ମାଘ ମାସରେ ରାଶି ଅନୁଯାୟୀ କରନ୍ତୁ ଏହି କାର୍ଯ୍ୟ

ମାଘ ମାସରେ ରାଶି ଅନୁଯାୟୀ କରନ୍ତୁ ଏହି କାର୍ଯ୍ୟ

ସ୍ୱାସ୍ଥ୍ୟ ଲାଭ ଏବଂ ପୂର୍ଣ୍ଣ୍ୟ ପ୍ରାପ୍ତି ପାଇଁ ମାଘ ମାସ ବହୁତ ଭଲ ବୋଲି ବିଶ୍ୱାସ କରାଯାଏ । ଏହି ପବିତ୍ର ମାସରେ  ଦେବାଦେବୀଙ୍କର ପୂଜା ପାଠ ପାଇଁ  ସର୍ବୋତ୍ତମ ଅଟେ। ଏହି ମାସରେ ସନାତନ ଧର୍ମର ଲୋକମାନେ ପ୍ରୟାଗରାଜରେ  ଏକ ମାସର କଳ୍ପବାସ  କରନ୍ତି । ଶାସ୍ତ୍ରରେ ଏହି ମାସରେ କିଛି ବିଶେଷ କାର୍ଯ୍ୟ କରାଯିବାର କୁହାଯାଇଛି । ମାନ୍ୟତା ଅଛି ଯେ ଏହି କାର୍ଯ୍ୟ କରିବା ଦ୍ୱାରା  ଦେବୀ-ଦେବତା  ମାନେ ପ୍ରସନ୍ନ ହୋଇଥାନ୍ତି ଏବଂ  ଅନେକ କଷ୍ଟରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହି ପବିତ୍ର ମାସରେ ଜୀବନକୁ ସୁଖୀ ଏବଂ ସମୃଦ୍ଧ କରିବା ପାଇଁ  କେଉଁ କେଉଁ କାର୍ଯ୍ୟ କରାଯିବା ଉଚିତ ?

୧.ସ୍ନାନ

ନାରଦ ପୁରାଣ ଅନୁଯାୟୀ ମାଘ ମାସର ବ୍ରହ୍ମମୁହୂର୍ତ୍ତରେ  ସ୍ନାନ କରିବା ଦ୍ୱାରା ପ୍ରାଣୀଙ୍କର ସମସ୍ତ ବିପର୍ଯୟ ଦୂର ହୋଇଯାଏ ଏବଂ ପ୍ରଜାପତ୍ୟ  ଯଜ୍ଞର ଫଳ ପ୍ରାପ୍ତ ହୋଇଥାଏ । ଏଥିସହ  ମାଘ ମାସରେ ଯେତେବେଳେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି ସେତେବେଳେ ସମସ୍ତେ ତୀର୍ଥଯାତ୍ରାର ରାଜା ପ୍ରୟୋଗର ପାୱନ ସଂଗମ ତଟରେ  ଆସନ୍ତି । ଦେବତା, ଦିତ୍ୟ, କିନ୍ନର ଏବଂ ମନୁଷ୍ୟ  ସମସ୍ତେ ସମ୍ମାନର ସହ ତ୍ରିବେଣୀରେ ସ୍ନାନ କରିଥାନ୍ତି । ଏହି ମାସରେ କୌଣସି ତୀର୍ଥ, ନଦୀ ଏବଂ ସମୁଦ୍ରରେ ସ୍ନାନ କରିବା ଦ୍ୱାରା ଅନନ୍ତ ପୂର୍ଣ୍ଣ ପ୍ରାପ୍ତି ହୋଇଥାଏ ।

୨.ସୂର୍ଯ୍ୟ ପୂଜା

ପଦ୍ମ ପୁରାଣ ଅନୁଯାୟୀ ପୂଜା ,ତପସ୍ୟା, ଯଜ୍ଞ ଆଦି  କରିବା ଦ୍ୱାରା ଭଗବାନ ବିଷ୍ଣୁ  ଏତେ ପ୍ରସନ୍ନ ହୁଅନ୍ତି ନାହିଁ  ଯେତିକି  ମାଘ ମାସରେ ପ୍ରାତଃ ସ୍ନାନ କରି ସୂର୍ଯ୍ୟ ଅର୍ଘ୍ୟ  ଅର୍ପଣ କରିବା ଦ୍ୱାରା ମିଳିଥାଏ ।  ଏଥିପାଇଁ  ସମସ୍ତ ପାପରୁ ମୁକ୍ତି ପାଇବା ପାଇଁ ଏବଂ ଭଗବାନ ଜଗଦୀଶ୍ୱରଙ୍କ ଆଶୀର୍ବାଦ ପାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ମାଘ ସ୍ନାନ କରି ସୂର୍ଯ୍ୟଙ୍କର ମନ୍ତ୍ର ଜପକରି ଅର୍ଘ୍ୟ ଅର୍ପଣ କରିବା ଆବଶ୍ୟକ ।ଯଦି କୌଣସି ବ୍ୟକ୍ତି ସୂର୍ଯ୍ୟଙ୍କର ମାନସିକ ଉପାସନା କରେ ତେବେ ସେ ସମସ୍ତ ରୋଗରୁ ମୁକ୍ତ ହୋଇ ସୁଖମୟ ଜୀବନ ଯାପନ କରିଥାଏ ।

୩.ଶିବଲିଙ୍ଗ ଅଭିଷେକ

ଏହି ମାସରେ  ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ବ୍ୟତୀତ ଶିବଙ୍କର ଉପାସନା ମଧ୍ୟ ବିଶେଷ  ମହତ୍ତ୍ୱ ରହିଛି। ରୋଗରୁ ମୁକ୍ତି ପାଇବା ପାଇଁ ମାଘ ମାସରେ  ଦୈନିକ ପାଣିରେ କିଛି ବୁନ୍ଦା ଗଙ୍ଗାଜଳ  ମିଶାଇ ଶିବଲିଙ୍ଗରେ ଜଳଅଭିଷେକ  କରିବା ଦ୍ୱାରା ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ । ବିଶେଷ ଇଚ୍ଛା ପୂରଣ ପାଇଁ ଏହି ମାସରେ ରୁଦ୍ରାଭିଷେକ କରିବା ଲାଭଦାୟକ ଅଟେ । ଏହି ସମୟରେ ଶ୍ରୀ ବିଷ୍ଣୁ ସାହସ୍ରନାମା ପାଠ କରିବା ଦ୍ୱାରା ବିଷ୍ଣୁ ଭକ୍ତି ପ୍ରାପ୍ତ ହୋଇଥାଏବ ଏବଂ  ଶ୍ରୀ ସୁକ୍ତଙ୍କର ବିଧିବିଧାନ ସହ ପୂଜା , ଯଜ୍ଞ କରିବା ଦ୍ୱାରା ଧନ ପ୍ରାପ୍ତ ହେବା ସହ ଘରେ ସୁଖ, ଶାନ୍ତି ଆସିଥାଏ ।

୪. ଦାନ

ଏହି ମାସରେ  ରାଶି ତେଲ,ଗୁଡ ଏବଂ କମ୍ବଳ  ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି । ଏପରି କରିବା ଦ୍ୱାରା ରୋଗ ନାଶ ହୋଇଥାଏ । ମତ୍ସ୍ୟ ପୁରାଣ ଅନୁଯାୟୀ  ମାଘ ମାସରେ  ଯେଉଁ ବ୍ୟକ୍ତି ବ୍ରହ୍ମବେବର୍ତ  ପୁରାଣ ଦାନ  କରିଥାଏ, ସେ ବ୍ରହ୍ମଲୋକ ପ୍ରାପ୍ତ  କରିଥାଏ ।   ପ୍ରତିଦିନ ଅନ୍ନ ଦାନ କରିବା ଦ୍ୱାରା କେବେ ଅର୍ଥର ଅଭାବ ହୁଏ ନାହିଁ ।

ରାଶି ଅନୁଯାୟୀ କରନ୍ତୁ ଏହି କାର୍ଯ୍ୟ

ମାଘ ମାସରେ ସ୍ନାନ-ଦାନ କରିବା ଦ୍ୱାରା ଯଜ୍ଞ କରିବା ଭଳି ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ତେବେ ଜ୍ୟୋତିର୍ବିଦଙ୍କ ମତାନୁଯାୟୀ, ରାଶି ଅନୁଯାୟୀ ଏହି ମାସରେ କିଛି ସ୍ୱତନ୍ତ୍ର କାର୍ଯ୍ୟ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ଜୀବନରେ ଥିବା ବାଧା ମଧ୍ୟ ଦୂର ହୋଇଥାଏ। ଜାଣନ୍ତୁ ……

ମେଷ – ଏହି ରାଶିର ବ୍ୟକ୍ତିବିଶେଷ ଜଳରେ ଲାଲ ଫୁଲ ପକାଇ ସ୍ନାନ କରିବା ଉଚିତ। ଲାଲ ମସୁର ଡାଲି ଦାନ କରନ୍ତୁ।

ବୃଷ – ଏହି ରାଶିର ବ୍ୟକ୍ତିବିଶେଷ ଜଳରେ କ୍ଷୀର ମିଶାଇ ସ୍ନାନ କରିବା ଉଚିତ। ପ୍ରଭୁ ଶଙ୍କରଙ୍କ ନିକଟରେ ଖିର ଭୋଗ କରନ୍ତୁ।

ମିଥୁନ – ଏହି ରାଶିର ବ୍ୟକ୍ତିବିଶେଷ ଜଳରେ ଅଳ୍ପ ଆଖୁ ରସ ମିଶାଇ ସ୍ନାନ କରନ୍ତୁ। ଅସହାୟ ଲୋକଙ୍କୁ ସବୁଜ ମୁଗ ଦାନ କରନ୍ତୁ।

କର୍କଟ – ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଜଳରେ ଅଳ୍ପ କ୍ଷୀର ମିଶାଇ ସ୍ନାନ କରିବା ଉଚିତ। ଅସହାୟଙ୍କୁ ଅଟା ଦାନ କରନ୍ତୁ।

ସିଂହ – ଏହି ରାଶିର ବ୍ୟକ୍ତିବିଶେଷ ଜଳରେ ଅଳ୍ପ କେସର ମିଶାଇ ସ୍ନାନ କରନ୍ତୁ। ତମ୍ବା ଲୋଟା ଓ ଚାଉଳ ଦାନ କରନ୍ତୁ।

କନ୍ୟା – ଏହି ରାଶିର ବ୍ୟକ୍ତିବିଶେଷ ଜଳରେ ମହୁ ମିଶାଇ ସ୍ନାନ କରନ୍ତୁ। ମନ୍ଦିରରେ ସବୁଜ ମୁଗ ଦାନ କରନ୍ତୁ।

ତୁଳା – ଏହି ରାଶିର ବ୍ୟକ୍ତିବିଶେଷ ଜଳରେ କ୍ଷୀର ମିଶାଇ ସ୍ନାନ କରିବା ଉଚିତ। କ୍ଷୀର ଦାନ କରନ୍ତୁ।

ବିଛା – ଏହି ରାଶିର ବ୍ୟକ୍ତିବିଶେଷ ଜଳରେ ଅଳ୍ପ ଲାଲ ଚନ୍ଦନ ମିଶାଇ ସ୍ନାନ କରନ୍ତୁ। ଅସହାୟଙ୍କୁ ଭୋଜନ ପ୍ରଦାନ କରନ୍ତୁ।

ଧନୁ – ଏହି ରାଶିର ବ୍ୟକ୍ତିବିଶେଷ ଜଳରେ ହଳଦୀ ମିଶାଇ ସ୍ନାନ କରନ୍ତୁ। ଚଣାଡାଲି ଦାନ କରନ୍ତୁ।

ମକର ଓ କୁମ୍ଭ – ଏହି ରାଶିର ବ୍ୟକ୍ତିବିଶେଷ ଜଳରେ କଳା ରାଶି ପକାଇ ସ୍ନାନ କରନ୍ତୁ। ସ୍ନାନ ପରେ ଅସହାୟଙ୍କୁ ପୁରୀ ଓ ତରକାରୀ ଦାନ କରନ୍ତୁ।

ମୀନ – ଏହି ରାଶିର ବ୍ୟକ୍ତିବିଶେଷ ଜଳରେ ହଳଦୀ ମିଶାଇ ସ୍ନାନ କରନ୍ତୁ। ଅସହାୟଙ୍କୁ ହଳଦୀ ଓ ହଳଦିଆ ବସ୍ତ୍ର ଦାନ କରନ୍ତୁ।

Post a Comment

0 Comments