ଗର୍ଭାବସ୍ଥାରେ ଏହି ସବୁ ଖାଦ୍ୟ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ
ସାଧାରଣତଃ ଗର୍ଭାବସ୍ଥାରେ ସମସ୍ତେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇଥାନ୍ତି। କିନ୍ତୁ ଏମିତି କେତେକ ସ୍ବାସ୍ଥ୍ୟକର ଖାଦ୍ୟ ରହିଛି ଯାହା ଖାଇଲେ ଗର୍ଭାବସ୍ଥାରେ କ୍ଷତିକାରକ ହୋଇଥାଏ। ନିଜ ଶିଶୁର ଉତ୍ତମ ସ୍ବାସ୍ଥ୍ୟ ପାଇଁ ଗର୍ଭବତୀ ମହିଳାଙ୍କୁ ନିଜ ଜୀବନଶୈଳୀ ସହ ଜଡ଼ିତ ପ୍ରତ୍ୟେକ ଜିନିଷ, ବିଶେଷକରି ଖାଇବା ପିଇବା ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ କ’ଣ ଖାଇବା ଅନୁଚିତ।
1. ଅମୃତଭଣ୍ଡା
- ଗର୍ଭାବସ୍ଥାରେ କଞ୍ଚା ଏବଂ ପାଚିଲା ଅମୃତଭଣ୍ଡା ଖାଇବା ଉଚିତ୍ ନୁହେଁ।
- କୁହାଯାଏ ଯେ ଏହାକୁ ଖାଇବା ଦ୍ୱାରା ଗର୍ଭାଶୟ ସଂକୋଚନ ହୋଇପାରେ, ଯାହା ଦ୍ଵାରା ଗର୍ଭପାତର ଆଶଙ୍କା ବଢ଼ି ଥାଏ।
- ଅମୃତଭଣ୍ଡାରେ ଲେଟେକ୍ସ, ପେପେଇନ ଏବଂ ପେପସିନ୍ ନାମକ ପଦାର୍ଥ ଥାଏ ଯାହା ଗର୍ଭସ୍ଥ ଶିଶୁର ବିକାଶରେ ବାଧା ସୃଷ୍ଟି କରିପାରେ।
- ତେବେ ପ୍ରସବ ପରେ ଅମୃତଭଣ୍ଡା ଖାଇବାରେ କୈାଣସି ସମସ୍ୟା ନାହିଁ।
2. ଭୃଣ ପାଇଁ ହାନିକାରକ ଅଙ୍ଗୁର
- ଗର୍ଭାବସ୍ଥାରେ ମହିଳାମାନେ ଅଙ୍ଗୁର ଖାଇବା ଅନୁଚିତ । କାରଣ ଅଙ୍ଗୁରର ରସ ଶରୀର ପାଇଁ ଗରମଦାୟକ ହୋଇଥାଏ ।
- ଏହା ଗର୍ଭସ୍ଥ ଭୃଣ ପାଇଁ ହାନିକାରକ । ଅଙ୍ଗୁର ଖାଇବା ଫଳରେ ଅସମୟରେ ପ୍ରସବ ହେବାର ସମ୍ଭାବନା ଥାଏ।
3. ତୁଳସୀ ପତ୍ର ହୋଇପାରେ ଗର୍ଭପାତର କାରଣ
- ଯଦିଓ ତୁଳସୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ, କିନ୍ତୁ ଗର୍ଭଧାରଣର ପ୍ରାରମ୍ଭିକ ଅବସ୍ଥାରେ ଏହାକୁ ଏଡାଇବା ଉଚିତ୍।
- ତୁଳସୀ ପତ୍ର ଗର୍ଭବତୀ ମହିଳାର ଭୃଣ ପାଇଁ ପ୍ରତିକୂଳ ସମସ୍ୟା ସୃଷ୍ଟି କରିଥାଏ।
- ତୁଳସୀ ପତ୍ରରେ ଆଷ୍ଟ୍ରୋଗୋଲ ରହିଛି ଯାହା ଗର୍ଭପାତ କରାଇପାରେ । ତେଣୁ ତୁଳସୀ ପତ୍ର ଖାଆନ୍ତୁ ନାହିଁ ।
- ତୁଳସୀ ପତ୍ର ମହିଳାଙ୍କ ମାସିକ ଋତୁସ୍ରାବରେ ମଧ୍ୟ ପ୍ରଭାବ ପକାଇଥାଏ।
4. ଜଙ୍କ ଫୁଡ଼ ଏବଂ ଚାଇନିଜ ଖାଦ୍ୟ କ୍ଷତିକାରକ
- ଚାଇନିଜ ଖାଦ୍ୟରେ ମୋନୋ ସୋଡିୟମ୍ ଗ୍ଲୁଟାମେଟ୍ ଅଛି ଯାହା କାରଣରୁ ଶିଶୁର ଜନ୍ମ ପରେ ଶାରିରୀକ ଅକ୍ଷମତା ଦେଖାଯାଇଥାଏ।
- ଏହା ସହିତ ସୋୟା ସସରେ ଲୁଣ ଅଧିକ ଥିବା ହେତୁ ଗର୍ଭବତୀ ମହିଳାଙ୍କ ରକ୍ତଚାପ ବଢ଼ିଯିବା ଫଳରେ ଗର୍ଭପାତ ହୋଇଥାଏ।
ଏହି ସମୟରେ ଜଙ୍କ ଫୁଡ଼ ମଧ୍ଯ ଖାଇବା ଉଚିତ ନୁହେଁ। ଏସବୁ ଖାଇବା ଫଳରେ ପୋଷକ ତତ୍ତ୍ଵ କମ୍ ହୋଇଥାଏ ଏବଂ ଫ୍ୟାଟ ଅଧିକ ହୋଇଥାଏ ତେଣୁ ଡେଲିଭରି ସମୟରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ ।
5. ସପୁରୀ ଯୋଗୁଁ ଅସ୍ବାଭାବିକ ପ୍ରସବର ସମ୍ଭାବନା
- ଯଦିଓ ସପୁରୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ, କିନ୍ତୁ ଗର୍ଭଧାରଣର ପ୍ରାରମ୍ଭିକ ଅବସ୍ଥାରେ ଏହାକୁ ଏଡାଇବା ଉଚିତ୍।
- ସପୁରୀରେ ବ୍ରୋମେଲାଇନ୍ ଏନଜାଇମ୍ ଥାଏ ଯାହା ଗର୍ଭାଶୟକୁ କୋମଳ କରିପାରେ ଏବଂ ଏହା ଲେବର ପେନ୍ ଆରମ୍ଭ କରିବା ସହ ଗର୍ଭପାତ କରାଇ ପାରେ। ତେଣୁ ଗର୍ଭାବସ୍ଥାର ପ୍ରାରମ୍ଭ ମାସଗୁଡିକରେ ସପୁରୀ ନଖାଇବା ଭଲ।
6. କଞ୍ଚା ଗଜା ମୁଗ କିମ୍ବା ବୁଟ ଖାଆନ୍ତୁ ନାହିଁ
- କଞ୍ଚାରେ ଏହି ଅଙ୍କୁରିତ ଖାଦ୍ୟ(କଞ୍ଚା ସ୍ପାଉଟ୍) ଖାଇବା ଯୋଗୁ ଦେହ ଖରାପ ହୋଇପାରେ। କାରଣ କଞ୍ଚା ଥିବା ବେଳେ ଏଥିରେ ବ୍ୟାକ୍ଟେରିଆ ଥାଆନ୍ତି। ଫଳରେ କିଛି ଲୋକଙ୍କ ଠାରେ ପେଟ କାମୁଡ଼ା, ବାନ୍ତି, ଝାଡ଼ା ଭଳି ସମସ୍ୟା ଦେଖିବାକୁ ମିଳେ।
- କଞ୍ଚାରେ ଏସବୁକୁ ଗଜା କରି ଖାଇଲେ ଫୁଡ୍ ପଏଜନିଂର ସାମ୍ନା କରିବାକୁ ମଧ୍ୟ ପଡ଼ିପାରେ। ଗର୍ଭବତୀ ମହିଳା ଗଜା ମୁଗ କିମ୍ବା ବୁଟ ନ ଖାଇବା ଭଲ।
- ଏଣୁ ଆପଣ ଖାଇବା ପୂର୍ବରୁ ଗଜା ମୁଗ କିମ୍ବା ବୁଟକୁ ଏକ ପ୍ୟାନ୍ରେ ଟିକେ ତେଲ ପକାଇ ଭାଜି ଦିଅନ୍ତୁ। ପରେ ଲୁଣ ପାଣିରେ ୫-୧୦ ମିନିଟ୍ ପାଇଁ ଫୁଟାନ୍ତୁ। ଏମିତି କଲେ ବ୍ୟାକ୍ଟେରିଆ ମରିଯିବେ। ଫଳରେ କିଛି ଅସୁବିଧା ହେବ ନାହିଁ।
- ନହେଲେ ସେସବୁକୁ ସିଝାଇ ଖାଆନ୍ତୁ।
7. ସଜନା
- ଭିଟାମିନ୍, ଆଇରନ୍ ଏବଂ ପୋଟାସିୟମରେ ଭରପୂର ସଜନା ଅତ୍ୟଧିକ ପୁଷ୍ଟିକର, କିନ୍ତୁ ଏଥିରେ ଆଲଫା ସାଇଟୋଷ୍ଟେରଲ୍ ମଧ୍ୟ ରହିଥାଏ ଯାହା ଆପଣଙ୍କ ଗର୍ଭସ୍ଥ ଶିଶୁକୁ ମାରିପାରେ।
- ଏଥିରେ ଥିବା ଇଷ୍ଟ୍ରୋଜେନ୍ ପରି ଯୌଗିକ ଗର୍ଭପାତର କାରଣ ହୋଇପାରେ।
8. ରାଶି
- ଏହା ବ୍ୟତୀତ ଗର୍ଭବତୀ ମହିଳାମାନେ ରାଶି ଖାଇବା ଉଚିତ୍ ନୁହେଁ।
- ମହୁ ରାଶି ଏକାଠି ଖାଇବା ଗର୍ଭପାତର କାରଣ ହୋଇପାରେ। ଏହା ବ୍ୟତୀତ ରାଶି, ଡ୍ରାଏ ଫୁଡ୍ ଆଦି ଠାରୁ ଦୂରେଇ ରୁହନ୍ତୁ।
- ଏହା ପେଟ ଗରମ କରିବା ସହ ସମୟ ପୂର୍ବରୁ ପ୍ରସବ କରାଇ ପାରେ।
- ଅର୍ଥାତ୍ ପ୍ରାଥମିକ ଅବସ୍ଥାରେ ଏହା ଗର୍ଭପାତର ଆଶଙ୍କା ବଢାଇ ଥାଏ।
9. ଆଲୋଭେରା ଜୁସ୍
- ଆଲୋଭେରା ଜୁସ୍ ପିଇବା ଦ୍ଵାରା ଅନେକ ରୋଗରୁ ରକ୍ଷା ମିଳି ପାରେ, କିନ୍ତୁ ଆଲୋଭେରା ଜୁସ୍ ଗର୍ଭବତୀ ମହିଳାଙ୍କ ପାଇଁ ବିଷ ପରି ହୋଇଥାଏ।
- ଗର୍ଭାବସ୍ଥାରେ ଆଲୋ ଭେରା ଜୁସ୍ ସେବନ କରିବା ଦ୍ୱାରା ପେଲଭିକ୍ ସ୍ଥାନରୁ ରକ୍ତସ୍ରାବ ହୋଇପାରେ |
- ତେଣୁ ଗର୍ଭାବସ୍ଥାର ପ୍ରଥମ ତିନି ମାସିରେ ଆଲୋ ଭେରା ଜୁସ୍ ବା ଏହାର ଅନ୍ୟାନ୍ୟ ଉପାଦାନ ଖାଇବାଠାରୁ ଦୂରେଇ ରୁହନ୍ତୁ।
10. ପଣସ ଓ ବାଇଗଣ
- ଗର୍ଭବତୀ ମହିଳାମାନେ ପ୍ରଥମ ତିନି ମାସ ବାଇଗଣ ଖାଇବା ଉଚିତ୍ ନୁହେଁ। ଏଥିରେ ଅନେକ ଫାଇଟୋ ହରମୋନ ରହିଛି ଯାହାକି ଋତୁସ୍ରାବ କରାଇବାରେ ସହାୟକ ହୋଇଥାଏ। ତେଣୁ ପ୍ରଥମ ତିନି ମାସ ବାଇଗଣ ଖାଇବା ଦ୍ବାରା ଗର୍ଭପାତ ହୋଇପାରେ।
- ସେହିପରି ଗର୍ଭବତୀ ମହିଳାମାନେ ପଣସ ଖାଇବା ଉଚିତ୍ ନୁହେଁ। ପଣସରେ ଅଧିକ ପରିମାଣରେ ଭିଟାମିନ -C ରହିଥାଏ। ଏହା ଗର୍ଭଧାରଣର ପ୍ରାରମ୍ଭିକ ଅବସ୍ଥାରେ ଖାଇବା ଦ୍ବାରା ଗର୍ଭପାତ ହୋଇପାରେ।
11. କଞ୍ଚା କ୍ଷୀର ବା ଅନ୍ପାଶ୍ଚରାଇଜ୍ ମିଲ୍କ
- କ୍ଷୀର କ୍ୟାଲସିୟମର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ ଯାହା ଗର୍ଭବତୀ ମହିଳାଙ୍କ ପାଇଁ ଭଲ ଅଟେ।
- କିନ୍ତୁ କଦାପି କଞ୍ଚା କ୍ଷୀର ପିଅନ୍ତୁ ନାହିଁ। ଏହା ଅପରିଷ୍କୃତ ହୋଇଥିବା ସହ ସେଥିରେ ଅନେକ କ୍ଷତିକାରକ ଭାଇରସ ରହିଥାଏ, ଯାହା ଗର୍ଭବତୀ ମହିଳା ଏବଂ ଗର୍ଭସ୍ଥ ଶିଶୁ ପାଇଁ କ୍ଷତିକାରକ ହୁଏ।
- ତେଣୁ ସର୍ବଦା ଶୁଦ୍ଧ କ୍ଷୀର ପିଅନ୍ତୁ ଏବଂ ପିଇବା ପୂର୍ବରୁ ଭଲଭାବରେ ଫୁଟାନ୍ତୁ।
- କଞ୍ଚା କ୍ଷୀର ଏବଂ ଅନ୍ପାଶ୍ଚରାଇଜ୍ କ୍ଷୀର କିମ୍ଵା ଲହୁଣି ଖାଇବା ଫଳରେ ବହୁ ଇନ୍ଫେକସନ୍ ହୋଇଥାଏ । ତେଣୁ ଏସବୁ ଖାଆନ୍ତୁ ନାହିଁ ।
12. କଞ୍ଚା ମାଂସ ଏବଂ ପ୍ରୋସେସ୍ଡ ମିଟ୍
- ଜଣେ ଗର୍ଭବତୀ ମହିଳା ପ୍ରଥମ ତିନି ମାସରେ କଞ୍ଚା ମାଂସ ଖାଇବାଠାରୁ ଦୂରେଇ ରହିବା ଉଚିତ୍ ।
- ଗର୍ଭବତୀ ମହିଳାମାନଙ୍କ ପାଇଁ ଏହା ଅତ୍ୟନ୍ତ ଖରାପ ହୋଇଥାଏ। କଞ୍ଚା ମାଂସରେ ଅନେକ ଜୀବାଣୁ ରହିଥାଏ ଯାହା ଫୁଡ୍ ପଏଜନିଂ କରାଏ।
- ଯଦି ଆପଣଙ୍କର ଏହି ସମୟରେ ମାଂସ ଖାଇବାକୁ ବହୁତୁ ଇଚ୍ଛା ହୁଏ ତେବେ ତାହାକୁ ଭଲ ଭାବରେ ରାନ୍ଧି ଖାଆନ୍ତୁ। ମାଂସକୁ ରାନ୍ଧିବା ଆଗରୁ ଭଲ ଭାବରେ ପାଣିରେ ଧୋଇ ଦିଅନ୍ତୁ।
- ଗର୍ଭବତୀଙ୍କ ପାଇଁ ପ୍ରୋସେସ୍ଡ ମିଟ୍ ବି ଖାଇବା ଉଚିତ ନୁହେଁ। ଏହାକୁ ଖାଇବା ଫଳରେ ଟେକ୍ସୋପ୍ଲାଜମା, ଲିଷ୍ଟେରିଆ ଏବଂ ସେଲ୍ମୋଲେନା ଭଳି ବିଭିନ ପ୍ରକାରର ବ୍ଯାକ୍ଟେରିଆଲ ଇନ୍ଫେକସନ୍ ହୋଇଥାଏ।
- ତେଣୁ ପେଟିସ୍ କିମ୍ବା ବର୍ଗରରେ ଥିବା ମାଂସ କିମ୍ବା ଅଧା ସିଝା ମାଂସ ଖାଆନ୍ତୁ ନାହିଁ ।
13. ମାଛ ଏବଂ ସି ଫୁଡ୍
- ଗର୍ଭାବସ୍ଥାର ପ୍ରଥମ ତିନି ମାସ ସି ଫୁଡ୍, ମାଛରେ ପ୍ରସ୍ତୁତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।
- ମାଛ ପ୍ରୋଟିନର ସର୍ବୋତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ ଏବଂ ଓମେଗା 3 ଫ୍ୟାଟି ଏସିଡ୍ ମଧ୍ୟ ଏଥିରେ ପ୍ରଚୁର ପରିମାଣରେ ରହିଛି।ଏହି ପୋଷକ ତତ୍ତ୍ୱ ଗର୍ଭବତୀ ମହିଳାଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ଏହାସହ ମାଛରେ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି, କିନ୍ତୁ ଏଥିରେ ଅଧିକ ପରିମାଣର ମରକରି ରହିଥାଏ ଯାହାକି ଗର୍ଭସ୍ଥ ଶିଶୁ ପାଇଁ ସାଂଘାତିକ ହୋଇପାରେ।
- ଏହା ବ୍ୟତୀତ ଗର୍ଭବତୀ ମହିଳାମାନଙ୍କୁ କୁଣ୍ଡେଇ ହୋଇ ଫୁଲି ଯିବା, ଘା ହେବା’, ବାନ୍ତି କିମ୍ବା ଝାଡ଼ା ହେବାର ଆଶଙ୍କା ଥିବାରୁ ସି ଫୁଡ୍ ଖାଇବାକୁ ବାରଣ କରାଯାଇଛି। ସେହିପରି ଶୁଖୁଆ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ।
- ଗର୍ଭବତୀମାନେ କଦାପି ହେଲେ ସେଲ୍ଫିସ୍ ଖାଇବା ଉଚିତ ନୁହେଁ। ଏହି ମାଛ ଖାଇଲେ ବିଭିନ୍ନ ପ୍ରକାରର ବ୍ୟାକ୍ଟେରିଆଜନିତ ସଂକ୍ରମଣ ହୋଇଥାଏ। ତେଣୁ ଗର୍ଭସ୍ଥ ଶିଶୁର ଇନଫେକ୍ସନ୍ ହେବାର ସମ୍ଭାବନା ରହିଥାଏ |
14. କଞ୍ଚା ଅଣ୍ଡା
- ଗର୍ଭବତୀମାନେ କଞ୍ଚା ଅଣ୍ଡା ଖାଇଲେ ବିଭିନ ପ୍ରକାରର ଇନଫେକସନ୍ ସହିତ ଜ୍ଜର, ବାନ୍ତି ଆଦି ବହୁ ସମସ୍ଯା ଦେଖାଦେଇଥାଏ । ବଜାରରେ ମିଳୁଥୁବା ବିଭିନ୍ନ ଖାଦ୍ୟରେ କଞ୍ଚା ଅଣ୍ତା ମିଶା ଯାଇଥାଏ, ସେସବୁ ଖାଆନ୍ତୁ ନାହିଁ।
- ଅଣ୍ଡାରୁ ସଲ୍ମୋନେଲା ନାମକ ଭାଇରସ ହେବାର ଆଶଙ୍କା ରହିଥାଏ। ଯଦିଓ ଏହା ଶିଶୁ ପାଇଁ ସିଧାସଳଖ କ୍ଷତିକାରକ ନୁହେଁ, କିନ୍ତୁ ମା’ର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ, ଯାହା ଶିଶୁ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ।
15. ଚା ଏବଂ କଫି,ଧୂମ୍ରପାନ ଏବଂ ମଦ୍ୟପାନ
- ଗର୍ଭାବସ୍ଥାରେ ଖୁବ୍ କମ୍ ମାତ୍ରାରେ କଫି ପିଇବା ଉଚିତ। କାରଣ ଏହା ଖୁବ୍ଶୀଘ୍ର ରକ୍ତରେ ମିଶି ପ୍ଲେସେଣ୍ଟାରେ ପହଞ୍ଚିଯାଇଥାଏ। ତେଣୁ
- ଗର୍ଭାବସ୍ଥାରେ ଚା ଏବଂ କଫି ପିଅନ୍ତୁ ନାହିଁ। ଏଥିରେ କେଫିନର ମାତ୍ରା ଅଧିକ ଥିବା ହେତୁ ଶିଶୁକୁ କ୍ଷତି ପହଞ୍ଚିଥାଏ।ଶିଶୁର ବିକାଶ ହୋଇ ନ ଥାଏ |
- ଗର୍ଭାବସ୍ଥାରେ ଧୂମ୍ରପାନ ଏବଂ ମଦ୍ୟପାନ କରିବା ଅନୁଚିତ୍ କାରଣ ଏହାର ପ୍ରଭାବ ଶିଶୁ ଉପରେ ପଡ଼ିଥାଏ।
16. ଆଉ କିଛି ଜିନିଷ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ
- ଯେପରିକି ନିଜ ମନ ଇଚ୍ଛା କୌଣସି ଔଷଧ ଖାଆନ୍ତୁ ନାହିଁ ।
- ଗର୍ଭାବସ୍ଥାରେ ଭଲ ଭାବେ ରନ୍ଧା ଯାଇଥିବା ଖାଦ୍ୟ ଖାଆନ୍ତୁ। ପୁଷ୍ଟିକର ଭୋଜନ ଖାଆନ୍ତୁ।
- ଖାଇବାରେ ସାଲାଡ୍ ଖାଆନ୍ତୁ ।
- ଅଧିକ ପାଣି ପିଅନ୍ତୁ ।
- ଅପରିଷ୍କୃତ ଏବଂ ରେଫ୍ରିଜରେଟେଡ୍ ଖାଦ୍ୟ ଖାଆନ୍ତୁ ନାହିଁ ।
- ସିନ୍ଥେଟିକ୍ ମିଠା ଖାଆନ୍ତୁ ନାହିଁ ।

0 Comments
Do you have any doubts or suggestions? Ask them here in the comments!