ଶୀତଋତୁରେ ସୁସ୍ଥ ରହିବା ପାଇଁ ଖାଆନ୍ତୁ ଏହି ସବୁ ଜିନିଷ
ଶୀତ ଋତୁରେ ଜୀବନଶୈଳୀରେ କେତେକ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ଏହି ସମୟରେ ଅଧିକ ସତର୍କ ନ ରହିଲେ ଦେହ ଖରାପ ହେବାର ଆଶଙ୍କା ରହିଛି । ବିଶେଷ କରି ମଧୁମେହ, ହୃଦ୍ରୋଗ ଓ ରକ୍ତଚାପ ରୋଗର ଶିକାର ହୋଇଥିବା ରୋଗୀମାନଙ୍କର ସମସ୍ୟା ଅଧିକ ଥାଏ । କାରଣ ଏହି ସମୟରେ ରକ୍ତ ଗାଢା ହୋଇଥାଏ । ଫଳତଃ ଶରୀରରେ ରକ୍ତ ଧମନିରେ ଜୋରରେ ଗତି କରିପାରେ ନାହିଁ । ଏଣୁ ଶୀତ ଋତୁରେ ତୈଳ, ଘିଅ ଓ ଲହୁଣୀ ଜାତୀୟ ପଦାର୍ଥ ସେବନରୁ ଦୂରେଇ ରହିବା ଉଚିତ ବୋଲି କୁହାଯାଇଥାଏ ।
- ଶୀତ ଋତୁ ରେ ଲୁଣ ମଧ୍ୟ କମ୍ ଖାଇବା ଉପରେ ଗୁରୁତ୍ୱ ଦିଆଯିବା ଉଚିତ ବୋଲି କହିଛନ୍ତି ଚିକିତ୍ସିକ । କାରଣ ଶୀତ ଋତୁରେ ଶରୀରରୁ କମ୍ ପରିମାଣରେ ଝାଳ ନିଷ୍କାସିତ ହୋଇଥାଏ । ଏହା ଫଳରେ ରକ୍ତଚାପର ସମସ୍ୟା ଅଧିକ ଜଟିଳ ହୋଇଥାଏ । ଉଚ୍ଚ ରକ୍ତଚାପ ରେ ପୀଡ଼ିତ ବ୍ୟକ୍ତିମାନେ ଏଥିପାଇଁ ଲୁଣର ପ୍ରୟୋଗ କମ୍ ହେବା ଆବଶ୍ୟକ ଯେ ରକ୍ତଚାପ ଯୋଗୁଁ ବ୍ରେନ୍ ଷ୍ଟ୍ରୋକ୍ର ଆଶଙ୍କା ବଢି ଯାଇଥାଏ ।
- ନିଜକୁ ଗରମ କରିବା ପାଇଁ ପ୍ରତ୍ୟହ ବ୍ୟାୟାମ କରିବା ଏକାନ୍ତ ଆବଶ୍ୟକ ବୋଲି ଚିକିତ୍ସକମାନେ ପରାମର୍ଶ ଦିଅନ୍ତି । ମଦ୍ୟପାନ ସଂପୂର୍ଣ୍ଣ ତ୍ୟାଗ କରିବା ଉଚିତ ।
- ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଶୀତ ଋତୁରେ ତେଲ ଲଗାଇ ସ୍ନାନ କରିବା ବି ଜରୁରୀ, କାରଣ ଏହାଦ୍ୱାରା ଶରୀରର ତ୍ୱଚା ସୁସ୍ଥ ରହିଥାଏ ଏବଂ ସହଜରେ କୌଣସି ଅଙ୍ଗ ଫାଟେ ନାହିଁ।
ଶୀତଋତୁ ଆସିବା ମାତ୍ରେ ତ୍ଵଚା ଶୁଷ୍କ ହେବା ସହ, ଅନେକ ଚର୍ମ ରୋଗ ଦେଖା ଦେଇଥାଏ। ଏହାସହ ଶୀତ ଦିନରେ ଲୋକଙ୍କ ଜୀବନଶୈଳୀ ସଂପୂର୍ଣ୍ଣ ବଦଳି ଯାଇଥାଏ। ଶୀତଦିନେ ମିଳୁଥିବା କିଛି ବିଶେଷ ଖାଦ୍ୟ ଆମକୁ ଶୀତରୁ ରକ୍ଷା କରିବା ସହ ଶରୀର ସୁସ୍ଥ ଓ ସୁନ୍ଦର କରିଥାଏ। ଏହି ଖାଦ୍ୟଗୁଡ଼ିକ ଶରୀରକୁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ମଧ୍ୟ ଯୋଗାଇଥାଏ ।
ଓଲ କୋବି
ଏଥିରେ ଥିବା ବିଶେଷ ଧରଣର ଆଣ୍ଟିଅକ୍ସିଡାଣ୍ଟ କର୍କଟ ଭଳି ଗୁରୁତର ରୋଗର ଆଶଙ୍କା ହ୍ରାସ କରିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହାର ଶାଗ ହୃଦୟ ପାଇଁ ବେଶ ଲାଭଦାୟକ ହୋଇଥାଏ। ଏହା ଭିଟାମିନ୍-କେ ଏବଂ ଭିଟାମିନ୍-ଏ ର ଏକ ଉତ୍ତମ ଉତ୍ସ । ଉଲ୍ କୋବି ହାଡକୁ ମଜବୁତ କରିବା ସହ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି କରିଥାଏ ।
ଖଜୁରୀ
ଖଜୁରୀରେ ଭିଟାମିନ ଏ, ଫାଇବର, ଆଇରନ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଥାଏ। କ୍ଷୀର ସହ ଖଜୁରୀ ମିଶାଇ ସେବନ କଲେ ଶରୀର ସୁସ୍ଥ ରହିବା ସହ ହାଡ଼ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ। ଶୀତଦିନେ ଏହା ଶରୀରକୁ ଉଷ୍ମ ରଖିଥାଏ।
ଅଖରୋଟ
ଅଖରୋଟକୁ ପାଣିରେ ଭିଜାଇ ଖାଇବା ଦ୍ୱାରା ମୋଟା ପଣ ହ୍ରାସ ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଫ୍ୟାଟ ଦୂର କରିବା ସହ ଭଲ ନିଦ୍ରା ଦେଇଥାଏ। ଆପଣଙ୍କୁ ଯଦି ଭଲ ଭାବେ ନିଦ ହେଉ ନଥାଏ, ତେବେ ନିୟମିତ ପାଣିରେ ଭିଜାଇ ଅଖରୋଟ ଖାଆନ୍ତୁ। ଏଥିରେ ଥିବା ମେଲାଟୋନି ତତ୍ତ୍ୱ କାରଣରୁ ଭଲ ନିଦ ହୋଇଥାଏ। ଏହାକୁ ପାଣିରେ ଭିଜାଇ ନିୟମିତ ଖାଇବା ଦ୍ୱାରା ହାଡ଼ ଶକ୍ତ ହୋଇଥାଏ। ଅଖରୋଟକୁ ନିୟମିତ ଖାଇବା ଦ୍ୱାରା ଏହା ଶରୀରରେ କର୍କଟ ରୋଗ ସୃଷ୍ଟି ହେବାକୁ ଦେଇନଥାଏ।
ବାଦାମ
- ପେଟ ଜନିତ ସମସ୍ୟା ରହିଛି, ଏସିଡିଟି, ପାଚନ ଜନିତ ସମସ୍ୟାରୁ ମୁକ୍ତି ପାଇଁ ରାତିରେ ଅଳ୍ପ ପରିମାଣରେ ବାଦାମକୁ ପାଣିରେ ବତୁରାଇ ସକାଳେ ଏହାକୁ ଖାଆନ୍ତୁ । ଖୁବ ଲାଭଦାୟକ ହୋଇଥାଏ ।
- କିଛି ଲୋକଙ୍କୁ ଅଣ୍ଟା ଓ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ରହିଥାଏ। ଏଥିରୁ ମୁକ୍ତି ପାଇଁ ରାତିରେ ବାଦାମ ବତୁରାଇ ସକାଳେ ସାମାନ୍ୟ ଗୁଡ ସହ ଖାଆନ୍ତୁ ।
- ବାଦାମ ରକ୍ତ ସଞ୍ଚାଳନରେ ମଧ୍ୟ ସହାୟକ ହୋଇଥାଏ । ଫଳରେ ହୃଦୟ ସୁସ୍ଥ ରହିବା ସହ ହୃଦୟ ଜନିତ ସମସ୍ୟା ସୃଷ୍ଟି ହୋଇନଥାଏ । ବତୁରା ବାଦାମ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ । ଯାହାଦ୍ଵାରା ଦିନସାରା କାମ କରିବା ପରେ ମଧ୍ୟ ହାଲିଆ ଅନୁଭବ କରିବେ ନାହିଁ |
କନ୍ଧମୂଳ
ଶୀତଦିନେ ସୁସ୍ଥ ଶରୀର ପାଇଁ କନ୍ଧମୂଳ କୌଣସି ବରଦାନଠୁ କମ୍ ନୁହେଁ । କନ୍ଧମୂଳ ଭିଟାମିନ୍-ଏ ଏବଂ ପୋଟାସିୟମର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ। ଏହାର ନିୟମିତ ବ୍ୟବହାର କୋଷ୍ଠକାଠିନ୍ୟ ଦୂର , ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାକୁ ସିଝାଇ କିମ୍ବା ତରକାରୀ ଭାବେ ଖାଇ ପାରିବେ। ଏହାସହ ଫୁଲ କୋବି, ବ୍ରୋକଲି, ଅଁଳା, ପାଳଙ୍ଗ ଶୀତ ଦିନେ ପ୍ରଚୁର ପରିମାଣରେ ମିଳିବା ସହ ଏହା ଅତ୍ୟନ୍ତ ଉପକାରୀ ହୋଇଥାଏ।
ଖସା
କେତେକ ଲୋକ ଏପରି ହୋଇଥାନ୍ତି,ଯାହାଙ୍କୁ ଖସା ବିଷୟରେ ଅଧିକ ଜଣା ନାହିଁ । ଏହା ବିଷୟରେ ଅଧିକ ନ ଜାଣିବା ଦ୍ୱାରା ଏହାକୁ ନିମ୍ନର ଦରରେ ମନାଯାଉଛି ଯେତେବେଳେ କି ଖସାରେ ଓମେଗା-୩ ଏବଂ ଫ୍ୟାଟି ଏସିଡ ମିଳିଥାଏ। ନିରାମିଷ ଲୋକଙ୍କ ପାଇଁ ଓମେଗା-୩ ଏବଂ ଫ୍ୟାଟି ଏସିଡ ସବୁଠାରୁ ଭଲ ସ୍ରୋତ ଅଟେ ।
କଞ୍ଚା ରସୁଣ:
ଆପଣଙ୍କର ଯଦି ଆଣ୍ଠୁ ଗଣ୍ଠିରେ ବିନ୍ଧାବିନ୍ଧିର ଅସୁବିଧା ରହୁଛି, ତେବେ ଆପଣଙ୍କୁ ଆପଣଙ୍କର ଅଭ୍ୟାସଗତ ଖାଦ୍ୟରେ କଞ୍ଚା ରସୁଣକୁ ସାମିଲ କରିବା ଦରକାର, କଞ୍ଚା ରସୁଣ ବି ଆପଣଙ୍କର ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏଥିରେ ଉଚିତ ମାତ୍ରାରେ କ୍ୟାଲସିୟମ, ଜ଼ିଙ୍କ, ସଲଫର ଏବଂ ଭିଟାମିନ ଏ ବି ଇ ମିଳିଥାଏ ।
ଭିଟାମିନ ସି
ସଂକ୍ରମଣ ରୋଗରୁ ସୁରକ୍ଷା ପାଇଁ ଭିଟାମିନ ସିକୁ ସବୁଠାରୁ ଭଲ ପସନ୍ଦ ମାନାଯାଇଥାଏ । ଲେମ୍ବୁ ଏବଂ ଆମ୍ବୁଲରେ ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ ସି ମିଳିଥାଏ, ଯାହା ରୋଗପ୍ରତିରୋଧକ କ୍ଷମତାକୁ ମଜଭୂତ ରଖିବାରେ ସାହାଯ୍ୟ କରିଥାଏ । ଏହା ଛଡା ଆପଣ କମଳା,ବନ୍ଧାକୋବି, ପୋଇକୁ ବି ଅଭ୍ୟାସଗତ ଖାଦ୍ୟରେ ସାମିଲ କରିପାରିବେ ।
ଗାଜର ଏବଂ ବିଟ୍
- ଫାଇବରରେ ଭରପୂର ଗାଜରକୁ ହଜମ କରିବା ଶରୀର ପାଇଁ ସହଜ ହୋଇନଥାଏ। ଏହି କାରଣ ଯୋଗୁଁ ଆପଣଙ୍କୁ ଘଣ୍ଟା ଘଣ୍ଟା ଧରି ଭୋକ ଲାଗିନଥାଏ। ସ୍ବାଭାବିକ ଭାବେ ଯଦି ମନୁଷ୍ୟକୁ ଭୋକ ନ ଲାଗିଥାଏ ତେବେ ତାର ଓଜନ କମ୍ ହେବା ସ୍ବାଭାବିକ। ଦ୍ବିତୀୟରେ ଗାଜରରେ ଅତ୍ୟନ୍ତ କମ୍ କ୍ୟାଲୋରୀ ଏବଂ ନନ ଷ୍ଟାର୍କି ହେବା ଯୋଗୁଁ ଏହା ଓଜନ ବଢ଼ାଇ ନଥାଏ ।
- ବିଟ୍ରେ ଓ୍ବେଟ୍ ଲସ୍ ହେଉଥିବା ଫାଇବର ମିଳିଥାଏ। ୧୦୦ଗ୍ରାମ୍ ବିଟ୍ରେ ୪୩ କ୍ୟାଲୋରୀ,୦.୨ଗ୍ରାମ୍ ଫ୍ୟାଟ୍ ଏବଂ କେବଳ ୧୦ଗ୍ରାମ୍ ଫ୍ୟାଟର ମାତ୍ରା ହୋଇଥାଏ। ଏ ସମସ୍ତ ପୋଷକ ତତ୍ତ୍ବ ମନୁଷ୍ୟର ଓଜନ ଶୀଘ୍ର କମାଇବାରେ ସହାୟକ ହୋଇଥାଏ ।
ଡାଲଚିନି
ରୋଷେଇ ଘରେ ଥିବା ଡାଲଚିନି ଶୀତଦିନେ ଶୀଘ୍ର ଓଜନ କମାଇଥାଏ। ଡାଲଚିନିରେ ଥିବା ସିନମାଲ୍ଡେହାଇଡ ଫ୍ୟାଟ୍ ଥିବା ଅନ୍ତନଳୀର ଟିସୁର ମେଟାବଲିଜମ୍ ସନ୍ତୁଳିତ ରଖିଥାଏ। ଏହା ଦ୍ବାରା ଇନସୁଲିନ୍ ମଧ୍ୟ ନିୟନ୍ତ୍ରିତ ହୋଇଥାଏ।
ମେଥି
ଶୀତଦିନେ ମେଥି ମଞ୍ଜି ଓଜନ କମାଇବା ପାଇଁ କୌଣସି ଗୁଣକାରୀ ଔଷଧଠୁ କମ୍ ନୁହେଁ। ମେଥି ମଞ୍ଜି ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ ଏବଂ ଇନସୁଲିନର ସ୍ରାବକୁ ବଢ଼ାଇଥାଏ। ଏହା କେବଳ ଆପଣଙ୍କ ମେଟାବଲିଜମ୍ ସିଷ୍ଟମକୁ ଠିକ୍ ରଖିନଥାଏ ବରଂ ଏଥିରେ ଥିବା ଗ୍ଲାକ୍ଟୋମେନନ ଭୋକକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।
ପିଜୁଳି
ଶୀତଦିନେ ମିଳୁଥିବା ସ୍ବାଦିଷ୍ଟ ପିଜୁଳି ମଧ୍ୟ ଘଣ୍ଟା ଘଣ୍ଟା ଧରି ମନୁଷ୍ୟର ଭୋକକୁ ନିୟନ୍ତ୍ରଣ ରଖିଥାଏ। ଏହା ଆପଣଙ୍କ ଶରୀର ପାଇଁ ଜରୁରୀ ଫାଇବରର ପ୍ରତିଦିନ ଆବଶ୍ୟକତାକୁ ୧୨ପ୍ରତିଶତ ପୂରା କରି ପାରିଥାଏ। ଏହି ଫଳ ମନୁଷ୍ୟର ମେଟାବଲିଜମ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଏହା ମନୁଷ୍ୟର ଓଜନ କମାଇବାରେ ସହାୟକ ହୋଇଥାଏ।

0 Comments
Do you have any doubts or suggestions? Ask them here in the comments!