ଶୀତଦିନେ ସ୍ୱେଟର ପିନ୍ଧି ଶୋଉଥିଲେ ସତର୍କ ରୁହନ୍ତୁ
ଶୀତ ଦିନେ ଋତୁ ପରିବର୍ତ୍ତନ ହେବା ସହିତ ଶରୀରର ଆବଶ୍ୟକତା ମଧ୍ୟ ବଦଳିଯାଏ । ଥଣ୍ଡା ପାଗରେ ଫ୍ଲୁ ଏବଂ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ନିହାତି ଆବଶ୍ୟକ । ଏହି ସବୁ ଜିନିଷ ଲୋକମାନେ ଜାଣିକି ମଧ୍ୟ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ ।
ଶୀତଦିନରେ ଲୋକଙ୍କୁ ଅଧିକ ଥଣ୍ଡା ଲାଗିଲେ ଶୀତବସ୍ତ୍ର ଉପରେ ନିର୍ଭର କରିଥାନ୍ତି। ଅନେକ ଲୋକ ଘର ବାହାରକୁ ଆସିବା ସମୟରେ ସ୍ୱେଟର ପିନ୍ଧିକି ଆସିଥାନ୍ତି । କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ରାତିରେ ଶୋଇବା ସମୟରେ ମଧ୍ୟ ସ୍ୱେଟର ପିନ୍ଧି ଶୋଇଥାନ୍ତି। କିନ୍ତୁ ଏହାକୁ ନେଇ ଅନେକ ଶାରୀରିକ ସମସ୍ୟା ହୋଇଥାଏ। ଯାହା ବିଷୟରେ ପ୍ରାୟତଃ ଅନେକ ଜାଣି ନଥାନ୍ତି।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଥଣ୍ଡା ପାଗରେ ଅଧିକ ସମୟ ଗରମ ପାଣିରେ ଗାଧୋଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ଏହା ଆମ ଶରୀର ଏବଂ ମନକୁ ଉଭୟ ପ୍ରଭାବିତ କରିଥାଏ । ବାସ୍ତବରେ, ଗରମ ପାଣିରେ ଥିବା କିରାଟିନ୍ ନାମକ ତତ୍ତ୍ୱ ଚର୍ମ କୋଷକୁ କ୍ଷତି ପହଞ୍ଚାଇଥାଏ । ଯାହାଫଳରେ ଚର୍ମରେ କୁଞ୍ଚନ ଓ ଶୁଷ୍କତା ବୃଦ୍ଧିପାଇଥାଏ ।
ଶୀତଦିନେ ନିଜକୁ ଗରମ ରଖିବା ଏକ ଭଲ କଥା, କିନ୍ତୁ ଅଧିକ ପୋଷାକ ପିନ୍ଧିବା ଠାରୁ ଦୂରେଇ ରୁହନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଶରୀର ଅତ୍ୟଧିକ ଉତ୍ତାପର ଶିକାର ହୋଇପାରେ। ବାସ୍ତବରେ, ଆମର ପ୍ରତିରକ୍ଷା ପ୍ରଣାଳୀ ଥଣ୍ଡା ହେଲେ ଧଳା ରକ୍ତ କଣିକା (ଡବ୍ଲୁବିସି) ଉତ୍ପାଦନ କରେ, ଯାହା ଆମକୁ ସଂକ୍ରମଣ ଏବଂ ରୋଗରୁ ରକ୍ଷା କରିଥାଏ। ଶରୀର ଅତ୍ୟଧିକ ଗରମ ହେଲେ ରୋଗ ପ୍ରତିରୋଧକ ଶକ୍ତି କମ ହୋଇଯାଇଥାଏ ।
- ଏକ ଅନୁସନ୍ଧାନ ଅନୁଯାୟୀ, ରାତିରେ ଶୋଇବା ପୂର୍ବରୁ ହାତ ଏବଂ ପାଦକୁ ଗ୍ଲୋଭସ୍ ଏବଂ ବେଡସିଟ୍ ଘୋଡାଇ ରଖିବା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ। ଶୋଇବା ସମୟରେ ଏହି ଉପାୟ ଅତ୍ୟନ୍ତ ଲାଭଦାୟକ ବୋଲି ଏକ୍ସପର୍ଟମାନେ କହିଛନ୍ତି ।
- ଉଲ୍ କପଡ଼ାରେ ତିଆରି ହୋଇଥିବା ଫାଇବର ମୋଟା ହୋଇଥିବା କାରଣରୁ ଶରୀରର ଗରମ ବା ଉତ୍ତାପ ବାହାରକୁ ଆସିନଥାଏ । ସେଥିପାଇଁ ରାତିରେ ଶୋଇବା ସମୟରେ ସ୍ୱେଟର ପିନ୍ଧି ଶୋଇବା ଉଚିତ ନୁହେଁ। ଯଦି ଆପଣ ବ୍ଲଡ ପ୍ରେସର କିମ୍ବା ଡାଇବେଟିଜ ରୋଗୀ ହୋଇଥାନ୍ତି ତେବେ ଆପଣଙ୍କୁ ଏଥିପାଇଁ ଅଧିକ ସମସ୍ୟା ହୋଇପାରେ।
- ରାତିରେ ସ୍ୱେଟର ପିନ୍ଧି ଶୋଇବା ଯୋଗୁଁ ସ୍କିନ ଉପରେ ରାସେସ୍ ବା ଦାଗ ହୋଇଯାଏ। ସ୍ୱିଟରର ମାଟେରିଆଲ ସିିଧା ଆମ ସ୍କିନକୁ ସ୍ପର୍ଶ କରିଥାଏ। ଅନେକ ଲୋକଙ୍କୁ ଉଲ୍ କପଡା ପାଇଁ ଆଲର୍ଜି ହୋଇଥାଏ। ଗରମ କପଡ଼ା ପାଇଁ ସ୍କିନରେ ରୁଖାପଣ ମଧ୍ୟ ବଢ଼ିଯାଏ।
- ଗରମ କପଡ଼ା ଶରୀରରେ ଅକ୍ସିଜେନ ଲେଭଲକୁ କମ୍ କରିଦିଏ। ମାନେ ଏହାକୁ ବ୍ଲକ କରିଦିଏ । ଯାହାପାଇଁ ଆପଣଙ୍କୁ ଶ୍ୱାସରୁଦ୍ଧ ଭଳି ଅନୁଭବ ହୋଇଥାଏ। ଯଦି ଆପଣଙ୍କ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଅଛି କିମ୍ବା ଆସ୍ଥମା ଭଳି ସମସ୍ୟା ରହିଛି। ତେବେ ଆପଣ ମନେ ରଖନ୍ତୁ। ଶୋଇବା ସମୟରେ ଶୀତବସ୍ତ୍ର ପିନ୍ଧିକି ଶୁଅନ୍ତୁ ନାହିଁ।
- ହାର୍ଟ ସମ୍ବନ୍ଧୀୟ କିଛି ଅସୁବିଧା ଥିଲେ ଆପଣ ସ୍ୱେଟର ପିନ୍ଧି ଭୁଲ ରେ ବି ଶୁଅନ୍ତୁ ନାହିଁ। ରାତିରେ ଗରମ କପଡ଼ା ପିନ୍ଧି ଶୋଇଲେ ବ୍ଲଡ ପ୍ରେସର ସ୍ତର କମିଯାଏ। ଏହାଦ୍ୱାରା ଅଚାନକ ଝାଳ ବାହାରେ। ଏହାସହ ମାଇଣ୍ଡ ଷ୍ଟ୍ରେସ ଫୁଲ ମଧ୍ୟ ଲାଗିଥାଏ। ଯଦି ଆପଣଙ୍କୁ ବେଶି ଶୀତ ଲାଗୁଛି ତେବେ ଗୋଟିଏ ଲେୟାର ଥିବା କପଡ଼ା ପିନ୍ଧି ଶୁଅନ୍ତୁ।

0 Comments
Do you have any doubts or suggestions? Ask them here in the comments!