ପଞ୍ଚ ତୁଳସୀ 200ରୁ ଅଧିକ ରୋଗ ପାଇଁ ଲାଭଦାୟକ ଅଟେ

ପଞ୍ଚ ତୁଳସୀ 200ରୁ ଅଧିକ ରୋଗ ପାଇଁ ଲାଭଦାୟକ ଅଟେ

ଏହି ସବୁ ତୁଳସୀ  (ପାଞ୍ଚ ପ୍ରକାରର ତୁଳସୀ ରସରେ ତିଆରି) ତୁଳସୀ ଭାରତ ବର୍ଷର ଶରୀର ଆତ୍ମା ସମାନ ଅଟେ । ଲୋକମାନେ ତୁଳସୀ ଗଛକୁ ମାଆ ସହିତ ତୁଳନା କରି ସେଥିରେ ପାଣି ଦିଅନ୍ତି ଓ ଆଶୀର୍ବାଦ ମଧ୍ୟ ନିଅନ୍ତି । ତୁଳସୀ ସବୁ ଧର୍ମରେ ପୂଜା ପାଏ । ବ୍ୟକ୍ତିର ମୃତ୍ୟୁ ପୂର୍ବରୁ ତାର ମୁହଁରେ ତୁଳସୀ ପାଣି ଦିଅନ୍ତି ବୋଲି ପ୍ରଥା ରହିଛି । 

ଏହି ପାଞ୍ଚ ପ୍ରକାର ତୁଳସୀର ଅର୍କ ସର୍ବରୋଗ ନାଶକ ଅଟେ । ବିଶେଷ ବିଧି ଦ୍ୱାରା ବାହାର କରି ପଞ୍ଚ ତୁଳସୀର ନିର୍ମାଣ କରାଯାଇଛି l ଏହା ପୃଥିବୀର ସବୁଠୁ ବଢ଼ିଆ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଏଜିଙ୍ଗ୍, ଆଣ୍ଟି-ବ୍ୟାକ୍ଟେରିଆ, ଆଣ୍ଟି-ସେପ୍‌ଟିକ, ଆଣ୍ଟି-ଭାଇରାଲ, ଆଣ୍ଟି-ବାଇଓଟିକ୍, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି-ଡ଼ିସ୍‌ଇସ୍‌ ବସ୍ତୁ ।

ତୁଳସୀ ମୁଖ୍ୟତଃ ପାଞ୍ଚ ପ୍ରକାରର – ଶ୍ୟାମ ତୁଳସୀ, ରାମ ତୁଳସୀ, ଶ୍ୱେତ ତୁଳସୀ, ବଣ ତୁଳସୀ, ନିମ୍ବୁ ତୁଳସୀ | ଏହାକୁ ତୁଳସୀ ସତ୍ତ୍ୱ କୁହାଯାଏ |

ପଞ୍ଚ ତୁଳସୀ 200 ରୁ ଅଧିକ ରୋଗ ପାଇଁ ଲାଭଦାୟକ ଅଟେ - ଯେପରିକି ଫ୍ଲୁ, ସ୍ୱାଇନ ଫ୍ଲୁ, ଡେଙ୍ଗୁ ଜ୍ୱର, ସର୍ଦ୍ଦି କାଶ, ପ୍ଲେଗ, ମ୍ୟାଲେରିଆ, ଆଣ୍ଠୁ ଗଣ୍ଠି ବାତ, ପଥୁରୀ, ମେଦବହୁଳତା, ଉଚ୍ଚ ରକ୍ତଚାପ,ସୁଗାର, ମାଡ଼ୁବୁମେହ, ଏଲର୍ଜୀ, କୃମି, ହେପାଟାଇଟିସ, ଜଳାପୋଡା, ମୂତ୍ର ସମ୍ବନ୍ଧୀୟ ରୋଗ,ଗଳଗଣ୍ଡ,ଅର୍ଶ,ଚିନ୍ତା,ପେଟ ଜନିତ ରୋଗ,ଯୌନ ରୋଗ, ଶ୍ୱାସ, ଅତିସାର, ଆଖିବିନ୍ଧା, କାଛୁ କୁଣ୍ଡିଆ, ମୁଣ୍ଡବ୍ୟଥା, ପାଇରିଆ, ଅଲସର, ଟିବି, ବୀର୍ଯ୍ୟହୀନତା, ହାର୍ଟ ବ୍ଳକେଜ ଇତ୍ୟାଦି l

  1. ପଞ୍ଚ ତୁଳସୀ ର କିଛି ବୁନ୍ଦା ପାଣିରେ ମିଶାଇ ପାଞ୍ଚ ମିନିଟ ପରେ ସେହି ପାଣିକୁ ସେବନ କରିବା ଉଚିତ, ଏହା ଦ୍ୱାରା ପାନୀୟ ଜଳ ଜୀବାଣୁ ଭୁତାଣୁ ମୁକ୍ତ ହୋଇ ସ୍ୱାସ୍ଥ୍ୟ ବର୍ଦ୍ଧକ ହୋଇଥାଏ |
  2. ଏକ ଉତ୍କୃଷ୍ଟ ମାନର ପଞ୍ଚ ତୁଳସୀ ଯାହାର ମାତ୍ର ୧ ବୁନ୍ଦା ହିଁ ଯଥେଷ୍ଟ – ଏହାର ଡୋଜ୍ ଅଢେଇ ଲିଟର ପାଣିରେ ମାତ୍ର ଏକ ବୁନ୍ଦା ; ଅର୍ଥାତ ଦିନକୁ ଅତି କମରେ ଅଢେଇ ଲିଟରରୁ ୩ ଲିଟର ପାଣି ପିଉଥିବା ଲୋକଙ୍କ ପାଇଁ ଯଥେଷ୍ଟ | ଏହାକୁ ପରୀକ୍ଷା କରି ଏହାର ଗୁଣବତ୍ତା ମଧ୍ୟ ଯାଞ୍ଚ କରିପାରିବେ I 
  3. ପ୍ରତିଦିନ ଗୋଟିଏ ଗ୍ଲାସ ପାଣିରେ ଗୋଟିଏ ବୁନ୍ଦା ପଞ୍ଚ ତୁଳସୀ ମିଶାଇ ପିଇଲେ ସୁସ୍ଥ ଜୀବନ ଯାପନ ପ୍ରଣାଳୀ ହୋଇଥାଏ ।
  4. ଭୋଜନର ଏକ ଘଣ୍ଟା ପୂର୍ବରୁ ଦୁଇ ବୁନ୍ଦା ପଞ୍ଚ ତୁଳସୀକୁ 1 ଗ୍ଲାସ ପାଣିରେ ମିଶାଇ ସେବନ କଲେ ପେଟ ସମ୍ବନ୍ଧୀୟ ରୋଗରୁ ମୁକ୍ତି ମିଳେ l ଖାଇବା ପରେ ମଧ୍ୟ ଗୋଟିଏ ବୁନ୍ଦା  ପଞ୍ଚ ତୁଳସୀ ସେବନ କଲେ ପେଟ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ । 
  5. ଶ୍ୱାସ ଓ କାଶ ହେଉଥିଲେ ପଞ୍ଚ ତୁଳସୀର ଦୁଇବୁନ୍ଦା ଅଳ୍ପ କିଛି ଅଦା ରସ ତଥା ମହୁ ସହିତ ମିଶାଇ ଦିନକୁ 3 ଥର ସେବନ କରନ୍ତୁ l
  6. ଏହା ଅଙ୍ଗ ପ୍ରତ୍ୟଙ୍ଗକୁ ଫୁର୍ତ୍ତି ବଢ଼ାଇଥାଏ ।
  7. ପଞ୍ଚ ତୁଳସୀର ସେବନ ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ପାଏ l
  8.  ନିଆଁରେ ଜଳିଥିଲେ ଏହା ପୋଡ଼ାଜଳା କିମ୍ବା ବିଷାକ୍ତ ପୋକ କାମୁଡ଼ିଲେ ପଞ୍ଚ ତୁଳସୀ ଲଗାଇ କରି ସୁସ୍ଥ ଅନୁଭବ କରନ୍ତୁ  
  9. କେଶ ଝଡ଼ିବା, ରୁପି, ମୁଣ୍ଡ ବିନ୍ଧିବା,ଓ ଚୁଟି ପାଚିବା ଆଦି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆଠ-ଦଶ ବୁନ୍ଦା ପଞ୍ଚତୁଳସୀକୁ 10 ml ତେଲରେ ମିଶାଇ ମୁଣ୍ଡରେ ମାରିବା ଉଚିତ୍ ।
  10. କାନ ବିନ୍ଧା,କାନ ପାଚିବା କ୍ଷେତ୍ରରେ ପଞ୍ଚ ତୁଳସୀକୁ ଉଷୁମ କରି ଦୁଇବୁନ୍ଦା କାନରେ ପକାନ୍ତୁ  ।
  11. ଦାନ୍ତ ବିନ୍ଧା,ଦାନ୍ତ ପୋକ ଲାଗିବା ଓ ମାଡ଼ିରୁ ରକ୍ତ ପଡୁଥିଲେ ଉଷୁମ ପାଣିରେ ଚାରି ପାଞ୍ଚ ବୃନ୍ଦା  ପଞ୍ଚ ତୁଳସୀକୁ ମିଶାଇ କୁଳୁକୁଳୁ କରିବା ଉଚିତ୍ । 
  12. ମୁହଁରୁ ଦୁର୍ଗନ୍ଧ ବାହାରୁଥିଲେ ଏକ ଦୁଇ ବୁନ୍ଦା  ପଞ୍ଚ ତୁଳସୀ ଖାଇ ସାରିବା ପରେ ପିଇବା ଉଚିତ୍ । ମୁଖରୁ ଦୁର୍ଗନ୍ଧକୁ ଦୂର କରିବା ପାଇଁ ପାଟିରେ କିଛି ବୁନ୍ଦା ପଞ୍ଚ ତୁଳସୀ ପକାନ୍ତୁ |
  13. ଗଳାର ଯନ୍ତ୍ରଣାରେ ମଧ୍ୟ  ପଞ୍ଚ ତୁଳସୀ ବୃନ୍ଦାରୁ ଉପଶମ ମିଳିଥାଏ । ଗଳା ଦରଜ ଏବଂ ମୁହଁରେ ଭାଙ୍ଗ ପଡ଼ିଥିଲେ ପଞ୍ଚ ତୁଳସୀକୁ କିଛି ବୁନ୍ଦା ଅଧ ଗ୍ଲାସ ଗରମ ପାଣିରେ ପକାଇ କୁଳି କରିବା ଉଚିତ
  14. ପ୍ରତିଦିନ ରାତିରେ ଆଠ-ଦଶ ବୁନ୍ଦା  ପଞ୍ଚ ତୁଳସୀ ତେଲରେ ମିଶାଇ ଦେହରେ ଲଗାଇଲେ ମଶା କାମୁଡ଼ିବାରୁ ମୁକ୍ତି ଓ ସୁଖନିଦ୍ରା ହୋଇଥାଏ । 
  15. ପଞ୍ଚ ତୁଳସୀକୁ ଆଠ-ଦଶ ବୁନ୍ଦା ନିଜ ଘରର କୁଲରରେ ମିଶାଇଲେ ମଶା ହୁଅନ୍ତି ନାହିଁ ଓ ଏହା ପରିବେଶକୁ ପରିଷ୍କାର ପରିଛନ୍ନ ରଖିଥାଏ । 
  16. ଉକୁଣୀ ଏବଂ ନିଖରୁ ରକ୍ଷା ପାଇଁ ସମ ପରିମାଣରେ ପଞ୍ଚତୁଳସୀ ଓ ଲେମ୍ବୁ ରସ ମିଶାଇ ମୁଣ୍ଡରେ ମାରିବ ଏବଂ ଏହାକୁ ଦୁଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ ରଖି ମୁଣ୍ଡ ଧୋଇଦେଲେ ଉକୁଣୀ ମରିଯାଏ ।
  17. ଏହା ହୃଦରୋଗ ପାଇଁ ଅତ୍ୟନ୍ତ ଦରକାରୀ । ନିୟମିତ ସେବନ ଦ୍ବାରା ହୃଦ୍ ରୋଗ ଜନିତ ସମସ୍ୟା ଦୂର ହୋଇଥାଏ । 
  18. ପଞ୍ଚ ତୁଳସୀର ନିୟମିତ ସେବନ କରିବା ଦ୍ୱାରା କୋଲେଷ୍ଟେରୋଲ ସ୍ତର କମିବାକୁ ଲାଗେ, ରକ୍ତ ପତଳା ହୁଏ ଓ ହୃଦରୋଗ ଓ କୋଲେଷ୍ଟେରଲ କମିଥାଏ |
  19. ଗାଧୋଇବା ବେଳେ 1 ବାଲତି ପାଣିରେ ଆଠ-ଦଶ ବୁନ୍ଦା ପଞ୍ଚ ତୁଳସୀ ମିଶାଇ କରି ଗାଧୋଇଲେ ଚର୍ମ ଜନିତ ସମସ୍ୟା ଦୂର ହୋଇଥାଏ ଓ ଏହା ଆମର ଚିନ୍ତା ଦୂର କରିଥାଏ । 
  20. ଦୁଇ ବୁନ୍ଦା ରୂପାୟନ ତେଲ ଓ  ପଞ୍ଚ ତୁଳସୀ ମିଶେଇ ଏହାକୁ ମୁଖରେ ପ୍ରତିଦିନ ସକାଳେ ଏବଂ ରାତିରେ ଲଗାଇଲେ ଏହା ମୁଖକୁ ସୁନ୍ଦର କରିବା ସହିତ ବ୍ରଣ ବା ଦାଗ ଦେଖା ଦେଇ ନଥାଏ |
  21. ନାକରେ କିଛି ରୋଗ ହୋଇଥିଲେ ଏବଂ ମୁହଁରେ ବ୍ରଣ ବଢିବା ଦ୍ୱାରା ଅତ୍ୟଧିକ ଯନ୍ତ୍ରଣାରୁ ଆରାମ ପାଇବା ପାଇଁ ପଞ୍ଚ ତୁଳସୀକୁ ଉଷୁମ କରି ଦୁଇ ବୁନ୍ଦା ନାକରେ ପକାନ୍ତୁ ଓ ମୁହଁରେ ଲଗାନ୍ତୁ |
  22. ତ୍ୱଚାର କୌଣସି ସମସ୍ୟା ଥିଲେ ଲେମ୍ବୁ ରସ ସହିତ ପଞ୍ଚ ତୁଳସୀ 4/5 ବୁନ୍ଦା ମିଶାଇ ପ୍ରୟୋଗ କରନ୍ତୁ |
  23. ପଞ୍ଚ ତୁଳସୀର ଦୁଇ ବୁନ୍ଦା ଯେକୌଣସି ଭଲ କ୍ରିମ ସହିତ ମିଶାଇ ମୁହଁରେ ସକାଳେ ଓ ରାତି ଶୋଇବା ବେଳେ ଲଗାଇଲେ ତ୍ୱଚା ସୁନ୍ଦର ଓ କୋମଳ ହୋଇଥାଏ ତଥା ମୁହଁରୁ ପ୍ରତ୍ୟେକ ପ୍ରକାରର କଳାଦାଗ, ବ୍ରଣ ନଷ୍ଟ ହୋଇଯାଏ |
  24. ଧଳା ଦାଗରୁ ମୁକ୍ତି ପାଇବା ପାଇଁ 10ml ନଡ଼ିଆ ତେଲରେ 20ବୁନ୍ଦା ପଞ୍ଚ ତୁଳସୀ ପକାଇ ସକାଳେ ଓ ରାତିରେ ଶୋଇବା ପୂର୍ବରୁ ଭଲ ଭାବରେ ମାଲିସ କରନ୍ତୁ
  25. ଏହି ଦିନମାନଙ୍କରେ ପ୍ରଦୂଷଣ ଏବଂ ଏହି ବିଷାର ପରିବେଶ ମଧ୍ୟରେ ପ୍ରତ୍ୟେକ ଲୋକ ଚାରି ପାଞ୍ଚ ବୁନ୍ଦା ଶ୍ରୀ ତୁଳସୀ ପିଇବା ଉଚିତ୍ ।
  26. ମହିଳା ମାନଙ୍କର ଗର୍ଭାବସ୍ଥାରେ ହେଉଥିବା ବାରମ୍ବାର ବାନ୍ତି ରୁ ମୁକ୍ତି ପାଇବା ପାଇଁ ପଞ୍ଚ ତୁଳସୀ କୁ 4/5 ବୁନ୍ଦା  1 ଗ୍ଲାସ ପାଣିରେ ମିଶାଇ ପିଅନ୍ତୁ |

  27. ପ୍ରସବ ପରେ ହୋଇଥିବା ଷ୍ଟ୍ରେଚ ମାର୍କ ଦୁର କରିବା ପାଇଁ ପଞ୍ଚ ତୁଳସୀକୁ କୌଣସି ଭଲ କ୍ରିମ ସହିତ ମିଶାଇ ଲଗାନ୍ତୁ |

  28. ପଞ୍ଚ ତୁଳସୀ ଶରୀରର ଲୋହିତ ରକ୍ତ କୋଷକୁ ବଢାଇବାରେ ଅତ୍ୟନ୍ତ ସହାୟକ ଅଟେ ଏବଂ ହେମୋଗ୍ଲୋବିନର ସ୍ତରକୁ ବଢାଇଥାଏ। 

  29. ପଞ୍ଚ ତୁଳସୀ ଏକ ବିଷନାଶକ ଆୟୁର୍ବେଦିକ ଔଷଧ ଅଟେ ତଥା ଶରୀରର ବିଷକୁ ବାହାର କରି ଶରୀରକୁ ନୀରୋଗ ରଖିବାରେ ସାହାଯ୍ୟ କରେ

ତୁଳସୀ ରସ ନିୟମିତ କେତେ ବୁନ୍ଦା କରନ୍ତୁ ସେବନ ଜିଅନ୍ତୁ ନୀରୋଗ ଓ ସୁସ୍ଥ ଜୀବନ

Post a Comment

0 Comments