ମାସ୍କ ଏକ ପ୍ଲାଷ୍ଟିକ୍ ବ୍ୟାଗ୍ ନୁହେଁ, ଯାହା ବାୟୁ ଚଳାଚଳ ପାଇଁ ସୁଯୋଗ ଦେବ ନାହିଁ।
ମାସ୍କ ଏକ ପ୍ଲାଷ୍ଟିକ୍ ବ୍ୟାଗ୍ ନୁହେଁ, ଯାହା ବାୟୁ ଚଳାଚଳ ପାଇଁ ସୁଯୋଗ ଦେବ ନାହିଁ।
ଘରୁ ବାହାରିବା ସମୟରେ ଯେପରି ଜୋତା ପିନ୍ଧିବା ଆମେ ଭୁଲି ନ ଥାଉ, ସେହିଭଳି ଆଜି କରୋନା ଭୂତାଣୁ ସମୟରେ ମାସ୍କ ପିନ୍ଧିବା ମଧ୍ୟ ଜରୁରୀ ହୋଇପଡ଼ିଛି। କରୋନାଭାଇରସ୍ ବିରୁଦ୍ଧରେ ମାସ୍କ ହେଉଛି ସେହି ଅସ୍ତ୍ର ଯାହା ଯଦି ଆପଣଙ୍କର ଅଛି, ତେବେ ସଂକ୍ରମଣ ହେବାର ଆଶଙ୍କା ଯଥେଷ୍ଟ କମିଯାଏ। ତେଣୁ ବର୍ତ୍ତମାନ ଭାରତରେ ଫେସ୍ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଯଦି ଆପଣ ଘରୁ ବାହାରକୁ ଯାଆନ୍ତି, ତେବେ ଏହା ଜରୁରୀ ଯେ ଆପଣ ଫେସ୍ ମାସ୍କ ଲଗାଇବା ପରେ ଘରୁ ବାହାରକୁ ଯାଆନ୍ତୁ। କିନ୍ତୁ ବର୍ତ୍ତମାନ ଫେସ୍ ମାସ୍କ ବିଷୟରେ ଏକ ନୂଆ ତଥ୍ୟ ଆସିଛି।
ମାସ୍କର ଅତ୍ୟଧିକ ବ୍ୟବହାର ଶରୀରରେ ଅମ୍ଳଜାନର ଅଭାବ ସୃଷ୍ଟି କରିପାରେ କି ?
- ଅନେକ କ୍ଷେତ୍ରରେ ଦୀର୍ଘ ସମୟ ଧରି ମାସ୍କ ବ୍ୟବହାର କରିବା ବିପଜ୍ଜନକ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଅନୁଯାୟୀ, ଉଚ୍ଚ ସ୍ତରର କାର୍ବନ ଡାଇଅକ୍ସାଇଡରେ ନିଶ୍ୱାସ ନେବା ସାଂଘାତିକ ହୋଇପାରେ। କାର୍ବନ ଡାଇଅକ୍ସାଇଡରେ ଉପସ୍ଥିତ ହାଇପରକାପ୍ନିଆ ହେତୁ ମୁଣ୍ଡବ୍ୟଥା, ମୁଣ୍ଡ ବୁଲାଇବା, ଦେଖିବାରେ ଅସୁବିଧା, ଧ୍ୟାନ ଦେବାରେ ଅସୁବିଧା,ଭର୍ଟିଗୋ, ଅଣନିଃଶ୍ୱାସୀ ଓ ରୁନ୍ଧି ହେଲା ଭଳି ସମସ୍ୟା କାନରେ ଶବ୍ଦ ସୃଷ୍ଟି ହେବା ଏବଂ ବାତ ମାରିବା ଶରୀର ନିସ୍ତେଜ ତଥା ଅଚେତ୍ ହେଲା ଭଳି ସ୍ଥିତି ଆସିଥାଏ।
- କାର୍ବନ ଡାଇଅକ୍ସାଇଡ୍ ଶ୍ୱାସକ୍ରିୟା ପ୍ରକ୍ରିୟାର ଏକ ପ୍ରାକୃତିକ ଉପ-ଉତ୍ପାଦ ଅଟେ, ଯାହା ଆମେ ପ୍ରତିଦିନ ନିଃଶ୍ୱାସ-ପ୍ରଶ୍ୱାସରେ ନେଇଥାଉ ଓ ତ୍ୟାଗ କରିଥାଉ। ତେବେ ଫେସ୍ ମାସ୍କ ପିନ୍ଧିବା ଦ୍ୱାରା ଏହି କାର୍ବନ ଡାଇଅକ୍ସାଇଡ୍ ଅତ୍ୟଧିକ ପରିମାଣରେ ଶରୀରକୁ ଯାଉଥିବା ବେଳେ ଅମ୍ଳଜାନ କମ୍ ପରିମାଣରେ ଗ୍ରହଣ କରିବା ଫଳରେ ମୃତ୍ୟୁ କିମ୍ୱା ସାଂଘାତିକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ କି ନାହିଁ ଏବେ ସବୁଠାରୁ ବଡ଼ ପ୍ରଶ୍ନ?
କାହିଁକି ହୁଏ ଅସୁବିଧା
- ସାଧାରଣତଃ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡର ପରିମାଣ 0.04 ପ୍ରତିଶତ ହୋଇଥାଏ, କିନ୍ତୁ ଯଦି ସମାନ ପରିମାଣ 10 ପ୍ରତିଶତ କିମ୍ବା ତା’ଠାରୁ ଅଧିକ ହୋଇଯାଏ, ତେବେ ଏହା ସାଂଘାତିକ ହୋଇପାରେ। ଯେତେବେଳେ ଆପଣ ଏକ ମାସ୍କ ପିନ୍ଧନ୍ତି, ନିଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟା ଚାଲିଥାଏ। ଏହି ସମୟରେ, ମାସ୍କ ଯୋଗୁଁ, ଅମ୍ଳଜାନ ପ୍ରବାହ ହ୍ରାସ ହୋଇଥାଏ ଏବଂ କାର୍ବନ ଡାଇଅକ୍ସାଇଡର ମାତ୍ରା ବୃଦ୍ଧି ପାଇଥାଏ।
- କାରଣ ଆପଣ ଛାଡିଥିବା ନିଶ୍ୱାସ କିଛି ସମୟ ପାଇଁ ମାସ୍କରେ ରହିଥାଏ। ଏପରି ପରିସ୍ଥିତିରେ, ଆପଣ ଛାଡିଥିବା କାର୍ବନ ଡାଇଅକ୍ସାଇଡକୁ ହିଁ ଅକ୍ସିଜେନ ସହ ଶରୀରକୁ ଯାଇଥାଏ। CO2 ରକ୍ତରେ pH ନିୟନ୍ତ୍ରଣ କରିଥାଏ। ଅତ୍ୟଧିକ CO2 ହେତୁ ରକ୍ତ ଅତ୍ୟଧିକ ଅମ୍ଳୀୟ ହୋଇଯାଏ। ଯେହେତୁ ରକ୍ତ ଅମ୍ଳୀୟ ହୋଇଯାଏ, ଶରୀର ଅମ୍ଳଜାନ ଆବଶ୍ୟକ କରେ ଏବଂ ଉପଲବ୍ଧ ନ ହେଲେ ବାତ ମାରିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ।
କେମିତି କରିବେ ମାସ୍କର ବ୍ୟବହାର
- ତେବେ ସବୁ ଫେସ୍ ମାସ୍କ ସମାନ ପ୍ରକାରର ନୁହେଁ। ମାକ୍ସଟି କେଉଁଥିରେ ତିଆରି ଏବଂ ଏହାକୁ କେତେ ଜୋରରେ ଆପଣ ପିନ୍ଧିଛନ୍ତି, ତାହାରି ଉପରେ ମାସ୍କ କେତେ ମାତ୍ରାରେ କାର୍ବନ ଡାଇଅକ୍ସାଇଡକୁ ପ୍ରଭାବିତ କରୁଛି ତାହା ନିର୍ଭର କରେ।
- ଦୀର୍ଘ ସମୟ ଧରି ଏନ୍-୯୫ ମାସ୍କ ପିନ୍ଧିବା ଅସହଜ ହୋଇଥିବା ବେଳେ ଅମ୍ଳଜାନ ଏବଂ କାର୍ବନ ଡାଇଅକ୍ସାଇଡ୍ ସ୍ତରକୁ ପ୍ରଭାବିତ କରିଥାଏ। ହେଲେ କରୋନା ଭୂତାଣୁ ସହ ଲଢ଼ଥିବା ଆଗଧାଡ଼ିର ଯୋଦ୍ଧାଙ୍କ ପାଇଁ ଏହା ପିନ୍ଧିବା ନିତାନ୍ତ ଜରୁରୀ।
- ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ N95 ମାସ୍କ ଜରୁରୀ, କିନ୍ତୁ ଯଦି ଆପଣ ଏହାକୁ ବ୍ୟବହାର କରୁଛନ୍ତି, ତେବେ ଏହାକୁ ଅଧିକ ସମୟ ପିନ୍ଧନ୍ତୁ ନାହିଁ।
- ଦ୍ରୁତ ଗତିରେ ଚାଲିବା କିମ୍ବା ଚାଲିବା ସମୟରେ N95 ମାସ୍କକୁ କାଢି ଦିଅନ୍ତୁ। ମାସ୍କ ବିନା ଘରୁ ବାହାରକୁ ଯାଆନ୍ତୁ ନାହିଁ କିନ୍ତୁ ଟାଇଟ୍ ମାସ୍କ ପିନ୍ଧନ୍ତୁ ନାହିଁ।
- ଏନ୍-୯୫ ମାସ୍କ ଦୀର୍ଘ ସମୟ ଯାଏ ପିନ୍ଧିବା ଦ୍ୱାରା ରକ୍ତରେ ରାସୟନିକ ପରିବର୍ତ୍ତନ ଆସିପାରେ। ଏହା ସାଂଘାତିକ ରୂପ ନେଲେ ଅଚେତ୍ ମଧ୍ୟ କରିପାରେ। ତେବେ ଧୁମ୍ରପାନ, ମେଦବହୁଳତା, ସିଓପିଡି ଏବଂ ଶ୍ୱାସରୋଗ କାରଣରୁ ଯେଉଁମାନଙ୍କର ଶ୍ୱାସକ୍ରିୟା ଜନିତ ସମସ୍ୟା ପୂର୍ବରୁ ରହିଛି, ସେମାନଙ୍କ କ୍ଷେତ୍ରରେ ଏଭଳି ପରିସ୍ଥିତି ସୃଷ୍ଟି ହେବାର ଅଧିକ ସମ୍ଭାବନା ରହିଛି।
- ଏନ୍-୯୫ ସମେତ ଯେକୌଣସି ମାସ୍କ ପିନ୍ଧିବା ଦ୍ୱାରା କାର୍ବନ ଡାଇଅକ୍ସାଇଡର କୁପ୍ରଭାବ ଜଣେ ସୁସ୍ଥ ମଣିଷ ଉପରେ ଦେଖାଯାଇନାହିଁ। ମାସ୍କ ପିନ୍ଧିବା ଦ୍ୱାରା ସହଜରେ ଶ୍ୱାସକ୍ରିୟା ପରିଚାଳିତ ହୋଇପାରେ ନାହିଁ। ଏଣୁ ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ଥିବା ବ୍ୟକ୍ତିମାନେ ମାସ୍କର ବ୍ୟବହାର କରିବା ଦ୍ୱାରା ଅତ୍ୟନ୍ତ ସତର୍କ ରହିବା ଆବଶ୍ୟକ।
- ଘରେ ତିଆରି ମାସ୍କ ଭଲ, କାରଣ ଏଥିରେ ନିଶ୍ୱାସ ନେବାରେ ଅସୁବିଧା ହୁଏ ନାହିଁ। ଘରେ ମାସ୍କ ତିଆରି କରିବା ପାଇଁ ସୂତା କପଡା ବ୍ୟବହାର କରନ୍ତୁ।
- ଏକ କପଡ଼ା ଦ୍ୱାରା ନିର୍ମିତ ମାସ୍କ ଶ୍ୱାସକ୍ରିୟା ପ୍ରକ୍ରିୟାରେ ବାଧା ସୃଷ୍ଟି ହେବାର ସମ୍ଭାବନା ଖୁବ୍ କମ୍ ଥାଏ ବା ଅମ୍ଳଜାନ ଅଭାବରେ ଜଣଙ୍କ ମୃତ୍ୟୁ ଅସମ୍ଭବ। କାରଣ କପଡ଼ା ତିଆରି ମାସ୍କ ଅଧିକାଂଶ କ୍ଷେତ୍ରରେ ଚେହେରାରେ ଜୋରରେ ଫିଟ୍ ହୋଇ ନ ଥାଏ।
- କପଡ଼ା ମାସ୍କ ବ୍ୟବହାର ସମୟରେ ଧ୍ୟାନ ରଖନ୍ତୁ ଯେଉଳି ଆପଣଙ୍କ ପାଟି ଭଲ ଭାବରେ ଆବଦ୍ଧ ହୋଇଥିବ, ଚେହେରାରେ ଏହା ସମ୍ପୂର୍ଣ୍ଣ ଫିଟ୍ ହେଉ ନ ଥିବ ଏବଂ ଏହା ଆପଣଙ୍କୁ ଅଣନିଃଶ୍ୱାସୀ କରୁ ନ ଥିବ। ଏହା ପିନ୍ଧି ଜଣେ ଶ୍ୱାସକ୍ରିୟା କଲେ, ବାୟୁ କପଡ଼ାର ଛିଦ୍ର ଦେଇ ଚଳାଚଳ କରିପାରେ।
- ଯଦି ଆପଣ ମାସ୍କ ପିନ୍ଧିବା ପରେ ନିଶ୍ୱାସ ନେବାରେ ଅସୁବିଧା ଭୋଗୁଛନ୍ତି, ତେବେ ମାସ୍କକୁ ବାହାର କରନ୍ତୁ ଏବଂ ଏକ ସୁରକ୍ଷିତ ସ୍ଥାନରେ ବିଶ୍ରାମ କରନ୍ତୁ। ଡାକ୍ତରଙ୍କ ସହିତ ପରାମର୍ଶ ନିଶ୍ଚିତ ହୁଅନ୍ତୁ।
ମାସ୍କ ଏକ ପ୍ଲାଷ୍ଟିକ୍ ବ୍ୟାଗ୍ ନୁହେଁ, ଯାହା ବାୟୁ ଚଳାଚଳ ପାଇଁ ସୁଯୋଗ ଦେବ ନାହିଁ।
ମାସ୍କ ଏକ ପ୍ଲାଷ୍ଟିକ୍ ବ୍ୟାଗ୍ ନୁହେଁ, ଯାହା ବାୟୁ ଚଳାଚଳ ପାଇଁ ସୁଯୋଗ ଦେବ ନାହିଁ। ଉଭୟ ସର୍ଜିକାଲ ମାସ୍କ ଏବଂ କପଡ଼଼ା ମାସ୍କ ପିନ୍ଧି ନିଃଶ୍ୱାସ ନେବା ସମୟରେ କାର୍ବନ ଡାଇଅକ୍ସାଇଡ୍ କଣିକାଗୁଡ଼ିକ ଫସିରୁହେ ନାହିଁ। ହେଲେ କେତେକ କ୍ଷେତ୍ରରେ ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତି ଏନ୍-୯୫ ମାସ୍କ ବ୍ୟବହାର କରିବା ଦ୍ୱାରା ଶ୍ୱାସକ୍ରିୟାରେ ଅସୁବିଧା ସୃଷ୍ଟି କରିପାରେ। କାରଣ ଏହାର ବ୍ୟବହାର ଦ୍ୱାରା ଜଣଙ୍କୁ ଶ୍ୱାସକ୍ରିୟା ପାଇଁ ଅଧିକ କଷ୍ଟ କରିବାକୁ ପଡ଼ିଥାଏ।
0 Comments
Do you have any doubts or suggestions? Ask them here in the comments!