ତୁଳସୀ ପତ୍ର ଦ୍ୱାରା ରକ୍ତସଫା କରିବାର ଘରୋଇ ଉପାୟ

ତୁଳସୀ ପତ୍ର ଦ୍ୱାରା ରକ୍ତସଫା କରିବାର ଘରୋଇ ଉପାୟ

ଆୟୁର୍ବେଦ ବିଜ୍ଞାନରେ ତୁଳସୀ ପତ୍ରକୁ ମହୌଷଧୀ ବୋଲି କୁହାଯାଇଥାଏ। କେବଳ ଥଣ୍ଡା ଜ୍ୱର ନୁହେଁ, ଏହି ଔଷଧୀୟ ବୃକ୍ଷରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି ଇନ୍‌ଫ୍ଲାମେଣ୍ଟାରୀ ଗୁଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ୍‌ କରିଥାଏ। ତେବେ ସକାଳେ ଖାଲି ପେଟରେ ତୁଳସୀ ପତ୍ରର ପାଣି ପିଇଲେ, ସ୍ୱାସ୍ଥ୍ୟକୁ କେଉଁସବୁ ଲାଭ ମିଳିଥାଏ, ଆସନ୍ତୁ ଜାଣିବା |

1. ଟକ୍ସିନ୍‌ ସଫା

  1. ଏହାର ଦୈନନ୍ଦିନ ଗ୍ରହଣ ଶରୀରରୁ କ୍ଷତିକାରକ ଏବଂ ଅବାଞ୍ଛିତ ପଦାର୍ଥକୁ ବାହାର କରିଥାଏ ଏବଂ ଶରୀରର ଆଭ୍ୟନ୍ତରୀଣ ଅଙ୍ଗକୁ ମଧ୍ୟ ସଫା କରିଥାଏ। 
  2. ସକାଳେ ଖାଲି ପେଟରେ ତୁଳସୀ ପାଣି ପିଇଲେ ଶରୀରରୁ ଟକ୍ସିନ୍‌ ସଫା ହୋଇଥାଏ। 
  3. ତୁଳସୀ-ଦୁଧ ପିଇବା ଦ୍ୱାରା ଶରୀରୁ ଟକ୍ସିନ୍ସ ଦୂର ହୋଇଯାଏ।
  4. ଆପଣ ଦେଖିଥିବେ ସାତ୍ତିକ ଖାଦ୍ୟରେ  ତୁଳସୀ ପତ୍ର ପକାଯାଇଥାଏ ଏହାର ବୈଜ୍ଞାନିକ କାରଣ ଏହା ଦ୍ୱାରା ଖାଦ୍ୟରୁ ସମସ୍ତ ବିଷ ଦୂର ହୋଇଯାଇଥାଏ । 

2. ତୁଳସୀ ପତ୍ର ଦ୍ୱାରା ରକ୍ତ ସଫା

ଆମ ଶରୀରରେ ରକ୍ତ ସଞ୍ଚାଳନ ଶିରା ମାଧ୍ୟମରେ ହୋଇଥାଏ । ରକ୍ତ ବିଷାକ୍ତ ପଦାର୍ଥ କାରଣରୁ ଅଶୁଦ୍ଧ ହୋଇଯାଏ । ବିଷାକ୍ତ ପଦାର୍ଥ ବ୍ୟତୀତ ଭାରୀ ଧାତୁ (heavy metals) , ସୁକ୍ଷ୍ମ ଜୀବ (microbes) ଏବଂ ଅନେକ ଫ୍ରି ରେଡିକାଲ୍ (free radicals) ଦ୍ୱାରା ଶରୀର ପାଇଁ ବିପଦ ସୃଷ୍ଟି ହୋଇପାରେ । ଖରାପ ଜୀବନଶୈଳୀ, ଖରାପ ଖାଦ୍ୟ, ବିଷାକ୍ତ ପଦାର୍ଥ ଏବଂ ପରିବେଶରେ ପ୍ରଦୂଷଣ ଆପଣଙ୍କ ରକ୍ତରେ ଅପରିଷ୍କାରତା ସୃଷ୍ଟି କରେ । 

ଯେତେବେଳେ ରକ୍ତ ଅପରିଷ୍କାର ହୁଏ, ଏହା ଶରୀରର ବିଭିନ୍ନ ପ୍ରଣାଳୀକୁ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ଅସମର୍ଥ ହୁଏ । ଯେଉଁଥି ପାଇଁ ଅନେକ ରୋଗ ଶରୀର ଉପରେ ଆକ୍ରମଣ କରେ ଏବଂ ଆମର ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗେ । ଯଦି ରକ୍ତ ସର୍ବଦା ଶୁଦ୍ଧ ରହିବ ଆମକୁ କୌଣସି ରୋଗ ସହଜରେ ସ୍ପର୍ଶ କରିପାରିବ ନାହିଁ ।

ଅନେକ ରୋଗର ଉପଶମ ପାଇଁ ତୁଳସୀ ପତ୍ର ବ୍ୟବହାର କରାଯାଏ । ରକ୍ତ ସଫା କରିବା ପାଇଁ ତୁଳସୀ ପତ୍ରର ବ୍ୟବହାର ଅତି ଉତ୍ତମ ଅଟେ ।

ତୁଳସୀ ପତ୍ର କିପରି ବ୍ୟବହାର କରିବେ

  1. ପ୍ରଥମେ ଏକ ପାତ୍ରରେ ଏକ ଗ୍ଲାସ୍ ପାଣି ଫୁଟାନ୍ତୁ ।
  2. ଏବେ ସେଥିରେ କିଛି ତୁଳସୀ ପତ୍ର ପକାନ୍ତୁ ।
  3. ବର୍ତ୍ତମାନ ପାତ୍ରକୁ କିଛି ସମୟ ପାଇଁ ଏକ ଥାଳିରେ ଘୋଡାଇ ରଖନ୍ତୁ ।
  4. ଯେତେବେଳେ ପାଣି ବାଦାମୀ ହୋଇଯିବ, ଏହାକୁ ଛାଣି ଦିଅନ୍ତୁ ।
  5. ପାଣିକୁ ଛାଣିବା ପରେ ତାହାକୁ ପିଅନ୍ତୁ ।
  6. ତିନି ସପ୍ତାହ ପର୍ଯ୍ୟନ୍ତ ଏହି ମିଶ୍ରଣକୁ ସେବନ କରନ୍ତୁ ।

ତୁଳସୀ ହେଉଛି ଏକ ଔଷଧୀୟ ବୃକ୍ଷ । ଏହା ନାକ ନଳୀ ଏବଂ ଫୁସଫୁସକୁ ସଫା ରଖେ । ଏହା ସହ ରକ୍ତରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରି ରକ୍ତକୁ ସଫା କରିଥାଏ । ତୁଳସୀ ପତ୍ର ଖାଇବା ଦ୍ୱାରା କୌଣସି କ୍ଷତି ହେବ ନାହିଁ, ତଥାପି ଏହା ନିଜର ଆବଶ୍ୟକତା ଅନୁଯାୟୀ ବ୍ୟବହାର କରିବା ଉଚିତ୍ ।

Post a Comment

0 Comments