ଗହମଗଜାର ଉପକାରିତା

 ଗହମଗଜାର ଉପକାରିତା

ଅଙ୍କୁରିତ ଗହମ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ | ସେପଟେ ଅନ୍ୟ ଅଙ୍କୁରିତ ଖାଦ୍ୟଶସ୍ୟ ତୁଳନାରେ ଗହମକୁ ଅଙ୍କୁରିତ କରି ଖାଇବା ଅନେକ ଗୁଣ ଫାଇଦା ପହଞ୍ଚାଇଥାଏ। ଶରୀରର ଅନେକ ସମସ୍ୟାକୁ ହ୍ରାସ କରିବା ଠାରୁ ଆରମ୍ଭ କରି ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେବା ପର୍ଯ୍ୟନ୍ତ, ଏ ସବୁ ପାଇଁ ଅଙ୍କୁରିତ ବା ଗଜା ଗହମ ବେଶ୍ ଉପକାରୀ ହୋଇଥାଏ। 

ଏଥିରେ ଆଣ୍ଟି ଅକ୍ସିଡାଣ୍ଟ,ଭିଟାମିନ ଏ ,ବ, ସି ରହିଥାଏ । ଏହା ସହ ଏଥିରେ କ୍ୟାଲସିୟମ, ଫସଫରସ, ମ୍ୟାଗ୍ନେସିୟମ, ଆଇରନ ଓ ଜିଙ୍କ ଥାଏ । ତେବେ ଆସନ୍ତୁ ଜାଣିବା ଗହମ ଗଜା ଖାଇବା ଦ୍ୱାରା ଆମର କେଉଁ ଉପକାର ହୁଏ ?

କିପରି କରିବେ ଗହମ ଗଜା

  1. ଗହମକୁ ଗଜା କରିବା ପାଇଁ ଦୁଇରୁ ତିନି ଦିନ ସମୟ ଲାଗିବ। ବଜାରରୁ ଗହମ କିଣିବା ପରେ ଏହାକୁ ରାତିସାରା ୮ରୁ୧୦ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜାଇ ଦିଅନ୍ତୁ। ପରେ ଏହାକୁ ଛାଣି କପଡ଼ାରେ ବାନ୍ଧି ରଖନ୍ତୁ।
  2. ୮ରୁ ୧୦ ଘଣ୍ଟା ପରେ ତାକୁ ଆଉ ଥରେ ଧୋଇ ଦେଇ ପୁଣି କପଡ଼ାରେ ବାନ୍ଧି ରଖନ୍ତୁ। ଦିନକୁ ଦୁଇଥର, ଏହିପରି ଦୁଇ ଦିନ ଯାଏ ଗହମକୁ ଧୋଇ ପୁଣି କପଡ଼ାରେ ବାନ୍ଧି ରଖନ୍ତୁ।
  3. ମନେ ରଖନ୍ତୁ, ଗହମ ରଖୁଥିବା କପଡ଼ାକୁ ଢିଲା କରି ବାନ୍ଧିବେ, ଯେମିତି ବାୟୁ ଚଳାଚଳ ହୋଇପାରୁଥିବ। ଏହାକୁ ସୂର୍ଯ୍ୟାଲୋକରୁ ଦୂରେଇ ରଖିବେ। ଧୀରେ ଧୀରେ ଗହମ ଗଜା ହେବାକୁ ଲାଗିବ। ଅଧ ଇଞ୍ଚ ପର୍ଯ୍ୟନ୍ତ ଗହମରୁ ଗଜା ବାହାରିଲେ, ଏହାକୁ ଖାଇପାରିବେ।

1. ଓଜନ ନିୟନ୍ତ୍ରଣ କରେ

ଗହମକୁ ଅଙ୍କୁରିତ ବା ଗଜା କରି ଖାଇବା ଦ୍ୱାରା ଶରୀରର ମେଟାବୋଲିଜିମ୍ ବଢ଼ିଥାଏ, ଯଦ୍ଦ୍ଵାରା ଓଜନ ହ୍ରାସ କରିବାରେ ସାହାଯ୍ୟ ମିଳିଥାଏ। ଯେତେବେଳେ ଆପଣ ଜଳଖିଆରେ ଅଙ୍କୁରିତ ଗହମକୁ ସାମିଲ କରିବେ, ସେତେବେଳେ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟ ଭରି ରହିଥିବା ଅନୁଭବ କରିବେ ଏବଂ ଅତ୍ୟଧିକ ଖାଦ୍ୟ ଗ୍ରହଣଠାରୁ ଆପଣ ଦୂରେଇ ରହି ପାରିବେ। ଏହି କାରଣରୁ ଶରୀରର ଓଜନ ବଢ଼ିବ ନାହିଁ ଏବଂ ଶରୀର ସୁସ୍ଥ ମଧ୍ୟ ରହିବ।

2. ହଜମ ପ୍ରକ୍ରିୟାରେ ଉନ୍ନତି

ଦୁର୍ବଳ ହଜମ ଶକ୍ତି ଥିବା ବ୍ୟକ୍ତିମାନେ ନିଜ ଡାଏଟରେ ଅଙ୍କୁରିତ ଗହମକୁ ନିଶ୍ଚୟ ସାମିଲ କରନ୍ତୁ। ଫାଇବରରେ ଭରପୂର ହେବା କାରଣରୁ ଅଙ୍କୁରିତ ଗହମ ପାଚନ ଶକ୍ତିକୁ ସୁଧାରିବାରେ ସାହାଯ୍ୟ କରିଥାଏ। ସେପଟେ ଯେଉଁମାନଙ୍କର ସବୁବେଳେ ହଜମ ସମ୍ବନ୍ଧୀୟ ସମସ୍ୟା ରହିଥାଏ, ସେମାନଙ୍କ ପାଇଁ ଅଙ୍କୁରିତ ଗହମ ବହୁତ ଭଲ ବୋଲି କୁହାଯାଏ।

3. ହାଡକୁ ମଜଭୁତ କରେ 

ଅଙ୍କୁରିତ ଗହମରେ ଭରପୂର ମାତ୍ରାରେ କ୍ୟାଲସିୟମ୍ ରହିଛି, ଯାହା ହାଡକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ।

4. ମଧୁମେହ ରୋଗୀଙ୍କ ପାଇଁ ଉପକାରୀ

ଗହମ ଗଜା ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ । ଏହାକୁ ଆପଣ ଡାଏଟ୍‌ ସାମିଲ କରନ୍ତୁ । ପ୍ରତିଦିନ ଏକମାସ ଧରି ଏହାକୁ ବ୍ୟବହାର କଲେ ଆପଣ ଫରକ ଜାଣିପାରିବେ ।

  1. ଗଜା ଗହମରେ ପ୍ରଚୂର ମାତ୍ରାରେ ଭିଟାମିନ୍‌  E  ରହିଥାଏ। ଏହା ଖାଇବା ଦ୍ୱାରା ମସ୍ତିଷ୍କ, ଲିଭର୍‌ ଓ ହୃତ୍‌ପିଣ୍ଡ ସୁସ୍ଥ ରହିଥାଏ। ଶରୀରରେ ନୂଆ ରକ୍ତକୋଷ ତିଆରି କରିବାରେ ଏହା ସାହାଯ୍ୟ କରିଥାଏ। ଗହମ ଯେତେବେଳେ ଗଜା ହୋଇଯାଏ, ସେଥିରେ ଭିଟାମିନ୍‌  E ର ପରିମାଣ ୩୦୦ପ୍ରତିଶତ ବୃଦ୍ଧି ପାଏ।
  2. ପ୍ରତିଦିନ ଗହମ ଗଜା ଖାଇବା ଦ୍ୱାରା କେଶ ଓ ତ୍ୱଚାର ଔଜଲ୍ୟ ବୃଦ୍ଧି ପାଏ। ହାଡ଼ ମଧ୍ୟ ଶକ୍ତ ହୋଇଥାଏ।
  3. ଏହା କିଡ୍‌ନୀକୁ ସୁସ୍ଥ ରଖିବା ସହ ଆମ ଶରୀରରେ ତିଆରି ହେଉଥିବା ବିଷାକ୍ତ ତତ୍ତ୍ୱକୁ ବାହାର କରି ରକ୍ତ ପରିଷ୍କାର କରିଥାଏ।
  4. ଏଥିରେ ଥିବା ଫାଇବର ପାଚନ ଜନିତ ସମସ୍ୟା ଦୂର କରିଥାଏ। ପାଚନ ଜନିତ ସମସ୍ୟା ଥିବା ଲୋକ ଏହାକୁ ପ୍ରତିଦିନ ଖାଇବା ଆବଶ୍ୟକ। ଏହା ଏସିଡିଟି ମଧ୍ୟ କମ୍‌ କରିଥାଏ।
  5. ଅଙ୍କୁରିତ ଗହମରେ ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ୍‌-A ,B ଏବଂ C ରହିଥାଏ। ଏହା ସହ କ୍ୟାଲସିୟମ୍‌, ଫସ୍‌ଫରସ୍‌, ମ୍ୟାଗ୍ନେସିୟମ୍‌, ଆଇରନ୍‌ ଏବଂ ଜିଙ୍କ୍‌ ମଧ୍ୟ ରହିଥାଏ। ଗହମ ଗଜା ହେବା ପରେ ଏଥିରେ ଭିଟାମିନ୍‌ C ପରିମାଣ ୬୦୦ ପ୍ରତିଶତ ଓ ଭିଟାମିନ୍‌ B ପରିମାଣ ୧୦୦୦ ପ୍ରତିଶତ ବୃଦ୍ଧି ପାଏ।
  6. ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଆପଣ ଯଦି ଅଳ୍ପ କାମରେ ହାଲିଆ ହୋଇଯାଉଛନ୍ତି ତେବେ ପ୍ରତିଦିନ ହାଲୁକା ବ୍ୟାୟାମ କରିବା ସହ ଗଜା ଗହମ ଖାଆନ୍ତୁ। ଦେଖିବେ ଖୁବ୍‌ କମ୍‌ ଦିନ ମଧ୍ୟରେ ଆପଣଙ୍କୁ ସୁଫଳ ମିଳିବ।
  7. ଗହମରେ ଭିଟାମିନ୍ B-17 ରହିଛି। ଗଜା ହୋଇଯିବା ପରେ ଭିଟାମିନ୍‌ B-17 ପରିମାଣ ୧୦୦ ପ୍ରତିଶତ ବଢ଼ିଯାଏ। B-17 ଶରୀରକୁ କ୍ୟାନସରରୁ ସୁରକ୍ଷା ଦିଏ।

Post a Comment

0 Comments