ଶୀତଦିନେ ଏହି ସବୁ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ

ଶୀତଦିନେ ଏହି ସବୁ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ 



ଶୀତଦିନେ ନିମ୍ନ ତାପମାତ୍ରାର ପ୍ରଭାବ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଉପରେ ପଡିଥାଏ। ଏହାର ଅର୍ଥ ହେଉଛି ଯେ କୌଣସି ଋତୁ ଅପେକ୍ଷା ଲୋକଙ୍କର ଅଧିକ ଅସୁସ୍ଥ ହେବାର ଆଶଙ୍କା ଏହି ସମୟରେ ସର୍ବାଧିକ ହୋଇଥାଏ। ଏହି ଋତୁରେ ରୋଗରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ଆପଣଙ୍କର ଖାଦ୍ୟର ବିଶେଷ ଯତ୍ନ ନେବା ଉଚିତ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶୀତଦିନେ ଆମକୁ କିଛି ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ।

1. ଶୀତଦିନେ କଦଳୀ ଖାଇବା ଉଚିତ ନା ଅନୁଚିତ

  1. କଦଳୀ ଏକ ଏମିତି ଫଳ ଯାହା ଶରୀରକୁ ଭରପୂର ଏନର୍ଜି ଦେଇଥାଏ। କିନ୍ତୁ ଯଦି ଆପଣଙ୍କୁ ଥଣ୍ଡା ହୋଇଛି କିମ୍ବା ନିଃଶ୍ୱାସ ନେବାରେ ସମସ୍ୟା ଉପୁଜୁଛି ତେବେ ଶୀତଦିନେ ରାତିରେ କଦଳୀ ଖାଆନ୍ତୁ ନାହିଁ। କାରଣ ଏହା ଦ୍ୱାରା ଶୀଘ୍ର କଫ ହୁଏ।
  2. ସାଇନସ ସମସ୍ୟା ଥିବା ରୋଗୀ ଆଦୌ କଦଳୀ ଖାଇବା ଉଚିତ ନୁହେଁ କିମ୍ବା ସୀମିତ ମାତ୍ରାରେ ଖାଇବେ। ତେବେ ଥଣ୍ଡା ଥିବା ବ୍ୟକ୍ତି ଶୀତଦିନ ରାତିରେ କଦଳୀ ନ ଖାଇବା ଭଲ। ଏହା ଦ୍ୱାରା କାଶ ଓ ଥଣ୍ଡା ବଢ଼ିଯାଏ।
  3. ଶୀତଦିନେ ହାଡ଼ ସମ୍ବନ୍ଧୀୟ ସମସ୍ୟା ଦୁଇ ଗୁଣିତ ହୋଇଯାଏ। କଦଳୀରେ ସମସ୍ତ ଜରୁରୀ ଭିଟାମିନ, ମିନେରାଲସ ଯଥା-ପୋଟାସିୟମ, କ୍ୟାଲସିୟମ, ମାଙ୍ଗାନିଜ, ମ୍ୟାଗନେସିୟମ, ଆଇରନ, ଫୋଲେଟ, ବି ୬ ଆଦି ରହିଛି। ଏହା ଶରୀରକୁ ଠିକ ରୂପେ କାର୍ଯ୍ୟକ୍ଷମ ରଖେ। ତେଣୁ ଆଣ୍ଠୁ ଗଣ୍ଠି ରୋଗୀ କଦଳୀ ଖାଇବା ଉଚିତ।
  4. କଦଳୀ ଖାଇବା ଦ୍ୱାରା ହାର୍ଟ ରୋଗର ଆଶଙ୍କା ଦୂର ହୁଏ। ଏହା ବ୍ଲଡ଼ ପ୍ରେସରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ଏଣୁ ଏହି ସମସ୍ୟା ଥିବା ବ୍ୟକ୍ତି ମଧ୍ୟ ଶୀତଦିନେ କଦଳୀ ଖାଇପାରିବେ। କିଛି ଅସୁବିଧା ନାହିଁ। କିନ୍ତୁ ଯଦି ଥଣ୍ଡା କିମ୍ବା କାଶ ହେଉଥାଏ, ତେବେ କଦଳୀ ଖାଇବାରୁ ବିରତ ରୁହନ୍ତୁ। ଏହା ସମସ୍ୟାକୁ ବଢ଼ାଇ ଦେଇପାରେ।

2. ଚିନି ବା ଅଧିକ ମିଠା

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଖାଦ୍ୟରେ ଅଧିକ ମିଠା ଖାଦ୍ୟ ଖାଇବା ଦ୍ୱାରା ଆମର ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ହୋଇଥାଏ। ଏକ ଅଧ୍ୟୟନ ଅନୁଯାୟୀ , ଅଧିକ ମିଠା ଖାଉଥିବା ଲୋକଙ୍କ ମଧ୍ୟରେ ବ୍ୟାକ୍ଟେରିଆ ମାଧ୍ୟମରେ ହେଉଥିବା ରୋଗ ସହ ଲଢ଼ିବା ପାଇଁ କ୍ଷମତା ଶେଷ ହୋଇଯାଏ। ଆମକୁ କମରସିଆଲ ଫଳରସ , ମୃଦୁ ପାନୀୟ ଏବଂ ଉଚ୍ଚ ଚିନି ଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ।

3. ଛଣାଛଣି ଖାଦ୍ୟ

ଯେକୌଣସି ଋତୁରେ ଫ୍ରାଇଡ ଫୁଡ ନ ଖାଇବା ପାଇଁ ଲୋକ ମାନଙ୍କୁ ପ୍ରାୟତଃ ପରାମର୍ଶ ଦିଆଯାଇଥାଏ। କିନ୍ତୁ ଏହିପରି ଖାଦ୍ୟର ସବୁଠାରୁ ଖରାପ ପ୍ରଭାବ ଶୀତଦିନେ ହୋଇଥାଏ।ଫ୍ରାଇଡ ଫୁଡରେ ପ୍ରଚୁର ପରିମାଣର ଚର୍ବି ବା ଫ୍ୟାଟ୍     ରହିଥାଏ , ଯାହା କେବଳ ଇନଫ୍ଲାମେସନର କାରଣ ହୋଇଥାଏ(ପ୍ରଦାହର ସମସ୍ୟା ସୃଷ୍ଟି କରେ ନାହିଁ) ବରଂ ଛାତିରେ କଫର ସମସ୍ୟାକୁ ମଧ୍ୟ ବଢ଼ାଇଥାଏ।

4. ଶୀତଦିନେ ଥଣ୍ଡା ପାଣି ପିଇବାରେ ଅସୁବିଧା

  1. ଥଣ୍ଡା ପାଣି ପିଇବା ଦ୍ୱାରା ହଜମ, ପେଟ ଯନ୍ତ୍ରଣା, ବାନ୍ତି ଏବଂ ପେଟରୁ ଅଜବ ଶବ୍ଦରେ ସମସ୍ୟା ସୃଷ୍ଟି ହୋଇପାରେ। ଣ୍ଡା ପାଣି ଖାଦ୍ୟ ହଜମ କରିବାରେ ସମସ୍ୟା ଆଣିଥାଏ। ଏହି କାରଣରୁ, କଠିନ ଖାଦ୍ୟ ହଜମ କରିବାକୁ ସମୟ ନେଇଥାଏ ଏବଂ କୋଷ୍ଠକାଠିନ୍ୟର ସମସ୍ୟା ଦେଖାଯାଏ।
  2. ଥଣ୍ଡା ପାଣି ଆପଣଙ୍କ ଶରୀରରେ ଗଚ୍ଛିତ ଚର୍ବିକୁ କଠିନ କରିଥାଏ। ଏହି କାରଣରୁ, ଚର୍ବି ଜାଳିବାରେ ଏକ ସମସ୍ୟା ଦେଖାଯାଏ। 
  3. ଏହା ସ୍ନାୟୁକୁ ଥଣ୍ଡା କରିଥାଏ ଏବଂ ହୃଦସ୍ପନ୍ଦନକୁ ମନ୍ଥର କରିଥାଏ 
  4. ଥଣ୍ଡା ପାଣି ମେରୁଦଣ୍ଡର ସମ୍ବେଦନଶୀଳ ସ୍ନାୟୁକୁ ଥଣ୍ଡା କରିଥାଏ, ଯେଉଁ କାରଣରୁ ଏହା ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ। ମୁଣ୍ଡ ବିନ୍ଧାର କାରଣ ହେଉଛି ଏହି କାରଣ

5. ହିଷ୍ଟାମିନ

ହିଷ୍ଟାମିନ ପ୍ରତିରକ୍ଷା ପ୍ରଣାଳୀରୁ ତିଆରି ହୋଇଥିବା ଏଭଳି ଏକ ଯୌଗିକ ଅଟେ , ଯାହା ଶରୀରକୁ ଅବାଞ୍ଛିତ ପଦାର୍ଥରୁ ରକ୍ଷା କରିଥାଏ। କେତେକ ଖାଦ୍ୟ ପଦାର୍ଥ ଯେପରିକି ଅଣ୍ଡା , ଛତୁ , ଟମାଟୋ , ଶାଗ , ଶୁଖିଲା ଫଳ ଏବଂ ଦହିରେ ଏହା ଅଧିକ ପରିମାଣରେ ରହିଥାଏ , ଯାହା କଫର ସମସ୍ୟା ବଢାଇପାରେ। ଶୀତଦିନେ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ହେବା ଦ୍ୱାରା ଅତ୍ୟଧିକ କଷ୍ଟଦାୟକ ହୋଇପାରେ।

6. ଦୁଗ୍ଧଜାତ ଦ୍ରବ୍ୟ

କ୍ଷୀରରେ ସେହି ସମସ୍ତ ଗୁଣ ମିଳିଥାଏ , ଯାହା ସୁସ୍ଥ ରହିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କିନ୍ତୁ ଶୀତ ଋତୁରେ ଡାକ୍ତରମାନେ ଦୁଗ୍ଧଜାତ ଖାଦ୍ୟପଦାର୍ଥ ନ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଦୁଗ୍ଧଜାତ ଦ୍ରବ୍ୟ ଥଣ୍ଡା ହୋଇଥାଏ ଯାହା ସେବନ କରିବା ଦ୍ବାରା ଶରୀର​ରେ କଫ ହୋଇଥାଏ। ଏହାଦ୍ୱାରା ଗଳାରେ କାଶ , କଫ ଏବଂ ଥଣ୍ଡା ଭଳି ସମସ୍ୟା ହୋଇପାରେ। 

7. କଫି

ଶୀତଦିନେ ଅଧିକାଂଶ ଲୋକ କଫି,ଚା,ହଟ୍ ଚକୋଲେଟ୍ ଅଧିକ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏ ସମସ୍ତ ଜିନିଷରେ ଫ୍ୟାଟ୍ ଏବଂ କ୍ୟାଫିନ୍ ଶରୀରକୁ ଡି-ହାଇଡ୍ରେଟ୍ କରିଥାଏ ଯାହା ଫଳରେ ଆମକୁ ଅନେକ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ହୋଇପାରେ।

8. ଅଦିନିଆ ଫଳ

ଅଦିନିଆ ଫଳ ଏବଂ ପନିପରିବା ଖାଇବା ପ୍ରତି ପୂର୍ବରୁ ବିଶେଷ ଧ୍ୟାନ ଦିଆଯାଇନଥାଏ। କିନ୍ତୁ ଏବେ ରୋଷେଇ ବୁକରେ ଏଥିପ୍ରତି ଧ୍ୟାନ ରଖାଯାଉଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଆମକୁ ଅଦିନିଆ ଫଳ ଏବଂ ପନିପରିବା ଖାଇବା ଠାରୁ ଦୂରେଇ ରହିବା ଉଚିତ , କାରଣ ଏହିପରି ଫଳ ଏବଂ ପନିପରିବା ତଟକା ନହେବା କାରଣରୁ ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।

9. ଷ୍ଟ୍ରବେରୀ 

ଗ୍ରୀଷ୍ମ ଦିନ ତୁଳନାରେ ଶୀତଦିନେ ଷ୍ଟ୍ରବେରୀର ରଙ୍ଗରେ ଅଳ୍ପ ହଳଦିଆପଣ ଆସିଥାଏ। ଷ୍ଟ୍ରବେରୀର ରଙ୍ଗର ସିଧାସଳଖ ସଂଯୋଗ ତାହାର ଫାଇଟୋନ୍ୟୁଟ୍ରିଏଣ୍ଟସ ତତ୍ତ୍ବ ସହ ଜଡିତ ହୋଇଥାଏ ଥାଏ। ଅଧିକ ଗାଢ଼ ରଙ୍ଗର ଅର୍ଥ ଅଧିକ ନ୍ୟୁଟ୍ରିଏଣ୍ଟସ୍  ଅଟେ। ଏଥିପାଇଁ ଏହାକୁ ଗ୍ରୀଷ୍ମ ଦିନେ ଖାଇବା ଅଧିକ ଭଲ ହୋଇଥାଏ।

10. ରାଗ ଏବଂ ମସଲାଯୁକ୍ତ ଖାଦ୍ୟ

ରାଗ ଖାଦ୍ୟ ଏବଂ ମସଲାଯୁକ୍ତ ଶୀତଦିନେ ଆପଣଙ୍କ ନାକ ବନ୍ଦ ଥିଲେ ଆପଣଙ୍କୁ ଆରାମ ଦେଇପାରେ। କିନ୍ତୁ ଏହା ଆପଣଙ୍କ ପେଟ ପାଇଁ ଅଧିକ କ୍ଷତିକାରକ ହୋଇପାରେ। ତେଣୁ ଶୀତ ଦିନେ ରାଗ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ପରିବର୍ତ୍ତେ ସହଜରେ ହଜମ ହେଉଥିବା ଜିନିଷ ଖାଇବା ଭଲ ହେବ। ଏହି ଋତୁରେ ଲଙ୍କା ପରିବର୍ତ୍ତେ  ଗରମ ଖାଦ୍ୟ ଅନ୍ତର୍ଭୁକ୍ତ କରନ୍ତୁ।

11. ପ୍ୟାକେଟ ଯୁକ୍ତ ପରିବା 

ବଜାରରେ ମିଳୁଥିବା ପ୍ୟାକେଟ ଯୁକ୍ତ କିମ୍ବା ପୂର୍ବରୁ କଟା ଯାଇଥିବା ପରିବା ଆପଣଙ୍କ କାମ କମ୍ କରିପାରେ କିନ୍ତୁ ଶୀତ ଦିନେ ଏହାର ସେବନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଏହି ଋତୁରେ ପ୍ୟାକେଟ ବନ୍ଦ ପନିପରିବା ଆଦୌ କିଣନ୍ତୁ ନାହିଁ। ସତେଜ ପନିପରିବାକୁ ଘରକୁ ଆଣି ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ପରେ କାଟି କରି ଖାଦ୍ୟ ପ୍ରସ୍ତୁତ କରନ୍ତୁ।

12. ରେଡ ମିଟ୍( ଲାଲ ମାଂସ )

ରେଡ ମିଟ୍(ଲାଲ ମାଂସ) ଏବଂ ଅଣ୍ଡାରେ ସବୁଠୁ ଅଧିକ ପ୍ରୋଟିନ୍ ଥାଏ। କିନ୍ତୁ ଶୀତଦିନେ ଅଧିକ ପ୍ରୋଟିନ୍ ସେବନ କରିବା ଦ୍ବାରା ଆପଣଙ୍କ ଛାତିରେ କଫ ସମସ୍ୟା ବଢ଼ିପାରେ। ମାଂସ ପରିବର୍ତ୍ତେ ଆପଣ ମାଛ ସେବନ କରିପାରିବେ। ତେବେ ମାଛରେ ମଧ୍ୟ ପ୍ରୋଟିନ ରହିଥାଏ , କିନ୍ତୁ ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟରେ କୌଣସି ଅସୁବିଧା ସୃଷ୍ଟି ହୁଏ ନାହିଁ।

Post a Comment

0 Comments