କଞ୍ଚା ଗଜା ମୁଗ ଖାଇବାରେ ଲାଭ
ଯଦି ଆପଣ ସକାଳ ଜଳଖିଆରେ କିଛି ସୁସ୍ଥ ଖାଦ୍ୟ ଖାଆନ୍ତି, ତେବେ ଏହା ଆପଣଙ୍କୁ ଦିନରେ କାମ କରିବାକୁ ଶକ୍ତି ଦେଇଥାଏ | ଏହି ପରିପ୍ରେକ୍ଷୀରେ, ସକାଳେ ଜଳଖିଆ ପୁଷ୍ଟିକର ଖାଦ୍ୟରେ ପରିପୂର୍ଣ୍ଣ ହେବା ଉଚିତ୍ | ତୁମେ ତୁମର ସକାଳ ଜଳଖିଆରେ ଗଜା ମୁଗ ଖାଇ ପାରିବ | ଏହା ଏକ ସୁସ୍ଥ ବିକଳ୍ପ |
ଏହା ପ୍ରାକୃତିକ ଭିଟାମିନର ସ୍ରୋତ | ଏହା ଅମିନୋ ଏସିଡ, ଫେଟି ଏସିଡ, ନେଚୁରାଲ ସୁଗର, ମିନେରାଲ, ଭିଟାମିନ ଓ ଏଞ୍ଜାଇମର ଉତ୍କୃଷ୍ଟ ସନ୍ତୁଳନ | ସକାଳେ ଦୁଇ ମୁଠା ଗଜା ମୁଗ ଖାଇବା ପାଇଁ ଡାକ୍ତର ଅନେକ ସମୟରେ ପରାମର୍ଶ ଦେଇଥାନ୍ତି। ପ୍ରତିଦିନ ମର୍ଣ୍ଣିଂୱାକ୍ ବା ବ୍ୟାୟାମ ସାରି ଏହାକୁ ଖାଇଲେ ଫାଇଦା ମିଳିଥାଏ।
ଗଜା ମୁଗ ଖାଇବାର ଲାଭ
ତେବେ ଏହାକୁ ସକାଳୁ ଖାଲି ପେଟରେ ଖାଇଲେ ଆପଣଙ୍କ ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ, ଆସନ୍ତୁ ଜାଣିବା…
1. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି
ଗଜାମୁଗ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ I ଗଜାମୁଗରେ ଭିଟାମିନ B, ଭିଟାମିନ୍ C, ଭିଟାମିନ K, ଭିଟାମିନ୍ B - 6, ମାଗ୍ନେସିଅମ, କପର, ଫାଇବର ଥାଏ I ଏହ ସବୁ ଭିଟାମିନ୍ ଯୋଗୁଁ ଆମ ଶରୀରରେ ପ୍ରତିଦିନ ନୂଆ ନୂଆ ରକ୍ତକୋଷ ସୃଷ୍ଟି ହୋଇଥାଏ। ଆୟୁର୍ବେଦ ମତରେ ଏହା ଏକ ନିୟନ୍ତ୍ରିତ ଖାଦ୍ୟ । ଏହା ଖାଇବା ଦ୍ୱାରା ଶରୀରର ସମସ୍ତ ପୋଷକ ତତ୍ତ୍ୱର ଅଭାବ ଦୂର କରିଥାଏ । ଦୈନନ୍ଦିନ ଖାଦ୍ୟରେ ଯେଉଁ ଅଭାବ ଥାଏ ତାହା ଗଜାମୁଗ ଦ୍ୱାରା ପୂରଣ ହୁଏ । ଶାରୀରିକ ବିକାଶ ଠିକ୍ ହେଉ ନ ଥିବା ଛୋଟ ଛୋଟ ପିଲାମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପକାରୀ ।
2. କେଶ ଓ ତ୍ୱଚା
- ସ୍ୱାସ୍ଥ୍ୟ ସହ ଏହା କେଶ ଓ ତ୍ୱଚା ପାଇଁ ମଧ୍ୟ ବହୁତ ଲାଭଦାୟକ | ଏହା କେଶର ଗ୍ରୋଥକୁ ପ୍ରଭାବିତ କରିଥାଏ | ଫଳରେ କେଶ ଝାଡ଼ିବା ବନ୍ଦ ହୋଇଥାଏ ଏବଂ କେଶ ସୁସ୍ଥ ହୋଇଥାଏ |
- ଗଜା ମୁଗରେ ଥିବା ସେଲେନିୟମ୍ ସ୍କାଳ୍ପରେ ଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ | ଯାହାଫଳରେ ରୁପି ସମସ୍ୟା ଦୂର ହୋଇଥାଏ | ଏହା ସ୍କାଳ୍ପରୁ ମୃତ କୋଷକୁ ମଧ୍ୟ ବାହାର କରିବା କାମ କରିଥାଏ | ଫଳରେ ସ୍କାଳ୍ପରେ କୌଣସି ପ୍ରକାର ସଂକ୍ରମଣ ହୋଇନଥାଏ | ଏହା ସହ କେଶ ମଧ୍ୟ ବଢିଥାଏ |
- ତ୍ୱଚାକୁ ହାଇଡ୍ରେଟ୍ ରଖିବା ପାଇଁ ଗଜା ମୁଗ ଖାଇବା ଉଚିତ | ପ୍ରତିଦିନ ସକାଳୁ ଗଜା ମୁଗରେ ଟମାଟୋ ଓ କାକୁଡି ଟୁକୁଡା ଟୁକୁଡା କରି କାଟି, ସେଥିରେ ଲେମ୍ବୁ ରସ ମିଶାଇ ଖାଇଲେ ତ୍ୱଚାର ଶୁଷ୍କତା ଦୂର ହୋଇଥାଏ | ଏହା ଚର୍ମର ଦୁର୍ବଳତା ମଧ୍ୟ ଦୂର ହୁଏ |
- ଯଦି ଆପଣଙ୍କ ଚୁଟି ବହୁତ ଝଡ଼ୁଥାଏ ତାହେଲେ ପ୍ରତିଦିନ ସକାଳୁ ଗଜା ମୁଗ ଖାଆନ୍ତୁ | ଏଠାରେ ବହୁ ମାତ୍ରାରେ ଭିଟାମିନ-ସି ରହିଛି | ଏହାଦ୍ୱାରାରେ ସ୍କାଳ୍ପରେ ରକ୍ତ ସଞ୍ଚାଳନ ମଧ୍ୟ ଭଲ ହୋଇଥାଏ | ଫଳରେ ଚୁଟି ଝଡ଼ିବା ସମସ୍ୟା ଦୂର ହୋଇଥାଏ |
3. ପାଚନ କ୍ରିୟା ସୁସ୍ଥ ରହିଥାଏ ଏବଂ କୋଷ୍ଠକାଠିନ୍ୟ ହୁଏ ନାହିଁ
- ଗଜାମୁଗ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୁଏ । ଗଜାମୁଗରେ ଫାଇବର ରହୁଥିବାରୁ ଏହା ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ମୁଗ ଗଜା ହୋଇଗଲା ପରେ ଏଥିରେ ଥିବା ଶର୍କରା ଗ୍ଲୁକୋଜକୁ ଓ ଫ୍ରୁକଟୋଜ ମଲଟୋଜକୁ ରୂପାନ୍ତରିତ ହୋଇଥାଏ I
- ସକାଳ ଜଳଖିଆରେ ଗଜା ମୁଗ ଖାଇବା ଦ୍ୱାରା ପେଟ ଭାରୀ ଏବଂ କୋଷ୍ଠକାଠିନ୍ୟ ହୁଏ ନାହିଁ, କାରଣ ଏଥିରେ ଫାଇବର ଥାଏ |
- ସକାଳୁ ଉଠିବା ପରେ ଗଜାମୁଗ ଖାଇବା ଦ୍ବାରା ପାଚନ କ୍ରିୟା ସୁସ୍ଥ ରହିଥାଏ। ଯେଉଁ ଲୋକମାନଙ୍କରେ ଖାଦ୍ୟ ହଜମ ହେବାରେ ଅସୁବିଧା ହେଉଛି, ସେମାନଙ୍କୁ ସକାଳୁ ଗଜାମୁଗ ଖାଇବା ଆରମ୍ଭ କରିବା ଦରକାର |
4. କର୍କଟ ରୋଗ ବଢ଼ିବାରୁ ରୋକିଥାଏ
- ସକାଳ ସମୟରେ ଗଜାମୁଗ ଖାଇବା ଦ୍ବାରା ଏହା ଶରୀରରେ କର୍କଟ ରୋଗ ସୃଷ୍ଟିକାରୀ କୋଷିକାଗୁଡ଼ିକୁ ବଢ଼ିବାରୁ ରୋକିଥାଏ। ଯାହା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା କମ ହୋଇଥାଏ |
- ଏଥିରେ ଥିବା ଆଣ୍ଟିଆକ୍ସିଡେଣ୍ଟ ପାକସ୍ଥଳୀ କର୍କଟରୁ ଦୁରେଇ ରଖିଥାଏ l
5. ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ
ଗଜାମୁଗରେ ଭିଟାମିନ K ଥାଏ I ଭିଟାମିନ K ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଉପାଦାନ I ଭିଟାମିନ K ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ । ଯାହା ଫଳରେ ଯେ କୌଣସି ପ୍ରକାର ଦୁର୍ଘଟଣା ବା ଆଘାତ ଜନିତ ରକ୍ତସ୍ରାବ ସହଜରେ ବନ୍ଦ ହୋଇଥାଏ। ଏକ କପ ଗଜାମୁଗରେ 34 ମାଇକ୍ରୋଗ୍ରାମ ଭିଟାମିନ K ଥାଏ । ଭିଟାମିନ K ଅସ୍ଥି ଗଠନରେ ସହାୟକ ହୋଇଥାଏ ।
6. ଉଚ୍ଚ ରକ୍ତଚାପ
- ଗଜାମୁଗରେ ପେପ୍ଟିସାଇଡ ଥାଏ । ପେପ୍ଟିସାଇଡ ଆମ ଶରୀରର ରକ୍ତ ଚାପ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ ।
- ଉଚ୍ଚ ରକ୍ତଚାପକୁ ରୋକିବା ସହ ଅନେକ ରୋଗକୁ ଦୂରରେ ରଖିଥାଏ ଗଜାମୁଗ | ଯେଉଁ ଲୋକମାନଙ୍କର ଉଚ୍ଚ ରକ୍ତଚାପର ସମସ୍ୟା ରହିଛି ସେମାନଙ୍କ ପାଇଁ ସକାଳ ସମୟରେ ଗଜାମୁଗ ଖାଇବା ଅତ୍ୟନ୍ତ ଲାଭଦାୟକ। ଏଥିରେ ସୋଡ଼ିୟମ ନଥିବାରୁ ଏହାକୁ ଖାଇଲେ କୋଲେଷ୍ଟ୍ରଲର ସ୍ତର ଏବଂ ରକ୍ତଚାପ ନିୟନ୍ତ୍ରଣ ହୋଇ ଥାଏ |
- ପୋଟାସିୟମ ,ମ୍ୟାଗନେସିୟମ ଓ ଫାଇବରରେ ଭରପୁର ଥିବା ହେତୁ ମୁଗ ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣ କରିଥାଏ l ୨00 ଗ୍ରାମ ମୁଗରେ ୧୫.୪ ଫାଇବର ରହିଛି l ତେଣୁ ପ୍ରତ୍ୱେକଦିନ ସକାଳୁ ଗଜାମୁଗ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ରହିଥାଏ l
7. ଶୂକ୍ରାଣୁର ମାତ୍ରା ଶରୀରରେ ବୃଦ୍ଧି
- ପୁରୁଷ ମାନେ ସକାଳ ସମୟ ରେ ଏହି ଗଜାମୁଗ କୁ ଖାଲି ପେଟ ରେ ସେବା କରିବା ଉଚିତ I ଏହା ସ୍ଵାସ୍ତ୍ୟ ପାଁଇ ଭଲ ଅଟେ I
- ଗଜା ମୁଗ ରେ ଜିଙ୍କ ଓ ଫଲିକ ଏସିଡ ରହିଥାଏ । ଯାହା ଶରୀରରେ ବୀଜକୁ ଶୀଘ୍ର ବୃଦ୍ଧି କରିଥାଏ | ଜଣେ ଲୋକ ନିୟମିତ ଗଜା ମଗ ସେବନ କରିବା ଦ୍ୱାରା ତାଙ୍କ ର ଶୂକ୍ରାଣୁ ର ମାତ୍ରା ଶରୀର ରେ ବୃଦ୍ଧି ହେଇଥାଏ I
- ଏକ ଗବେଷଣା ଅନୁସାରେ କେବଳ ଶୂକ୍ରାଣୁ ବୃଦ୍ଧି ନାହିଁ କିନ୍ତୁ ମଧ୍ୟ ଏହାର ଗୁଣବତ୍ତା ଉନ୍ନତି ଆଣିଥାଏ। ଏହା ବୀଜକୁ ସୁସ୍ଥ ଏବଂ ସୁସ୍ଥ ରଖେ ଏବଂ ପିତା ହେବାରେ ପୁରୁଷମାନଙ୍କର କୌଣସି ଅସୁବିଧା ନାହିଁ |
8. ହାର୍ଟ ଆଟାକରୁ ରକ୍ଷା
ଏଥିରେ ଥିବା ଆଇରନ୍ ଓ କପର୍ ଆପଣଙ୍କ ଶରୀରରେ ରେଡ୍ ବ୍ଲଡ୍ ସେଲ୍ର ବୃଦ୍ଧି କରାଇଥାଏ। ଏହା ସହିତ ରକ୍ତରେ କୋଲେଷ୍ଟରଲ୍ ସ୍ତର ହ୍ରାସ କରି ହାର୍ଟ ଆଟାକରୁ ରକ୍ଷା କରିଥାଏ।
9. ଓଜନ ହ୍ରାସ କରିଥାଏ
- ଗଜାମୁଗ ମେଟାବୋଲିକ୍ ହାରକୁ ବଢ଼ାଇଥାଏ | ଏହା ଶରୀରକୁ ଅଧିକ ଶକ୍ତି ଦେଇଥାଏ |
- ମୁଗଡାଲିର କାର୍ବୋହାଇଡ୍ରେଟ ରହିଛି l ଓଜନ କମାଇବା ପାଇଁ ପ୍ରୟାସ କରୁଥିବା ବ୍ୟକ୍ତି ମାନେ ପ୍ରତେକ ଦିନ ସକାଳୁ ଖାଲିପେଟରେ ଗଜାମୁଗ ଖାଇଲେ ଲାଭ ଦାୟକ ହୋଇଥାଏ l ଗଜାମୁଗରେ ଫାଇବର ଓ ପ୍ରୋଟିନ ଥିବା ହେତୁ ଭୋକ ଲାଗିନଥାଏl
- ଯେଉଁମାନେ ଓଜନ ବଢ଼ାଇଛନ୍ତି ସେମାନେ ଭଜା ଏବଂ ଭାରୀ ଖାଦ୍ୟ ବଦଳରେ ଗଜା ମୁଗ ଖାଇବା ଉଚିତ୍ | ଏହା ଓଜନ ହ୍ରାସ କରିଥାଏ |
- ଆମ ଶରୀରରେ ଘ୍ରେଲିନ୍ ନାମକ ଏକ ହଙ୍ଗର୍ ହରମୋନ୍ ରହିଛି। ଯାହା ମସ୍ତିଷ୍କକୁ ଅଧିକ ଖାଇବା ପାଇଁ ନିର୍ଦ୍ଦେଶ ଦେଇଥାଏ। ଏହା ଯୋଗୁ ଆପଣଙ୍କ ଶରୀରର ଓଜନ ବୃଦ୍ଧି ହୋଇଥାଏ। କିନ୍ତୁ ଗଜା ମୁଗ କିମ୍ୱା ବୁଟ ଖାଇଲେ, ଘ୍ରେଲିନ୍ ହରମୋନ୍ ନିୟନ୍ତ୍ରଣରେ ରହିଥାଏ।
10. ଅନ୍ୟାନ୍ୟ ରୋଗ ପାଇଁ
- ଭାରତ ସହିତ ଏସିଆ ମହାଦେଶର ବିଭିନ୍ନ ଦେଶରେ ଗରମ ଦିନେ ଅଂଶୁଘାତ ହେବାର ଦେଖାଯାଇଥାଏ l ଏହି ସବୁଥିରୁ ଦୁରେଇ ରହିବ ପାଇଁ ଗରମ ଦିନେ ସକାଳେ ଗଜାମୁଗ ଖାଇବା ଆବଶ୍ୟକ l
- ଗଜାମୁଗ କୁ ପ୍ରତ୍ୱେକଦିନ ସକାଳେ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ରକ୍ତ ହୀନତାର ଶିକାର ହୁଅନ୍ତି ନାହିଁ l
- ଲିଭର ସମସ୍ୟାକୁ ଦୂର କରିବା ବା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇପାଇଁ ଗଜାମୁଗ ଖୁବ ଭଲ |
- ଏଥିରେ ଭିଟାମିନ୍ ‘ଏ’ ପ୍ରଚୁର ପରିମାଣରେ ଥିବାରୁ ଆପଣଙ୍କର ଦୃଷ୍ଟି ଶକ୍ତି ପ୍ରଖର ହୋଇଥାଏ।
- ଯଦି ଆପଣଙ୍କର କିଡ୍ନୀ ସମସ୍ୟା ରହିଛି, ତେବେ ପ୍ରତ୍ୟେକ ଦିନ ସକାଳେ ଗଜା ମୁଗ ଅଭ୍ୟାସ କରନ୍ତୁ। ଏହା କିଡ୍ନୀ ସମସ୍ୟାରୁ ମଧ୍ୟ ଆପଣଙ୍କୁ ରକ୍ଷା କରିବ।
- ଗଜା ମୁଗ ଖାଇବା ଦ୍ୱାରା ଶରୀରରେ ଚିନି ସ୍ତର ବୃଦ୍ଧି ହୁଏ ନାହିଁ |
- ମୁଗ ଡ଼ାଲିରେ ଆମିନୋଏସିଡ ଥିବା ହେତୁ ଶରୀର ପାଇଁ ହିତକର l ଗଜାମୁଗ ଖାଇବା ଦ୍ୱାରା ଦେହ ଫୁର୍ତି ଲାଗିଥାଏ l
- ଏକ ଶରୀରରେ ଥିବା ଟକ୍ସିନରୁ ମୁକ୍ତ ହେବା ପାଇଁ ସାହାଯ୍ୟ କରିଥାଏ |
- ଏଥିରେ ଥିବା ଟ୍ରିପ୍ଟାଫେନ୍ ମାନସିକ ଚାପ କମ୍ କରି ଶାନ୍ତି ପ୍ରଦାନ କରେ।
ମନେରଖନ୍ତୁ ଆପଣ ଅଧିକ ପରିମାଣର ଖାଇଲେ ଏହା ଆପଣଙ୍କ ପାଚନ କ୍ରିୟାକୁ ଏପଟସେପଟ କରିବ ଓ ପେଟ ଖରାପ କରିବ |
0 Comments
Do you have any doubts or suggestions? Ask them here in the comments!