କଳା ଅଳେଇଚକୁ ଖାଦ୍ୟରେ ସାମିଲ କରି ଅନେକ ରୋଗରୁ ମୁକ୍ତ ହୁଅ
ଭାରତର ପ୍ରତ୍ୟେକ ରୋଷେଇ ଘରେ ମସଲା ଭାବରେ କଳା ଅଳେଇଚ ବ୍ୟବହୃତ ହୋଇଥାଏ । କଳା ଅଳେଇଚ କେବଳ ଖାଦ୍ୟରେ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । କଳା ଅଳେଇଚକୁ ଔଷଧ ଭାବରେ ବ୍ୟବହୃତ କରାଯାଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରତିଦିନ ଖାଦ୍ୟରେ କଳା ଅଳେଇଚ ମିଶାଇବା ଦ୍ୱାରା ଶରୀରକୁ ଅନେକ ରୋଗରୁ ମୁକ୍ତ ମିଳିଥାଏ । ଆସନ୍ତୁ ଜାଣିବା କଳା ଅଳେଇଚ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ ।
ପ୍ରାୟତଃ ଅନେକଙ୍କ ରୋଷେଇ ଘରେ ମସଲା ଜାତୀୟ ସାମଗ୍ରୀ ମଧ୍ୟରେ, କଳା ଅଳେଇଚ ମଧ୍ୟ ବ୍ୟବହୃତ ହୋଇଥାଏ । ଏହା ଖାଦ୍ୟର ସ୍ବାଦ ବଢାଇବା ସହିତ, ସ୍ବାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା କଳା ଅଳେଇଚ ବ୍ୟବହାର କରିବା ଦ୍ବାରା, ଏହା ଶରୀରୁ କେଉଁ ସବୁ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ ।
ବ୍ରାଉନ ଅଳେଇଚରେ ନ୍ୟୁଟ୍ରିଏଂଟ ଆଂଟି ଅକ୍ସିଡାଂଟ୍, ଭିଟାମିନ ସି ଓ ପୋଟାସିୟମ ଏହି ଅଳେଇଚରେ ପ୍ରଚୁର ପରିମାଣରେ ଥାଏ |
1. ଦାନ୍ତ ସଂକ୍ରମଣ, ମୁଖ ରୋଗ ଦୂର କରିଥାଏ
- କଳା ଅଳେଇଚ ଦାନ୍ତ ସଂକ୍ରମଣ, ମାଢୀ ସଂକ୍ରମଣ ଏବଂ ମୁହଁର ଦୁର୍ଗନ୍ଧ ଦୁର କରିବାରେ ସହାୟକ ହୋଇଥାଏ ।
- ମୁହଁରୁ ଦୁର୍ଗନ୍ଧ ନିର୍ଗତ ହେଉଥିଲେ, ଏଥିପାଇଁ କଳା ଅଳେଇଚ ଖଣ୍ଡକୁ ପାଟିରେ ରଖି ଚୋବାଇଲେ ସେଇ ସମସ୍ୟା ଦୂର ହୁଏ।
- କିଛି ଅଳେଇଚ ମଞ୍ଜିକୁ ଅଲ୍ପ ସମୟ ପାଇଁ ପାଟିରେ ଚୋବାଇ ରଖିଲେ, ମୁଖ ଗନ୍ଧ ଦୁର ହୋଇଥାଏ ।
- କିଛି ଅଳେଇଚ ଓ ଡାଳଚିନିର ଅର୍କକୁ ମିଶାଇ କୁଳୀ କଲେ ମୁଖ ରୋଗ ଉପସମ କରେ ।
- ଯଦି ଆପଣଙ୍କ ପାଟିରୁ ଖରାପ ଗନ୍ଧ ବାହାରୁଛି, ଏପରି ପରିସ୍ଥିତିରେ ଖାଦ୍ୟ ଖାଇବା ପରେ ଆପଣ ଅଳେଇଚ ଖାଇବା ଆରମ୍ଭ କରନ୍ତୁ । କିମ୍ବା ସକାଳେ ଉଠି ଏକ କପ୍ ଅଳେଇଚ ଚା ’ପିଅନ୍ତୁ ବା ଫୁଟାଯାଇଥିବା ଅଳେଇଚ ପାଣି ପିଅନ୍ତୁ ।
- ଅଳେଇଚ ଖାଇବା ହେତୁ ପାଟି ଜୀବାଣୁ ମଧ୍ୟ ମରିଯାଆନ୍ତି |
- ଅଳେଇଚ ତେଲ ଓ ଲବଙ୍ଗ ତେଲ ସମାନ ମାତ୍ରାରେ ନେଇ ଦାନ୍ତ ଓ ମାଢ଼ିରେ ମାଲିସ୍ କଲେ ଦନ୍ତପୀଡ଼ାରେ ଆରାମ ମିଳେ ।
- ଦାନ୍ତ ବିନ୍ଧୁଥିଲେ, ଅଳେଇଚକୁ କିଛି ସମୟ ପାଟିରେ ରଖିଲେ ଆରାମ ମିଳେ ।
2. ହାକୁଟି ଆସୁଥିଲେ
ବାରମ୍ବାର ହାକୁଟି ଆସୁଥିଲେ ଦୁଇଟି ଅଳେଇଚକୁ ଚୋପା ସହିତ ପାଣିରେ ଫୁଟାଇ ,ସେହି ପାଣିକୁ ପିଇଲେ ହାକୁଟି ଭଲ ହୋଇଯାଏ ।
3. ଶରୀରରୁ ମଇଳା ହଟାଇବାରେ ସହାୟକ ହୁଏ
ଅଳେଇଚରେ ଜୀବାଣୁନାଶକ ଗୁଣ ରହିଛି। ତେଣୁ କୁଣ୍ଡିଆ ରୋଗ ଓ ଆଲର୍ଜି ପରି ସଂକ୍ରମଣକୁ ଭଲ କରିବା ପାଇଁ ଅଳେଇଚ ଲାଭଦାୟକ ହୋଇଥାଏ।
4. ମୁଣ୍ଡବ୍ୟଥା
- ଅଳେଇଚକୁ ଚୋପା ସହିତ ବାଟି ମଥାରେ ଲେପ ଦେଲେ ମୁଣ୍ଡ ବ୍ୟଥା ଦୂର ହୋଇଥାଏ କିମ୍ବା ଅଳେଇଚ ମଞ୍ଜିକୁ ବାଟି ନାକରେ ଶୁଙ୍ଘିଲେ ମୁଣ୍ଡ ବ୍ୟଥାରେ ଆରମ ମିଳେ ।
- ବ୍ରାଉନ ଅଳେଇଚ ତେଲ ମାଲିସ କଲେ ମୁଣ୍ଡବ୍ୟଥାରୁ ଆଶ୍ୱସ୍ତି ମିଳେ
- ବଦ୍ ହଜମି ଯୋଗୁଁ ମୁଣ୍ଡ ବିନ୍ଧୁ ଥିଲେ ଗ୍ରୀନ ଅଳେଇଚ ପଡ଼ିଥିବା ଚା ପିଇଲେ ଆରାମ୍ ମିଳେ ।
5. ଅବସାଦ
ଅଳେଇଚକୁ ପାଣି ଓ ଚାରେ ଫୁଟାଇ ପିଇଲେ,ଏହା ଅବସାଦକୁ କମ କରେ । ମିଜାଜରେ ବି ପରିବର୍ତ୍ତନ ଆଣିଥାଏ ।
6. ମନ୍ଦାଗ୍ନି
ଅଳେଇଚ ମଞ୍ଜି ୮- ୧୦ଟି ସହିତ ୨ ଗ୍ରାମ ଶୁଣ୍ଠି ଚୂର୍ଣ୍ଣ ମିଶାଇ ସେବନ କଲେ ଜୀର୍ଣ୍ଣ ଶକ୍ତି ବଢ଼ି ମନ୍ଦାଗ୍ନି ଦୂର ହୋଇଥାଏ ।

0 Comments
Do you have any doubts or suggestions? Ask them here in the comments!