ଲୋକେ କାହିଁକି ଷଟତିଳା ଏକାଦଶୀ ପାଳନ କରନ୍ତି

ଲୋକେ କାହିଁକି ଷଟତିଳା ଏକାଦଶୀ ପାଳନ କରନ୍ତି

ମାଘ ମାସ କୃଷ୍ଣ ପକ୍ଷ ଏକାଦଶୀ । ଏହା ଷଟତିଳା ଏକାଦଶୀ ନାମରେ ଖ୍ୟାତ । ଏହି ଦିନ ୬ ପ୍ରକାର ତିଳା ବା ରାଶିରେ ସ୍ନାନ, ଅର୍ଘ୍ୟଦାନ, ତିଳା ଯଜ୍ଞ, ତିଳା ମିଶ୍ରିତ ଭୋଜନ, ଜଳପାନ ଓ ତିଳା ଦାନ କଲେ ବିଷ୍ଣୁଙ୍କ କୃପା ଲାଭ ହୋଇଥାଏ । ୬ ପ୍ରକାର ତିଳାର ପ୍ରୟୋଗ କାରଣରୁ ଏହାକୁ ଷଟତିଳା ଏକାଦଶୀ କୁହାଯାଇଥାଏ ।

  1. ଆଜିର ଏହି ଦିନରେ କଳା ତିଳ ଦାନ ଏବଂ କଳା ତିଳରେ ଭଗବାନ ବିଷ୍ଣୁଙ୍କୁ ପୂଜନ କରାଯିବାର ଆବଶ୍ୟକତା ରହିଛି । ତିଳ ମିଶ୍ରିତ ପଂଚାମୃତରେ ନାରାୟଣଙ୍କୁ ସ୍ନାନ କରାଯିବାର ବିଧାନ ଅଛି । 
  2. ସନ୍ଧ୍ୟା ସମୟରେ ଘରର ଉତ୍ତର-ପଶ୍ଚିମ କୋଣରେ ଗୋଲାପି ବସ୍ତ୍ରରେ ଭଗବାନ ବିଷ୍ଣୁଙ୍କ ଚିତ୍ର/ପ୍ରତିମା ସ୍ଥାପନ ପୂର୍ବକ ବିଧି ପ୍ରକାରେ ପୂଜା କରନ୍ତୁ । 
  3. ଦୀପ ପ୍ରଜ୍ଜଳିତ କରି ଗୋଲାପ ପୁଷ୍ପ ଅବିର ଅର୍ପଣ କରନ୍ତୁ ।
  4. ରାଶିଲଡ଼ୁ, ରାବିଡ଼ି ଭୋଗ ଲଗାନ୍ତୁ ପ୍ରତ୍ୟୁଷରୁ ୧୦୮ ଥର ଔଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ର ଉଚ୍ଚାରଣ କରନ୍ତୁ ବୈଭବ ପ୍ରାପ୍ତି ହେବେ ।
  5. ଏହି ଏକାଦଶୀ ବ୍ରତ ରଖୁଥିବା ଲୋକେ କଳା ଗାଈଙ୍କୁ ଘାଷ, ଚାରା ଦେଲେ ଅଶେଷ ପୂଣ୍ୟର ଅଧିକାରୀ ହୁଅନ୍ତି ବୋଲି ପୁରାଣରେ ବର୍ଣ୍ଣନା ରହିଛି। 

ତେବେ ଲୋକେ କାହିଁକି ଏହି ଏକାଦଶୀ ପାଳନ କରନ୍ତି ଆସନ୍ତୁ ଜାଣିବା

ଏକଦା ଦାଲଭ୍ୟ ଋଷିଙ୍କୁ ପୁଲସ୍ତ୍ୟ ଋଷି ଏହି ଏକାଦଶୀର ମହାତ୍ମ୍ୟ ବ୍ୟାଖ୍ୟାନ କରିଥିଲେ। ଏଥିରେ ସେ ମୃତ୍ୟୁ ଲୋକରେ ରହୁଥିବା ଜଣେ ମହିଳାଙ୍କ ବ୍ରତ ଉପବାସ ସମ୍ପର୍କରେ ଦାଲଭ୍ୟଙ୍କୁ ଅବଗତ କରାଇଥିଲେ। ମୃତ୍ୟୁ ଲୋକରେ ରହୁଥିବା ଏହି ମହିଳା ବିଭିନ୍ନ ବ୍ରତ ଉପବାସ କରୁଥିଲେ। ମହିଳା ଅତ୍ୟନ୍ତ ବୁଦ୍ଧିମତି ଥିଲେ। ହେଲେ ଦେବତା ଅଥବା ବ୍ରାହ୍ମଣଙ୍କ ଲାଗି ଅନ୍ନ ଅଥବା ଧନ ଦାନ କରିନଥିଲେ। ତେବେ ବ୍ରତ ଉପବାସ ଯୋଗୁ ସେ ଶରୀର ଶୁଦ୍ଧ କରିସାରିଥିଲେ। ଏଣୁ ତାଙ୍କ ବିଷ୍ଣୁ ଲୋକ ମିଳିବା ନିଶ୍ଟିତ ଥିଲା। ହେଲେ ଅନ୍ନ ଦାନ କରିନଥିବାରୁ ତାଙ୍କର ତୃପ୍ତି ମିଳିବା କଷ୍ଟକର ଥିଲା।

ଏଣୁ ପୈଲସ୍ତ୍ୟ ବ୍ରାହ୍ମଣ ରୂପରେ ମୃତ୍ୟୁଲୋକକୁ ଯାଇ ମହିଳାଙ୍କ ଘର ଆଗରେ ଅନ୍ନ ଭିକ୍ଷା କରିଥିଲେ। ଏଥିରେ ମହିଳା କ୍ଷୁବ୍ଧ ହୋଇ ଭିକ୍ଷୁକଙ୍କ ପାତ୍ରରେ ମାଟିର ପିଣ୍ଡୁଳାଟିଏ ପକାଇ ଦେଇଥିଲେ। ଏଥିରେ ପୌଲସ୍ତ୍ୟ ସ୍ୱର୍ଗକୁ ପ୍ରତ୍ୟାବର୍ତ୍ତନ କରିଯାଇଥିଲେ। କିଛି ସମୟ ଉପରାନ୍ତ ମହିଳା ବି ଶରୀର ତ୍ୟାଗ କରି ସ୍ୱର୍ଗରେ ପହଞ୍ଚିଥିଲେ। ଭିକ୍ଷୁକଙ୍କୁ ମାଟି ଦାନ କରିଥିବାରୁ ସ୍ୱର୍ଗରେ ତାଙ୍କୁ ସୁରମ୍ୟ ପ୍ରାସାଦ ମିଳିଥିଲା। ହେଲେ ସେଠାରେ ଅନ୍ନପାଣିର କୌଣସି ବ୍ୟବସ୍ଥା ନଥିଲା। ଏଣୁ ସେ ପୌଲସ୍ତ୍ୟ ଋଷିଙ୍କୁ ଭେଟି ଅଭିଯୋଗ କରିଥିଲେ। ଏଥିରେ ସେ ତାଙ୍କୁ ନିଜ ଘରକୁ ଯାଅ ଦେବୀମାନେ ତାଙ୍କୁ ଭେଟିବାକୁ ଆସୁଥିବା କହିଥିଲେ। ତେବେ ସେମାନଙ୍କୁ କବାଟ ଖୋଲିବା ପୂର୍ବରୁ ଷଟତିଳା ଏକାଦଶୀର ମହାତ୍ମ୍ୟ ଶୁଣାଇବାକୁ କହିବ।

ଷଟତିଳା ଏକାଦଶୀ କଥା

ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ : ହେ ଭଗବନ୍ ! ମାଘ ମାସର କୃଷ୍ଣପକ୍ଷରେ କେଉଁ ଏକାଦଶୀ ହୁଏ ? ଏହା ପାଳନ କରିବାର ବିଧି କ’ଣ ତଥା ଏହା ଦ୍ଵାରା କେଉଁ ଫଳ ଲାଭ ହୁଏ ? କୃପାକରି ଏସବୁ କଥା ମୋତେ କହନ୍ତୁ ।

ଶ୍ରୀଭଗବାନ କହିଲେ : ନୃପଶ୍ରେଷ୍ଠ ! ମାଘ ମାସ କୃଷ୍ଣପକ୍ଷର ଏକାଦଶୀ ‘ଷଟତିଳା’ ନାମରେ ବିଖ୍ୟାତ, ଯାହା ସର୍ବପାପନାଶକ । ମୁନିଶ୍ରେଷ୍ଠ ପୁଲସ୍ତ୍ୟ ଏହାର ଯେଉଁ ପାପହାରିଣୀ କଥା ଋଷି ଦାଲଭ୍ୟଙ୍କୁ କହିଥିଲେ, ତାହା ଶୁଣ ।

ଦାଲଭ୍ୟ ଋଷି ପଚାରିଲେ : ହେ ବ୍ରହ୍ମନ୍ ! ମୃତ୍ୟୁ ଲୋକକୁ ଆସିଥିବା ପ୍ରାଣୀ ପ୍ରାୟ ପାପ କର୍ମରେ ଲିପ୍ତ ରହନ୍ତି । ସେମାନଙ୍କୁ ନର୍କକୁ ଯେପରି ଯିବାକୁ ନ ପଡ଼େ ସେଥିପାଇଁ କ’ଣ ଉପାୟ ଅଛି ? କୃପାକରି ତାହା କହନ୍ତୁ ।

  1. ମହର୍ଷି ପୁଲସ୍ତ୍ରୀ କହିଲେ : ମହାଭାଗ ! ମାଘ ମାସ ଆସିଲେ ମନୁଷ୍ୟ ସକାଳୁ ସ୍ନାନ କରି ପବିତ୍ର ଭାବରେ ଇନ୍ଦ୍ରିୟ ସଂଯମ ରଖି କାମ, କ୍ରୋଧ, ଅହଂକାର, ଲୋଭ ଓ ଚୁଗୁଲି ଆଦି ଖରାପ ଅଭ୍ୟାସକୁ ତ୍ୟାଗ କରିଦେବା ଉଚିତ । 
  2. ଦେବାଧିଦେବ ଭଗବାନଙ୍କୁ ସ୍ମରଣ କରି ଜଳରେ ପାଦ ଧୋଇ ଭୂମି ଉପରେ ପଡ଼ିଥିବା ଗୋବର ସଂଗ୍ରହ କରିବେ । ସେଥିରେ ରାଶି ଓ କପା ମିଶାଇ ୧୦୮ ଗୁଳା ତିଆରି କରିବେ । 
  3. ତା’ପରେ ମାଘ ମାସରେ ଯେତେବେଳେ ଆର୍ଦ୍ରା ବା ମୂଳା ନକ୍ଷତ୍ର ଆସିବ, ସେତେବେଳେ କୃଷ୍ଣପକ୍ଷର ଏକାଦଶୀ ବ୍ରତ କରିବାର ନିୟମ ଗ୍ରହଣ କରିବେ । ଭଲଭାବେ ସ୍ନାନ କରି ପବିତ୍ର ହୋଇ ଶୁଦ୍ଧ ଭାବରେ ଦେବାଧିଦେବ ଶ୍ରୀବିଷ୍ଣୁଙ୍କ ପୂଜା କରିବେ । 
  4. କୌଣସି ଭୁଲ ହୋଇଗଲେ ଶ୍ରୀକୃଷ୍ଣଙ୍କ ନାମ ଉଚ୍ଚାରଣ କରିବେ । ରାତିରେ ଜାଗରଣ ଏବଂ ହୋମ କରିବେ । 
  5. ଚନ୍ଦନ, ଅଗୁରୁ, କର୍ପୂର, ନୈବେଦ୍ୟ ଆଦି ସାମଗ୍ରୀରେ ଶଙ୍ଖ, ଚକ୍ର ଏବଂ ଗଦାଧାରୀ ଦେବଦେବେଶ୍ଵର ଶ୍ରୀହରିଙ୍କ ପୂଜା କରିବେ । 
  6. ତା’ପରେ ଭଗବାନଙ୍କୁ ସ୍ମରଣ କରି ବାରମ୍ବାର ଶ୍ରୀକୃଷ୍ଣଙ୍କ ନାମ ଉଚ୍ଚାରଣପୂର୍ବକ ପାଣିକଖାରୁ, ନଡ଼ିଆ ଅଥବା କାଗେଜିଲେମ୍ବୁ ଫଳରେ ଭଗବାନଙ୍କୁ ବିଧିପୂର୍ବକ ପୂଜା କରି ଅର୍ଘ୍ୟ ଦେବେ ।
  7.  ଅନ୍ୟ ସବୁ ସାମଗ୍ରୀର ଅଭାବରେ ୧୦୦ ସୁପାରୀ ( ଗୁଆ) ଦ୍ଵାରା ମଧ୍ୟ ପୂଜା ଏବଂ ଅର୍ଘ୍ୟଦାନ କରାଯାଇପାରେ ।

ଅର୍ଘ୍ୟଦେବାର ମନ୍ତ୍ର ଏହି ପ୍ରକାର

କୃଷ୍ଣ କୃଷ୍ଣ କୃପାଳୁସ୍ତ୍ବମଗତୀନା ଗତିର୍ଭବ ।
ସଂସାରାର୍ଣ୍ଣବମଗ୍ନାନା ପ୍ରସୀଦ ପୁରୁଷୋତ୍ତମ ॥ 
ନମସ୍ତେ ପୁଣ୍ଡରୀକାକ୍ଷ ନମସ୍ତେ ବିଶ୍ଵଭାବନ । 
ସୁବ୍ରହ୍ମଣ୍ୟ ନମସ୍ତେଽସ୍ତୁ ମହାପୁରୁଷ ପୂର୍ବଜ ॥ 
ଗୃହାଣାର୍ଘ୍ୟ ମୟା ଦତ୍ତ ଲକ୍ଷ୍ମ୍ୟା ସହ ଜଗତପତେ ।

  1. ତା’ପରେ ବ୍ରାହ୍ମଣଙ୍କ ପୂଜା କରିବେ । ତାଙ୍କୁ ପାଣି ମାଠିଆ, ଛତା, ଜୋତା ଓ ବସ୍ତ୍ର ଦାନ କରିବେ । 
  2. ଦାନ କରିବା ସମୟରେ ଏପରି କହିବେ : "ଏହି ଦାନ ଦ୍ଵାରା ଭଗବାନ ଶ୍ରୀକୃଷ୍ଣ ମୋ ଉପରେ ପ୍ରସନ୍ନ ହୁଅନ୍ତୁ ।
  3. " ନିଜର ଶକ୍ତି ଅନୁସାରେ ଶ୍ରେଷ୍ଠ ବ୍ରାହ୍ମଣଙ୍କୁ କଳାଗାଈ ଦାନ କରିବେ । ଦ୍ଵିଜଶ୍ରେଷ୍ଠ ! ବିଦ୍ୱାନ ପୁରୁଷ ରାଶିପୂର୍ଣ୍ଣ ପାତ୍ର ମଧ୍ୟ ଦାନ କରିବା ଉଚିତ । 
  4. ସେହି ରାଶିକୁ ବୁଣିଲେ ସେଥିରୁ ଯେତେ ଶାଖା ବାହାରେ, ସେତିକି ହଜାର ବର୍ଷ ପର୍ଯ୍ୟନ୍ତ ସେ ସ୍ଵର୍ଗଲୋକରେ ପ୍ରତିଷ୍ଠିତ ହୁଏ । 
  5. ରାଶି ରେ ସ୍ନାନ-ହୋମ କରିବେ, ଦେହରେ ରାଶିର ପ୍ରଲେପ ଲଗାଇବେ, ରାଶିମିଶ୍ରିତ ଜଳ ପାନ କରିବେ, ରାଶି ଦାନ କରିବେ ଏବଂ ରାଶିକୁ ଭୋଜନରେ ଉପଯୋଗ କରିବେ ।
  6. ହେ ନୃପଶ୍ରେଷ୍ଠ ! ଏହିପରି ଛଅଟି କାମରେ ରାଶିର ଉପଯୋଗ ହେଉଥିବାରୁ । ଏହି ସର୍ବ ପାପନାଶିନୀ ଏକାଦଶୀକୁ ‘ଷଟତିଳା ଏକାଦଶୀ’ କୁହାଯାଏ ।
  7. ନିଜ ସମ୍ପତ୍ତିର ପରିମାଣତୁଲ୍ୟ ତିଳ ( ରାଶି ) , ବସ୍ତ୍ର ଓ ଅନ୍ନ ଦାନ କରିବ । ତଦ୍ବାରା ମାନବ ପ୍ରତିଜନ୍ମରେ ଆରୋଗ୍ୟ ଲାଭ କରି 
  8. ଷଟ୍-ତିଳାବ୍ରତର ପ୍ରଭାବରେ , ତା’ର ଦାରିଦ୍ର୍ୟ , ଶାରୀରିକ କଷ୍ଟ ବା ପୀଡ଼ା , ଦୁର୍ଭାଗ୍ୟ ପ୍ରଭୃତି ନଷ୍ଟ ହୁଏ ।
  9.  ଏହି ବିଧ ଅନୁସାରେ ତିଳ ( ରାଶି ) ଦାନକଲେ ମାନବ ଅନାୟାସରେ ସମସ୍ତ ପାତକରୁ ମୁକ୍ତ ହୁଏ ।
ଏପରି କ'ଣ କାର୍ଯ୍ୟ ଅଛି ଯାହା ଏହି ଦିନ କରାଯିବା ଉଚିତ ନୁହେଁ ....

  1. ସର୍ବପ୍ରଥମେ, ଜାଣନ୍ତୁ ଯେ ଆପଣ ଏକାଦଶୀ ଦିନ କଂସା ପାତ୍ରରେ ଖାଦ୍ୟ ଖାଇବା ଉଚିତ୍‌ ନୁହେଁ ।
  2. ଏହି ଦିନ ମାଂସ ଖାଇବା ଉଚିତ୍‌ ନୁହେଁ ।
  3. ମସୁର ଡାଲି ମଧ୍ଯ ଖାଇବା ଉଚିତ୍‌ ନୁହେଁ ।
  4. ମହୁ ଖାଇବା ମଧ୍ଯ ନିଷେଧ |
  5. ଅନ୍ଯର ଅନ୍ନ ମଧ୍ଯ ଗ୍ରହଣ କରିବା ଉଚିତ୍‌ ନୁହେଁ ।
  6. ବ୍ରତ ଦିନ ଜୁଆ ଖେଳବା ଉଚିତ ନାହିଁ ।
  7. ଏହି ବ୍ରତରେ ଲୁଣ, ତେଲ ଏବଂ ଅନ୍ନ ଖାଇବା ନିଷେଧ ବୋଲି କୁହାଯାଇଛି |
  8. ଏକାଦଶୀରେ କୋଧର ତ୍ୟାଗ କରିବା ଉଚିତ |
  9. ଏକାଦଶୀ ଦିନ ପାନ ଖାଇବା, ଅନ୍ୟକୁ ନିନ୍ଦା କରିବା ଏବଂ କାହାକୁ ପ୍ରତାରଣା କରିବା କାର୍ଯ୍ୟକୁ ମଧ୍ଯ ବାରଣ କରାଯାଇଛି ।

Post a Comment

0 Comments