କଳା ତୁଳସୀ ମାନସିକ ଚାପଗ୍ରସ୍ତ ଲୋକ ପାଇଁ ଜାଣନ୍ତୁ କେତେ ଜରୁରୀ
କଳା ତୁଳସୀ ମାନସିକ ଚାପଗ୍ରସ୍ତ ଲୋକ ପାଇଁ ଜାଣନ୍ତୁ କେତେ ଜରୁରୀ
1. ପେଟ ଜନିତ ରୋଗ
- ପ୍ରତିଦିନ ସକାଳେ ଖାଲି ପେଟରେ ତୁଳସୀ ପତ୍ର ଖାଇବା ଦ୍ଵାରା ଏହା ଆମ ଶରୀରକୁ କୌଣସି ବି ପେଟ ଜନିତ ରୋଗରୁ ରକ୍ଷା କରିଥାଏ ।
- ଚାରି,ପାଞ୍ଚ ଗୋଟି ତୁଳସୀ ଖାଲି ପେଟରେ ଖାଇବା ଦ୍ୱାରା ହଜମ ଶକ୍ତି ବଢିଥାଏ ଏବଂ ପିଲାମାନଙ୍କୁ ଖୁଆଇଦେଲେ କ୍ଷୁଧା ବଢ଼େ। ପେଟ ସଫା ରଖିବାରେ ଏହା ବହୁତ ସାହାଯ୍ୟ କରିଥାଏ ।
- କଳା ତୁଳସୀରେ ଆଣ୍ଟି ବ୍ୟାକ୍ଟେରିଆଲ୍,ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ପାଚନତନ୍ତ୍ରକୁ ଠିକ୍ ରଖିଥାଏ । ଏହି ଗୁଣ ଆମର କୌଣସି ପ୍ରକାର ପେଟ ସମ୍ବନ୍ଧୀୟ ସମସ୍ୟା ଯଥା ପେଟ ଖରାପ ବା ପେଟ ବିନ୍ଧା ବଦବଜମି, ପେଟ ଜଳାପୋଡ଼ା, ଏସିଡିଟି ଭଳି ରୋଗକୁ ଦୂର କରିବାରେ ସାହାଯ୍ୟ କରେ ବା ଅନ୍ୟ କାରଣରେ ମଧ୍ଯ ତୁଳସୀ ପତ୍ର ବ୍ୟବହାର କରାଯାଇଥାଏ ।
- ତୁଳସୀ ପତ୍ର ମହୁ ଖାଇବା ଦ୍ୱାରା ପେଟ ସମସ୍ୟା ଆଦି ଦୂର ହୁଏ |
2. ମାନସିକ ଚାପଗ୍ରସ୍ତ ଥିଲେ
- ଆଜିକାଲି ସମୟରେ ମନର ଅଶାନ୍ତି ଓ ଚିନ୍ତା ଗୋଟିଏ ମୁଖ୍ୟ କାରଣ ହୋଇ ଯାଇଛି l ଗବେଷଣାରୁ ଜଣା ପଡିଛି ଯେ କଳା ତୁଳସୀ ପତ୍ର ମଣିଷର ମାନସିକ ଉତେଜନାକୁ ଦୂର କରିବାରେ ସାହାଯ୍ୟ କରିଥାଏ l
- କଳା ତୁଳସୀରେ ମିଳୁଥିବା ଆଣ୍ଟି-ଷ୍ଟ୍ରେସ୍ ଗୁଣ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିଥାଏ ଏବଂ ଏହାକୁ ଖାଇବା ଶରୀରରେ କର୍ଟିସୋଲର ସ୍ତରକୁ ମଧ୍ୟ ସନ୍ତୁଳିତ କରିଥାଏ | କର୍ଟିସୋଲ୍ ସ୍ତର ସଠିକ୍ ହେଲେ ଚାପ ହୁଏ ନାହିଁ | ବାସ୍ତବରେ, କର୍ଟିସୋଲ ହେଉଛି ଏକ ପ୍ରକାର ହରମୋନ୍, ଯାହା ମାନସିକ ଚାପ ସହିତ ଜଡିତ | ତେଣୁକରି ମନର ଉତେଜନାକୁ ଦୂର କରିବା ପାଇଁ କଳା ତୁଳସୀରେ ଚା ପ୍ରସ୍ତୁତ କରି ପିଅନ୍ତୁ l
- ତୁଳସୀ ସେବନ ଦ୍ଵାରା ମସ୍ତିଷ୍କର ଜୈବ ରସାୟନ ସ୍ତର ସାମାନ୍ୟ ତଥା ସନ୍ତୁଳିତ ହୋଇଥାଏ ଯଦ୍ଦ୍ଵାରା ମାନସିକ ଉତ୍ତେଜନୀ ଶାନ୍ତ ହୋଇଥାଏ ।
- ୪-୫ ଗ୍ରାମ ତୁଳସୀ ରସ ଅଳ୍ପ ସୌନ୍ଧବ ଲବଣ ମିଶାଇ ସକାଳ ଓ ସନ୍ଧ୍ୟାରେ ନସ୍ୟ ନେଲେ ସମସ୍ତ ମାନସିକ ରୋଗ ଏବଂ ସ୍ନାୟୁବିକାର ନଷ୍ଟ ହୋଇଥାଏ ।
- ପ୍ରତିଦିନ ତୁଳସୀ ପତ୍ର ଦଶରୁ ବାର ଗୋଟି ଖାଇଲେ ମାନସିକ ରୋଗରୁ ଉପଶମ ମିଳିଥାଏ ।
- କ୍ଷୀରରେ ତୁଳସୀ ପତ୍ରକୁ ପକାଇ ଫୁଟାଇ ପିଅନ୍ତି ଏହି ଔଷଧକୁ ପାଇବା ଦ୍ଵାରା ମାନସିକ ଦୁର୍ଦ୍ଦଶା ଏବଂ ଚିନ୍ତା ମଧ୍ୟ ଦୂର ହୋଇଥାଏ ।
3. କର୍କଟ ରୋଗ
- କର୍କଟ ରୋଗ ସହ ଲଢିବାରେ ସାହାଯ୍ୟ କରେ ତୁଳସୀ । ପ୍ରତିଦିନ ତୁଳସୀ ପତ୍ର ଚୋବାଇ ଖାଇବା ଦ୍ୱାରା, ଏହା କର୍କଟ ରୋଗ ହେବାରୁ ଶରୀରକୁ ରକ୍ଷା କରିବାରେ ସହାୟକ ହୋଇଥାଏ ।
- କ୍ଷୀରରେ ତୁଳସୀ ପତ୍ରକୁ ପକାଇ ଫୁଟାଇ ଯଦି ଖାଲି ପେଟରେ ପିଅନ୍ତି ତେବେ ଏହାର ଗୁଣ ଶରୀରର କ୍ୟାନ୍ସର ସୃଷ୍ଟି କରୁଥିବା କୋଷିକା ସହିତ ଲଢ଼ିବା ପାଇଁ ଶକ୍ତି ପ୍ରଦାନ କରିଥାଏ ଏବଂ ଏହା ଯାହା କ୍ୟାନ୍ସର ରୁ ରକ୍ଷା କରିଥାଏ।
4. ହାଇପର୍ ଟେନସନ୍, ହାଇ ବ୍ଲଡ୍ ପ୍ରେସର
ଅନେକ ଗବେଷଣାରୁ ଏହା ଜଣାପଡ଼ିଛି ଯେ ତୁଳସୀ ହାଇପର୍ ଟେନସନ୍, ହାଇ ବ୍ଲଡ୍ ପ୍ରେସର କୁ ନିୟନ୍ତ୍ରଣ କରିଥାଏ। ଏଥିପାଇଁ ତୁଳସୀ ପତ୍ରର ଚାହା କିମ୍ୱା ପାଣି ପିଇବା ଅଭ୍ୟାସ କଲେ ଏହି ସବୁ ସମସ୍ୟାରୁ ମୁକ୍ତି ମିଳିବ ।
5. କିଡନି ଷ୍ଟୋନ୍
- ଲୋକଙ୍କୁ କିଡନୀ ଷ୍ଟୋନ୍ ହେଲେ ସେମାନେ ସାଧରଣ ଅସ୍ତ୍ରପଚାର କରିଥାନ୍ତି ।ଏହା ବହୁତୁ କଷ୍ଟ ଦାୟକ କିନ୍ତୁ ଏହି ସମସ୍ୟା ଘରୋଇ ଉପକରଣ ଓ ଆୟୁର୍ବେଦ ଦ୍ୱାରା ଭଲ ହୋଇପାରିବ । ଏଥି ପାଇଁ ଗରମ ପାଣିରେ ତୁଳସୀ ଗଛରୁ ପତ୍ର ଛିଡି଼ ଆଣି ପକାଇ ଭଲ ଭାବେ ସିଝାନ୍ତୁ। ଏହାପରେ ଏହି ପାଣିରେ ମହୁ ମିଶାଇ ପିଅନ୍ତୁ। ଏହି ପାଣି ପିଇଲେ କିଡ୍ନୀ ଷ୍ଟୋନ୍ ଭଲ ହୋଇଯାଇଥାଏ।
- ଯଦି କୌଣସି ବ୍ୟକ୍ତିଙ୍କୁ ଷ୍ଟୋନ ସମସ୍ୟା ରୋଗ ହୋଇଥାଏ ତେବେ ସେମାନଙ୍କୁ ନିୟମିତ ରୂପରେ ସକାଳେ ଖାଲି ପେଟରେ କ୍ଷୀର ସହିତ ତୁଳସୀ ପତ୍ରକୁ ଫୁଟାଇ ପିଇବାକୁ ଦିଅନ୍ତୁ ଏମିତି କଲେ କିଡନୀର ଷ୍ଟୋନ ସମସ୍ୟାର କଷ୍ଟ ଦୂର ହୋଇଥାଏ ।
- ସବୁଦିନ ଏକ ଗ୍ଲାସ କ୍ଷୀର ସହିତ ତୁଳସୀ ପିଇବା ଦ୍ୱାରା କିଡିନ୍ ଷ୍ଟୋନ୍ ବାହାରିଯାଏ । ଏଥିରେ ମଧ୍ୟ ଡାଇୟୁରେଟିକ୍ ଗୁଣ ରହଛିି । ସବୁଦିନ ଏକ ଗ୍ଲାସ କ୍ଷୀର ସହିତ ତୁଳସୀ ପିଇବା ଦ୍ୱାରା କିଡିନ୍ ଷ୍ଟୋନ୍ ବାହାରିଯାଏ ।
0 Comments
Do you have any doubts or suggestions? Ask them here in the comments!