ଗହମ ଘାସର ସେବନ ପ୍ରଣାଳୀ

ଗହମ ଘାସର ସେବନ ପ୍ରଣାଳୀ

ସେବନ ପ୍ରଣାଳୀ

  1. ପ୍ରତିଦିନ ଖାଲି ପେଟରେ ସେବନ କଲେ ଅଧିକ ଲାଭ ମିଳିଥାଏ l ଏହାକୁ ସେବନ କଲା ପରେ ଅଧାଘଣ୍ଟା ପର୍ଯ୍ୟନ୍ତ କୌଣସି ଜିନିଷ ଖାଆନ୍ତୁ ନାହିଁ ବା ପିଅନ୍ତୁ ନାହିଁ l ରାତିରେ ଖାଇ ସାରି 1 ଘଣ୍ଟା ପରେ ସେବନ କରିବା ଉଚିତ ବା ଚିକିତ୍ସଙ୍କ ପରାମର୍ଶ ଅନୁସାରେ ସେବନ କରନ୍ତୁ l
  2. ଏହାକୁ ସେବନ କଲେ କିଛି ଲୋକଙ୍କୁ ପ୍ରଥମେ ଅଳ୍ପ ବାନ୍ତି କିମ୍ବା ଝାଡା ହୋଇପାରେ, ଏହା ଶରୀରରେ ଜମା ହୋଇଥିବା ଅନାବଶ୍ୟକ ପଦାର୍ଥ ଓ ଏକତ୍ରିତ ମଳକୁ ବାହାରକୁ ବାହାର କରିବାରେ ସହାୟତା କରିଥାଏ l
  3. ଶରୀରରୁ ବର୍ଜ୍ୟ ପଦାର୍ଥର ନିଷ୍କାସନ ସହ ସୁସ୍ତ ରହିବା ପାଇଁ ଗହମ ଘାସ ବା ପତ୍ରର ରସ ପିଅନ୍ତୁ ପ୍ରତି ଚାରି-ଛଅ ମାସରେ ଥରେ ସାତରୁ ପନ୍ଦର ଦିନ ଏହି ରସ ପାନ କରନ୍ତୁ |
  4. ଦୈନିକ ଶହେ ମିଲିଗ୍ରାମ୍‌ ରସ ଯଥେଷ୍ଟ କୌଣସି ଗୁରୂତର ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଥିଲେ, ଏହି ପରିମାଣ ପ୍ରତିଦିନ ପଚିଶ ମଲିଗ୍ରାମ୍‌ ବଢ଼ାଇବେ। ୨୫୦ ମିଲିଗ୍ରାମ୍‌ରେ ପହଞ୍ଚିବା ପରେ, ଆଉ ବଢ଼ାଇବେନାହିଁ। 
  5. ତେଇଶ କିଲୋଗ୍ରାମ୍‌ ସବୁଜ ପନି- ପରିବାରୁ ଯେତିକି ପୋଷକ ମିଳେ, ମାତ୍ର ଶହେ ମିଲିଗ୍ରାମ୍‌ ଗହମ ପତ୍ର ରସରୁ, ସେତିକି ପୋଷକ ମିଳେ  

    ଉପକାରିତା

    1. ଏହି ରସ ପାନ ସମୟରେ କେବଳ ଫଳମୂଳ ଓ ପନି-ପରିବା ସିଝା ଖାଆନ୍ତୁ ପ୍ରାଣାୟମ ଓ ବ୍ୟାୟାମ କରନ୍ତୁ। ଉପଚାର ବେଳେ ଗହମ ପତ୍ର ରସ ସହ ଶାକାହାର କଲେ, ଶରୀରରେ କ୍ଷାର ଓ ଅମ୍ଳର ଅନୁପାତ ସନ୍ତୁଳିତ ରହେ। ଫଳରେ ମଣିଷ ହରାଇଥିବା, ସ୍ଵାସ୍ଥ୍ୟ ଫେରିପାଏ।
    2. ଗହମ ଘାସର ରସ ରକ୍ତରେ ଶୀଘ୍ର ମିଶିଯାଉଥିବାରୁ ଏହା ଆନେମିଆ ଓ ଜଣ୍ଡିସ୍‌ ରୋଗ ପାଇଁ ଅମୃତ ଭଳି କାମ ଦିଏ । 
    3.  ଏହି ରସ ଓ ନାଡୀ ଶୋଧନ ପ୍ରାଣାୟାମ କଲେ ମନୁଷ୍ୟର  ସମସ୍ତ ପ୍ରକାର ନାଡୀ ଶୋଧିତ ହୋଇ ସମସ୍ତ ପ୍ରକାର ରକ୍ତ ବିକାର ଦୂର ହୁଏ l 
    4. ଏହାର ରସ ପ୍ରତିଦିନ ପିଇବା ଦ୍ୱାରା ରକ୍ତ ଜନିତ ରୋଗରୁ ମୁକ୍ତି ମିଳିଥାଏ। ଏହା ବହୁତ ଶୀଘ୍ର ରକ୍ତ ତିଆରି କରିଥାଏ। ରକ୍ତ କମିଥିଲେ, ଶରୀରରୁ ବିଷାକ୍ତ ଜିନିଷ ବାହାର କରିବାରେ ସହାୟକ ହୋଇଥାଏ |
    5. ପ୍ଲେଟଲେଟସ ତଥା (Hemoglobin) ହିମୋଗ୍ଲୋବିନ୍ ର ମାତ୍ରା କୁ ବଢ଼ାଇଥାଏ, ଶ୍ୱେତ ରକ୍ତ କଣିକା, ଲାଲ ରକ୍ତ କଣିକାରେ ପରିବର୍ତ୍ତନ ହୋଇଥାଏ l ବୃଦ୍ଧାବସ୍ଥାରେ ଦୁର୍ବଳତାକୁ ହଟାଇବା ପାଇଁ ରାମବାଣର ଔଷଧ ପରି କାମ କରେ l
    6. ଏହା କ୍ୟାନସର କିଲର ଅଟେ, କ୍ୟାନସର  ରୋଗୀ ଏହାକୁ ନିୟମିତ ସେବନ କରିବା ଉଚିତ
    7. ଡାଇବେଟିସ୍‌ ରୋଗୀ ମଧ୍ୟ ଏହାକୁ ପ୍ରତିଦିନ ସେବନ କରିବା ଆବଶ୍ୟକ।
    8. ଏହା ହାର୍ଟ ରୋଗୀ ଓ ଗର୍ଭବତୀ ମହିଳା ମାନଙ୍କ ପାଇଁ ବରଦାନ ଅଟେ।
    9. ଏହା ଶରୀରର ଟକ୍‌ସିନ୍‌କୁ ବାହାର କରିବା ସହ ମୋଟାପଣ କମାଇଥାଏ।
    10. ତ୍ୱଚା ସମ୍ବନ୍ଧୀୟ ରୋଗ ମଧ୍ୟ ଏହା ଭଲ କରିଥାଏ।
    11. ଶରୀରରେ ହେଉଥିବା ଦୁର୍ଗନ୍ଧକୁ ରୋକିବା ସହ ଏହି ପାନୀୟ ପିଇଲେ ବାର୍ଦ୍ଧକ୍ୟ ଜଲଦି ଆସେନାହିଁ।
    12. ଏହା କୋଷ୍ଠକାଠିନ୍ୟ, ଏସିଡିଟି,କାଶ, ବ୍ଲଡ୍‌ ପ୍ରେସର ଓ ଆଖିରୋଗ,ଭଗନ୍ଦର, ଆଜମା, ବାୟୁ ବିକାର ଆଦିରେ ଅତି ଲାଭ ଦାୟକ l 
    13. ମୂତ୍ରାଶୟରେ ପଥର ପାଇଁ ମଧ୍ୟ ଉପଯୋଗୀ ହୋଇଥାଏ l ପଥୁରି ବା ଷ୍ଟୋନ ରୋଗରୁ ବଞ୍ଚାଇ ଥାଏ, ଯୌନ ଶକ୍ତିକୁ ଠିକ କରିଥାଏ l
    14. ପ୍ରତିଦିନ ବ୍ୟାୟାମ କରୁଥିବା ଲୋକ ଯଦି ଗହମ ଘାସ ରସ ପିଏ, ସେ ସାରା ଜୀବନ ସୁସ୍ଥ ରହେ। ଶରୀରର ଶକ୍ତି ବଢାଏ, ତେଣୁ ଖେଳାଳୀ ମାନଙ୍କ ପାଇଁ ବରଦାନ ଅଟେ l
    15. ମୋଟା ବା ଓଜନ କମେଇବାରେ ସାହାଯ୍ୟ କରେ
    16. ଚର୍ମ ରୋଗ ଦୂର କରେ l

    ବିଶେଷ – କେବଳ ମାଟିରୁ 6 ଇଞ୍ଚ ଲମ୍ବର ଘାସ ହିଁ ଉପଯୋଗୀ ହୋଇଥାଏ ଓ କାମ ଦେଇଥାଏ, ମୂଳରେ ଥିବା ଧଳା ଅଂଶ ବ୍ୟବହାର କରିବେ ନାହିଁ l

    Post a Comment

    0 Comments