ଏକାଦଶୀ ଉପବାସ ଓ ବିଜ୍ଞାନ
ଏକାଦଶୀ ଉପବାସ ଓ ବିଜ୍ଞାନ
ହିନ୍ଦୁ ଧର୍ମରେ ଏକାଦଶୀ ମହିମା ବିଷୟରେ ପୁରାଣ ଏବଂ ପୁସ୍ତକରେ ଲେଖା ହୋଇଛି, ସବୁ ୨୪ ଏକାଦଶୀ ଏବଂ ଦୁଇଟି ମଳ ମାସ ଏକାଦଶୀର ଅଧିକ ମହତ୍ଵ ହୋଇଥାଏ ଏବଂ ଏହାର ବିଧି ବିଧାନ ବିଷୟରେ ଉଲ୍ଲେଖ କରାଯାଇଛି । ଏମିତି ମାନ୍ୟତା ଅଟେ ଯେ ସ୍ଵୟଂ ଭଗବାନ ବିଷ୍ଣୁ ଏବଂ ଭଗବାନ ରାମ ଏକାଦଶୀ ବ୍ରତ କରିଥିଲେ, ଏକାଦଶୀ ତିଥି ପ୍ରତି ମାସରେ ଦୁଇଥର ଆସିଥାଏ । ଗୋଟେ ଶୁକ୍ଳ ପକ୍ଷ ଏକାଦଶୀ ଏବଂ ଦ୍ଵିତୀୟ କୃଷ୍ଣ ପକ୍ଷ ଏକାଦଶୀ, ଅପରା ଏକାଦଶୀ ବ୍ରତରେ ଭଗବାନ ଶ୍ରୀ ବିକ୍ରମ ବିଧି ବିଧାନ ସହ ପୂଜା କରା ଯାଇଥାନ୍ତି ।
ଭଗବାନ ବିକ୍ରମ, ଭଗବାନ ବିଷ୍ଣୁଙ୍କ, ଭଗବାନ ବିଠଲ ଏବଂ ଭଗବାନ ବାଲାଜି ତିନି ଭଗବାନ ରୂପ ବୋଲି ମାନ୍ୟତା ଅଟେ, ଏହା ସହ ଏହି ଦିନ ବ୍ରତ ରଖିବା ପରମ୍ପରା ଅଟେ, ଅପରା ଅର୍ଥ ଅପାର ହୋଇଥାଏ, ଏହି ଦିନ ବ୍ରତ କରିବା ଅପାର ଧନ ଏବଂ ଧର୍ମ ପ୍ରାପ୍ତି ହୋଇଥାଏ ।
- ଜାପାନର ପ୍ରଖ୍ୟାତ ଜୈବବିଜ୍ଞାନୀ ୟୋଶିନୋରି ଓଶୁମି ୨୦୧୬ରେ ଉପବାସ ସମୟରେ ଶରୀର କିପରି ସ୍ଵୟଂ ନିଜେ ନିଜକୁ ବ୍ୟାକ୍ଟେରିଆ ଓ ଭୂତାଣୁଙ୍କ କବଳରୁ ରକ୍ଷା କରେ ତା'ଉପରେ ଗବେଷଣା କରି ନୋବେଲ ପୁରସ୍କାର ପାଇଥିଲେ। ଏହି ପ୍ରକ୍ରିୟାକୁ ଅଟୋଫାଜି ବା ସ୍ଵୟଂଭୋଜି ପ୍ରଣାଳୀ କୁହାଯାଏ।
- ଉପବାସ ସମୟରେ ଶରୀରର କିଛି କୋଷିକା ନଷ୍ଟ ହୋଇ ପ୍ରୋଟିନ ଓ ଅନ୍ୟ ଜିନିଷରେ ରୂପାନ୍ତରିତ ହୁଏ। ଶରୀର ଏହି ପ୍ରକ୍ରିୟାରୁ ବାହାରୁଥିବା ଶକ୍ତି ଉପଯୋଗ କରିଥାଏ।
- ଅନ୍ୟ ଅର୍ଥରେ ଅଟୋଫାଜି ବା ସ୍ବୟଂଭୋଜି ପ୍ରଣାଳୀ ଦ୍ୱାରା ଶରୀର ମୃତ କୋଷଗୁଡ଼ିକୁ ଖାଦ୍ୟ ରୂପେ ବ୍ଯବହାର କରିଥାଏ। ଅନ୍ୟଥା ଏହି ଅକାମୀ ଓ ମୃତ କୋଷିକାଗୁଡ଼ିକ ଶରୀର ଭିତରେ ଜମା ହୋଇ ଅନେକ ରୋଗ ସୃଷ୍ଟି କରନ୍ତି।
- ଉପବାସ କରିବା ଦ୍ୱାରା ଏହି ସ୍ୱୟଂଭୋଜି ପ୍ରଣାଳୀ ଆପେ ଆପେ ଜାଗୃତ ହୋଇ ଶରୀରକୁ ନୀରୋଗ ରଖିବାରେ ସହାୟକ ହୁଏ | ଏହି ଗବେଷଣାରୁ ଜଣାପଡ଼ିଲା ଯେ, ୧୨ ଘଣ୍ଟାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଉପବାସ କଲେ ଶରୀର ଭିତରେ ଏହି ସ୍ଵୟଂଭୋଜି ପ୍ରଣାଳୀ ଆପେ ଆପେ ବିକଶିତ ହୁଏ ଓ ଏହା ମଣିଷର ଆୟୁ ବୃଦ୍ଧି କରେ।
- ବୋଧେ ଏଥିପାଇଁ ହିମାଳୟର ସାଧୁ ସନ୍ଥମାନେ ଉପବାସ ବା ସ୍ଵଳ୍ପ ଆହାର କରି ଦୀର୍ଘ ଓ ନିରାମୟ ଜୀବନ ଅତିବାହିତ କରିପାରନ୍ତି।
ଉପବାସ ପାଳନ କରିବା ବିଶ୍ଵର ସବୁ ଧର୍ମର ଏକ ପ୍ରାଚୀନ ପରମ୍ପରା।
- ସନାତନ ହିନ୍ଦୁ ଧର୍ମରେ ବେଦ ଉପନିଷଦରେ ଉପବାସକୁ ଏକ ଆଧ୍ୟାତ୍ମିକ ଓ ନୈତିକ ଉପାୟ ଭାବେ ଦର୍ଶାଇ ଯାଇଛି; ଯାହା ଶରୀର ଓ ଆତ୍ମାକୁ ଶୁଦ୍ଧତା ପ୍ରଦାନ କରିଥାଏ । ଯୋଉଥିପାଇଁ ଏକାଦଶୀ ଓ ଶିବରାତ୍ରି ପରି ଅନେକ ପର୍ବପର୍ବାଣିରେ ଆମେ ଉପାସ ରହି ପାଳନ କରିଥାଉ।
- ମୁସଲମାନ ଭାଇମାନେ ରମଜାନ ମାସରେ ଉପବାସ ପାଳନ କରିଥାନ୍ତି। ସ୍ଵୟଂ ଭଗବାନ ବୁଦ୍ଧ ଉପବାସର ଚରମ ସୀମାରେ ପହଞ୍ଚି ଜ୍ଞାନ ଲାଭ କରିଥିଲେ।
- ସାଧାରଣତଃ ବୌଦ୍ଧ ସନ୍ୟାସୀମାନେ ଧ୍ୟାନ ଓ ଜପ ସମୟରେ ଉପବାସ ଅବଲମ୍ବନ କରିଥାନ୍ତି।
- ସେହିପରି ଜୈନ ଧର୍ମାବଲମ୍ବୀମାନେ ମଧ୍ଯ ଉପବାସ ରଖି ଧାର୍ମିକ ପୂଜାର୍ଚ୍ଚନା କରନ୍ତି। ଏହାର ବିଜ୍ଞାନ ଓ ଭେଷଜ ଶାସ୍ତ୍ର ସମ୍ମତ ମତ ଉପରେ ତର୍ଜମା କଲେ ଜଣାଯାଏ ଯେ, ଯଦି ଶରୀରର ଓଜନ କମେଇବା ଲକ୍ଷ୍ୟରେ ଉପବାସ ପାଳନ କରାଯାଏ ତାହା କ୍ଷତିକାରକ ହୋଇପାରେ।
ଉପବାସ ସମୟରେ ଶରୀରର ଜୈବିକ ପ୍ରକ୍ରିୟା ଶକ୍ତି ସଞ୍ଚୟ କରିବା ପାଇଁ ଧିମା ପଡ଼ିଯାଏ।
- ବିଶେଷ କରି ମଧୁମେହ ରୋଗୀମାନଙ୍କ ପାଇଁ ଉପବାସ ରହିବା ବିପଜ୍ଜନକ।
- ସେହିପରି ଗର୍ଭବତୀ, ଶିଶୁ ଓ ବୟସ୍କ ମାନେ ମଧ୍ଯ ଉପବାସ କରିବା ଅନୁଚିତ।
- ତେବେ ଉପବାସ କଲେ ରକ୍ତରେ ସର୍କରା ସନ୍ତୁଳିତ ହୋଇ ଇନସୁଲିନ ଉପରେ ନିର୍ଭରଶୀଳ ରହେ ନାହିଁ। ଶରୀରର ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ।
- ଉପବାସରେ ରକ୍ତଚାପ ନିୟନ୍ତ୍ରଣ ରହି ହୃତପିଣ୍ତ ଅଧିକ ସ୍ଵାସ୍ଥ୍ୟବାନ ରହେ ବୋଲି ଜଣାପଡ଼ିଛି।
- ସୂଚନାଯୋଗ୍ୟ, ବିଶ୍ବରେ ୩୫ ପ୍ରତିଶତ ମୃତ୍ୟୁ ହୃଦ୍ରୋଗ ଦ୍ୱାରା ହୋଇଥାଏ। ତେବେ ଆମ ହିନ୍ଦୁ ଧର୍ମରେ ଏକାଦଶୀ ଉପବାସର ମହତ୍ତ୍ୱ ଅଛି।
- ଆଧୁନିକ ବିଜ୍ଞାନ ଅନୁସାରେ ଅମାବାସ୍ୟା ଓ ପୂର୍ଣ୍ଣିମା ମଧ୍ୟରେ ବାୟୁର ଚାପମାତ୍ରାରେ ପରିବର୍ତ୍ତନ ଦେଖାଯାଏ। ଏହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର କକ୍ଷ ପଥର ଗତି ଯୋଗୁଁ ହୋଇଥାଏ ଓ ଯେଉଁ କାରଣରୁ ସମୁଦ୍ରରେ ଜୁଆର ଭଟ୍ଟା ହୁଏ ।
- ବିଜ୍ଞାନ ଅନୁସାରେ ଆମେ ଖାଉଥିବା ଖାଦ୍ୟ ହଜମ ହୋଇ ତା'ର ଗୁଣ ତତ୍ତ୍ୱ ମସ୍ତିଷ୍କରେ ପହଞ୍ଚିବା ପର୍ଯ୍ୟନ୍ତ ତିନି ଚାରିଦିନ ଲାଗେ। ତେଣୁ ପୂର୍ଣ୍ଣିମା ବା ଅମାବାସ୍ୟାର ଚାରିଦିନ ପୂର୍ବରୁ ପଡ଼ୁଥିବା ଏକାଦଶୀ ଦିନ ଉପବାସ ବା ଅଳ୍ପାହାର କଲେ ତାହାର ଉପାଦାନ ମସ୍ତିଷ୍କରେ ପହଞ୍ଚିବା ବେଳକୁ ପୃଥୁବୀ ପୃଷ୍ଠର ବାୟୁଚାପ ସର୍ବୋଚ୍ଚ ସ୍ତରରେ ଥାଏ।
- ତେଣୁ ମସ୍ତିଷ୍କ ଉପରେ ଆଉ ବେଶି ଚାପ ନ ଦେବା ପାଇଁ ଆମେ ଏକାଦଶୀ ଦିନ ଉପବାସ କରୁ, ଯାହା ଫଳରେ ମସ୍ତିଷ୍କ ଓ ବାହାର ବାୟୁ ଚାପ ଭିତରେ ଏକ ଜୈବିକ ସନ୍ତୁଳନ ରହେ।
- ଏକାଦଶୀ ଉପବାସର ଆଉ ଏକ ବିଜ୍ଞାନ ସମ୍ମତ କାରଣ ହେଲା ଏହି ଦିନ ବାୟୁମଣ୍ତଳର ତାପମାତ୍ରା ଅପେକ୍ଷାକୃତ କମ୍ ଥାଏ। ତେଣୁ ଏହି ଦିନ ଉପବାସ ରହି ଶରୀରର ହଜମ ତନ୍ତ୍ରକୁ ସଫା ଓ ସୁସ୍ତ ରଖିବା ଦରକାର।
- ଅନ୍ୟ ଦିନଗୁଡ଼ିକରେ ବାୟୁମଣ୍ତଳ ଚାପ ଟିକେ ଅଧିକ ରହୁଥିବାରୁ ଏହା ଶରୀର ଉପରେ କ୍ଷତି କରିବାର ସମ୍ଭାବନା ଥାଏ। ତେଣୁ ଏକାଦଶୀ ଉପବାସ ପରଦିନ ଯେତେ ଶୀଘ୍ର ପେଟ ପୂରେଇ ଖାଇନେବା ଦରକାର।
- ନିର୍ଜଳା ଏକାଦଶୀ ବ୍ରତ କରିବା ଦ୍ୱାରା ଶରୀର ଭୋଜନ ତନ୍ତ୍ରକୁ ଆରାମ ମିଳିବା ସଙ୍ଗେ ସଙ୍ଗେ ଅତ୍ୟଧିକ କାର୍ଯ୍ୟକ୍ଷମ ହୋଇପଡ଼ିଥିବା ଜୈବିକ ପ୍ରଣାଳୀକୁ ମଧ୍ଯ ଆରାମ ମିଳିଥାଏ।
- ସାଧାରଣତଃ ହଜମ ତନ୍ତ୍ର ସବୁବେଳେ ମସ୍ତିଷ୍କରୁ ନିଜ ଆଡ଼କୁ ରକ୍ତ ସଂଚାଳିତ କରେ। କିନ୍ତୁ ଉପବାସ ରହିବା ଦ୍ବାରା ମସ୍ତିଷ୍କକୁ ଆରାମ ମିଳେ। ତେଣୁ ଏକାଦଶୀ ପାଳନ ଦ୍ବାରା ମସ୍ତିଷ୍କ ଅଧିକ କାର୍ଯ୍ୟକ୍ଷମ, ତୀକ୍ଷ୍ମ ଓ ସଜାଗ ହୋଇଯାଏ।
- ପନ୍ଦର ଦିନକୁ ଥରେ ଏକାଦଶୀ ଉପବାସ ପାଳନ ଦ୍ୱାରା ଶରୀରରେ ଇନ୍ସୁଲିନ ସନ୍ତୁଳନ, ମଧୁମେହରୁ ରକ୍ଷା ପାଇବା ସଙ୍ଗେ ସଙ୍ଗେ ଆୟୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଆହୁରି ମଧ୍ଯ ଏହା ମନରୁ ଦୁଶ୍ଚିନ୍ତା ଓ ଅବସାଦ ଦୂର କରିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି।
- ସାତଟା ପୂର୍ବରୁ ରାତ୍ରିଭୋଜନ ସାରି ପରଦିନ ସକାଳ ସାତଟା ଜଳଖିଆ ଖାଇବା ପର୍ଯ୍ୟନ୍ତକୁ ବାର ଘଣ୍ଟା ଉପବାସ କୁହାଯାଇପାରେ। ଏହାଦ୍ବାରା ମସ୍ତିଷ୍କ ଆହୁରି ସନ୍ତୁଳିତ ହୋଇ କାମ କରେ ଓ ଶରୀର ସୁସ୍ଥ ଓ ନିରାମୟ ହୋଇ ରହେ ବୋଲି ଜଣାପଡ଼ିଛି।
- ତେଣୁ ହିନ୍ଦୁ ଧର୍ମରେ ପାଳନ କରାଯାଉଥିବା ଏକାଦଶୀ ଉପବାସ ଏକ ସୁସ୍ଥ ଓ ସ୍ବାସ୍ଥ୍ୟବ୍ୟର୍ଦ୍ଧକ ବୈଜ୍ଞାନିକ ସମ୍ମତ ପରମ୍ପରା ଏଥିରେ ସନ୍ଦେହ ନାହିଁ। ଯେଉଁଥିପାଇଁ ପ୍ରାଚୀନ ସନାତନ ଧର୍ମରେ ପ୍ରତି ପନ୍ଦର ଦିନରେ ଥରେ ପଡ଼ୁଥିବା ଏକାଦଶୀ ଦିନ ଉପବାସ ରହିବା ପାଇଁ ପରାମର୍ଶ ଦିଆଯାଇଛି।
0 Comments
Do you have any doubts or suggestions? Ask them here in the comments!