ଏହି ୪ ପ୍ରକାର ଖାଦ୍ୟ ପ୍ରତ୍ୟହ ଖାଇବା ଉଚିତ୍
ଆମ ସମସ୍ତଙ୍କର ଖାଦ୍ୟ ଦରକାର। କିନ୍ତୁ ଆମ୍ଭମାନଙ୍କ ମଧ୍ୟରୁ କେତେକ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଖାଦ୍ୟ ଦରକାର କରିଥାନ୍ତି। ଏହା ବ୍ୟକ୍ତିର ବୟସ, ଲିଙ୍ଗ, ଆକାର, ବଢିବା ସୀମା ଓ କାର୍ଯ୍ୟକଳାପ ଉପରେ ନିର୍ଭର କରେ। ଭଲ ଖାଦ୍ୟ ବ୍ୟକ୍ତିର ବଢିବା ଓ ଭଲ ଉନ୍ନତି, କଠିନ ଶ୍ରମ ଓ ସୁସ୍ଥ ରହିବାପାଇଁ ଆବଶ୍ୟକ ହୋଇଥାଏ।
ଠିକ୍ ଖାଇବା ଅର୍ଥ ଯଥେଷ୍ଟ ପରିମାଣରେ ଖାଇବା । ଏହାର ଅର୍ଥ ହେଉଛି ଶରୀର ଦରକାର କରୁଥିବା ବିଭିନ୍ନ ପ୍ରକାର ଖାଦ୍ୟରୁ ଆବଶ୍ୟକ ଅନୁଯାୟୀ ଉଚିତ୍ ପରିମାଣ ଖାଇବା । ସୁସ୍ଥ ରହିବା ପାଇଁ ବର୍ଣ୍ଣନା କରାଯାଇଥିବା ଚାରିଗୋଟିଯାକ – ଚାଉଳ, ଗହମ, ମକା, କଦଳୀ, ଦକ୍ଷିଣି ମୂଳା ଇତ୍ୟାଦି ଖାଆନ୍ତି, ମାତ୍ର ଯଥେଷ୍ଟ ପରିମାଣର ଖାଦ୍ୟସାରଯୁକ୍ତ ଖାଦ୍ୟ,ଯଥା, ଶିମ୍ବ, ମଟର, ଡାଲି, ଶାଗଜାତୀୟ ପନିପରିବା ଓ ଫଳ ଖାଆନ୍ତି ନାହିଁ । ଏପରି ଲୋକମାନଙ୍କୁ ପୁଷ୍ଟିହୀନତା ହୋଇପାରେ । ଅଧିକାଂଶ ରୋଗୀ ଶରୀର ଆବଶ୍ୟକ କରୁଥିବା ଅନୁସାରେ ଯଥେଷ୍ଟ ଖାଆନ୍ତି ନାହିଁ । ସୁସ୍ଥ ରହିବାପାଇଁ ପ୍ରତି ଭୋଜନରେ ପ୍ରତ୍ୟେକ ପ୍ରକାର ଖାଦ୍ୟରୁ କିଛି ନା କିଛି ଖାଇବାପାଇଁ ଚେଷ୍ଟା କରିବା ଦରକାର ।
ଏହି ୪ ପ୍ରକାର ଖାଦ୍ୟ ଆମେ ପ୍ରତ୍ୟହ ଖାଇବା ଉଚିତ୍
- ଶକ୍ତିଦାୟକ ଖାଦ୍ୟ
- ଆକାର ଆକୃତି ବୃଦ୍ଧିପାଇଁ ଖାଦ୍ୟ
- ଅତିରିକ୍ତ ଶକ୍ତି ପ୍ରଦାନକାରୀ ଖାଦ୍ୟ
- ଅସୁସ୍ଥ ଏବଂ ରୋଗରୁ ରକ୍ଷା କରୁଥିବା ଖାଦ୍ୟ
1. ଶକ୍ତିଦାୟକ ଖାଦ୍ୟ
ପୃଥିବୀର ଅନେକ ଲୋକ ଗୋଟିଏ ମୁଖ୍ୟ ଅଳ୍ପଦାମୀ ଖାଦ୍ୟ ପ୍ରତ୍ୟେକ ବକତରେ ଖାଆନ୍ତି । ମୁଖ୍ୟ ଖାଦ୍ୟରୁ କମ୍ ଖର୍ଚ୍ଚରେ ଶକ୍ତି ମିଳିଥାଏ, ତେଣୁ ଏହାକୁ ଶକ୍ତିଦାୟକ ଖାଦ୍ୟ ବୋଲି କୁହାଯାଏ । ଯେ ଯେତେ ବେଶୀ ପରିଶ୍ରମ କରେ ସେ ସତେ ବେଶୀ ଶକ୍ତିଦାୟକ ଖାଦ୍ୟ ଦରକାର କରିଥାଏ । ଏଥିରେ ଅଳ୍ପ ପରିମାଣର ଲୌହ, ଭିଟାମିନ ଓ ପ୍ରୋଟିନ ମଧ୍ୟ ଥାଏ ।
- ଶସ୍ୟ – ଚାଉଳ, ଗହମ, ମକା,ବାଜରା,ମାଣ୍ଡିଆ ପ୍ରତିଦିନ ଦରକାରୀ ଖାଦ୍ୟ ଅଟେ ।
- ଶ୍ଵେତସାର ଫଳ – କଦଳୀ
- ଶ୍ଵେତସାର ମୂଳ – ଆଳୁ, କନ୍ଦମୂଳ, ଟାପିଓକା
ଯାହା ହେଉନା କାହିଁକି, ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ ଠିକ୍ ରଖିବାକୁ ମୁଖ୍ୟ ଖାଦ୍ୟ ଯଥେଷ୍ଟ ନୁହେଁ । କାରଣ ଅନ୍ୟ ତିନିପ୍ରକାର ଖାଦ୍ୟ ନ ଥାଇ କେବଳ ଏହି ଖାଦ୍ୟ ଖାଇଲେ ଶରୀର ଦୁର୍ବଳ ହୋଇପଡେ।
2. ଆକାର,ଆକୃତି ବୃଦ୍ଧିପାଇଁ ଖାଦ୍ୟ
ଶକ୍ତିଶାଳୀ ଓ ସ୍ୱାସ୍ଥ୍ୟବାନ ହେବାପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତ୍ୟହ ଯଥେଷ୍ଟ ପରିମାଣରେ ପ୍ରୋଟିନ ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ ହୋଇଥାଏ। ପ୍ରୋଟିନ ଜାତୀୟ ଖାଦ୍ୟ ଶରୀର ଗଠନରେ ସାହାଯ୍ୟ କରିଥାଏ । ଏଗୁଡିକ ଶରୀରର ମାଂସପେଶୀ ଓ ମସ୍ତିସ୍କର ଉପଯୁକ୍ତ ବୃଦ୍ଧି ପାଇଁ ନିହାତି ଆବଶ୍ୟକ। ଏମାନେ ଶରୀରର କ୍ଷୟକୁ ପୂରଣ କରି ରୋଗ ପ୍ରତିରୋଧ ଶକ୍ତି ବଢାନ୍ତି । ସ୍ୱାସ୍ଥ୍ୟବାନ ହେବାପାଇଁ ପ୍ରତି ଭୋଜନରେ ଏସବୁ ଖାଦ୍ୟ ମଧ୍ୟରୁ ଅନ୍ତତଃ ପକ୍ଷ ଗୋଟିଏ ଭାଗ ରହିବା ଦରକାର ।
- ଉଦ୍ଭିଦ ପ୍ରୋଟିନ ଜାତୀୟ – ମଟର, ଡାଲି, ଶିମ୍ବ, ସୋୟାବିନ, ଚିନାବାଦାମ,ନଡିଆ, ଗୁଆ ଇତ୍ୟାଦି ।
- ପ୍ରାଣୀଜ ପ୍ରୋଟିନ - ଦୁଧ,ଦହି,ଅଣ୍ଡା, ମାଛ,ମାଂସ,ଛେନା ଇତ୍ୟାଦି । ମାଛ ଦେହରେ ସବୁଠାରୁ ଅଧିକ ପ୍ରୋଟିନ ଥାଏ ।
- ଗାଢ ସବୁଜ ଶାଗ ଜାତୀୟ- ଖାଦ୍ୟ ସୋୟାବିନ ଓ ଚିନାବାଦାମରେ ଅଧିକ ପ୍ରୋଟିନ ଥାଏ । ମୁଖ୍ୟ ଖାଦ୍ୟ ସହିତ ଦୈନିକ ଏକମୁଠା ଚିନାବାଦାମ ଖାଇଲେ ତାହାଦ୍ଵାରା ଶରୀରକୁ ଯଥେଷ୍ଟ ପ୍ରୋଟିନ ମିଳେ ।
3. ଅତିରିକ୍ତ ଶକ୍ତି ପ୍ରଦାନକାରୀ ଖାଦ୍ୟ
ଯେଉଁସବୁ ଖାଦ୍ୟରୁ ଆମେ ଅତିରିକ୍ତ ଶକ୍ତି ପାଇଥାଉ ଚର୍ବି ଓ ଶର୍କରା ଉତ୍ସ ଅଟନ୍ତି । ଶରୀର ପାଇଁ ଅଧିକ ଶକ୍ତି ଦରକାର ପଡୁଥିବାବେଳେ ଆପେ ଆପେ ଚର୍ବି ଶର୍କରାରେ ପରିଣତ ହୋଇଯାଏ ଓ ଶରୀରକୁ ଶକ୍ତି ଯୋଗାଏ । ତେଣୁ ପ୍ରତି ଭୋଜନରେ କିଛି ନା କିଛି ଚର୍ବି ବା ତୈଳ ଜାତୀୟ ଖାଦ୍ୟ ଖାଇବା ଦରକାର ।
- ଚର୍ବି ଜାତୀୟ ଖାଦ୍ୟ - ତେଲ, ଘିଅ, ମାଂସ, ଚର୍ବି, ଛେନା
- ଅଧିକ ଚର୍ବି ଜାତୀୟ ଖାଦ୍ୟ – କୋଳି, ତୈଳବୀଜ, ଛେନା
- ଚିନି ଜାତୀୟ -ସଫା ଚିନି, ମହୁ, ଗୁଡ
4. ଅସୁସ୍ଥ ଏବଂ ରୋଗରୁ ରକ୍ଷା କରୁଥିବା ଖାଦ୍ୟ
ଭିଟାମିନ ଶରୀରକୁ ରକ୍ଷା କରିଥାଏ । ଆମ ଶରୀର ଠିକ୍ ଭାବରେ କାମ କରିବାରେ ଏ ସବୁ ସାହାଯ୍ୟ କରିଥାଏ। ଆମେ ଯଦି ଆବଶ୍ୟକମତେ ଭିଟାମିନ ଥିବା ଖାଦ୍ୟ ନ ଖାଉ ତେବେ ରୋଗାଗ୍ରସ୍ତ ହୋଇଥାଉ । ସୁସ୍ଥ ରକ୍ତ, ଦାନ୍ତ ଓ ହାଡ ପାଇଁ ଖଣିଜସାର ଦରକାର।
- ସବୁଜ ଶାଗ ଜାତୀୟ ପନିପରିବା – ପାଳଙ୍ଗ, କଣ୍ଟାଳିଆ ଶାଗ, ପୋଇ, ଲେଉଟିଆ ଇତ୍ୟାଦି ।
- ଘନ ହଳଦିଆ ପନିପରିବା - ମୂଳା, ବୋଇତାଳୁ, ଟମାଟୋ
- ଫଳ – ଅମୃତଭଣ୍ଡା, ଅଁଳା, କମଳା, ଆମ୍ବ, ଲେମ୍ବୁ
- ପ୍ରାଣୀଜ ଖାଦ୍ୟ – ମାଂସ, ଅଣ୍ଡା, କୁକୁଡା, ମାଂସ, ମାଛ, କ୍ଷୀର

0 Comments
Do you have any doubts or suggestions? Ask them here in the comments!