ଇମ୍ୟୁନିଟି ପାଇଁ ପିଲାଙ୍କୁ କ'ଣ ଖାଇବାକୁ ଦେବେ

ଇମ୍ୟୁନିଟି ପାଇଁ ପିଲାଙ୍କୁ କ'ଣ ଖାଇବାକୁ ଦେବେ

ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ପ୍ୟାକେଟ ଖାଦ୍ୟ ମିଳୁଛି। ପ୍ରଚାର ହେଉଛି ଯେ ସେସବୁଥିରେ ପୋଷକତତ୍ତ୍ୱ ରହିଛି ଓ ପିଲାଏ ଖାଇଲେ ସେମାନଙ୍କ ସ୍ଵାସ୍ଥ୍ୟ ପାଇଁ ଭଲ। ମନେରଖନ୍ତୁ, ପ୍ୟାକେଟ୍‌ ଖାଦ୍ୟ କିମ୍ବା ଫ୍ରୋଜେନ୍‌ ଖଦ୍ୟ ଶରୀରକୁ କ୍ଷତି ପହଞ୍ଚାଏ । ପିଲାଙ୍କୁ କ'ଣ ଖାଇବାକୁ ଦେବେ, ଚାଲନ୍ତୁ ସେ ବିଷୟରେ ଜାଣିବେ।

ପେସ୍ତାବାଦାମ ଖିର

ଶରୀରକୁ ଶକ୍ତି ଯୋଗାଇବା ସହ ରୋଗପ୍ରତିରୋଧକ କ୍ଷମତା ପେସ୍ତାବାଦାମ ଵଢ଼ାଏ । ପେସ୍ତାବାଦାମକୁ ଭଲରେ ଗୁଣ୍ଡ କରି ରଖନ୍ତୁ। ଉଷୁମ ଖିର ଗିଲାସରେ ଚିମୁଟାଏ ଚିନି ଓ ଅଧ ଚାମଚ ପେସ୍ତାବାଦାମ ଗୁଣ୍ଡ ମିଶାଇଦେବେ । ପ୍ରତିଦିନ ଗୋଟିଏ ଗିଲାସ ପିଇବା ଭଲ। ନିୟମିତ ପିଇଲେ ସ୍ମୃତି ଶକ୍ତି ବଢ଼ିବା ସହ ଥଣ୍ଡା, ଛିଙ୍କ ମଧ୍ଯ ପିଲାଙ୍କୁ ସହଜରେ ହୋଇନଥାଏ ।

ବିଲାତି ସୁପ୍‌

ଶୀତଦିନ ହେଉ କିମ୍ବା ଖରାଦିନ, ସବୁ ସମୟରେ ବିଲାତି ସୁପ୍‌ ପିଲାଙ୍କୁ ପିଇବାକୁ ଦେବେ। ବିଲାତି ସୂପ୍‌ ଘରେ ତିଆରି କରିବାବେଳେ ରସୁଣକୁ ମଧ୍ଯ ଛେଟି ପକାଇବେ। ରସୁଣ ଛେଚା ବିଲାତି ସୁପ୍‌ର ସ୍ବାଦ ବଢ଼ାଇଥାଏ ।  

ପେଜ

  1. ଏଥିରେ ସବୁଠାରୁ ଅଧିକ କ୍ୟାଲୋରି , ଭିଟାମିନ B, E,ଏବଂ ପ୍ରୋଟିନ ରହିଥାଏ । ଏଥିରେ ପ୍ରୋଟିନ୍‌, ଭିଟାମିନ୍‌ ଓ ଆଣ୍ଟି-ଅକ୍ସିଡେଣ୍ଟର ମାତ୍ରା ପ୍ରଚୁର ପରିମାଣରେ ରହିଛି। ଆସନ୍ତୁ ଜାଣିବା ପେଜର ବ୍ୟବହାର ଆମକୁ କି ପ୍ରକାରର ଫାଇଦା ଦେଇଥାଏ।
  2. ଭାତ ଗାଳିବା ସମୟରେ ଏହି ପେଜକୁ ଗୋଟିଏ ପାତ୍ରରେ ରଖିବେ। ଉଷୁମ ଥିବା ଅବସ୍ଥାରେ ସେହି ପେଜକୁ ପିଲାଙ୍କୁ ପିଇବାକୁ ଦେବେ। ୨ବର୍ଷରୁ ପିଲାଙ୍କଠୁ ଆରମ୍ଭ କରି ପିଲାଙ୍କୁ ପେଯ ପିଇବାକୁ ଦେଇପାରିବେ । ଥଣ୍ଡା ରୋଗରୁ ରକ୍ଷା କରିବା ସହ ପେଜ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଏ ।

ପିଲାଙ୍କ ରୋଗପ୍ରତିରୋଧକ ଶକ୍ତି ବଢାଇବାର ଉପାୟ 

କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ପିଲାଙ୍କର ଇମ୍ୟୁନିଟି ମଜବୁତ ହେବା ବହୁତ ଜରୁରୀ । ଯଦି ଶରୀରର  
ଇମ୍ୟୁନିଟି ଦୃଢ଼ ହୁଏ ତେବେ ରୋଗ ହେବନି ।

  1. - ଦୈନିକ ଅଳ୍ପ ସମୟ ହେଉ ପଛେ, ପିଲାଙ୍କ ସହ ଖେଳନ୍ତୁ । ବ୍ୟାୟାମ ଓ ଯୋଗର ଉପଯୋଗିତା ବୁଝାଇବା ସହ ୫-୭ ମିନିଟ୍ ପିଲାଙ୍କ ସହ ମିଶି ଆପଣ ମଧ୍ୟ ଯୋଗ କରିବା ଉଚିତ୍ । ଏହା ଦ୍ୱାରା ସେମାନଙ୍କର ଆଗ୍ରହ ବଢ଼ିଥାଏ ।
  2. – ଏଥିପାଇଁ ଆପଣ ପିଲାଙ୍କୁ ମଲ୍ଟି ଭିଟାମିନ ଖାଇବାକୁ ଦିଅନ୍ତୁ ।
  3. – ପିଲାଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ଖୁଆନ୍ତୁ । ଫଳ, ପରିବା ଓ ଫ୍ରୁଟ୍‌ ଜୁସ୍‌ ଭରପୁର ଖୁଆନ୍ତୁ ।
  4. - ପାଣି ପିଇବା ଦ୍ୱାରା ଶରୀରରେ ହେଉଥିବା ଉତ୍ତମ ପରିବର୍ତ୍ତନ ସମ୍ପର୍କରେ ସେମାନଙ୍କୁ ବୁଝାନ୍ତୁ । ପ୍ରତି ୧ ଘଣ୍ଟାରେ ଥରେ ପିଲାଙ୍କୁ ପାଣି ପିଇବାକୁ ମନେପକାଇ ଦେବା ଉଚିତ୍ ।
  5. – ଗରମ ବେଳେ ପିଲାଙ୍କୁ ଲେମ୍ବୁ ପାଣି, ଫ୍ରୁଟ୍‌ ଜୁସ୍‌ ଆଦି ପିଇବାକୁ ଦିଅନ୍ତୁ ।
  6. - ପିଲାମାନେ ଦୈନିକ ୯ ଘଣ୍ଟା ଶୋଇବା ଜରୁରୀ । ଏହା ସେମାନଙ୍କ ମସ୍ତିଷ୍କକୁ ସକ୍ରିୟ ରଖିବାରେ ସହାୟକ ହୋଇଥାଏ ।
  7. ପିଲାଙ୍କୁ କିଛି ସମୟ ପାଇଁ ଖରାରେ ବସିବାକୁ କୁହନ୍ତୁ । ତାଙ୍କ ଖାଦ୍ୟରେ ଅଣ୍ଡା ଜରୁର ସାମିଲ କରନ୍ତୁ ।
  8. – ପିଲାଙ୍କ ଖାଇବା ପିଇବା ଯଦି ଠିକ୍‌ ରହେ ତାଙ୍କୁ ରୋଗ ହେବା ଆଶଙ୍କା କମିଯିବ ।
  9. – ଏହାଛଡ଼ା ସାମାଜିକ ଦୂରତା, ମାସ୍କ ଲଗାଇବା, ସାନିଟାଇଜ ଉପରେ ଗୁରୁତ୍ୱ ଦିଅନ୍ତୁ ।
  10. - ଘର ତିଆରି ଖାଦ୍ୟ ପିଲାଙ୍କୁ ନିୟମିତ ଖାଇବାକୁ ଦିଅନ୍ତୁ । ବାହାର ରେସ୍ତୋରାଁ ଖାଦ୍ୟ ପାଟି ସୁଆଦ ଲାଗିଲେ ମଧ୍ୟ ସେସବୁ ସ୍ୱାସ୍ଥ୍ୟ ନିମନ୍ତେ ହିତକାରୀ ନୁହେଁ । ମାସକୁ ଥରୁଟିଏ ସେମାନଙ୍କୁ ଫାଷ୍ଟଫୁଡ, ନୁଡୁଲ୍ସ, ମୋମୋ ଇତ୍ୟାଦି ଦେଇପାରନ୍ତି ।

Post a Comment

0 Comments