ସ୍ୱାମୀ ସ୍ତ୍ରୀ ସମ୍ପର୍କ ସୁଧାରିବା ପାଇଁ ତୁଳସୀରେ କରନ୍ତୁ ଏହି ଉପାୟ
ସ୍ୱାମୀ ସ୍ତ୍ରୀ ସମ୍ପର୍କ ସୁଧାରିବା ପାଇଁ ତୁଳସୀରେ କରନ୍ତୁ ଏହି ଉପାୟ
ସ୍ବାମୀ ସ୍ତ୍ରୀ ମଧ୍ୟରେ ବେଳେ ବେଳେ ବିବାଦ ଉତ୍ପନ ହେବା ସ୍ଵାଭାବିକ ଅଟେ, ଏମିତି କୌଣସି ଦମ୍ପତ୍ତି ନାହିଁ ଯାହାର କେବେ ଝଗଡା ହୋଇ ନାହିଁ । ସ୍ଵାମୀ ସ୍ତ୍ରୀ ମଧ୍ଯରେ ଛୋଟ ମୋଟ ଝରଡା ସାମାନ୍ୟ କଥା ଅଟେ । ଝଗଡା ପରେ କେତେକ ଜିନିଷ ବଦଳି ଯାଇଥାଏ ଓ କେତେ ଥର ସ୍ଥିତି ସାମାନ୍ୟ ହବା ପାଇଁ ସମୟ ଲାଗିଥାଏ କିନ୍ତୁ ବେଳେ ବେଳେ ସମ୍ପର୍କ ସୁଧାରିବାକୁ ଚେଷ୍ଟା କଲେ ମଧ୍ଯ ଆଗ ଭଳି ହୋଇପାରେ ନାହିଁ, ଯଦି ସମ୍ପର୍କରେ ଦୂରତ୍ବ ଆସେ ତାହେଲେ ଏହା ସାମାନ୍ୟ ନୁହେଁ ।
ଏମିତି କିଛି ଉପାୟ ଅଛି ଯାହା ଦ୍ବାରା ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଯିବ ଓ ଆପଣଙ୍କ ମଧ୍ଯରେ ଆସିଥିବା ଦୂରତା ସମାପ୍ତ ହୋଇଯିବ । ଏହି ଉପାୟ ନା କେବଳ ଆପଣଙ୍କ ସମ୍ପର୍କ କୁ ଯୋଡିବ ଏହା ଛଡା ଆପଣଙ୍କ ପାର୍ଟନର ଖରାପ ଅଭ୍ୟାସ ବି ଛଡେଇ ଦେବ ।
ଏକାଦଶୀ ଦିନ ତୁଳସୀ ଦ୍ୱାରା ଉପାୟ
- ଦୀପାବଳି ପରେ ହୋଇଥିବା ଏକାଦଶୀ ରେ ତୁଳସୀ ସହ ଶ୍ରୀକୃଷ୍ଣଙ୍କ ବିବାହ କରାଯାଇଥାଏ । ସେଥିପାଇଁ ବିବାହିତ ଦମ୍ପତ୍ତି ମଧ୍ୟରେ ବାଦ ବିବାଦ ହେଲେ ଓ ସମ୍ପର୍କ ଖରାପ ହେଲେ ତୁଳସୀ ବିବାହ କରିବା ଅତ୍ୟାବଶ୍ୟକ ହୋଇଥାଏ ଯାହା ଦ୍ବାରା ଦୁହିଁଙ୍କ ମନ ପରିବର୍ତ୍ତନ ହୋଇଥାଏ |
- ଏହା ବ୍ୟତୀତ କୁମକୁମ, ଅଳଙ୍କାର, ବିନ୍ଦି, ବଙ୍ଗଳା, ଲାଲ୍ ଶାଢ଼ୀ କିମ୍ବା ଚୁନାରୀ ଭଳି ଜିନିଷ ପ୍ରଦାନ କରନ୍ତୁ | ମିଠା ଏବଂ କଞ୍ଚା କ୍ଷୀର ମଧ୍ୟ ଦିଅନ୍ତୁ | ଯେତେବେଳେ ଆପଣଙ୍କର ପୂଜା ସମାପ୍ତ କରିବ, ତା’ପରେ ଏହି ସବୁ ଜିନିଷ ଗରିବ ମହିଳାଙ୍କୁ ଦାନ କରିଦିଏନ୍ତୁ | ଏହା କରିବା ଦ୍ୱାରା ଆପଣଙ୍କ ଜୀବନରେ ଚାଲିଥିବା ଦୁର୍ଭାଗ୍ୟ ସମାପ୍ତ ହେବ | କେବଳ ଏତିକି ନୁହେଁ, ଆପଣଙ୍କ ଘର ସୁଖ, ଶାନ୍ତି ଏବଂ ସମୃଦ୍ଧତା ବୃଦ୍ଧି କରିବ |
- ଘରେ ଦୈନିକ ବାଳ ଗୋପାଳକୁ ଭୋଗ ସହ ତୁଲସୀ ପତ୍ର ଅର୍ପଣ କରନ୍ତୁ । ଏହା ଦ୍ୱାରା ସେ ଖୁବ ଶୀଘ୍ର ପ୍ରସନ୍ନ ହେଇଯିବେ | ଏହି ଉପାୟ ଆପଣଙ୍କ ଘରେ ଶାନ୍ତି ବଜାଇ ରଖିବ । ଏହା ସହିତ, ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇବ ଏବଂ ଭାଗ୍ୟ ମଧ୍ୟ ଆପଣଙ୍କୁ ସମର୍ଥନ କରିବ |
- ସବୁ ଏକାଦଶୀ ଦିନ ସନ୍ଧ୍ୟା ସମୟରେ ତୁଳସୀ ପାଖରେ ଯଦି ଗୋଟେ ଦୀପ ଜଳାଉଛନ୍ତି ସେଥିରେ ଘିଅ ଦିଅନ୍ତୁ ଓ ତାପରେ ତୁଳସୀର ପରିକ୍ରମା କରନ୍ତୁ । ତାର ଘର ପରିବାରରେ ପ୍ରେମ ସଂଯୋଗ ବନିଥାଏ ଓ ଧନର କିଛି କମି ହୋଇନଥାଏ |
- ଯଦି କୌଣସି ବ୍ୟକ୍ତିଙ୍କର ବିବାହରେ ବିଳମ୍ବ ହେଉଥାଏ କିମ୍ବା ବିବାହରେ ବାରମ୍ବାର ସମସ୍ୟା ଦେଖାଯାଉଥାଏ ତେବେ ସେହି ବ୍ୟକ୍ତି ତୁଳସୀ ବିବାହ ଦିନ ମାତାଙ୍କୁ ନାଲି ରଙ୍ଗର ଓଢ଼ଣୀ ଏବଂ ଶୃଙ୍ଗାର ଜିନିଷ ଅପର୍ଣ କରନ୍ତୁ । ଏହାପରେ ମାତା ତୁଳସୀ ଏବଂ ଶାଳଗ୍ରାମଙ୍କୁ ପୂଜା କରି ଉଚିତ୍ ଜୀବନସାଥୀଟିଏ ପାଇଁ ପ୍ରାର୍ଥନା କରନ୍ତୁ । ମାନ୍ୟତା ରହିଛି ଏପରି କରିବା ଦ୍ୱାରା ବିବାହରେ ଦେଖାଯାଉଥିବା ସମସ୍ୟା ଦୂର ହୋଇଥାଏ ।
- ସେହିଭଳି ବିବାହରେ ସମସ୍ୟା ଦେଖାଯାଉଥିଲେ ମାତା ତୁଳସୀ ଏବଂ ଶାଳଗ୍ରାମଙ୍କୁ ସାକ୍ଷୀ ରଖି କୌଣସି ଆବଶ୍ୟକ ଥିବା ବ୍ୟକ୍ତିଙ୍କ କନ୍ୟାର ବିବାହରେ କ୍ଷମତା ଅନୁଯାୟୀ ଦାନ କରନ୍ତୁ । ମାନ୍ୟତା ରହିଛି ଏପରି କରିବା ଦ୍ୱାରା ଜଲଦି ବିବାହ ଯୋଗ ହୋଇଥାଏ ।
- ତୁଳସୀ ବିବାହ ଦିନ ବିଧିପୂର୍ବକ ପୂଜା କରିବା ସହ ପ୍ରତିଦିନ ତୁଳସୀ ପୂଜା କରିବା ଉଚିତ୍ । ତୁଳସୀରେ ଜଳ ,ଦେବା ସହ ନିୟମିତ ରୂପେ ଦୀପ ଲଗାନ୍ତୁ ଏବଂ ନିୟମିତ ତୁଳସୀ ମାଟି ମୁଣ୍ଡରେ ଲଗାନ୍ତୁ । ଏପରି କରିବା ଦ୍ୱାରା ଗ୍ରହ ସମ୍ବନ୍ଧିୟ ସମସ୍ୟା ଦୂର ହେବା ସହ ବିବାହ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏସବୁ ବ୍ୟତୀତ ଜୀବନରେ ଦେଖାଯାଉଥିବା ଅନ୍ୟ ସମସ୍ୟାର ମଧ୍ୟ ଅନ୍ତ ଘଟି ସଫଳତା ପ୍ରାପ୍ତି ହୋଇଥାଏ ।
ଆଶ୍ୱିନ ମାସର ଶୁକ୍ଳ ପକ୍ଷରେ ପାପାଙ୍କୁଶ ଏକାଦଶୀ ବ୍ରତ ପାଳନ କରାଯାଏ। ଏକାଦଶୀ ତିଥିରେ ବାସ୍ତୁ ଅନୁସାରେ କିଛି ଖାସ୍ ଉପାୟ କରି ସମସ୍ୟା ଦୂର କରିବାର ସଫଳତା ପ୍ରାପ୍ତ କରିପାରିବେ।
- ଏକାଦଶୀ ତିଥିରେ ସନ୍ଧ୍ୟାକାଳରେ ଗାଈ ଘିଅରେ ଦୀପ ଜଳାଇ ଉତ୍ତର ପୂର୍ବ ଦିଗରେ ଜଳାଇଲେ ଆର୍ଥିକ ସ୍ଥିତିରେ ସୁଧାର ଆସିବ।
- ଏକାଦଶୀରେ ଘରରେ ବୃକ୍ଷରୋପଣ କରନ୍ତୁ ଏବଂ ତୁଳସୀ ଗଛ ଘରର ପୂର୍ବ ଦିଗରେ ଲଗାନ୍ତୁ।
- ବିବାହ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ଏହିଦିନ କଦଳୀ ଗଛ ପାଖରେ ଦୀପ ଲଗାନ୍ତୁ।
- ଯଦି ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ରହେ ଏବେ ବେଡରୁମ ସଠିକ୍ ଦିଗରେ ନାହିଁ। ତେବେ ଏକାଦଶୀ ଦିନ ଘରର ଛାଡ ଉପରେ ଗେଣ୍ଡୁ ଫୁଲ ଗଛ ଲଗାନ୍ତୁ ଏବଂ ହଳଦିଆ ରଙ୍ଗର ଧ୍ୱଜା ଲଗାଇ ବୃହସ୍ପତିକୁ ମଜବୁତ କରନ୍ତୁ।
- ସନ୍ତାନ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ଏହିଦିନ ଦମ୍ପତି ଅଁଳା ଗଛଘର ଦୁଆରେ ଲଗାନ୍ତୁ।
ଲେମ୍ଭୁ
- ଗୁରୁବାର ଦିନ ଶୋଇବା ଆଗରୁ ନିଜ ପାର୍ଟନର ତକିଆ ତଳେ ଗୋଟେ ଲେମ୍ଭୁ ରଖନ୍ତୁ ସକାଳେ ଉଠିଲା ପରେ ନିଜ ପାର୍ଟନର କୁ ନକହି ଲେମ୍ଭୁ ବାହାର କରି ତୁଳସୀ ଗଛ ପାଖରେ ରଖନ୍ତୁ ଗାଧେଇ ସାରି ତୁଳସୀ ପୂଜା କରନ୍ତୁ ଓ ଲେମ୍ଭୁ ସେଠି ରଖି ନିଜ ସବୁ ସମସ୍ୟା କୁହନ୍ତୁ ।
- ଏହା ପରେ ତୁଳସୀର ଦୁଇଟି ପତ୍ର ତୋଳି ନିଜେ ଗୋଟେ ଓ ଆର ପତ୍ର ନିଜ ପାର୍ଟନରକୁ ପ୍ରସାଦ ଭାବରେ ଖୁଆନ୍ତୁ ଏହାପରେ ସେହି ଲେମ୍ବୁ ନେଇ ଘର ବାହାରେ କୌଣସି ଓସ୍ତ ଗଛ ତଳେ ପୋତି ଦିଅନ୍ତୁ । ଦେଖିବେ ଏହା ପରେ ଆପଣଙ୍କ ମଧ୍ଯରେ ହେଉଥିବା ବିବାଦ ସମାପ୍ତ ହେବ ଓ ସୁଖମୟ ଜୀବନ ଆରମ୍ଭ ହେବ ।
0 Comments
Do you have any doubts or suggestions? Ask them here in the comments!