କଞ୍ଚା ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

କଞ୍ଚା ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ବଞ୍ଚିରହିବା ପାଇଁ ଖାଦ୍ୟ ନିହାତି ଆବଶ୍ୟକ। ଖାଦ୍ୟ ଆମ ଶରୀର ପାଇଁ ଅତ୍ୟନ୍ତ ଗୁରୁତପୂର୍ଣ୍ଣ । ଶକ୍ତି ପାଇଁ ଶରୀରରେ ପୁଷ୍ପିକର ଖାଦ୍ୟ ଆବଶ୍ୟକ। 

  1. ଅନେକ ଲୋକ କିଛି ନ ଜାଣି ମନ ଇଚ୍ଛା କିଛି ଖାଇଦିଅନ୍ତି । 
  2. ଅନେକ ଲୋକ ଏହା ମଧ୍ଯ ଅନୁଭବ କରନ୍ତି ଯେ, ଅଧା ରନ୍ଧା ଖାଦ୍ୟ, ବିଶେଷକରି ପନିପରିବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ  ଲାଭଦାୟକ ଅଟେ। 
  3. କିନ୍ତୁ ଏପରି ଅନେକ ଖାଦ୍ୟ ଅଛି ଯାହା କଞ୍ଚା ଖାଇବା ଆପଣଙ୍କ ସ୍ଵାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ ବା ପେଟଜନିତ ସମସ୍ୟା ହୋଇଥାଏ। 
  4. ବେଳେ ବେଳେ ଏହି ସମସ୍ୟା ଏତେ ଅଧିକ ହୋଇଯାଏ ଯେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ। 

ତେଣୁ ଆସନ୍ତୁ ଜାଣିବା ସେହି ଜିନିଷଗୁଡ଼ିକ କ'ଣ ଯାହା କଞ୍ଚା ଖାଇବା ଆପଣଙ୍କ ସ୍ଵାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ ବା କଞ୍ଚା ଖାଇବା ଅନୁଚିତ…

1. କଞ୍ଚା ଗଜା ମୁଗ କିମ୍ବା ବୁଟ ଖାଆନ୍ତୁ ନାହିଁ

କଞ୍ଚାରେ ଏହି ଅଙ୍କୁରିତ ଖାଦ୍ୟ ଖାଇବା ଯୋଗୁ ଦେହ ଖରାପ ହୋଇପାରେ। କାରଣ କଞ୍ଚା ଥିବା ବେଳେ ଏଥିରେ ବ୍ୟାକ୍ଟେରିଆ ଥାଆନ୍ତି। ଫଳରେ କିଛି ଲୋକଙ୍କ ଠାରେ ପେଟ କାମୁଡ଼ା, ବାନ୍ତି, ଝାଡ଼ା ଭଳି ସମସ୍ୟା ଦେଖିବାକୁ ମିଳେ। କଞ୍ଚାରେ ଏସବୁକୁ ଗଜା କରି ଖାଇଲେ ଫୁଡ୍‌ ପଏଜନିଂର ସାମ୍ନା କରିବାକୁ ମଧ୍ୟ ପଡ଼ିପାରେ। ଗର୍ଭବତୀ ମହିଳା ଗଜା ମୁଗ କିମ୍ବା ବୁଟ ନ ଖାଇବା ଭଲ।

2. ଆଳୁ

ପରିବା ଭିତରେ ରାଜା କୁହାଯାଉଥିବା ଆଳୁକୁ ପ୍ରାୟ ସବୁ ଆଇଟମ୍‌ରେ ବ୍ୟବହାର କରାଯାଏ। କିନ୍ତୁ ଆଳୁକୁ କଞ୍ଚା ଖାଇବା ଅନୁଚିତ। କାରଣ ଆଳୁକୁ କଞ୍ଚା ଖାଇବା ଦ୍ଵାରା ପେଟ ଫୁଲିବା ସହ ଯନ୍ତ୍ରଣା ମଧ୍ୟ ହୋଇଥାଏ। ଏହାଦ୍ଵାରା ଫୁଡ୍ ପଏଜନିଂ ମଧ୍ୟ ହୋଇପାରେ।

3. ବାଇଗଣ

କଞ୍ଚା ବାଇଗଣ ମଧ୍ୟ ପେଟଜନିତ ସମସ୍ୟା ସୃଷ୍ଟି କରେ। ବାଇଗଣକୁ କଞ୍ଚା ଖାଇବା ଦ୍ଵାରା ମୁଣ୍ଡ ବୁଲାଇବା, ପେଟ ଯନ୍ତ୍ରଣା ଆଦି ସମସ୍ୟା ଦେଖାଦିଏ। ବାଇଗଣରେ ଥିବା ସୋଲନିନ ଯୋଗୁ ଏପରି ହୋଇଥାଏ। ତେଣୁ ବାଇଗଣକୁ ସବୁବେଳେ ରାନ୍ଧି ଖାଇବା ଉଚିତ।

4. ରାଜମା

  1. ରାଜମା ଖାଇବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି। ଏଥିରେ ପ୍ରୋଟିନ୍, ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ। କିନ୍ତୁ ରାଜମାକୁ ସବୁବେଳେ ରାନ୍ଧି ଖାଇବା ଉଚିତ। ଭୁଲରେ ବି ଏହାକୁ କଞ୍ଚା ଖାଆନ୍ତୁ ନାହିଁ। 
  2. କଞ୍ଚା ଖାଇବା ଦ୍ଵାରା ଏଥିରେ ଥିବା ଫାଇଟୋମେଗଲଗୁଟିନ ଟକ୍ସିନ ଶରୀରରେ ଫୁଡ୍ ପଏଜନିଂ କରିପାରେ। ଏହି କାରଣରୁ ରାଜମାକୁ ରାନ୍ଧିବା ପୂର୍ବରୁ ବହୁତ ସମୟ ପର୍ଯ୍ୟନ୍ତ ଭିଜେଇ ରଖାଯାଏ।

5. ଅଟା

ଅଟାକୁ ସବୁବେଳେ ଭଲଭାବେ ରାନ୍ଧି ଖାଇବା ଉଚିତ। ଏହାକୁ କଞ୍ଚା ଖାଇବା ବିପଦ ସୃଷ୍ଟି କରିପାରେ। କାରଣ କ୍ଷେତରୁ ଅମଳ ହେବାଠାରୁ ଅଟା ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଏହା ଅନେକ ଜୀବାଣୁ ସଂସ୍ପର୍ଶରେ ଆସିଥାଏ। ତେଣୁ ଅଟାକୁ ରାନ୍ଧି ଖାଇବା ଦ୍ଵାରା ଏହି ଜୀବାଣୁ ନଷ୍ଟ ହୋଇଯାଏ।

6. କଞ୍ଚା କ୍ଷୀର

  1. କ୍ଷୀର କ୍ୟାଲସିୟମର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ। କିନ୍ତୁ କିଛି ଲୋକ ଗାଈ ଓ ମଇଁଷି କ୍ଷୀରକୁ ନ ଫୁଟାଇ ପିଇଦିଅନ୍ତି। କିନ୍ତୁ କଦାପି କଞ୍ଚା କ୍ଷୀର ପିଅନ୍ତୁ ନାହିଁ। 
  2. କାରଣ କଞ୍ଚା କ୍ଷୀରରେ ଇ.କୋଲି, ସାଲ୍‌ମୋନେଲା ପରି ହାନିକାରକ ବ୍ୟାକ୍ଟେରିଆ ରହିଥାଏ। ତେଣୁ କଞ୍ଚା କ୍ଷୀର ପିଇବା ଦ୍ଵାରା ଶରୀରକୁ କ୍ଷତି ପହଞ୍ଚିଥାଏ ଓ ପେଟଜନିତ ସମସ୍ୟା ଦେଖାଦିଏ।
  3. ତେଣୁ ସର୍ବଦା ଶୁଦ୍ଧ କ୍ଷୀର ପିଅନ୍ତୁ ଏବଂ ପିଇବା ପୂର୍ବରୁ ଭଲଭାବରେ ଫୁଟାନ୍ତୁ।

7. ବ୍ରୋକୋଲି

ବ୍ରୋକୋଲି ଏକ ଗୁରୁତ୍ବପୂର୍ଣ୍ଣ ପନିପରିବା | ଏଗୁଡ଼ିକ ଆମ ଶରୀର ପାଇଁ ବହୁତ ଲାଭଦାୟକ | ଅନେକ ଲୋକ୍‌ ସେମାନଙ୍କର ଫିଟନେସକୁ ଠିକ୍‌ ରଖିବା ପାଇଁ ଏହାକୁ ଖାଆନ୍ତି। ଅନେକ ଲୋକ ଏହାକୁ ଅଧା ରନ୍ଧା ଖାଇଥାନ୍ତି । କିନ୍ତୁ ଏହାକୁ ଅଧା ରନ୍ଧା ଖାଇବାକୁ ପରାମର୍ଶ ଦିଆଯାଇନଥାଏ । ସଂପୂର୍ଣ୍ଣ ରନ୍ଧା ଖାଇବାକୁ ଚେଷ୍ଟା କରନ୍ତୁ । 

8. ଟମାଟୋ

  1. ସାଲାଡରେ ଟମାଟୋ ବ୍ୟବହାର କରାଯାଏ । ଅନେକ ଲୋକ ଏକତ୍ର ପନିପରିବା ମିଶାଇ ପ୍ରାୟତଃ ଖାଆନ୍ତି | ଅନେକ ଲୋକଙ୍କର ବିନା ରାନ୍ଧି ଟମାଟୋ ଖାଇବାର ଅଭ୍ୟାସ ଅଛି। କିନ୍ତୁ ଡାକ୍ତରମାନେ ରନ୍ଧା ହୋଇଥିବା ଟମାଟୋ ଖାଇବାକୁ ପରାମର୍ଶ ଦିଅନ୍ତି। 
  2. ରନ୍ଧା ଟମାଟୋରୁ ଲାଇକୋପିନ୍‌ ମୁକ୍ତ କରିବାରେ ସାହାଯ୍ଯ କରିଥାଏ। ଯାହା ଏକ ଆଣ୍ଟି-ଆକ୍ସିଡେଣ୍ଟ ଯାହା ହୃଦୟର ସ୍ଵାସ୍ଥ୍ୟରେ ଉନ୍ନତି ଆଣେ ଏବଂ କର୍କଟ ରୋଗର ଆଶଙ୍କା ମଧ୍ଯ ହ୍ରାସ କରେ

9. ପାଳଙ୍ଗ

  1. ଆଇରନ, କ୍ୟାଲସିୟମ୍‌ ଏବଂ ଫାଇବରର ସମୃଦ୍ଧ ଉତ୍ସ ମଧ୍ଯରୁ ପାଳଙ୍ଗ ହେଉଛି ଅନ୍ୟତମ। କିନ୍ତୁ ଏହାକୁ ଖାଇବା ପୂର୍ବରୁ ଏହାକୁ ସିଝେଇବାକୁ ପରାମର୍ଶ ଦିଆଯାଇଛି। 
  2. ଏହା କରିବା ଦ୍ୱାରା ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱର ଅବଶୋଷଣ ସହଜ ହୋଇଯାଏ।

10. କଞ୍ଚା ଅଣ୍ଡା

  1. କଞ୍ଚା ଅଣ୍ତା ଖାଇବା ସ୍ଵାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ। କିନ୍ତୁ ଏପରି କରିବା ଉଚିତ ନୁହେଁ । 
  2. କାରଣ କଞ୍ଚା ଅଣ୍ଡାରେ ରୋଗ ସୃଷ୍ଟିକାରୀ ସାଲ୍‌ମୋନେଲା ଜୀବାଣୁ ରହିଥାଏ, ଯାହା ରାନ୍ଧିବା ଦ୍ୱାରା ମରିଯାଏ । 
  3. କିନ୍ତୁ ଯଦି ଅଣ୍ତା କଞ୍ଚା ଖାଆନ୍ତି, ତେବେ ଏହା ଝାଡା, ପେଟ ଯନ୍ତ୍ରଣା, ଜ୍ୱରଏବଂ ହଜମ ପ୍ରକ୍ରିୟା ଭଳି ସମସ୍ୟା ସୃଷ୍ଟି କରିପାରେ। ସେଥିପାଇଁ ରନ୍ଧା ହୋଇଥିବା ଅଣ୍ତା ଖାଇବା ପରାମର୍ଶଦାୟକ ।
  4. ତେଣୁ ବୟସ୍କ, ଗର୍ଭବତୀ ମହିଳା ଓ ଛୋଟ ପିଲା କଞ୍ଚା ଅଣ୍ଡା ଖାଇବାଠାରୁ ଦୂରେଇ ରୁହନ୍ତୁ ।

11. କଞ୍ଚା ମାଂସ ଓ ମାଛ

  1. ମାଛ ପ୍ରୋଟିନର ସର୍ବୋତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ ଏବଂ ଓମେଗା 3 ଫ୍ୟାଟି ଏସିଡ୍ ମଧ୍ୟ ଏଥିରେ ପ୍ରଚୁର ପରିମାଣରେ ରହିଛି ।
  2. କଞ୍ଚା ମାଂସରେ ଅନେକ ଜୀବାଣୁ ରହିଥାଏ ଯାହା ଫୁଡ୍ ପଏଜନିଂ କରାଏ । ମାଂସକୁ ରାନ୍ଧିବା ଆଗରୁ ଭଲ ଭାବରେ ପାଣିରେ ଧୋଇ ଦିଅନ୍ତୁ । 

Post a Comment

0 Comments