ହୃଦରୋଗ ଠାରୁ ଦୂରେଇ ରଖେ ତୁଳସୀ

ହୃଦରୋଗ ଠାରୁ ଦୂରେଇ ରଖେ ତୁଳସୀ

ତୁଳସୀ ଗଛ ଏକ ଏପରି ଗଛ ଯାହା ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘର ଅଗଣାରେ ରହିଥାଏ । ତୁଳସୀ ପତ୍ରକୁ ପୂଜା କରାଯାଏ । ଏହା ସହିତ ତୁଳସୀ ପତ୍ରରେ ଅନେକ୍ ଔଷଧିୟ ଗୁଣ ଭରି ରହିଥାଏ । ଜଡିବୁଟି ମାଧ୍ୟମରେ ଏହାକୁ ବ୍ୟବହାର କରାଯାଏ । ତୁଳସୀ ପତ୍ରର ବ୍ୟବହାର ଶରୀରକୁ ଅନେକ୍ ରୋଗବେମାରୀ ଠାରୁ ରକ୍ଷା କରିବାରେ ସାହାଯ୍ୟ କରେ । ତେବେ ଆସନ୍ତୁ ଜାଣିବା ତୁଳସୀ ପତ୍ରର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ ।

1. ହୃଦରୋଗ

  1. ତୁଳସୀ ହୃଦରୋଗ ପାଇଁ ବହୁତ ଲାଭକାରୀ । ପ୍ରତିଦିନ ତୁଳସୀ ସେବନ ଫଳରେ ରକ୍ତରେ କୋଲେଷ୍ଟ୍ରୋଲ୍‌ର ମାତ୍ରା ହ୍ରାସ ପାଇଥାଏ ।
  2. ପଞ୍ଚ ତୁଳସୀର ନିୟମିତ ସେବନ କରିବା ଦ୍ୱାରା କୋଲେଷ୍ଟେରୋଲ ସ୍ତର କମିବାକୁ ଲାଗେ, ରକ୍ତ ପତଳା ହୁଏ ଓ ହୃଦରୋଗ ଓ କୋଲେଷ୍ଟେରଲ କମିଥାଏ |
  3. ତୁଳସୀ ପତ୍ର ହାର୍ଟ ପାଇଁ ବହୁତ ଉପକାରୀ ହୋଇଥାଏ । ରକ୍ତ ସଂଚାଳନକୁ ଠିକ୍ କରିବା ସହ ଶରୀରର ସମସ୍ତ ଅଂଗକୁ ଅମ୍ଲଜାନ ପଠାଇବାରେ ମଧ୍ୟ  ତୁଳସୀ ପତ୍ର ସାହାଯ୍ୟ କରେ ।  
  4. କ୍ଷୀରରେ ତୁଳସୀ ପତ୍ରକୁ ପକାଇ ଫୁଟାଇ ଯଦି ଖାଲି ପେଟରେ ପିଅନ୍ତି ତେବେ ହୃଦୟକୁ ମଧ୍ୟ ବହୁତ୍ ଫାଇଦା ମଧ୍ୟ ମିଳିଥାଏ ।
  5. ଏକ ଗ୍ଲାସ୍‌ କ୍ଷୀର ସହିତ ତୁଳସୀ ପତ୍ର ମିଶାଇ ପିଇବା ଦ୍ୱାରା ହୃତପିଣ୍ଡ ସୁସ୍ଥ ରହିଥାଏ । ହୃତପିଣ୍ଡ ସଂପର୍କୀତ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ।
  6. ଏହା ସହ  ଚା ରେ ଅଦା, ଲେମ୍ବୁ ରସ ଟିକେ ପକାଇଲେ ମଧ୍ୟ ତାହା ବହୁତ ଶରୀର ପାଇଁ ଉପକାରୀ ହୋଇଥାଏ । 

2. ମୁଣ୍ଡବିନ୍ଧା

  1. ତୁଳସୀ ପତ୍ର ଗୁଣ୍ଡକୁ ଚନ୍ଦନରେ ଫେଣ୍ଟି କପାଳରେ ଲଗାଇଲେ ଗ୍ରୀଷ୍ମତାପ ଓ ମୁଣ୍ଡବିନ୍ଧାରୁ ରକ୍ଷା ମିଳେ ।
  2. ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ଗୋଟିଏ ଚାମଚ ଲେଖାଏଁ ତୁଳସୀ ରସ ପିଇଲେ ମୁଣ୍ଡ ବିନ୍ଧା ସମସ୍ୟାରୁ ମୁକ୍ତି ମିଳିଥାଏ।
  3. ଯଦି ନିୟମିତ ମୁଣ୍ଡ ବ୍ୟଥା ହେଉଥାଏ , ଦୁଇ କପ୍ ପାଣିରେ 10/15 ଟି ତୁଳସୀ ପତ୍ର କୁ ଭଲଭାବରେ ଏକ କପ୍ ହେବା ଯାଏଁ ଫୁଟାଇଦିଅନ୍ତୁ ଏବଂ ଏହି ପାଣିକୁ ଥଣ୍ଡା କରି ପିଅନ୍ତୁ I 3/4 ଦିନ ନିୟମିତ ପିଇବା ଦ୍ୱାରା ମୁଣ୍ଡ ବ୍ୟଥା ରୁ ମୁକ୍ତି ମିଳିଥାଏ |

4. ଓଜନ କମ୍‌

ସେହିପରି ଆଜିକାଲି ର ଏକ ଫ୍ୟାସନ ହୋଇଗଲାଣି ଯେ ପତଳା ଦିସିବା । ଏଥି ପାଇଁ କିଏ କେତେ ପ୍ରକାର ପରିଶ୍ରମ କରୁଛି । ଯେମିତିକି ଜିମ ସାଙ୍ଗକୁ ଡାଏଟ ମଧ୍ୟ କରିଥାନ୍ତି । ଏହା ସହ କମ କ୍ୟାଲୋରୀ ଯୁକ୍ତ ଖାଦ୍ୟ ମଧ୍ୟ ଖାଇଥାନ୍ତି । କିନ୍ତୁ ଯେଉଁମାନେ ବ୍ୟସ୍ତତା ଜୀବନରେ ଯୋଗ କିମ୍ବା ଜିମ ଯାଇପାରୁନାହାନ୍ତି । ସେମାନେ ଓଜନ କାମ କରିବାକୁ ଆଉ ଏକ ଉପାୟ କରିପାରିବେ । ସକାଳୁ ଉଠିବା ପରେ ଖାଲି ପେଟରେ ତୁଳସୀ ପାଣି ପିଇଲେ ଓଜନ କମ୍‌ ହୋଇଥାଏ।

5. ଗଣ୍ଠିବିନ୍ଧାକୁ କମ୍‌ କରିବାରେ ସହାୟକ

ଏଥିରେ ଆଣ୍ଟି ଇନଫ୍ଲେମୋଟୋରି ତତ୍ତ୍ୱ ଅଛି। ଏହା ଗଣ୍ଠିବିନ୍ଧାକୁ କମ୍‌ କରିବାରେ ସହାୟକ ହୋଇଥାଏ।  ସ୍କିନ୍‌ ମଧ୍ୟ ଗ୍ଲୋ କରିଥାଏ। ଏଥିରେ ଆଣ୍ଟିଆକ୍ସିଡେଣ୍ଟ ଥାଏ। ଯାହା କ୍ୟାନ୍‌ସର ରୁ ରକ୍ଷା କରିଥାଏ। ଏଥିରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଛି । ଥଣ୍ଡା-କାଶ ରୋଗରୁ ଏହା ରକ୍ଷା କରିଥାଏ

6. ଅମ୍ଳପିତ୍ତ 

ଅମ୍ଳପିତ୍ତ ଭଲ ହେବା ପାଇଁ ନିୟମିତ ଦୁଇ ରୁ ତିନୋଟି ତୁଳସୀପତ୍ର ସେବନ କରନ୍ତୁ I


Post a Comment

0 Comments