାରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଥାଏ। ତେଣୁ ଏହାର ସେବନ କଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।
- ଏହା ସାଧାରଣତଃ ଶରୀରର ଥଣ୍ଡା , ଜ୍ଵରକୁ ଦୂର କରିଥାଏ ।
- ଘିକୁଆଁରି ଫୁଲକୁ ଘିଅରେ ଖାଇଲେ ଶ୍ୱାସ ଓ କାଶ ଭଲ ହୁଏ |
4. ସୁଗାର କଣ୍ଟ୍ରୋଲ
ଯଦି ଆପଣ ଡାଇବେଟିସ୍ ରୋଗୀ ଅଟନ୍ତି ତେବେ ପ୍ରତିଦିନ ଆଲୋବେରା ଜୁସ୍ ପିଇବା ଫଳରେ ଆପଣଙ୍କର ସୁଗାର ଲେବୋଲ୍ କଣ୍ଟ୍ରୋଲରେ ରହିଯିବ ଏବଂ ଆପଣଙ୍କର କୋଲେଷ୍ଟ୍ରୋଲ୍ର ଲେବୋଲ୍ ବି କଣ୍ଟ୍ରୋଲକୁ ଆସିଯିବ ।
5. ରକ୍ତଚାପ ନିୟନ୍ତ୍ରଣରେ ରଖିବା ସହ ହାର୍ଟକୁ ସୁସ୍ଥ ରଖେ
- ଏଲୋବେରା ରସର ସେବନ କଲେ ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହୋଇଥାଏ। ରକ୍ତ ନାଡିରୁ କୋଲେଷ୍ଟ୍ରଲ ହ୍ରାସ ହୋଇଥାଏ। ତେଣୁ ହାର୍ଟ ଉତ୍ତମ ରୂପରେ କାର୍ଯ୍ୟ କରିଥାଏ।
- ଏହି ରସର ସେବନ କଲେ ଏହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରି ଦେଇଥାଏ। ଯାହାଦ୍ଵାରା ଶରୀରରେ ପିଏଚ ଅର୍ଥାତ ଏସିଡ ଆଲକାଲାଇନ ଲେବୁଲ ସଠିକ ବାଲାଂଶରେ ରହିଥାଏ।
- ଏହା ହୃଦରୋଗ ପାଇଁ ଲାଭଦାୟକ ହୋଇଥାଏ। ନିୟମିତ ଘିଁକୁଆରୀ ଖାଇବା ଦ୍ବାରା ଶରୀରରେ ରକ୍ତ ବୃଦ୍ଧି ହୋଇଥାଏ ଏବଂ ଏହା ଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ। ହୃଦରୋଗ ହେବାର ସମ୍ଭାବନା କମଯାଇଥାଏ।
6. କ୍ୟାନ୍ସରରୁ ଦୂରେଇ ରଖେ
ଏଲୋବେରା ରସର ସେବନ କଲେ ଏହା କେତେ ପ୍ରକାରର କ୍ୟାନ୍ସରରୁ ରକ୍ଷା କରି ଥାଏ। ଯେପରି ଯକୃତ କ୍ୟାନ୍ସରରୁ ରକ୍ଷା କରିଥାଏ।
7. ଆଖିର ଦୃଷ୍ଟି ଶକ୍ତି ବଢ଼ିବ
- ଯଦି ଆପଣ ଟିଭି ଅଧିକ ଦେଖନ୍ତି କିମ୍ବା ମୋବାଇଲ୍ ଅଧିକ ବ୍ୟବହାର କରନ୍ତି ତେବେ ଆପଣଙ୍କ ଆଖିରେ ଏହା ଖରାପ ପ୍ରଭାବ ପକାଇବ । ଆଲୋବେରା ଜୁସ୍ ପିଇଲେ ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି ବଢ଼ିବ ।
- ଅଫିସରେ କମ୍ପୁଟରରେ ସାରାଦିନ କାମ, ଘରକୁ ଆସିଲେ ଅଧିକ ସମୟ ମୋବାଇଲ୍ ସ୍କ୍ରିନ୍କୁ ଚାହିଁ ରହିବା ଦ୍ଵାରା ଆଖି ସମସ୍ୟା ବୃଦ୍ଧି ପାଉଛି। ଆଖି ପୋଡ଼ିବା ସହ ବିଭିନ୍ନ ପ୍ରକାର ଆଖି ସମସ୍ୟା ଦେଖାଯାଉଛି। ଦୁଇ ଚାମଚ ଏଲୋବେରା ଜେଲ୍ ଏକ କପ୍ ପାଣିରେ ମିଶାଇ ଆଖି ଧୋଇଲେ ଆଖିକୁ ଆରାମ ମିଳିବା ସହ ଉଜ୍ଜ୍ଵଳ ଦେଖାଯାଏ।
- ଘିକୁଆଁରି ରସ ଅଞ୍ଜନ କରି ଆଖି ପତାରେ ଲଗାଇଲେ ଆଖିଦରଜ ,ଆଖି ଲାଲ ପଡିବା ,ଆଖି ଉଷ୍ମ ହେବ ଭଲହୁଏ |
- ଘିକୁଆଁରି ପତ୍ର ରସ ୧/୨ କପ୍ ରେ ଦୁଇ ଚିମୁଟା ଫଟିକ ଚୂର୍ଣ୍ଣ ମିଶାଇ ରଖିବ । ପତଳା କନାରେ ଭିଜାଇ ଆଖି ପତା ଉପରେ ୫-୧୦ ମିନିଟ୍ ଘୋଡାଇ ରଖିବ । ଏହିପରି ୪-୫ ଥର କଲେ ଆଖି ଲାଲ୍ ପଡିଥିଲେ, ଆଖିରୁ ଲେଞ୍ଜେରା ବୋହୁଥିଲେ ଆଖି କୁଣ୍ଡାଇ ହେଉଥିଲେ ଭଲ ହୋଇଯାଏ ।
8. କ୍ଷତ ସମସ୍ୟା, ଜଳାପୋଡ଼ା, ପୋକ କାମୁଡ଼ା
- ଶରୀରର କୌଣସି ଜାଗାରେ କ୍ଷତ ସୃଷ୍ଟି ହେଲେ ବା ଖଣ୍ତିଆ ହେଲେ ତେବେ ତୁରନ୍ତ ଆଲୋବେରା ଜେଲ୍ ଲଗାନ୍ତୁ ଆରାମ ମିଳିବ ।
- କୌଣସି ଅଂଗ ନିଆଁରେ କିମ୍ୱା ଏସିଡ୍ ରେ ପୋଡିଗଲେ ବା ଚେଙ୍କ ଲାଗିଗଲା କିମ୍ବା ଚେଙ୍କ ଲାଗି ଫୋଟକା ହୋଇଯାଏ ସଂଗେ ସଂଗେ ଏହାର ପତ୍ରକୁ ଲଗାଇଲେ ଯନ୍ତ୍ରଣା ବନ୍ଦ ହୋଇଯାଏ ।
- ଘିକୁଆଁରି ରସ ତୁରନ୍ତ ପୋଡା ସ୍ଥାନରେ ବୋଳିଦେଲେ ଜଳାପୋଡ଼ା ଯନ୍ତ୍ରଣା ଦୂର ହେବା ସହିତ ସେ ସ୍ଥାନରେ ଫୋଟକା ହୁଏ ନାହିଁ |
- ଯଦି କୌଣସି କୀଟ କିମ୍ବା ପୋକ ଆପଣଙ୍କୁ କାମୁଡି ଦେଉଛି ତେବେ ତୁରନ୍ତୁ ଉକ୍ତ ସ୍ଥାନରେ ଆଲୋବେରାର ରସକୁ ଲଗାନ୍ତୁ ନିଶ୍ଚିତ ଆପଣଙ୍କୁ ମୁକ୍ତି ମିଳିବ ।
9. ଆଣ୍ଠୁ-ଗଣ୍ଠି ସମସ୍ୟା
- ଆଣ୍ଠୁ ଓ ଗଣ୍ଠି ଦରଜ ପାଇଁ କୌଣସି ଔଷଧ କାମ କରୁନଥିଲେ ଏଲୋବେରା ଜେଲ୍ ଉକ୍ତ ସ୍ଥାନରେ ମାଲିସ୍ କରନ୍ତୁ। କିଛିଦିନ ଏପରି କରିବା ଦ୍ଵାରା ଆପଣଙ୍କୁ ଆରାମ ନିଶ୍ଚିତ ମିଳିବ।
- ଘିକୁଆଁରି ରସରେ ସନ୍ଧବ ଲବଣ କିମ୍ବା ଅଦା ରସ ମିଶାଇ ସାତଦିନ ଯାଏ ସକାଳୁ ଖାଲି ପେଟରେ ଖାଇଲେ ବାତ ରୋଗ ଭଲ ହୁଏ |
10. ଅଂଶୁଘାତ, ପରିସ୍ରାପୋଡା
- ଦୈନିକ 3ଥର ଅଧ କପ ଦୂବରସ ସେବନ କଲେ ଓ ଘିକୁଆଁରୀ ରସ ମୁଣ୍ଡରେ ଘସିଲେ ଅଂଶୁଘାତରୁ ରକ୍ଷା ମିଳେ |
- ଘିକୁଆଁରି ରସକୁ ଗୁଆଘିଅର ମର୍ଦନକରି ମୁଣ୍ଡରେ ଘଷିଲେ ପରିସ୍ରା ପୋଡା ବନ୍ଦ ହୁଏ |
11. ଋତୁରୋଧ, ଗାଈ କ୍ଷୀର ନଦେଲେ, କୃମି
- ଘିକୁଆରି ରସରେ ହଳଦି ବାଟି ମିଶାଇ ଦୈନିକ ସେବନ କଲେ ସ୍ତ୍ରୀ ଲୋକଙ୍କର ଋତୁରୋଧ ଦୂରହୁଏ |
- ଘିକୁଆଁରି ମୂଳ ବାଟି ଗାଈକୁ ଖୁଆଇଲେ ଗାଈ କ୍ଷୀର ଦିଏ |
- ଏହାର ପତ୍ରର ରସ ୨-୪ଚାମଚ ମିଶ୍ରି ସହିତ ମିଶାଇ ପିଲାଙ୍କୁ ପ୍ରତ୍ୟେହ ଥରେ ଲେଖାଁଏ ଦେଲେ ପେଟରେ ଥିବା କୃମି ମରିଯାଆନ୍ତି ।

0 Comments
Do you have any doubts or suggestions? Ask them here in the comments!