ଗ୍ରୀନ ଅଳେଇଚ କେଉଁ ରୋଗର ଉପଚାର କରିଥାଏ
ଅଳେଇଚକୁ କିଏ ନଜାଣେ । ଏହାର କଳାକଳା ମଞ୍ଜିର ସୁଗନ୍ଧିତ ବାସନା କାହାକୁ ବା ଭଲ ନଲାଗେ । ଏହା ରୋଷଇ ଘରଠାରୁ ଆରମ୍ଭ କରି ପାନ ଦୋକାନ ଓ ମିଠାଇ ଦୋକାନରେ ବିଶେଷ ଭାବରେ ବ୍ୟବହାର କରାଯାଏ; କିନ୍ତୁ ଏହାର ଔଷଧୀୟ ଗୁଣ ବିଷୟରେ ଅନେକ ଲୋକ ଜାଣିନଥାନ୍ତି । ଏହାକୁ ବ୍ୟବହାର କରିବା ଦ୍ୱାରା ଅଜାଣତରେ ଅନେକ ରୋଗରେ ଲାଭ ପାଇଥାଆନ୍ତି ।
ଗ୍ରୀନ ଅଳେଇଚରେ ନ୍ୟୁଟ୍ରିଏଂଟ୍ ଏଥିରେ ଆଂଟି ଅକ୍ସିଡାଂଟସ, କାର୍ବୋହାଇଡ୍ରେଟ, ଡିଏଟାରୀ ଫାଇବର, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଆଇରନ, ଫସଫରସ, ଭିଟାମିନ ସି ଓ ପୋଟାସିୟମ ପ୍ରଚୁର ପରିମାଣରେ ଥାଏ ।
ଅଳେଇଚ ପାଣି କିପରି ତିଆରି କରିବେ ?
ଅଳେଇଚ ପାଣି ପାଇଁ ରାତି ସାରା 5 ରୁ 6 ଟି ଅଳେଇଚକୁ ଛଡେଇ ପାଣିରେ ଭେଦେଇ ରଖି ଦିଅନ୍ତୁ। ଏହା ପରେ ସକାଳେ ସେହି ପାଣିକୁ ଗରମ କରନ୍ତୁ |
ଅଳେଇଚ ଜଳ କାହିଁକି ପିଇବେ
ଆପଣଙ୍କ ଶରୀରର କ୍ରୋବିଙ୍ଗ ଏହି ପାଣିକୁ ପିଇବା ଦ୍ୱାରା ଶେଷ ହେବ |ଅଳେଇଚ ପାଣି ଖାଇବା ଦ୍ୱାରା ଆପଣ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାରୁ ବଞ୍ଚିବେ । ସକାଳୁ ଉଠିବା ମାତ୍ରେ ଖାଲି ପେଟରେ ଅଳେଇଚ ପାଣି ପିଅନ୍ତୁ | ଖାଲି ପେଟରେ ପିଇବା ଦ୍ୱାରା ଅଧିକ ଦ୍ରୁତ ପ୍ରଭାବ ପଡିଥାଏ | ଆହୁରି ମଧ୍ୟ, ଏହି ପାଣି ପିଇବାର ପ୍ରଭାବ ଆପଣଙ୍କ ଚର୍ମରେ ଦେଖାଯିବ | ଆପଣଙ୍କ ତ୍ୱଚା ମଧ୍ୟ ଚମକିବା ଆରମ୍ଭ କରିବ |
କେଶ ଝଡ଼ା ଏବଂ ତ୍ୱଚା ରୋଗ
- ଭିଟାମିନ୍ ସି ଓ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଅଳେଇଚ ପ୍ରତିଦିନ ଖାଇଲେ କେଶ ଝଡ଼ା କମ୍ ହେବା ଓ ରୂପି ସମସ୍ୟାକୁ ଅଲେଇଚ ଦୂର କରିଥାଏ ତାସହ ତ୍ୱଚା ରୋଗ ହେବାର ଆଶଙ୍କା କମ୍ ହେଉଥିବାର ବିଶେଷଜ୍ଞଙ୍କ ମତ ।
- ରାତିରେ ଦୁଇଟି ଅଳେଇଚ ଖାଇ ପାଣି ପିଇଲେ ମହିଳାଙ୍କର କେଶ ମଜଭୁତ ହୋଇଥାଏ ଓ କେଶ ଝଡ଼ିବା ବନ୍ଦ ହୋଇଥାଏ ।
ଓଜନ ହ୍ରାସ ପାଇଁ ଅଳେଇଚ ପାଣିର ସେବନ କିପରି କରିବେ ?
- ପ୍ରାୟତ ଦେଖାଯାଏ ଯେ ମେଦବହୁଳତା ହ୍ରାସ କରିବା ପାଇଁ ଲୋକମାନେ ବହୁ ପାଣି ପିଅନ୍ତି | ଅଧିକ ପାଣି ପିଇ ଶରୀରର ମେଟାବୋଲିଜିମ୍ ଦୃତ ହୋଇଯାଏ | ଏହି କାରଣରୁ, ଓଜନ ଶୀଘ୍ର ହ୍ରାସ ହୁଏ | ଅନେକ ଲୋକଙ୍କର ଓଜନ ଅଧିକ ପାଣି ପିଇବା ଦ୍ୱାରା କମ ହୋଇନଥାଏ ତ ସେମାନଙ୍କ ପାଇଁ ଅଳେଇଚ ପାଣି ଅଧିକ ଲାଭଦାୟକ ହୋଇଥାଏ |
- ଦିନକୁ 3 ରୁ 4 ଥର ଏହି ପାଣି ପିଇଲେ ଆପଣଙ୍କର ଓଜନ ହ୍ରାସ ପାଇବ | ଆପଣ ଗୋଟିଏ ଦିନରେ ପ୍ରାୟ 1 ଲିଟର ଗରମ ଅଳେଇଚର ପାଣି ପିଇପାରିବେ | ଏହି ପାଣିକୁ 14 ଦିନ ପାଇଁ ନିୟମିତ ଗ୍ରହଣ କରିଲେ ଆପଣଙ୍କ ଓଜନ ହ୍ରାସ କରିବା ଆରମ୍ଭ ହେଇଜିବ |
- ଯଦି ଆପଣଙ୍କର ପେଟ ବାହାରିଛି ଓ ଆପଣ ତାଙ୍କୁ ସୁନିଶ୍ଚିତ କରିବାକୁ ଚାହାଁନ୍ତି , ତେବେ ରାତିରେ ଶୋଇବା ପୂର୍ବରୁ ଗରମ ଜଳରେ ଦୁଇଟି ଅଳେଇଚ ମିଶାଇ ଦିଅନ୍ତୁ।
- ଏଥିରେ ଥିବା ପଟାସିଅମ୍,ମ୍ୟାଗ୍ନେସିଅମ୍,ଭିଟାମିନ୍ ବି-୧, ବି-୬ ଓ ଭିଟାମିନ୍-ସି ଶରୀରରୁ ଅତିରିକ୍ତ ଚର୍ବିକୁ କମ୍ କରିଥାଏ। ଏଥିରେ ଥିବା ଫାଇବର୍ ଓ କାଲ୍ସିଅମ୍ ଓଜନକୁ ବି ନିୟନ୍ତ୍ରିତ କରିଥାଏ।ଏହା ଛଡ଼ା ମୋଟାପାରୁ ବି ମୁକ୍ତ ମିଳିଥାଏ।
ହାଡ଼ ଶକ୍ତ ହୋଇଥାଏ
- ହାଡକୁ ଶକ୍ତିଶାଳୀ କରିବା ପାଇଁ କ୍ଷୀର ସର୍ବୋତ୍ତମ ବୋଲି ବିବେଚନା କରାଯାଏ | ଏଥିରେ କ୍ୟାଲସିୟମ ଅଧିକ ଥାଏ | ଏହା ହାଡକୁ ଶକ୍ତିଶାଳୀ କରିଥାଏ | ଅଳେଇଚରେ ମଧ୍ୟ କ୍ୟାଲସିୟମ ରହିଛି ।
- ଅଳେଇଚ ଖୀରରେ ମିଶାଇ ପିଇବା ଦ୍ୱାରା ଆପଣଙ୍କୁ ଲାଭ ଦୁଇଗୁଣ ହୋଇଯାଇଥାଏ । ଏହି କାରଣରୁ ବୃଦ୍ଧ ଲୋକଙ୍କୁ କ୍ଷୀରରେ ଅଳେଇଚ ମିଶାଇ ପିଇବା ପାଇଁ ବିଶେଷ ପରାମର୍ଶ ଦିଆଯାଇଛି |
- ଆପଣଙ୍କ କଷ୍ଟ ତଥା ଫୁଲା ଦୂର କରିଥାଏ।ଏହାକୁ ସେବନ କରିବାଦ୍ୱାରା ଆମ ଗଣ୍ଠି ଦରଜ ଦୂର ହେଇଯାଏ।
ପାଟି ଘା’ଭଲ ହୋଇଯାଏ
ପାଟି ଘା’ହେତୁ ଅନେକ ଲୋକ ସବୁବେଳେ ବିରକ୍ତ ଦେଖାଯାନ୍ତି | ପେଟ ଠିକ୍ ପରିଷ୍କାର ହୋଇନଥିବାରୁ ସାଧାରଣତ ପାଟି ଫୁଲା ହୁଏ | ଅଳେଇଚର ଏପରି ବିଶେଷ ଗୁଣ ଅଛି, ଯାହା କେବଳ ପେଟକୁ ସଫା କରେ ନାହିଁ, ବରଂ ପେଟର ଅଲସରକୁ ମଧ୍ୟ ଭଲ କରିଥାଏ | ଯଦି କ୍ଷୀର ଏବଂ ଅଳେଇଚ ଏକତ୍ର ମିଶ୍ରିତ ହୁଏ, ତେବେ ଏହା ପାଟି ଘା’ର ସମସ୍ୟା ଦୂର କରିବାରେ ସାହାଯ୍ୟ କରେ |
ପାଟିରେ ଛାଲି
- ଯଦି ଆପଣଙ୍କ ମୁହଁରେ ଛାଲ ପଡିଯାଉଛି ତାହେଲେ ଆପଣ ଅଳେଇଚର ବୀଜକୁ ଭଲ ଭାବେ ପେସୀ ଦେଇ ତାହା ଭିତରେ ଲାଳ ମିଶାଇ ଆପଣଙ୍କ ଛାଲ ଉପରେ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କ ଛାଲ ବସି ଯାଏ ଆଉ ତାହା ଜଲଦି ହି ଦୂର ହେଇଯାଏ।
- ଅଳେଇଚକୁ ବାଟି ମହୁ ମିଶାଇ ପାଟି ଭିତର ଛାଲିରେ ଲଗାଇଲେ ଛାଲି ଭଲ ହୋଇ ଆରମ ମିଳିଥାଏ ।
ବାନ୍ତି
- ଅସୁସ୍ଥତା ଓ ବାନ୍ତି ଭଳି ସମସ୍ୟାରୁ ଆଶ୍ୱସ୍ତି ଦେଇଥାଏ ଛୋଟ ଅଳେଇଚ ।.
- ଅଳେଇଚ ଓ ପୋଦିନା ପତ୍ର ସମାନ ମାତ୍ରାରେ ୨-୩ ଗ୍ରାମକୁ ପାଣିରେ ସିଝାଇ ଥଣ୍ଡା କରି ଛାଣି ପିଇଲେ ବାନ୍ତି ବନ୍ଦ ହୁଏ ।
ଜ୍ୱର
ଅଳେଇଚ ମଞ୍ଜି ୨ ଭାଗ, ବେଲଗଛ ମୂଳର ଛେଲି ୧ ଭାଗକୁ ଚୂର୍ଣ୍ଣ କରି ସେଥିରୁ ଏକ ଚାମଚ ଚୂର୍ଣ୍ଣକୁ କ୍ଷୀର ଓ ପାଣି ସମାନ ମାତ୍ରାରେ ନେଇ ମିଶାଇ ଗରମ କରି ଖାଲି କ୍ଷୀର ରହିଲେ ଥଣ୍ଡା କରି ଛାଣି ସେଥିରୁ ୨୦ ମି.ଲି. ମାତ୍ରାରେ ଦିନରେ ତିନିଥର ସେବନ କଲେ ସମସ୍ତ ପ୍ରକାର ଜ୍ୱର ଭଲ ହୋଇଥାଏ ।
ଶରୀରରେ ଉଚ୍ଚ ଚିନି ସ୍ତର ହ୍ରାସ କରିବାରେ ଅଳେଇଚ ସାହାଯ୍ୟ କରିଥାଏ |
ମସ୍ତିଷ୍କ ଶକ୍ତି ବଢେଇବାକୁ ଅଳେଇଚ ମଧ୍ୟ ବହୁତ ଉପକାରୀ। ଏହା ସ୍ମରଣ ଶକ୍ତି ବଢେଇବା ସହ ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ |

0 Comments
Do you have any doubts or suggestions? Ask them here in the comments!