ଏହି ସବୁ ରୋଗୀଙ୍କ ପାଇଁ ଘିକୁଆଁରୀ ଛୁଇଁବା ମନା

ଏହି ସବୁ ରୋଗୀଙ୍କ ପାଇଁ ଘିକୁଆଁରୀ ଛୁଇଁବା ମନା

ଆୟୁର୍ବେଦରେ ଘିକୁଆଁରିକୁ ଆର୍ତବଜନନ , କୃତିଘ୍ନ , ଦୀପନ , ପାଚନ ବଲ୍ୟ , ଶୋଥହର , ବ୍ରଣରୋପଣ ଏବଂ ଯକୃତ ତଥା ପ୍ଳୀହା ରୋଗହର ବୋଲି ବର୍ଣ୍ଣନା କରାଯାଇଛି  । ଏହା ବ୍ୟତୀତ ଏହା ମଳକାରକ, ମୁତ୍ରକାରକ, ସ୍ତ୍ରୀରୋଗ ଓ ଚକ୍ଷୁରୋପ ଉପଶମକାରୀ ଭାବରେ ମଧ୍ୟ ଜଣାଶୁଣା  । ପତ୍ରର ରସ ଉଚ୍ଚରକ୍ତଚାପ, ଉନ୍ମଦ ରୋଗରେ ମୁଣ୍ଡରେ ଘସନ୍ତି  । ଏହାଛଡା କୃମିରୋଗ, ପୋଡାଘା, “ ଶୂଳରୋଗ, ପେଟଗୋଳମାଳ, ଗଣ୍ଠିବାତ ପେଟ ବ୍ୟଥା , ଅନ୍ତନାଳୀଘା , ଓ ଦେହହାତ ଜ୍ଵଳନ ପୀଡା ଶାନ୍ତପାଇଁ ବ୍ୟବହୃତ ହୁଏ  । ଆଜିକାଲି କେତେକ ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀରେ ଏହାକୁ ବ୍ୟବହାର କରାଯାଉଛି ।

ଘିକୁଆଁରୀ ଶରୀର ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ ଏହା ତ ସମସ୍ତେ ଜାଣନ୍ତି, ଘିକୁଆଁରୀ ରସ ବା ଆଲୋଭେରା ଜୁସ୍‌ କେତେକ କ୍ଷେତ୍ରରେ ଶରୀର ପାଇଁ କ୍ଷତିକାରକ ହୋଇଥାଏ ବୋଲି ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ । ଘିକୁଆଁରୀ ପତ୍ରରେ ଲକ୍ସାଟିଭ୍‌ର ସ୍ତର  ରହିଛି । ଏହା ଶରୀର ପାଇଁ ହାନିକାରକ ହୋଇଥାଏ । ଆସନ୍ତୁ ଜାଣିବା ଘିକୁଆଁରୀ ଦ୍ୱାରା ଶରୀରରେ ହେଉଥିବା କ୍ଷତି ସମ୍ପର୍କରେ...

1. ହୃଦ ସମସ୍ୟା

  1. ହୃଦୟ ସମ୍ବନ୍ଧୀୟ ସମସ୍ୟା ଉପୁଯାଏ ଏହାର ମାତ୍ରାଧିକ ସେବନ। ତେବେ ଯେଉଁ ଲୋକଙ୍କର ହୃଦୟ ସମ୍ବନ୍ଧୀୟ ସମସ୍ୟା ରହିଛି ସେମାନେ ବି ଏହାର ସେବନ ଠାରୁ ଦୂରେଇ ରୁହନ୍ତୁ   ।
  2. ନିୟମିତ ଆଲୋଭେରା ଜୁସ୍‌ ପିଇବା ଦ୍ୱାରା ଶରୀରରେ ପୋଟାସିୟମ୍‌ର ମାତ୍ରା ହ୍ରାସ ପାଇଥାଏ । ଫଳରେ ହୃଦ୍‌ ଜନିତ ସମସ୍ୟା ସମେତ ଦୁର୍ବଳତା ଦେଖାଦିଏ । ପୂର୍ବରୁ ହୃଦ ସମସ୍ୟା ଥିବା ବ୍ୟକ୍ତି ଆଲୋଭେରା ଜୁସ୍‌ ପିଇବାରୁ ନିବୃତ୍ତ ରହିବା ଉଚିତ ।

2. କୋଷ୍ଠ କଠିନ୍ୟ ଜନିତ ସମସ୍ୟା

  1. ଯଦି ଆପଣଙ୍କର କୋଷ୍ଠ କଠିନ୍ୟ ଜନିତ ସମସ୍ୟା ରହିଛି ତେବେ ମଧ୍ୟ ଆପଣ ଏହାର ସେବନ ଠାରୁ ଦୂରେଇ ରୁହନ୍ତୁ।
  2. କାରଣ ଏଲୋଭରା ଜୁସ୍ ରେ  ଭରି ରହିଥିବା ଲ୍ୟାକ୍ସେଟିଭ୍ ଆପଣଙ୍କର ଇରିଟେବଲ ବାର୍ବେଲ୍ ସିଣ୍ଡ୍ରୋମ୍ ସମସ୍ୟା କୁ ଆହୁରି ବଢ଼ାଇଥାଏ। କେବଳ ଯେ ଏତିକି ତାହା ନୁହେଁ ବରଂ ଏନେଇ ଆପଣ ଡ଼ାଇରିଆ,ପେଟ ଦରଜ ଏବଂ ତରଳ ଝାଡା ଭଳି ସମସ୍ୟାରେ ବି ପଡ଼ିପାରନ୍ତି।

3. ଚର୍ମରୋଗ

ଆଲୋଭେରା ଜେଲ୍‌ ତ୍ବଚା ପାଇଁ ଲାଭଦାୟକ ହୋଇଥିଲେ ମଧ୍ଯ ଏହାର ଅଧିକ ବ୍ୟବହାର ଯୋଗୁଁ ଚର୍ମରୋଗ ହୋଇଥାଏ। ଅଧିକ ଘିକୁଆଁରୀ ଲଗାଇବା ଦ୍ବାରା କୁଣ୍ଡିଆ, ଆଲର୍ଜି, ନାଲିପଡ଼ିବା ଆଦି ସମସ୍ୟା ଦେଖାଦିଏ ।

4. ଗର୍ଭବତୀଙ୍କ ପାଇଁ କ୍ଷତିକାରକ

ଘିକୁଆଁରୀରେ ଥିବା ଲାକ୍ଟାଟିଙ୍ଗ୍‌ ଗର୍ଭବତୀ ମହିଳାଙ୍କ ପାଇଁ କ୍ଷତିକାରକ ହୋଇଥାଏ। ଏହାକୁ ଅଧିକ ସେବନ କରିବା ଦ୍ବାରା ଗର୍ଭାଶୟ ସଙ୍କୁଚିତ ହୋଇଯାଏ। ଫଳରେ ପିଲା ଜନ୍ମବେଳେ ଅସୁବିଧା ହୁଏ ।

5. ଡିହାଇଡ୍ରେସନ୍‌

ଓଜନ କମାଇବାକୁ କିଛି ଲୋକ ସକାଳୁ ସକାଳୁ ଆଲୋଭେରା ଜୁସ୍‌ ପିଇଥାନ୍ତି। କିନ୍ତୁ ଏହା ଶରୀରକୁ ଲାଭ ଦେବା ପରିବର୍ତ୍ତେ କ୍ଷତି କରିଥାଏ। ଆଲୋଭେରା ଜୁସ୍‌ ପିଇବା ଦ୍ବାରା ଡିହାଇଡ୍ରେସନ୍‌ ଭଳି ସମସ୍ୟା ଉପୁଜେ।

5. ରକ୍ତଚାପ

  1. ଲଗାତାର ଘିକୁଆଁରୀ ସେବନ କରିବା ଦ୍ୱାରା ରକ୍ତଚାପ କମିଯାଏ। ଫଳରେ ମୁଣ୍ତ ବୁଲାଇବା ସହ ଅନ୍ୟାନ୍ୟ ସମସ୍ୟା ଦେଖାଯାଏ |
  2. ଘିକୁଆଁରୀର ପ୍ରତିଦିନ ସେବନ ଯୋଗୁଁ ଉଚ୍ଚ ରକ୍ତଚାପ ଜନିତ ଲୋକଙ୍କ ସୁବିଧା ହୋଇଥିବା ସ୍ଥଳେ ନିମ୍ନ ରକ୍ତ ଚାପ ଜନିତ ବ୍ୟକ୍ତିଙ୍କୁ ଏହାର ସେବନ ଭାରି ପଡିଥାଏ।

6. ଅତ୍ୟଧିକ ପ୍ରୟୋଗ ତ୍ୱଚାରେ ଖରାପ ପ୍ରଭାବ ପକାଇପାରେ

ଏଲୋଭରା ବା ଘିକୁଆଁରି ଅନେକ ଲୋକଙ୍କ ପାଇଁ ବରଦାନ ସଦୃଶ ହୋଇଥିବାବେଳେ,ଏହାର ମାତ୍ରାଧିକ ପ୍ରୟୋଗ ଯୋଗୁଁ ବ୍ୟକ୍ତି ଠାରେ ତ୍ୱଚାଜନିତ ସମସ୍ୟା ଦେଖାଯାଇଥାଏ। ଯେପରିକି ତ୍ୱଚାରେ ଦାଗ ଜନିତ ସମସ୍ୟା,ତ୍ୱଚା କୁଣ୍ଡାଇ ହେବା ଏବଂ ତ୍ୱଚାର ରଙ୍ଗ ଲାଲ ଦିଶିବା ଭଳି ସମସ୍ୟା ଦେଖାଯାଇଥାଏ।

Post a Comment

0 Comments