ଗହମ ଘାସ ରସର ଚତ୍ମକାରୀତା ଗୁଣ

ଗହମ ଘାସ ରସର ଚତ୍ମକାରୀତା ଗୁଣ

ଯେଉଁଠି ଡାକ୍ତରମାନେ ଚିକିତ୍ସା କରି ହାର ମାନିଯାଆନ୍ତି ସେଠି ଏହି ଗହମ ଘାସ ରସ ମହୌଷଧୀ ଭଳି କାମ ଦେଇଥାଏ।ଏଥିରେ ଶୁଦ୍ଧ ରକ୍ତ ତିଆରି କରିବା ପାଇଁ ଶକ୍ତି ଥାଏ ତେଣୁ ଏହାକୁ Green Blood  ବା ସବୁଜରକ୍ତ କୁହାଯାଏ l କାରଣ ମଣିଷ ରକ୍ତ ଓ ଗହମ ଘାସର ରସର pH ଫ୍ୟାକ୍ଟର 7.4 ଅଟେ l ତେଣୁ ଏହା ରକ୍ତରେ ଶୀଘ୍ର ମିଶେ |

ଏଥିରେ ପର୍ଯ୍ୟାପ୍ତ ପରିମାଣରେ କ୍ଲୋରୋଫିଲ୍ (Chlorophyll) ଥାଏ,  ଯାହା ରକ୍ତ ତିଆରି କରିଥାଏ l ଏଥିରେ ଭିଟାମିନ B, C, E, ପ୍ରଚୁର ମାତ୍ରାରେ ଥାଏ,  ଏହା 350 ପ୍ରକାର ରୋଗ ପାଇଁ ଉପକାରୀ ହୋଇଥାଏ  I

ଗହମ ଘାସ ବା ହ୍ୱିଟ୍ ଗ୍ରାସ (Wheat Grass)ରେ ଭିଟାମିନ A, B, C, E, ପ୍ରୋଟିନ, ଏମିନୋ ଏସିଡ, ଏଞ୍ଜାଇମ୍,  ମିନେରାଲ, ପୋଷକ ତତ୍ତ୍ୱ ଓ କ୍ଲୋରଫିଲ ପ୍ରଚୁର ମାତ୍ରାରେ ଥାଏ l କ୍ଷୀର, ଅଣ୍ଡା, ବାଦାମ ଆଦି ପୌଷ୍ଟିକ ପଦାର୍ଥ ତୁଳନା ରେ ହ୍ୱିଟ୍ ଗ୍ରାସ ଅଧିକ ଶକ୍ତିବର୍ଦ୍ଧକ ଅଟେ l ଗହମ ଘାସ ରସ ସେବନ କଲେ ଆମକୁ ପ୍ରଚୁର ମାତ୍ରାରେ କ୍ଲୋରୋଫିଲ ମିଳିଥାଏ ଯାହା ମଣିଷର ଶରୀରର ରକ୍ତ ସହିତ 40% ମେଳ ଖାଇଥାଏ l ଏହାକୁ ସବୁଜ ରକ୍ତ ମଧ୍ୟ କୁହାଯାଏ l ଗହମ ଘାସ ଗର୍ଭବତୀ ମହିଳାର ଶକ୍ତି, କ୍ୟାଲସିୟମ, ଜୀବନ ତତ୍ତ୍ୱ, ଭିଟାମିନ Eର ଆବଶ୍ୟକତାକୁ ପୂରଣ କରିଥାଏ l

ଏଥିରୁ ବ୍ୟକ୍ତିକୁ କାୟାକଳ୍ପ ମିଳିଥାଏ l ଏହା ଦ୍ୱାରା ଅସୀମ ଶକ୍ତି ସଂଚାର ହୋଇଥାଏ l ଏହାର ନିରନ୍ତର ସେବନ ଗଠିଆ, ମଧୁମେହ, ପକ୍ଷାଘାତ, ଦମା, ଶ୍ୱାସ, ରକ୍ତବିକାର, ମୋତିଆବିନ୍ଦୁ, ଅନିଦ୍ରା,  ପାଣ୍ଡୁ (ରକ୍ତହୀନତା), ଚର୍ମ, ଏଲର୍ଜୀ, ସନ୍ଧିବାତ, ମାସିକ ଋତୁସ୍ରାବ ବିକାର, ପ୍ରଦର, କେଶ ଝଡ଼ିବା, ମୋଟାପଣିଆ, ବବାସିର (ପାଇଲସ),   ଅଲସର୍, ଗୋଡ଼ ହାତ ଫାଟିବା, ହୃଦୟ ରୋଗ, କୋଲେଷ୍ଟେରଲ୍, କମଜୋରି, ପାଚନତନ୍ତ୍ରର ରୋଗ ଯଥା ଅପଚ, ବାୟୁ, ଏସିଡିଟି ରେ ଲାଭ ଦେଇଥାଏ l

ଯଦି ଆପଣ ଭୟଙ୍କର ରୋଗରେ ଗ୍ରସିତ ଓ ଭାବୁଛନ୍ତି ରୋଗ ଛାଡ଼ି ନପାରେ, ଔଷଧ ଖାଇ ଥକି ଗଲେଣି, ତେବେ ଥରେ  ଏହାକୁ ନିଶ୍ଚିତ ଟ୍ରାଏ କରନ୍ତୁ l

କିପରି ଗହମରୁ ଘାସ ତିଆରି କରିବେ

ପ୍ରଣାଳୀ-1

  1. ପ୍ରଥମେ ଉତ୍ତମ ମାନର ଗହମ ନେଇ ୮ ଘଣ୍ଟା ଯାଏ ପାଣିରେ ଭିଜାଇ ରଖନ୍ତୁ। 
  2. ଏହା ପରେ ଗହମକୁ ପାଣିରୁ ବାହାର କରି ପୁଣି ୮ ଘଣ୍ଟା ଯାଏ ଛାଡ଼ି ଦିଅନ୍ତୁ। 
  3. ତା' ପରେ ଏହାକୁ ଆପଣ ମାଟି କୁଣ୍ଡରେ ଲଗାଇପାରିବେ। 
  4. ଏକ ପ୍ଲାଷ୍ଟିକ୍‌ ଚଉଡ଼ା ପାତ୍ରରେ ମଧ୍ୟ ଏହାକୁ ବିନା ମାଟିରେ କରିପାରିବେ। 
  5. ତା'ପରେ ଅଳ୍ପ ପାଣି ସିଞ୍ଚନ କରି ଛାଡ଼ି ଦିଅନ୍ତୁ। ସବୁ ଦିନ ସେଥିରେ ଅଳ୍ପ ଅଳ୍ପ ପାଣି ସିଞ୍ଚନ କରନ୍ତୁ। 
  6. ଦେଖିବେ ୬, ୭ ଦିନ ମଧ୍ୟରେ ଘାସ ହେଇଯାଇଥିବ। ଏହି ଘାସ ୫ରୁ ୬ ଇଞ୍ଚ ହେଲେ କାଟି ଜୁସ୍‌ ତିଆରି କରି ପିଅନ୍ତୁ। 
  7. ଏକା ବେଳେ ଅଧିକ ଜୁସ ପିଇବା ଅପେକ୍ଷା ପ୍ରତିଦିନ ଅଳ୍ପ ଅଳ୍ପ ପିଇବା ଅତ୍ୟନ୍ତ ଲାଭଦାୟକ |

ପ୍ରଣାଳୀ-2

ଘରେ 8 ରୁ 10 କୁଣ୍ଡ ରଖନ୍ତୁ | ପ୍ରତି କୁଣ୍ଡରେ ପରିଷ୍କାର ମାଟି ଓ ଗୋବର ଖତ ମିଶାନ୍ତୁ | ଗହମ ବିଣି ଛାଇରେ ରଖନ୍ତୁ | ନିୟମିତ ଠିକ ପରିମାଣରେ ପାଣି ଦେଲେ 8 ଦିନରେ 6 ଇଞ୍ଚ ଗହମ ପତ୍ର ପାଇଯିବେ |ଏହାକୁ କାଟି ରସ ବାହାର କରିବେ |  

ପ୍ରଣାଳୀ-3

୯ ଟା କୁଣ୍ଡ ବା ଥାଳିରେ, ଗୋବର ଖତ ଓ ମାଟି ଦେଇ, ଭଲ ଗହମ ମଞ୍ଜି ପାଣିରେ ୫ ଘଣ୍ଟା ବତରେଇ ଛାଣି କପଡାରେ ଗୁଡାଇ ଢାଙ୍କି ରଖି ଗଜା କରି ପ୍ରତ୍ୟେକ ଦିନ ଗୋଟିଏ କୁଣ୍ଡରେ ଲଗାଇ ଅଳ୍ପ ପାଣି ଦିଅନ୍ତୁ , ୯ ଦିନ ପରେ ପ୍ରଥମ କୁଣ୍ଡରୁ ଗହମ ଘାସ କାଟି (ମୁଳରୁ ୧ ସେମି ଛାଡି)ବାଟି/ବା ଗ୍ରାଇଣ୍ଡିଂ କରି ଜୁସ୍ କରି ପିଇବେ ବା ଗହମ ଘାସ (ଶୁଖାଇକରି) ପାଉଡର୍ ପାଣିରେ ୫/୬ ମିନିଟ୍ ବତୁରାଇ ପିଇବେ |

Post a Comment

0 Comments