ଅଙ୍କୁରିତ ଜିନିଷ (ସ୍ପାଉଟ୍) ଖାଇବାର ସଠିକ୍ ଉପାୟ
ଗଜା ମୁଗ କିମ୍ବା ଗଜା ବୁଟ ଏକ ହେଲ୍ଦି ଖାଦ୍ୟ। ଏହା ହାଲ୍କା ହୋଇଥିବାରୁ ଶୀଘ୍ର ହଜମ ହୋଇଯାଏ । ଫଳରେ ସବୁ ବୟସର ଲୋକମାନେ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି । ଶରୀରର ବିଭିନ୍ନ ସମସ୍ୟା ଦୂର କରିବାରେ ମଧ୍ୟ ସ୍ପାଉଟ୍ ବା ଗଜା ମୁଗ ସାହାଯ୍ୟ କରେ । ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଓ ଭିଟାମିନ୍ ଡି ସମେତ ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା ଶରୀର ବୃଦ୍ଧିରେ ମଧ୍ୟ ସାହାଯ୍ୟ କରେ ।
ବହୁତ ଲୋକଙ୍କ ଭୁଲ ଧାରଣା ଅଛି ଯେ ଗଜା ମୁଗ, ଗଜା ବୁଟ ଖାଇଲେ ବହୁତ ଭିଟାମିନ ଓ ପୋଷାକ ତତ୍ତ୍ୱ ମିଳେ କିନ୍ତୁ ଆପଣ ଜାଣିନାହାନ୍ତି | କିନ୍ତୁ ଅଧିକାଂଶ ଲୋକ ଏହାକୁ ଖାଇବାର ଠିକ୍ ଢଙ୍ଗ ଜାଣି ନାହାନ୍ତି। ତେବେ ଆଜି ଆସନ୍ତୁ ଜାଣିବା ଗଜା ମୁଗ, ବୁଟ ଖାଇବାର ସଠିକ୍ ଉପାୟ ଓ ଠିକ୍ ସମୟ…
କଞ୍ଚା ଗଜା ମୁଗ କିମ୍ବା ବୁଟ ଖାଆନ୍ତୁ ନାହିଁ
- କଞ୍ଚାରେ ଏହି ଅଙ୍କୁରିତ ଖାଦ୍ୟ ଖାଇବା ଯୋଗୁ ଦେହ ଖରାପ ହୋଇପାରେ। କାରଣ କଞ୍ଚା ଥିବା ବେଳେ ଏଥିରେ ବ୍ୟାକ୍ଟେରିଆ ଥାଆନ୍ତି।
- ଫଳରେ କିଛି ଲୋକଙ୍କ ଠାରେ ପେଟ କାମୁଡ଼ା, ବାନ୍ତି, ଝାଡ଼ା ଭଳି ସମସ୍ୟା ଦେଖିବାକୁ ମିଳେ।
- କଞ୍ଚାରେ ଏସବୁକୁ ଗଜା କରି ଖାଇଲେ ଫୁଡ୍ ପଏଜନିଂର ସାମ୍ନା କରିବାକୁ ମଧ୍ୟ ପଡ଼ିପାରେ।
- ଗର୍ଭବତୀ ମହିଳା ଗଜା ମୁଗ କିମ୍ବା ବୁଟ ନ ଖାଇବା ଭଲ।
- ଏହା ଖାଇଲେ ଆପଣଙ୍କ ହଜମ ଶକ୍ତି କମିଯାଏ l
- ପେଟରେ ଗ୍ୟାସ ହୁଏ ଏବଂ ଏଥିରେ ଥିବା ଜୀବାଣୁମାନେ ଆପଣଙ୍କ ପେଟରେ ବହୁତ କ୍ଷତି କରନ୍ତି l
- ଅଧିକ ଦିନ ଅଙ୍କୁରିତ ଜିନିଷ ସେବନ କରୁଥିବା ଲୋକମାନଙ୍କ ପାଖରେ ପେଟ ସମ୍ବନ୍ଧୀୟ ସମସ୍ୟା ସବୁ ଦେଖାଯାଏ l
- ଏହା ହୃଦୟ ଆଘାତ ଆଣିବାରେ ମଧ୍ୟ ସହାୟକ ହୁଏ l
- ପ୍ରକୃତିର ନିୟମ ହେଲା ଯେଉଁ ମଞ୍ଜିରେ ଗଜା ଆସିଛି ତାହା କୌଣସି ଜୀବର ଖାଇବା ପାଇଁ ଅନୁକୂଳ ନୁହଁ ତାହା କେବଳ ମାଟି ପାଇଁ ଅନୁକୂଳ ହୋଇଥାଏ l
ଅଙ୍କୁରିତ ଜିନିଷ (ସ୍ପାଉଟ୍) ଖାଇବାର ସଠିକ୍ ଉପାୟ
- ଅଧିକାଂଶ ଲୋକ କଞ୍ଚା ସ୍ପାଉଟ୍ ଖାଇଥାନ୍ତି ଓ ଏମାନଙ୍କର କିଛି ଅସୁବିଧା ହୋଇନଥାଏ।
- କିନ୍ତୁ କିଛି ଲୋକଙ୍କୁ ଏହା ଦ୍ୱାରା ପେଟ ରୋଗର ସାମ୍ନା କରିବାକୁ ପଡ଼େ।
- ଏଣୁ ଆପଣ ଖାଇବା ପୂର୍ବରୁ ଗଜା ମୁଗ କିମ୍ବା ବୁଟକୁ ଏକ ପ୍ୟାନ୍ରେ ଟିକେ ତେଲ ପକାଇ ଭାଜି ଦିଅନ୍ତୁ।
- ପରେ ଲୁଣ ପାଣିରେ ୫-୧୦ ମିନିଟ୍ ପାଇଁ ଫୁଟାନ୍ତୁ। ଏମିତି କଲେ ବ୍ୟାକ୍ଟେରିଆ ମରିଯିବେ। ଫଳରେ କିଛି ଅସୁବିଧା ହେବ ନାହିଁ।
କ’ଣ କୁହନ୍ତି ଏକ୍ସପର୍ଟ
ଏକ୍ସପର୍ଟଙ୍କ କହିବାନୁସାରେ, କଞ୍ଚା ସ୍ପାଉଟ୍ ତୁଳନାରେ ସିଝା ସ୍ପାଉଟ୍ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ। ଶରୀର ମଞ୍ଜି ଓ ଚୋପାର ସମସ୍ତ ପୋଷକ ତତ୍ତ୍ୱକୁ କଞ୍ଚାରେ ଅବଶୋଷିତ କରିପାରିନଥାଏ। ଏଭଳି ସ୍ଥିତିରେ ସିଝା ସ୍ପାଉଟ୍ସ ଖାଇବା ଲାଭଦାୟକ ହୋଇପାରେ ।

0 Comments
Do you have any doubts or suggestions? Ask them here in the comments!